ଓଡ଼ିଆ କଥାଚିତ୍ର ଜଗତ

ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ । ୨୦୨୨ ମସିହା ନଭେମ୍ବରରେ ଓଡ଼ିଶାରେ କେବଳ ୬୦ଟି ଚଳଚ୍ଚିତ୍ର ପ୍ରେକ୍ଷାଳୟ ଥିଲା ।

ଇତିହାସ

୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ରାମାୟଣ ଉପରେ ଆଧାରିତ ଏହି କଥାକୁହା କଥାଚିତ୍ରର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍‌ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍‌ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା। ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା ।

୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍‌ ଟୁ ଏଇଟ୍‌ ବା ଆକା ରୋଲସ୍‌-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍‌ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ। ପ୍ରଫୁଲ ସେନଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ୧୧ତମ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଲୋକନାଥକୁ ଜାତୀୟ ଫିଲ୍ମ ପୁରସ୍କାର ହାସଲ କରିଥିଲା। ପରେ ପରେ ୧୯୬୦-୭୦ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ନୂଆ ବୋଉ, ମାଟିର ମଣିଷ, ଅଦିନ ମେଘ ପରି ଚଳଚ୍ଚିତ୍ର ସବୁ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା। ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ। ଏହି ଚଳଚ୍ଚିତ୍ରରେ ସଙ୍ଗୀତଜ୍ଞ ଅକ୍ଷୟ ମହନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଆ ସିନେ ଜଗତରେ ନୂତନତ୍ୱ ଭରିଦେଇଥିଲା। ମହମ୍ମଦ୍ ମହସିନ୍ ଓଡ଼ିଶାର ତତକାଳୀନ ସମାଜରେ ଘଟଣାକୁ ନେଇ ଫୁଲ ଚନ୍ଦନ ପରି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କଲେ। ଏହି ସମୟରେ ସଂପୂର୍ଣ୍ଣ ଓଡ଼ିଆ କଥାବସ୍ତୁ ସହ ନିଜସ୍ୱ କହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିଲା। ୧୯୯୦ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ଚଳଚ୍ଚିତ୍ରର "ସୁବର୍ଣ୍ଣ ଯୁଗ" ବୋଲି କୁହଯାଏ। ଅମୀୟ ରଂଜନ ପଟ୍ଟନାୟକ ପ୍ରଥମ ଅନେକ କଳାକାର ତଥା ମୁମ୍ବାଇରୁ ଟେକ୍ନିସିଆନ୍, କଣ୍ଠଶିଳ୍ପୀ, ମ୍ଯୁଜିସିଆନ୍ଙ୍କୁ ନେଇ ଅଧିକ ବଜେଟ ଯୁକ୍ତ ଚଳଚ୍ଚିତ୍ର ନିର୍ମାଣ କରି ନୂଆ ଅଧ୍ୟ୍ୟାୟର ଆରମ୍ଭ କଲେ। ତଙ୍କଦ୍ୱାରା ୧୯୮୫ରେ ନିର୍ମିତ ହାକିମ୍ ବାବୁକୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତାଙ୍କ ଚଳଚ୍ଚିତ୍ରକୁ ସେ ତିନଟି ଭଷା ଯଥା: ଓଡ଼ିଆ, ବାଙ୍ଗ୍ଲା ଓ ବାଙ୍ଗ୍ଳାଦେଶୀରେ ଚଳଚ୍ଚିତ୍ରକୁ ମୁକ୍ତି ଲାଭକରିଥିଲେ।

ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ପ୍ରତିଭାସଂପର୍ଣ୍ଣ କଳାକରଙ୍କ ଅବଦାନ ରହିଛି।

ଉପନ୍ୟାସରୁ କଥାଚିତ୍ର

ଅନେକ ଓଡ଼ିଆ କଥାଚିତ୍ର ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ନିର୍ମାଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା:

