ରାସାୟନିକ ମୌଳିକ

ରାସାୟନିକ ମୌଳିକ ହେଉଛି ଏକ ବିଶୁଦ୍ଧ ରାସାୟନିକ ବସ୍ତୁ ଯାହାକି ଗୋଟିଏ ପ୍ରକାରର ପରମାଣୁ ବହନ କରିଥାଏ । କୌଣସି ବସ୍ତୁରେ ଏକାଧିକ ପ୍ରକାରର ପରମାଣୁ ଥିଲେ ତାହାକୁ ଯୌଗିକ କୁହାଯାଏ । ମୌଳିକ ମୁଖ୍ୟତଃ କଠିନ, ତରଳ କିମ୍ବା ଗ୍ୟାସ୍‌ ହୋଇପାରେ । ମୌଳିକର ଗୁଣ ବହନ କରୁଥିବା କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।

ରାସାୟନିକ ମୌଳିକ
ଗନ୍ଧକ ସ୍ପଟିକ
ରାସାୟନିକ ମୌଳିକ
ବ୍ରୋମିନ ହେଉଛି ଏକ ତରଳ ମୌଳିକ

ଗୋଟିଏ ମୌଳିକରେ ଗୋଟିଏ ପ୍ରକାରର ପରମାଣୁ ଥାଆନ୍ତି । ପରମାଣୁରେ ଥିବା ପ୍ରୋଟନ୍‌ ସଂଖ୍ୟାକୁ ଏହାର 'ପରମାଣୁ ସଂଖ୍ୟା' ବା 'ପରମାଣୁ କ୍ରମାଙ୍କ' କୁହାଯାଏ । ଦୃଷ୍ଟାନ୍ତ ସ୍ୱରୂପ, ୬ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ଅଙ୍ଗାରକର ଓ ୯୨ଟି ପ୍ରୋଟନ୍‌ ଥିବା ପରମାଣୁ ଗୁଡ଼ିକ ହେଉଛି ୟୁରାନିୟମ୍‌ର ।

ସମସ୍ତ ବସ୍ତୁର ମୂଳ ହେଉଛି ମୌଳିକ । ଏମାନେ ମିଶି ଅଣୁ ଗଠନ କରନ୍ତି ।

ରାସାୟନିକ ମୌଳିକ
ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀ

ଆଜି ପର୍ଯ୍ୟନ୍ତ ୧୧୮ଟି ମୌଳିକ ଆବିଷ୍କାର କରାଯାଇଛି । ତନ୍ମଧ୍ୟରୁ ୯୨ଟି ମୌଳିକ ପ୍ରକୃତିରୁ ମିଳେ ଏବଂ ମାନବ ଶରୀର ୨୬ଟି ମୌଳିକକୁ ନେଇ ଗଠିତ । ଅନ୍ୟଗୁଡ଼ିକ ଗବେଷଣାଗାରରେ ପ୍ରସ୍ତୁତ କରାଯାଏ । ୧୭୮୯ରେ ଶେଷ ପ୍ରାକୃତିକ ମୌଳିକ ଭାବେ ୟୁରାନିୟମ୍ ଆବିଷ୍କାର କରାଯାଇଥିଲା । ୧୯୩୭ରେ ପ୍ରଥମ କୃତ୍ରିମ ମୌଳିକ ଟେକ୍ନେଟିୟମ୍ ପ୍ରସ୍ତୁତ କରାଯାଇଥିଲା ।

ରାସାୟନିକ ମୌଳିକମାନଙ୍କୁ ପର୍ଯ୍ୟାୟ ସାରଣୀରେ ସଜାଯାଇଥାଏ । ସାରଣୀରୁ ମୌଳିକମାନଙ୍କର ଗୁଣ ଓ ଅନ୍ୟ ମୌଳିକମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।

