ପ୍ରାଣବନ୍ଧୁ କର: ସାହିତ୍ୟିକ

ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ପ୍ରାଣବନ୍ଧୁ କର
ଜନ୍ମ ଓ ଜନ୍ମସ୍ଥାନ(1914-12-01)୧ ଡିସେମ୍ବର ୧୯୧୪
ଡମପଡା, ବାଙ୍କୀ, କଟକ ଜିଲ୍ଲା
ମୃତ୍ୟୁ୩୦ ମାର୍ଚ୍ଚ ୧୯୯୮(1998-03-30) (ବୟସ ୮୩)
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ସନ୍ତାନଶ୍ରୀମୟ କର
ସମ୍ପର୍କୀୟଚିନ୍ତାମଣି କର (ପିତା)
ୱେବସାଇଟ
pranabandhukar.com

ଜୀବନୀ

ପ୍ରାଣବନ୍ଧୁ ୧୯୧୪ମସିହା ଡିସେମ୍ବର ମାସ ପହିଲାରେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଡ଼ମପଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚିନ୍ତାମଣି କର ଜଣେ ଶିକ୍ଷକ ଥିଲେ । ଛାତ୍ରାବସ୍ଥାରୁ ଲେଖା ଲେଖି ସହ ଜଡ଼ିତ ଥିଲେ । ଅଧିକ ଲେଖାଲେଖି କରିବା ପାଇଁ, ତାଙ୍କ ଶିକ୍ଷକମାନେ ତାଙ୍କୁ ଉତ୍ସାହିତ କରିଥିଲେ । ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ, ସେ ସଚିବାଳୟରେ ଜଣେ କିରାଣୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଥିରେ ମନ ନଲାଗିବାରୁ, ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ଘରୋଇ ଭାବରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି, ସେ ଅଧ୍ୟାପକ ପାଲଟିଥିଲେ । ଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ, ରେଭେନ୍ସା ମହାବିଦ୍ୟାଳୟରେ, ତାଙ୍କ ଚାକିରି ଜୀବନ ଶେଷ ହୋଇଥିଲା । ସେ ଓଡ଼ିଆ ଭାଷା ସାହିତ୍ୟର ଓ ଶିକ୍ଷକ-ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ କାମ ଆରମ୍ଭ କରିଥଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସହିତ ମଧ୍ୟ ଜଡ଼ିତ ଥିଲେ । ୧୯୯୮ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରାଣବନ୍ଧୁ ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳୀ

ପ୍ରାଣବନ୍ଧୁ, ଶତାଧିକ କ୍ଷୁଦ୍ରଗଳ୍ପ, ଏକାଙ୍କିକା ଓ ନାଟକ ରଚନା କରିଯାଇଛନ୍ତି ।

ନାଟକ

  • ଅଶାନ୍ତ (୧୯୬୮)
  • ଶ୍ୱେତପଦ୍ମା
  • ସ୍ନାୟୁ ସଂହାର
  • ଏକ ମାଟି, ଅନେକ ଆକାଶ

ଏତଦଭିନ୍ନ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ପେଟୁ ଏକାଙ୍କିକା, ଷଣ୍ଢ ଲଢେଇସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକର ଉପନ୍ୟାସକୁ ସେ ନାଟକର ରୂପ ଦେଇଥିଲେ ।

ଏକାଙ୍କିକା

  • ଦୂରପାହାଡ଼
  • ପେଟୁ

ଗଳ୍ପ

  • ସୁଅ ମୁହଁରେ ପଥର
  • ନିଶୀଥର ପ୍ରେତାତ୍ମା
  • ଷଣ୍ଢ ଲଢ଼େଇ
  • ମଶା
  • ରାଣୀ
  • ପଦ୍ମା
  • ସେମାନେ ବି ତ ମଣିଷ
  • ଏ ପୃଥିବୀ ନୁହେଁ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (ଅଶାନ୍ତ, ୧୯୬୮)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସ୍ନାୟୁ ସଂହାର, ୧୯୮୦)
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ପ୍ରାଣବନ୍ଧୁ କର ଜୀବନୀପ୍ରାଣବନ୍ଧୁ କର ରଚନାବଳୀପ୍ରାଣବନ୍ଧୁ କର ସମ୍ମାନ ଓ ପୁରସ୍କାରପ୍ରାଣବନ୍ଧୁ କର ଆଧାରପ୍ରାଣବନ୍ଧୁ କରଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକାଳିନ୍ଦୀ ଚରଣ ପାଣିଗ୍ରାହୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଛ ମାଣ ଆଠ ଗୁଣ୍ଠଫକୀର ମୋହନ ସେନାପତିଫତୁରାନନ୍ଦମାଟିର ମଣିଷହରେକୃଷ୍ଣ ମହତାବ

🔥 Trending searches on Wiki ଓଡ଼ିଆ:

କୃଷ୍ଣପ୍ରସାଦ ମିଶ୍ରରାଶି ଓ ନକ୍ଷତ୍ରକେବେ ତମେ ନାହଁ କେବେ ମୁଁ ନାହିଁଓଡ଼ିଶାର କଳାଗ୍ରୀକ ଭାଷାଲକ୍ଷ୍ମଣଦାରିଙ୍ଗବାଡ଼ିନବକୃଷ୍ଣ ଚୌଧୁରୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ରାୟପଣା ସଂକ୍ରାନ୍ତିଅର୍ଜୁନ ଚରଣ ସେଠୀଇରା ମହାନ୍ତିଇସଲାମ ଧର୍ମଜଳ ପ୍ରଦୂଷଣଜଗନମୋହ‌ନ ଲାଲବିଦୁସ୍ମିତାଓଡ଼ିଆ ଲିପିସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଆ ସାହିତ୍ୟହୀରାକୁଦ ବନ୍ଧଜୟ ଜଗନ୍ନାଥଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଲକ୍ଷ୍ମୀବାଲିଯାତ୍ରାଯୋଗପରିବାରଅଯୋଧ୍ୟାସୌରୀନ୍ଦ୍ର ବାରିକଚୈତ୍ର ପୂର୍ଣ୍ଣିମାଜଳବାୟୁଚନ୍ଦ୍ରଶେଖର ନନ୍ଦୟୁନେସ୍କୋଗଙ୍ଗାଧର ମେହେରରମାଦେବୀ ଚୌଧୁରୀଚିଲିକା ହ୍ରଦଓଡ଼ିଶା ବିଧାନ ସଭାଉଇଲିୟମ୍ ହେନେରୀ ପର୍କିନପୋଡ଼ ପିଠାଦଣ୍ଡ ନାଟଆମାଜନ୍.କମ୍‌ଆଇଜାକ ନିଉଟନଗୋଦାବରୀଶ ମିଶ୍ରକଥା (ପତ୍ରିକା)ଜୟୀ ରାଜଗୁରୁଫକୀର ମୋହନ ସେନାପତିସମ୍ବଲପୁର ଜିଲ୍ଲାବାବା ବଳିଆବ୍ୟାସଦେବମକର (ରାଶି)ରାଜକିଶୋର ରାୟବିଜୁ ପଟ୍ଟନାୟକବୈକୁଣ୍ଠନାଥ ପଟ୍ଟନାୟକକଣାଦ (ମୁନି)ସଂଗୀତରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଓଡ଼ିଶାର ସଂସ୍କୃତିଇଣ୍ତିଆ ଗେଟହାଡ଼ି ଦାସଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଶ୍ରାଦ୍ଧରୁକୁଣା ରଥଯାତ୍ରାଗାୟତ୍ରୀବାଳା ପଣ୍ଡାସଉରାଦଶହରା🡆 More