ଅପର୍ଣ୍ଣା ମହାନ୍ତି: ଓଡ଼ିଆ କବି

ଅପର୍ଣ୍ଣା ମହାନ୍ତି (ଜନ୍ମ: ୧୬ ଡିସେମ୍ବର ୧୯୫୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ଝିଅ ପାଇଁ ଝରକାଟିଏ କବିତା ସଙ୍କଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟ କରି, ସେ ସେବାନିବୃତ ହୋଇସାରିଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କୋରାପୁଟ ସାହିତ୍ୟ ଉତ୍ସବ ୨୦୧୮ ଅବସରରେ ସେ କୋରାପୁଟ ସାହିତ୍ୟ ସମ୍ମାନ ଗ୍ରହଣ କରିଛନ୍ତି।

ଅପର୍ଣ୍ଣା ମହାନ୍ତି
ଅପର୍ଣ୍ଣା ମହାନ୍ତି: ବ୍ୟକ୍ତିଗତ ଜୀବନ, ସାହିତ୍ୟିକ ଜୀବନ, ସମ୍ମାନ ଓ ପୁରସ୍କାର
ଜନ୍ମ (1952-12-16) ୧୬ ଡିସେମ୍ବର ୧୯୫୨ (ବୟସ ୭୧)
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବ୍ୟକ୍ତିଗତ ଜୀବନ

ଜନ୍ମ ଓ ଶୈଶବ

ଅପର୍ଣ୍ଣା ୧୯୫୨ ମସିହା ଡିସେମ୍ବର ମାସ ୧୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଗୋରଖପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଚିତ୍ରାନନ୍ଦ ମହାନ୍ତି ଓ ମାତାଙ୍କ ନାମ ନିର୍ମଳା ମହାନ୍ତି । ଚାରି ଭଉଣୀଙ୍କ ମଧ୍ୟରୁ ଅପର୍ଣ୍ଣା ସବୁଠାରୁ ବଡ଼ ଥିଲେ । ତାଙ୍କ ପିତାମାତା ଉଭୟ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ତାଙ୍କ ବଡ଼ବାପା ସର୍ବେଶ୍ୱର ମହାନ୍ତି ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ଘରେ ଏକ ସାଂସ୍କୃତିକ ଓ ସ୍ୱାଧିନତା ସଂଗ୍ରାମର ମାହୋଲ ଥିଲା । ପିଲାଦିନରୁ ଅପର୍ଣ୍ଣା, ଅନ୍ନପୂର୍ଣ୍ଣା ମହାରଣା, ଗୋପବନ୍ଧୁ ଚୌଧୁରୀ, ମାଳତୀ ଚୌଧୁରୀ, ଶରତ ଚନ୍ଦ୍ର ମହାରଣା ଆଦି ସ୍ୱାଧିନତା ଓ ସର୍ବୋଦୟ କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ନପୂର୍ଣ୍ଣା ମହାରଣା ହିଁ ତାଙ୍କର ନାମ ରଖିଥିଲେ, 'ଅପର୍ଣ୍ଣା' । ଚାରି ବର୍ଷ ବୟସରୁ ସେ ମଣିନାଗ ପର୍ବତରେ ଥିବା ବାବ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମକୁ ଚାଲିଯାଇଥିଲେ । ସେଠାରେ ହିଁ ଲାଳନପାଳନ ଓ ପ୍ରାରମ୍ଭିକ ଶିକ୍ଷାରମ୍ଭ ହୋଇଥିଲେ । ସେଠାରେ ବାବା ବୈକୁଣ୍ଠନାଥଙ୍କ ସାନିଧ୍ୟରେ ହିଁ ଅପର୍ଣ୍ଣାଙ୍କର ସାହିତ୍ୟ ସର୍ଜନାର ଅଙ୍କୁରଦଗମ ହୋଇଥିଲେ ।

ଶିକ୍ଷା

ବାବ ବୈକୁଣ୍ଠନାଥ ବ୍ରହ୍ମଚାରୀ ନିପ୍ରା ବିଦ୍ୟାଳୟ, କପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଟକର ସନ୍ଥ ନଳିନୀ ହାଇସ୍କୁଲ ଓ କେନ୍ଦ୍ରାପଡ଼ାର ସରକାରୀ ବାଳିକା ବିଦ୍ୟାଳୟରୁ ସେ ନିଜ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ଓ କେନ୍ଦ୍ରପଡ଼ା ମହିଳା ମହାବିଦ୍ୟାଳୟରୁ ସେ ନିଜ ସ୍ନାତକ ଶିକ୍ଷାଲାଭ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ ।

ପରିବାର

୧୯୭୫ ମସିହାରେ ଅପର୍ଣ୍ଣା ଡକ୍ଟର ଧିରେନ୍ଦ୍ର କୁମାର ମହାନ୍ତିଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

ବୃତିଗତ ଜୀବନ

୧୯୭୭ ମସିହାରେ ଅପର୍ଣ୍ଣା ପ୍ରଥମେ ଆଳି ମହାବିଦ୍ୟାଳୟ, ପରେ ତୁଳସୀ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶିକ୍ଷାଦ୍ନା କରି ଅବସର ଗ୍ରହଣ କରିଥିଲେ ।