ପ୍ରତୀକ

ମୌଳିକମାନଙ୍କୁ ଅନନ୍ୟ ପ୍ରତୀକ ଦିଆଯାଇଥାଏ । ସାରା ବିଶ୍ୱରେ ଏଗୁଡ଼ିକ ବ୍ୟବହାର କରାଯାଇଥାଏ । ଅର୍ଥାତ୍‌, ଯେକୌଣସି ଭାଷାରେ ମଧ୍ୟ କୌଣସି ପ୍ରତୀକର ଅର୍ଥ ସମାନ । କୌଣସି ମୌଳିକର ପ୍ରତୀକ ଇଂରାଜୀ କିମ୍ବା ଲାଟିନ୍‌ ନାମରୁ ଆସିଥାଏ । ଯଥା, ଅଙ୍ଗାରକ (English: Carbon;କାର୍ବନ୍)ର ପ୍ରତୀକ ହେଉଛି 'C' ଓ ସୋଡ଼ିଅମ୍‌(‌ର ଲାଟିନ୍ ନାମ ନାଟ୍ରିଅମ୍ (natrium) ଓ ଏହାର ପ୍ରତୀକ ହେଉଛି 'Na' । ଜର୍ମାନ୍‌ ନାମ ୱଲ୍‌ଫ୍ରାମ୍‌ (wolfram)ରୁ ଟଙ୍ଗଷ୍ଟନ୍‌ର ପ୍ରତୀକ ହେଉଛି 'W'। କିଛି ପ୍ରତୀକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ, ଯଥା ଆଲବର୍ଟ ଆଇନଷ୍ଟାଇନଙ୍କ ନାମରେ ଆଇନଷ୍ଟାନିଅମ୍

ଯୌଗିକ

ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା: ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାରେ । ସୋଡ଼ିଅମ୍‌ ଏକ ଦହନଶୀଳ ଧାତୁ ଓ କ୍ଲୋରିନ୍‌ ଏକ ବିଷାକ୍ତ ଗ୍ୟାସ୍‌ । ଉଭୟେ ପ୍ରତିକ୍ରିୟା କରିଲେ ଖାଇବାଯୋଗ୍ୟ ସୋଡ଼ିଅମ୍‌ କ୍ଲୋରାଇଡ଼୍‌ (ଲୁଣ) ତିଆରି ହୁଏ ।

ମିଶ୍ରଣ

କିଛି ମୌଳିକ, ବିଶେଷତଃ ଧାତବ ମୌଳିକ ଅନିର୍ଦ୍ଦିଷ୍ଟ ଅନୁପାତରେ ମିଶି ମିଶ୍ରଣ ଗଠନ କରନ୍ତି । ଏଗୁଡ଼ିକ ଯୌଗିକ ନୁହନ୍ତି । ଏହାକୁ ମିଶ୍ରଣ କୁହାଯାଏ ।

ସମସ୍ତାନିକ

ଗୋଟିଏ ମୌଳିକର ପରମାଣୁର ନାଭି ବା ନ୍ୟୁକ୍ଲିୟସ୍‌ରେ ଭିନ୍ନ ସଂଖ୍ୟାର ନ୍ୟୁଟ୍ରନ୍ ଥିଲେ ଏଗୁଡ଼ିକୁ ମୌଳିକର ବିଭିନ୍ନ ସମସ୍ତାନିକ ବା ଇଂରାଜୀରେ ଆଇସୋଟୋପ୍ କୁହାଯାଏ । ଯେମିତି ଅଙ୍ଗାରକର ଗୋଟିଏ ସାଧାରଣ ସମସ୍ତାନିକ ହେଉଛି ଅଙ୍ଗାରକ-୧୪ । ଏହା ତେଜଷ୍କ୍ରିୟ ଅଟେ ଓ ଅଙ୍ଗାରକର-୧୨ଠାରୁ ୨ଟି ଅଧିକ ନ୍ୟୁଟ୍ରନ୍‌ ଧାରଣ କରେ ।

ଅନ୍ୟାନ୍ୟ ପୃଷ୍ଟା

ଟୀକା

ଆଧାର

ଅଧିକ ପଢ଼ନ୍ତୁ

  • Ball, P (2004). The Elements: A Very Short Introduction. Oxford University Press. ISBN 0-19-284099-1.
  • Emsley, J (2003). Nature's Building Blocks: An A-Z Guide to the Elements. Oxford University Press. ISBN 0-19-850340-7.
  • Gray, T (2009). The Elements: A Visual Exploration of Every Known Atom in the Universe. Black Dog & Leventhal Publishers Inc. ISBN 1-57912-814-9.
  • Scerri, ER (2007). The Periodic Table, Its Story and Its Significance. Oxford University Press.
  • Strathern, P (2000). Mendeleyev's Dream: The Quest for the Elements. Hamish Hamilton Ltd. ISBN 0-241-14065-X.

