ଆଲୋକ

ଆଲୋକ ଏକ ପ୍ରକାରର ଶକ୍ତି ଅଟେ । ଏହା ଆମ ଆଖି ବାରି ପାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ଅଟେ । ପଦାର୍ଥ ବିଜ୍ଞାନରେ ଅନେକ ସମୟରେ ଏହା ଉଭୟ ଦୃଶ୍ୟ ଓ ଅଦୃଶ୍ୟ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗକୁ ବୁଝାଇଥାଏ । ଆଲୋକ କ୍ଷୁଦ୍ର ଗୁଚ୍ଛ ଆକାରରେ ବିଦ୍ୟମାନ ଥାଏ । ଏହା ଉଭୟ ତରଙ୍ଗ ଓ ପଦାର୍ଥର ଗୁଣ ପ୍ରଦର୍ଶନ କରିଥାଏ । ଆଲୋକବିଜ୍ଞାନ ଅଧୁନା ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ ଗବେଷଣା ଅଟେ ।

ତୀବ୍ରତା, ବାରମ୍ବାରତା, ତରଙ୍ଗଦୈର୍ଘ୍ୟ ଇତ୍ୟାଦି ଆଲୋକର ମୁଖ୍ୟ ଗୁଣ ଅଟନ୍ତି ।

ଆଲୋକର ଗତି

ଶୂନ୍ୟରେ, ଯଦି କୌଣସି କଣିକା ବାଧା ନ ଦିଅନ୍ତି, ଆଲୋକ ୨୯୯,୭୯୨,୪୫୮ ମିଟର୍, ବା ହାରାହାରି ୧୮୬,୨୮୨ ମାଇଲ୍ ପ୍ରତି ସେକେଣ୍ଡରେ ଗତି କରେ । ଅତଏବ ଆଲୋକ ସୂର୍ଯ୍ୟ ନିକଟରୁ ପୃଥିବୀକୁ ଆସିବାକୁ ୮ ମିନିଟ୍ ସମୟ ନିଏ । କାଚରେ ଗତି ଦୁଇ ତୃତୀୟାଂଶ ହୋଇଯାଏ ।

ଆଲୋକ ସରଳରେଖାରେ ଗତି କରେ, ବାଧାପ୍ରାପ୍ତ ହେଲେ ଛାୟା ସୃଷ୍ଟି କରେ । କଠିନ ବସ୍ତୁ ଗାଢ‍ ଛାୟା ତିଆରି କରେ ଏବଂ ସ୍ୱଚ୍ଛ ବସ୍ତୁ କ୍ଷୀଣ କିମ୍ବା ଆଦୌ ଛାୟା ସୃଷ୍ଟି କରି ନଥାଏ । ସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଆଲୋକ ଅକ୍ଳେଶରେ ଗତି କରିଥାଏ । ଆମେ ଯେତେବେଳେ କୌଣସି ବସ୍ତୁକୁ ଦେଖିଥାଉ, ଆମେ ସେ ବସ୍ତୁ ତ୍ୟାଗ କରୁଥିବା କିମ୍ବା ପ୍ରତିଫଳିତ କରୁଥିବା ଆଲୋକକୁ ଦେଖିଥାଉ । ଦୃଷ୍ଟାନ୍ତ ସ୍ୱରୂପ, ବତୀ ଆଲୋକ ପ୍ରଦାନ କରେ ଓ କୋଠରୀର ଅନ୍ୟ ସମସ୍ତ ବସ୍ତୁ ଏହି ଆଲୋକ ପ୍ରତିଫଳନ କରେ ।

ଆଲୋକ ବର୍ଣ୍ଣାଳି

ଆଲୋକ 
Electromagnetic spectrum with light highlighted

ଆଲୋକର ପ୍ରତ୍ୟେକ ରଙ୍ଗର ପୃଥକ ତରଙ୍ଗଦୈର୍ଘ୍ୟ ଥାଏ । ତରଙ୍ଗଦୈର୍ଘ୍ୟ ଯେତେ କମ୍ ହୁଏ, ଆଲୋକର ଶକ୍ତି ସେତେ ଅଧିକ ହୁଏ । ଆଲୋକର ଗତି ଓ ଶକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଅର୍ଦ୍ଧସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଗଲାବେଳେ ଗତି ସାମାନ୍ୟ କମି ଯାଇଥାଏ ।

ଶ୍ୱେତବର୍ଣ ଆଲୋକ ବିଭିନ୍ନ ରଙ୍ଗର ଆଲୋକକୁ ନେଇ ଗଠିତ ଅଟେ । ପ୍ରିଜିମ୍ ମଧ୍ୟ ଦେଇ ଶ୍ୱେତବର୍ଣ ଆଲୋକ ଗତି କରାଇଲେ ଏହା ବିଭିନ୍ନ ରଙ୍ଗରେ ପରିବର୍ତ୍ତିତ ହୋଇ ଏକ ବର୍ଣାଳୀ ସୃଷ୍ଟି କରେ। ଏହି ବର୍ଣାଳୀରେ ଆମେ ଦେଖି ପାରୁଥିବା ସମସ୍ତ ତରଙ୍ଗଦୈର୍ଘ୍ୟର ଆଲୋକ ଥାଏ । ଲୋହିତର ସର୍ବାଧିକ ଓ ବାଇଗଣିର ସର୍ବନିମ୍ନ ତରଙ୍ଗଦୈର୍ଘ୍ୟ ଥାଏ ।

