ମହାଭାରତ ସହଦେବ: ମହାକାବ୍ୟ ମହାଭାରତର ଏକ ପାତ୍ର

ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ସହଦେବ (ସଂସ୍କୃତ: सहदेव) ହେଉଛନ୍ତି କନିଷ୍ଠ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ । ସେମାନଙ୍କର ପିତାମାତା - ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବା ଫଳରେ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ । ଦ୍ରୌପଦୀଙ୍କ ବ୍ୟତୀତ ସହଦେବଙ୍କ ବିଜୟା ନାମରେ ନିଜ ଏକ ପତ୍ନୀ ଥିଲେ ।

ଜନ୍ମ

ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ପାଣ୍ଡୁ ସନ୍ତାନହୀନ ଥିଲେ । ଏଭଳି ସ୍ଥିତିରେ ମାତା କୁନ୍ତୀଙ୍କୁ ତାଙ୍କର ତିନି ସନ୍ତାନ ଜନ୍ମ ଦେବା ପାଇଁ ଋଷି ଦୁର୍ବାସା ଦେଇଥିବା ବର ବ୍ୟବହାର କରିବାକୁ ପଡିଲା । ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ ।

ବିଶ୍ୱାସ କରାଯାଏ ଯେ ନିଜର ଜନ୍ମିତ ପୁତ୍ର ନ ହୋଇ ମଧ୍ୟ ସହଦେବ କୁନ୍ତୀଙ୍କ ପ୍ରିୟ ପୁତ୍ର ଥିଲେ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ସହଦେବ ଅସୁରମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଏକ ଅବତାର ଥିଲେ ।

ସହଦେବ ଏବଂ ତାଙ୍କ ଭାଇମାନେ ହସ୍ତିନାପୁର ଯାଇଥିଲେ ଯେଉଁଠାରେ ସେମାନଙ୍କୁ ଦ୍ରୋଣ ଏବଂ କୃପ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା ଦେଇଥିଲେ । ସେ ଖଣ୍ଡା ଏବଂ ଛୁରା ଯୁଦ୍ଧରେ ନିଜର ଦକ୍ଷତା ହାସଲ କରିଥିଲେ । ସେ ଦେବଗୁରୁ ବୃହସ୍ପତ୍ତିଙ୍କଠାରୁ ନୀତିଶାସ୍ତ୍ର ମଧ୍ୟ ଶିକ୍ଷାଲାଭ କରିଥିଲେ ।

ବିବାହ ଓ ସନ୍ତାନ

ଯେତେବେଳେ ପାଣ୍ଡବ ଏବଂ ସେମାନଙ୍କ ମା କୁନ୍ତୀ ଲାକ୍ଷାଗୃହ ଦାହ ଘଟଣା ପରେ ଗୋପନରେ ରହିଥିଲେ, ଅନ୍ୟ ଭାଇ ମାନଙ୍କ ସହ ସହଦେବ ମଧ୍ୟ ଦ୍ରୌପଦୀଙ୍କ ସହ ବିବାହ କରିଥିଲେ । ପରେ କୁନ୍ତୀ ଏବଂ ପାଞ୍ଚ ପାଣ୍ଡବ ହାସ୍ତିନାପୁରକୁ ଚାଲିଗଲେ । ସହଦେବ ଅସୀବିଦ୍ୟାରେ ଅଦ୍ଭୁତ କଳାକୌଶଳ ଅର୍ଜନ କରିଥିଲେ । ସହଦେବଙ୍କୁ ତାଙ୍କର ନିଜସ୍ୱ ପ୍ରଜ୍ଞା ଏବଂ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଅହଂକାର ବ୍ୟତୀତ ପ୍ରତ୍ୟେକ କ୍ଷେତ୍ରରେ ନମ୍ର, ଧୈର୍ଯ୍ୟବାନ ଏବଂ ଗୁଣବାନ୍ ବୋଲି କୁହାଯାଏ ।

ଦ୍ରୌପଦୀଙ୍କ ବ୍ୟତୀତ ସେ ବିଜୟାଙ୍କୁ ବିବାହ କରିଥିଲେ । ଦ୍ରୌପଦୀ ଏବଂ ସହଦେବଙ୍କ ଔରସରୁ ସହଦେବଙ୍କ ଏକ ପୁଅ ଥିଲେ ଶ୍ରୁତସେନା ଏବଂ ଅନ୍ୟ ପତ୍ନୀ ବିଜୟଙ୍କ ସହ ତାଙ୍କ ଔରସରୁ ଅନ୍ୟ ଏକ ପୁତ୍ର ଥିଲେ ସୁହୋତ୍ରା । ବିଜୟା ତାଙ୍କ ସ୍ୱୟଂବରରେ ସହଦେବଙ୍କୁ ବିବାହ କରିଥିଲେ ।

