ଖ୍ରୀଷ୍ଟ ମହାବିଦ୍ୟାଳୟ

ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକଠାରେ ଅବିସ୍ଥିତ ଏକ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏଠାରେ +୨, +୩ ସ୍ତରର ଶିକ୍ଷାପ୍ରଦାନ କରାଯାଏ । ୩,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏବେ ଏଠାରେ ପାଠ ପଢୁଛନ୍ତି । ୨୦୦୫ ମସିହାରେ ନ୍ୟାକ (ରାଷ୍ଠ୍ରୀୟ ମୁଲ୍ୟାୟନ ଏବଂ ପ୍ରତ୍ୟାୟନ ପରିଷଦ), ଏହି ମହାବିଦ୍ୟାଳୟକୁ ବି+ ଶ୍ରେଣୀର ମାନ୍ୟତା ପ୍ରଦାନ କରିଥିଲେ ।

ଖ୍ରୀଷ୍ଟ ମହାବିଦ୍ୟାଳୟ
Latin: Christ College, Cuttack
ସ୍ଥାପିତ୨୧ ଜୁଲାଇ ୧୯୪୪
ପ୍ରକାରସର୍ବସାଧାରଣ
ଅଧ୍ୟକ୍ଷମନ୍ମଥ କୁମାର ଓତା
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ୮୦
ପ୍ରଶାସନୀକ ସଦସ୍ୟ୧୦୦
ଛାତ୍ର ଛାତ୍ରୀ ସଂଖ୍ୟା୩,୫୦୦
ଅବସ୍ଥାନକଟକ, ଓଡ଼ିଶା, ଭାରତ
ୱେବସାଇଟhttp://www.christcollege.ac.in//

ଇତିହାସ

୨୧ ଜୁଲାଇ ୧୯୪୪ରେ "ଉତ୍କଳ ଖ୍ରୀଷ୍ଟିଆନ କଲେଜ" ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । "କଟକ ଖ୍ରୀଷ୍ଟିଆନ ଏଜୁକେସନ ବୋର୍ଡ଼" ଏହି କଲେଜକୁ ପ୍ରତିଷ୍ଠା କରିଥିଲେ । ଏହା "ମିଶନ ସ୍କୁଲ" ପରିସର ମଧ୍ୟରେ କାର୍ଯ୍ୟ କରୁଥିଲା । ରେଭରେଣ୍ଡ ଜୋନାଥନ ମହାନ୍ତି ଏହି ମହାବିଦ୍ୟାଳୟ ପ୍ରତିଷ୍ଠାର ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ରେଭରେଣ୍ଡ ବ୍ରଜାନନ ମହାନ୍ତି ଥିଲେ ପ୍ରଥମ ଅଧକ୍ଷ । ପ୍ରଥମେ ୬୪ଜଣ ବିଦ୍ୟାର୍ଥୀ ଏଠାରେ ନାମ ଲେଖାଇଥିଲେ । ୧୯୪୯ମସିହାରେ ନାମ ପରିବର୍ତ୍ତନ କରାଯାଇ 'ଖ୍ରୀଷ୍ଟ ମହାବିଦ୍ୟାଳୟ' ରଖାଯାଇଥିଲା । ୧୯୫୧ମସିହାରେ ଏହା ନିଜସ୍ୱ କାମ୍ପସକୁ ସ୍ଥାନାନ୍ତର ହୋଇଥିଲା । ସ୍ଥାପନ କାଳରୁ ଏଠାରେ କେବଳ କଳାରେ +୨ ଓ +୩ସ୍ଥରର ଶିକ୍ଷା ଦିଆଯାଉଥିଲା ବେଳେ ୧୯୬୦ମସିହାରେ ବିଜ୍ଞାନ ଓ ୨୦୦୫ରେ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଭିତ୍ତିଭୂମି ଓ ସୁବିଧା ସୁଯୋଗ