ଶିଳ୍ପ ଭାବରେ ସ୍ୱୀକୃତି

୧୯୭୪ ମସିହାରେ ଓଡ଼ିଶା ସରକାର ଫିଲ୍ମ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭବନ ନିର୍ମାଣକୁ ଏକ ଶିଳ୍ପ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ । ଓଡ଼ିଶା ସରକାର ଓଡ଼ିଶାରେ ଚିତ୍ର ନିର୍ମାଣ ଶିଳ୍ପର ଉନ୍ନତି ପାଇଁ କଟକଠାରେ କାର୍ଯ୍ୟାଳୟ ଥାଇ " ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ " ସ୍ଥାପନ କରିଛନ୍ତି ।

ଟୀକା

  • 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ', ଓଡ଼ିଶା ବୁକ ଷ୍ଟୋର, ୧୯୮୪ (୧୯୩୪-୧୯୮୪ ମଧ୍ୟରେ ତିଆରି କଥାଚିତ୍ର), ଲେଖକ: କାର୍ତ୍ତିକ କୁମାର ଘୋଷକ
  • 'ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ', ୨୦୦୮, ସଂକଳକ: ଭୀମ ସିଂ,

ଅଧିକ ତଥ୍ୟ

Tags:

ଓଡ଼ିଆ କଥାଚିତ୍ର ଜଗତ ଇତିହାସଓଡ଼ିଆ କଥାଚିତ୍ର ଜଗତ ଶିଳ୍ପ ଭାବରେ ସ୍ୱୀକୃତିଓଡ଼ିଆ କଥାଚିତ୍ର ଜଗତ ଟୀକାଓଡ଼ିଆ କଥାଚିତ୍ର ଜଗତ ଦ୍ରଷ୍ଟବ୍ୟଓଡ଼ିଆ କଥାଚିତ୍ର ଜଗତ ଅଧିକ ତଥ୍ୟଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାକଟକଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ରଘୁବଂଶରାଧାଇନ୍‌ଫ୍ଲୁଏଞ୍ଜାନବମୀକଳାପାହାଡ଼ୟୁନେସ୍କୋଓ ଅନ୍ଧଗଳିସାରଳା ଦାସବାଣ୫ ଜୁନସାରଦା ପ୍ରସାଦ ମିଶ୍ରଘର ସଂସାରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବର୍ଷାସିଦ୍ଧାର୍ଥ ଭରତନଓଡ଼ିଆ ନାଟକରବି ନାରାୟଣ ନନ୍ଦକୃଷ୍ଣପ୍ରସାଦ ମିଶ୍ରକମ୍ପ୍ୟୁଟରହାଡ଼ି ଦାସଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଦଶରଥଭୀମାଶଙ୍କର ମନ୍ଦିରସୁନ୍ଦରଗଡ଼ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଇଣ୍ଡିଆନ ପ୍ରିମିଅର ଲିଗଖୋର୍ଦ୍ଧା ଜିଲ୍ଲାବୁଧନ ମୁର୍ମୁସଉରାQR codeୟୁ ଟ୍ୟୁବସାଇ ଭୋସଲେପୁଷ୍ଟିସାରଜଗନ୍ନାଥ ପ୍ରସାଦ ଦାସରମାକାନ୍ତ ରଥଏଚଆଇଭି/ଏଡସଦକ୍ଷିଣ କୋରିଆଗୋପାଳ ଚନ୍ଦ୍ର ପ୍ରହରାଜନବକୃଷ୍ଣ ଚୌଧୁରୀହାଡ଼ଫୁଟିଅଶୋକ (ସମ୍ରାଟ)କିଶୋରୀ ଚରଣ ଦାସଆର୍ଯ୍ୟଭଟ୍ଟଗୌତମ ବୁଦ୍ଧସାନିଆ ମିର୍ଜାଇତିହାସହୀରାକୁଦ ବନ୍ଧ୨ୟ ଓଡ଼ିଶା ବିଧାନ ସଭାବିଜୁ ଜନତା ଦଳଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାବିବାହଚାନ୍ଦିପୁରପ୍ରଦୂଷଣଭୁବନେଶ୍ୱର ବେହେରାକୁନ୍ତଳା କୁମାରୀ ସାବତଓଡ଼ିଶାଲିଙ୍ଗରାଜ ମନ୍ଦିରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବସନ୍ତ କୁମାର ଶତପଥୀଇରମଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଗୁଣ୍ଡିଚା ମନ୍ଦିରନବୀନ ପଟ୍ଟନାୟକ🡆 More