ବାହାର ଲିଙ୍କ

Tags:

ରାସାୟନିକ ମୌଳିକ ପ୍ରତୀକରାସାୟନିକ ମୌଳିକ ଯୌଗିକରାସାୟନିକ ମୌଳିକ ମିଶ୍ରଣରାସାୟନିକ ମୌଳିକ ସମସ୍ତାନିକରାସାୟନିକ ମୌଳିକ ଅନ୍ୟାନ୍ୟ ପୃଷ୍ଟାରାସାୟନିକ ମୌଳିକ ଟୀକାରାସାୟନିକ ମୌଳିକ ଆଧାରରାସାୟନିକ ମୌଳିକ ଅଧିକ ପଢ଼ନ୍ତୁରାସାୟନିକ ମୌଳିକ ବାହାର ଲିଙ୍କରାସାୟନିକ ମୌଳିକପରମାଣୁ

🔥 Trending searches on Wiki ଓଡ଼ିଆ:

ବିଶ୍ୱତାପନwiki.phtmlଅଷ୍ଟ୍ରେଲିଆଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡିଆନ ପ୍ରିମିଅର ଲିଗଗଡ଼ଜାତ କୃଷକଉଇକିପିଡ଼ିଆ ସମୂହର ତାଲିକାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗାଧର ମେହେରତ୍ରିଭୁଜପ୍ରଣବ ପ୍ରକାଶ ଦାସହରେକୃଷ୍ଣ ମହତାବମହିଳା ଯୌନାଙ୍ଗ ଛେଦନପ୍ରାଣବନ୍ଧୁ କରରାଜା ରାମମୋହନ ରାୟବ୍ୟାସଦେବଉତ୍ତମ ମହାନ୍ତିଭାରତୀୟ ଡାକ ସେବାଭୁବନେଶ୍ୱରଟ୍ରାଲୋକିନୁମାବଜଗନମୋହ‌ନ ଲାଲଇତିହାସଚିନ୍ତାମଣି ବେହେରାମେସିନ ଲର୍ଣ୍ଣିଙ୍ଗ୍ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓଡ଼ିଶା ସରକାରଅସହଯୋଗ ଆନ୍ଦୋଳନଓଡ଼ିଆ କଥାଚିତ୍ର ଜଗତଇଣ୍ଡୋନେସିଆରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଓଡ଼ିଆ ଲିପିରାଜେନ୍ଦ୍ର କିଶୋର ପଣ୍ଡାବେଲଜୟୀ ରାଜଗୁରୁମହାପାତ୍ର ନୀଳମଣି ସାହୁବୌଦ୍ଧ ଧର୍ମଚୁଡ଼ାକୃଷ୍ଣପ୍ରସାଦ ମିଶ୍ରପ୍ରାଣୀଚିତ୍ତରଞ୍ଜନ ତ୍ରିପାଠୀ୧୯୮୪୧୭ ଫେବୃଆରୀରାଧାନାଥ ରାୟ୪ ଇଡିଅଟସ୍କଟକଓଡ଼ିଶୀ ସଙ୍ଗୀତଖାଦ୍ୟରଥରଥଯାତ୍ରାଜଣ୍ଡିସ୍କାଳିଚରଣ ପଟ୍ଟନାୟକଶ୍ରବଣା (ନକ୍ଷତ୍ର)ଶାରଳା ପୁରସ୍କାରଫେବୃଆରୀ ୨୮ଗୋପାଳକୃଷ୍ଣ ପଟ୍ଟନାୟକଓଡ଼ିଆ ଭାଗବତଲଣ୍ଡନଭଗବତ ଗୀତାଚୈତନ୍ୟପ୍ରଧାନ ପୃଷ୍ଠାଆଖିଶରତ କୁମାର ମହାନ୍ତିରାଧାମୋହନ ଗଡ଼ନାୟକଜ୍ଞାନପୀଠ ପୁରସ୍କାରସ୍ତନ୍ୟପାୟୀଢେଙ୍କାନାଳ୧୦୫୪ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାକ୍ଷୀ ପୂର୍ଣ୍ଣିମାଭାରତୀୟ ଜାତୀୟ କଂଗ୍ରେସଆଖୁଉତ୍କଳ ଦୀପିକା🡆 More