ସାହିତ୍ୟିକ ଜୀବନ

ଅପର୍ଣ୍ଣା ମୁଖ୍ୟତଃ ଜଣେ କବି । ତାଙ୍କ କବିତା ହିନ୍ଦୀ, ବଙ୍ଗଳା, ମରାଠି, କନ୍ନଡ଼, ଗୁଜରାଟୀ ଓ ତେଲୁଗୁ ଆଦି ଭାଷାକୁ ଅନୁବାଦିତ ହୋଇଛି । ସେ ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, ଓଡ଼ିଶା ଗବେଷଣା ପରିଷଦ, କେନ୍ଦ୍ରାପଡ଼ା ସାହିତ୍ୟ ସଂସଦ ଆଦି ଅନୁଷ୍ଠାନ ସହିତ ଜଡ଼ିତ ।

ରଚନାବଳୀ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,୨୦୦୭ (ଝିଅ ପାଇଁ ଝରକାଟିଏ ପାଇଁ)
  • ଝଙ୍କାର ପୁରସ୍କାର (କବିତା), ୨୦୦୯(ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • କୋରାପୁଟ ସାହିତ୍ୟ ସମ୍ମାନ (କବିତା) ୨୦୧୮
  • ଗୋକର୍ଣ୍ଣିକା ସମ୍ମାନ - ୧୯୯୩
  • ପ୍ରଜାତନ୍ତ୍ର ପୁରସ୍କାର - ୧୯୯୪
  • ବସନ୍ତ ମୁଦୁଲି ସ୍ମୃତି ସମ୍ମାନ - ୧୯୯୪
  • ଅଭିନନ୍ଦନ ସମ୍ମାନ
  • ସ୍ୱାଗତିକା ସମ୍ମାନ
  • ବୋଇତ ବନ୍ଦାଣ ସମିତି ସମ୍ମାନ

ଆଧାର

Tags:

ଅପର୍ଣ୍ଣା ମହାନ୍ତି ବ୍ୟକ୍ତିଗତ ଜୀବନଅପର୍ଣ୍ଣା ମହାନ୍ତି ସାହିତ୍ୟିକ ଜୀବନଅପର୍ଣ୍ଣା ମହାନ୍ତି ସମ୍ମାନ ଓ ପୁରସ୍କାରଅପର୍ଣ୍ଣା ମହାନ୍ତି ଆଧାରଅପର୍ଣ୍ଣା ମହାନ୍ତି

🔥 Trending searches on Wiki ଓଡ଼ିଆ:

ରାଜ ଯୋଗଖଡ଼ଗପୁରଦଣ୍ଡ ନାଟଭାରତ ସରକାରଶ୍ରୀଲଙ୍କାର ଭୂଗୋଳବଣ୍ଡ (ଅର୍ଥ)ଗାଲୁଆମାଲକାନଗିରି ଜିଲ୍ଲାବିଶ୍ୱ ମ୍ୟାଲେରିଆ ଦିବସଉଇକିପିଡ଼ିଆକୁଜିବର ପ‌ତ୍ରଢେଙ୍କାନାଳନନ୍ଦିନୀ ଶତପଥୀହରେକୃଷ୍ଣ ମହତାବସରସ୍ୱତୀ ସମ୍ମାନଜାପାନ ସାଗରତାଳଧ୍ୱଜତିଳ ଚତୁର୍ଥୀପ୍ରଥମ ଭାସ୍କରଗଙ୍ଗାଧର ରଥଅନନ୍ତ ପଟ୍ଟନାୟକପ୍ରତିଭା ରାୟନବଗୁଞ୍ଜରହେମଲତା ମାନସିଂହସରୋଜିନୀ ନାଇଡୁଘରଉତ୍କଳ ଦୀପିକାଧର୍ମେନ୍ଦ୍ର ପ୍ରଧାନvji40କାଶୀ ବିଶ୍ୱନାଥ ମନ୍ଦିରଭୃସଙ୍ଗ ଗଛ୪ ଇଡିଅଟସ୍ଆଣ୍ଡାମାନ ସାଗରପ୍ରସନ୍ନ କୁମାର ପଣ୍ଡାଚୈତନ୍ୟଚରକସଚ୍ଚିଦାନନ୍ଦ ରାଉତରାୟରାବଣପାରମିତା ଶତପଥୀଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦବାଙ୍କୀଆଶୁତୋଷ ପରିଡ଼ାକୋଣାର୍କସାରଳା ମନ୍ଦିରଜହ୍ନଆଲୋକଲକ୍ଷ୍ମୀକାନ୍ତ ମହାପାତ୍ରହେପାଟାଇଟିସପରିବେଶଚାରି ଧାମମହାପାତ୍ର ନୀଳମଣି ସାହୁତୁଳସୀ ଗଛଡାକ ମୁନସୀଛତୁ ତରକାରୀଭାରତୀୟ ଡାକ ସେବାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରୁସେଲୋସିସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମହାନଦୀବରଗଛ୩୦ ଅପ୍ରେଲଶାନ୍ତନୁ କୁମାର ଆଚାର୍ଯ୍ୟବାରବାଟି ଦୁର୍ଗସ୍ତନ୍ୟପାୟୀଶରତ କୁମାର ମହାନ୍ତିଗୋଦାବରୀଶ ମହାପାତ୍ର🡆 More