ଖଞ୍ଜଣି

ଖଞ୍ଜଣି ଏକ ପାରମ୍ପାରିକ ଓଡ଼ିଆ ବାଦ୍ୟଯନ୍ତ୍ର । ଖଞ୍ଜଣି ବଜାଇ ମୁଖ୍ୟତଃ ଭଜନ ଓ ଲୋକଗୀତ ପରିବେଷଣ କରାଯାଏ ।

ଖଞ୍ଜଣି
ଖଞ୍ଜଣି
ଲିଙ୍ଗରାଜଙ୍କ ରୁକୁଣା ରଥଯାତରେ ଖଞ୍ଜଣି ବାଦନ
ମାଧ୍ୟମବାଦ୍ୟଯନ୍ତ୍ର, ତାଳବାଦ୍ୟ
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଲୋକଗୀତ

ଖଞ୍ଜଣି, ଏକ ଏକମୁହାଁ ବାଦ୍ୟଯନ୍ତ୍ର । ତିନି-ଚାରି ଆଙ୍ଗୁଳି ଚଉଡା ଗୋଲାକାର କାଠ ବା ମାଟି ବଳୟର ଗୋଟିଏ ପାଖରେ ଚମଡା ଛାଉଣି କରି ଏହି ବାଦ୍ୟଯନ୍ତ୍ରକୁ ତିଆରି କରାଯାଇଥାଏ । ଅପର ପାଖଟି ଖୋଲା ଥାଏ । ଖଞ୍ଜଣିକୁ ବାମ ହାତରେ ଧରି ଡାହାଣ ହାତ ଆଙ୍ଗୁଳିଦ୍ୱାରା ବଜାଯାଏ । ଖଞ୍ଜଣିରେ ଛୋଟ ଛୋଟ ଏକାଧିକ ଝାଞ୍ଜ ଖଞ୍ଜାଯାଇଥାଏ । ଖଞ୍ଜଣି ବାଜିଲେ, ଝାଞ୍ଜ ବାଜେ । ଖଞ୍ଜଣି ବଜାଇବା ପ୍ରକ୍ରିୟାକୁ "ଖଞ୍ଜଣି ମାଡ଼" ବୋଲି କୁହାଯାଏ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଲୋକମାନେ ଭାଗବତ ଟୁଙ୍ଗୀମାନଙ୍କରେ ଖଞ୍ଜଣି ବଜେଇ ଭଜନ ଗାଇ ଭଗବାନଙ୍କୁ ସ୍ମରଣ କରିଥାନ୍ତି । ଆଜିକାଲି ଭାଗବତ ଟୁଙ୍ଗୀ କମିବା ସହ, ଖଞ୍ଜଣିର ଆଦୃତି ମଧ୍ୟ କମିବାକୁ ଲାଗିଛି । ତେବେ ବୈଷ୍ନବ ଓ ମହିମା ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଖଞ୍ଜଣିର ପ୍ରସାର ଏବେ ମଧ୍ୟ ରହିଛି । ଖଞ୍ଜଣି ଓଡ଼ିଶା ବ୍ୟତିତ ମଧ୍ୟ-ପ୍ରାଚ୍ୟ, କୁର୍ଦିସ୍ତାନ, ଇରାନ, ଆର୍ମେନିୟା, ତୁର୍କି, ପାକିସ୍ତାନ, ଆଫଗାନିସ୍ତାନ ଓ କେନ୍ଦ୍ର-ଏସିଅ ଦେଶମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଏସବୁ ଅଞ୍ଚଳରେ ଏହି ଖଞ୍ଜଣି ଜାତୀୟ ବାଦ୍ୟଯନ୍ତ୍ର ଡାପ, ଡାଫ, ଡଫଲୀ, ଟାଫ, ଡେଫ ଆଦି ନାମରେ ପରିଚିତ ।

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ହିନ୍ଦୁପୃଥିବୀସାଲବେଗମାଳତୀ ଚୌଧୁରୀ୧୯ ଜାନୁଆରୀଓମାନଚନ୍ଦ୍ରଶେଖର ରଥନୂଆପଡ଼ା ଜିଲ୍ଲାନୂତନ ବର୍ଷକଳାପାହାଡ଼ଆମାଜନ ନ‌ଦୀସାରଳା ଦାସଦୀନନାଥ ପାଠୀଆରବ ସାଗରଲିସବନ୨୧ ମାର୍ଚ୍ଚତୁର୍କୀପଶ୍ଚିମ ଓଡ଼ିଶାହରେ କୃଷ୍ଣତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଓଡ଼ିଆ ଭାଷା ଆନ୍ଦୋଳନଓଡ଼ିଶାର ଦୋଳଯାତ୍ରାଅଣଚାଶ ପବନ୧୯୬୭ଦୁର୍ଗାମାଧବ ମିଶ୍ରକେନ୍ଦ୍ରାପଡ଼ାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହରେକୃଷ୍ଣ ବେହେରାବାରବାଡୋସମ୍ୟାଲେରିଆକେନିଆଖାରବେଳଅନନ୍ତ ପଟ୍ଟନାୟକପୁଷ୍ଟିସାରଅସହଯୋଗ ଆନ୍ଦୋଳନବ୍ୟାଙ୍କଶ୍ରୀରୂପା ମିତ୍ର ଚୌଧୁରୀହରେକୃଷ୍ଣ ମହତାବଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିଭାରତୀୟ ମୁଦ୍ରାଶାରଳା ପୁରସ୍କାରଦୁର୍ଗାବିଶ୍ୱ ନାଟ୍ୟ ଦିବସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଶ୍ରୀକୃଷ୍ଣଓଡ଼ିଶାର ଲୋକକଳାସୁଭାଷ ଚନ୍ଦ୍ର ବୋଷରାସାୟନିକ ମୌଳିକବଣ୍ଡା ଜନଜାତିପୂର୍ଣ୍ଣିମା୦ (ସଂଖ୍ୟା)ଆଣ୍ଟିବଡିଆଲେକ୍‌ଜାଣ୍ଡର୍ ମହାନବେଦସମଲେଶ୍ୱରୀ ମନ୍ଦିରପ୍ରଶାନ୍ତ ପଟ୍ଟନାୟକଏକାଦଶୀଭାଷାପ୍ରମୋଦ କୁମାର ମହାନ୍ତିବସନ୍ତ କୁମାରୀ ଦେବୀ୨୬ ଅପ୍ରେଲଜବାହରଲାଲ ନେହେରୁ🡆 More