ବର୍ତ୍ତମାନ ଏଠାରେ +୨ ଶ୍ରେଣୀରେ କଳା ଓ ବାଣିଜ୍ୟରେ ୨୫୬ଟି ସିଟ ଓ ବିଜ୍ଞାନରେ ୩୮୪ଟି ସିଟର ବ୍ୟବସ୍ଥା ଅଛି । ୮୦ ଜଣ ଶିକ୍ଷକ ଓ ୧୦୦ ଜଣ ଅନ୍ୟାନ୍ୟ କର୍ମଚାରୀ ଏହି ମହାବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ଏଠା ପାଠାଗାରରେ ୪୦ ହଜାରରୁ ଅଧିକ ବହି ଅଛି । ଏଠାରେ ଇନଡୋର ସ୍ପୋର୍ଟ କମ୍ପ୍ଲେକ୍ସ ଓ ଆଶୁ ଚିକିତ୍ସାଳୟର ବ୍ୟବସ୍ଥା ରହିଛି । କାମ୍ପସରେ ୱାଇ-ଫାଇର ବ୍ୟବସ୍ଥା କରାଯାଇଛି ।

ଆଧାର

Tags:

କଟକ

🔥 Trending searches on Wiki ଓଡ଼ିଆ:

ଆଶ୍ୱିନବିଜୁ ଜନତା ଦଳକଟକ ଜିଲ୍ଲା୧୭୯୫ପଠାଣି ସାମନ୍ତହନୁମାନ ଚାଳିଶାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯମୁନାଇଷ୍ଟ୍ରାଡେଫାଇଲିନଚିତ୍ତରଞ୍ଜନ ଦାସରଥଭାରତୀୟ ଡାକ ସେବାଯୁକ୍ତରାଜ୍ୟଚେକ୍ ଗଣରାଜ୍ୟଫୁଲଶ୍ରୀରାମ ପଣ୍ଡାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରନୋଟା (ଭାରତ)ମନୋଜ ଦାସବେଣୁଧର ରାଉତମୂରଲୀଧର କୁଅଁରବଳ୬ ଜୁଲାଇଜ୍ଞାନପୀଠ ପୁରସ୍କାରଶନିହନୁମାନ ଜୟନ୍ତୀଇଂଲଣ୍ଡଓଡ଼ିଆ ସାହିତ୍ୟଯୁକ୍ତରାଷ୍ଟ୍ର ଆମେରିକାବିଜୟ କୁମାର ପ୍ରଧାନପଦାର୍ଥ ବିଜ୍ଞାନଜୀବ ବିଜ୍ଞାନଅଭିମନ୍ୟୁ ସାମନ୍ତସିଂହାରଉତ୍ତମ ମହାନ୍ତିମନୋଜ ଦାସଙ୍କ କଥା ଓ କାହାଣୀପ୍ରାଣୀରାଜ୍ୟପରିବେଶଟିକୋନାଜୋଲରବୀନ୍ଦ୍ରନାଥ ଠାକୁର୭ ଫେବୃଆରୀପ୍ରତିଭା ରାୟଖାଦ୍ୟ ଖଣିଜ ଲବଣନଅଙ୍କ ଦୁର୍ଭିକ୍ଷଶିମିଳିପାଳ ଜାତୀୟ ଉଦ୍ୟାନବୃହସ୍ପତିସ୍ୱସ୍ତିକଅଶୋକ ସମ୍ରାଟସୀତା ବିବାହଉତ୍କଳ ସମ୍ମିଳନୀଉଦ୍‌ଜାନବୈଷୟିକ ବିଜ୍ଞାନଜାପାନଅଂଶୁଘାତଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଦ୍ରୌପଦୀ ମୁର୍ମୁଓଡ଼ିଶାର ଭୂଗୋଳପ୍ରାଣୀ ବିଜ୍ଞାନଜିନା ସାମଲନୃସିଂହ ଚରଣ ପଣ୍ଡାଶୁକ୍ରଫାଲଗୁନଇତିହାସବୈକୁଣ୍ଠନାଥ ପଟ୍ଟନାୟକସୁନାଅର୍ଥଶାସ୍ତ୍ର🡆 More