କୁରୁକ୍ଷେତ୍ର ଯୁଦ୍ଧ ପରେ ରାଣୀ ବିଜୟା ଏବଂ ସହଦେବଙ୍କ ପୁଅ ସୁହୋତ୍ରା ହିଁ ଥିଲେ ଏକମାତ୍ର ଜୀବନ୍ତ ଉତ୍ତ୍ରାଧିକାରୀ । କୁରୁକ୍ଷେତ୍ର ଯୁଦ୍ଧ ପରେ ସହଦେବ ମାଦ୍ର ରାଜ୍ୟର ରାଜା ଥିବାବେଳେ ତାଙ୍କୁ ମାଦ୍ର ରାଜ୍ୟର ରାଜକୁମାର ଭାବରେ ମାନ୍ୟତା ମିଳିଥିଲା ।

ନିର୍ବାସନ

ପଶା ଖେଳରେ ଯୁଧିଷ୍ଠିରଙ୍କ ହାରିଯିବା ପରେ ସମସ୍ତ ପାଣ୍ଡବଙ୍କୁ ୧୩ ବର୍ଷ ନିର୍ବାସନରେ ରହିବାକୁ ପଡିଥିଲା । ନିର୍ବାସନ ସମୟରେ ଥିବା ବେଳେ ଜଟାସୁର ନାମକ ରାକ୍ଷସ ଜଣେ ଛଦ୍ମ ବ୍ରାହ୍ମଣ ରୂପେ ନକୁଳ, ଦ୍ରୌପଦୀଙ୍କ ସହିତ ସହଦେବ ଏବଂ ଯୁଧିଷ୍ଠିରଙ୍କୁ ଅପହରଣ କରି ନେଇଥିଲେ । ଶେଷରେ ଭୀମ ସେମାନଙ୍କୁ ଉଦ୍ଧାର କରିଥିଲେ । ନିର୍ବାସନର ଶେଷ ବର୍ଷରେ, ସହଦେବ ନିଜକୁ ଏକ ଅଶ୍ୱରକ୍ଷକ ଭାବେ ନକୁଳଙ୍କ ସହ ଛଦ୍ମନାମରେ ବିରାଟ ରାଜ୍ୟରେ ବିତାଇଥିଲେ । ସେ ଏକ ଘୋଡ଼ା-ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଯିଏ ରାଜକୀୟ ଅଶ୍ୱଶାଳାରେ ଘୋଡ଼ାମାନଙ୍କର ଯତ୍ନ ନେଉଥିଲେ ।

ଶେଷ ଜୀବନ

କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିର ନକୁଳଙ୍କୁ ଉତ୍ତରର ରାଜା ଏବଂ ସଦଦେବଙ୍କୁ ଦକ୍ଷିଣ ମାଦ୍ରର ରାଜା ଭାବରେ ନିଯୁକ୍ତ କରିଥିଲେ ।

କଳି ଯୁଗର ଆରମ୍ଭ ଏବଂ କୃଷ୍ଣଙ୍କ ବିୟୋଗରେ ପାଣ୍ଡବମାନେ ରାଜ କାର୍ଯ୍ୟରୁ ଅବସର ନେଇଥିଲେ । ସେମାନଙ୍କର ସମସ୍ତ ସମ୍ପତ୍ତି ଏବଂ ବନ୍ଧନ ଛାଡି ପାଣ୍ଡବମାନେ ଏକ କୁକୁର ସହିତ ହିମାଳୟକୁ ଶେଷ ତୀର୍ଥଯାତ୍ରା କରିଥିଲେ ।

ଯୁଧିଷ୍ଠିରଙ୍କୁ ଛାଡି ଅନ୍ୟ ସମସ୍ତ ପାଣ୍ଡବ ଦୁର୍ବଳ ହୋଇ ସ୍ୱର୍ଗରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ମୁଖରେ ପଡିଲେ । ଦ୍ରୌପଦୀଙ୍କ ପରେ ଦ୍ୱିତୀୟରେ ସହଦେବ ହିଁ ମୃତ୍ୟୁ ବରଣ କରିଥିଲେ । ଯେତେବେଳେ ଭୀମ ଯୁଧିଷ୍ଠିରଙ୍କୁ ସହଦେବ କାହିଁକି ସ୍ୱର୍ଗରେ ନ ପହଞ୍ଚି ମୃତ୍ୟୁ ମୁଖରେ ପଡ଼ିଲେ ବୋଲି ପଚାରିଲେ, ଯୁଧିଷ୍ଠିର ଉତ୍ତର ଦେଲେ ଯେ ସହଦେବଙ୍କର ନିଜର ଜ୍ଞାନ ଉପରେ ଅତ୍ୟନ୍ତ ଗର୍ବିତ ହେବା ହିଁ ଏହାର କାରଣ ବୋଲି ଉତ୍ତର ଦେଇଥିଲେ ।

ଆଧାର

Tags:

ମହାଭାରତ ସହଦେବ ଜନ୍ମମହାଭାରତ ସହଦେବ ବିବାହ ଓ ସନ୍ତାନମହାଭାରତ ସହଦେବ ନିର୍ବାସନମହାଭାରତ ସହଦେବ ଶେଷ ଜୀବନମହାଭାରତ ସହଦେବ ଆଧାରମହାଭାରତ ସହଦେବକୁନ୍ତୀନକୁଳ (ମହାଭାରତ)ମହାଭାରତହିନ୍ଦୁ

🔥 Trending searches on Wiki ଓଡ଼ିଆ:

ସର୍ବିଆତନ୍ଦୁର୍ୟୁ ଟ୍ୟୁବସୁସ୍ମିତା ରଥସୁନାମିବରୁଣନୂଆଖାଇଲଳିତା (୧୯୪୯ର ସିନେମା)ରଶ୍ମି ରାଉଳପଶ୍ଚିମ ଓଡ଼ିଶାକୁନ୍ତଳା କୁମାରୀ ଆଚାର୍ଯ୍ୟବଳଦେବଜୀଉ ମନ୍ଦିର୧୯୬୭ଅଶ୍ୱିନୀ କୁମାର ଘୋଷରୋମାନିଆଆମାଜନ ନ‌ଦୀଦଧି ନାଟତାରକାସୁରଓଡ଼ିଆସଉରା ଜନ‌ଜାତିକୁଲନ ବାଗେଶିବଜୟପୁର, ରାଜସ୍ଥାନକୃଷ୍ଣଅପର୍ଣ୍ଣା ମହାନ୍ତିଶାରଳା ପୁରସ୍କାରପବନମହାତ୍ମା ଗାନ୍ଧୀଚନ୍ଦ୍ରଶେଖର ରଥବଡ଼ଓଷାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାପୁଷ୍ଟିସାରକପିଳାସ ଶିବ ମନ୍ଦିରଯୁକ୍ତରାଷ୍ଟ୍ର ଆମେରିକାଲାଲ କିଲ୍ଲାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଗୋମାଂସରାମକୃଷ୍ଣ ପରମହଂସସାତକଡ଼ି ହୋତାଉତ୍କଳ ଦିବସବି. ଆର. ଆମ୍ବେଦକର୨୬ ଜାନୁଆରୀବଡ଼ପଡ଼ାକାର୍ତ୍ତିକ ଚନ୍ଦ୍ର ରଥଭାଗବତ ଟୁଙ୍ଗିମହାନଦୀଦିଲ୍ଲୀରତ୍ନାକର ଚଇନି୧୮ ଅଗଷ୍ଟଗୋପୀନାଥ ମହାନ୍ତିବନମାଳୀ ଦାସ୧୯୭୯ଭୀମ ଭୋଇଦଣ୍ଡ ନାଟକଳାପାହାଡ଼ପୁରୀବ୍ରାଉଜରବୈକୁଣ୍ଠନାଥ ପଟ୍ଟନାୟକଭାରତର ସଂସ୍କୃତିବୀଣାପାଣି ମହାନ୍ତିପାଟଦେଇଭୀମା ଭୂଇଁଆଅଚ୍ୟୁତାନନ୍ଦ ଦାସଏ ଭି ସ୍ୱାମୀ୭ (ସଂଖ୍ୟା)ହନୁମାନ ଜୟନ୍ତୀଚୋଡ଼ଗଙ୍ଗ ଦେବଭାରତୀୟ ସମ୍ବିଧାନ🡆 More