ବାଇଗଣିଠାରୁ କମ୍ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅତିବାଇଗଣି କୁହାଯାଏ । ଏକ୍ସ୍-ରଶ୍ମି ଓ ଗାମା ରଶ୍ମିର ଅତିବାଇଗଣିଠାରୁ ମଧ୍ୟ କମ୍ ତରଙ୍ଗଦୈର୍ଘ୍ୟ ଥାଏ । ଲୋହିତଠାରୁ ଅଧିକ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅବଲୋହିତ କୁହାଯାଏ । ରେଡିଓ ତରଙ୍ଗମାନଙ୍କର ତରଙ୍ଗଦୈର୍ଘ୍ୟ ଅବଲୋହିତଠାରୁ ମଧ୍ୟ ଅଧିକ ଥାଏ । ମାଇକ୍ରୋୱେଭ୍ ଓଭେନ୍‌ରେ ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ତରଙ୍ଗ ମଧ୍ୟ ଏକ ପ୍ରକାରର ବିଦ୍ୟତ୍-ଚୁମ୍ବକୀୟ ତରଙ୍ଗ । ଆମ ଆଖି ଏପରି ଶକ୍ତିକୁ ଦେଖିପାରେ ନାହିଁ, କିନ୍ତୁ କିଛି କ୍ୟାମେରା ଏହାକୁ ଦେଖିପାରେ । ବିଦ୍ୟୁତ୍-ଚୁମ୍ବକୀୟ ବର୍ଣାଳୀରେ ଉଭୟ ଦୃଶ୍ୟମାନ ଓ ଅଦୃଶ୍ୟ ଆଲୋକ ଥାଏ ।

ବର୍ଷାଜଳରେ ପ୍ରତିସରିତ ହୋଇ ଆଲୋକ ଇନ୍ଦ୍ରଧନୁ ସୃଷ୍ଟି କରେ । ବର୍ଷାଜଳ ପ୍ରିଜିମ୍ ପରି କାମ କରେ ଓ ଶ୍ୱେତବର୍ଣର ଆଲୋକକୁ ପ୍ରତିସରିତ କରି ବର୍ଣାଳୀର ରଙ୍ଗସମୂହ ପ୍ରଦର୍ଶିତ କରେ ।

ଆଲୋକ 

ଆଲୋକ ସଂକ୍ରାନ୍ତୀୟ ଐତିହାସିକ ମତବାଦ

ପ୍ରାଚୀନ ଭାରତୀୟ ମତବାଦ

ପ୍ରାଚୀନ ଗ୍ରୀକ ମତବାଦ

ଆଲୋକର ତରଙ୍ଗ ରୂପ

ଆଲୋକ 
ଥମାସ୍ ୟଙ୍ଗ୍‌ଙ୍କଦ୍ୱାରା ୟଙ୍ଗଙ୍କ ଦୁଇଟି-ପାତ ପରୀକ୍ଷା. ୟଙ୍ଗ୍‌ ଏହି ପରୀକ୍ଷାଦ୍ୱାରା ଆଲୋକର ତରଙ୍ଗାୟିତ ଗତି ସମ୍ପର୍କରେ ତାଙ୍କ ମତବାଦକୁ ପ୍ରମାଣ କରିଥିଲେ ।

ଆଲୋକ ହେଉଛି ଶକ୍ତିର ଏକ ପ୍ରବାହା ଶକ୍ତିର ପ୍ରବାହକୁ ତରଙ୍ଗ କୁହାଯାଏ । ତେଣୁ ଆଲୋକକୁ ଏକ ତରଙ୍ଗ କହିବା ଯୁକ୍ତିଯୁକ୍ତ । ତେବେ ସାର୍ ଆଇଜାକ୍ ନିଉଟନ୍ ବିଶ୍ୱାସ କରୁଥିଲେ ଯେ ଆଲୋକ କେତେକ କଣିକାକୁ ନେଇ ଗଠିତ । ଦର୍ପଣ ଉପରେ ଆଲୋକ ପଡ଼ିଲେ ପ୍ରତିଫଳିତ (Reflection ) ହେବା ଓ ବାୟୁ ମାଧ୍ୟମରୁ କାଚ ମାଧ୍ୟମକୁ ଆଲୋକ ପ୍ରବେଶ କଲେ ବଙ୍କେଇ ଯିବା (ପ୍ରତିସରଣ - Reflection) ଭଳି ଆଲୋକୀୟ ପରିଘଟଣାଗୁଡ଼ିକୁ ମଧ୍ୟ ନିଉଟନ୍ ବୁଝେଇ ପାରିଲ । ଆଲୋକ ଉପରେ ନିଉଟନ୍‌ଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଗବେଷଣା ବିଷୟରେ ତାଙ୍କର "ଅପ୍‌ଟିକ୍ସ' (Optiks ) ପୁସ୍ତକରେ ସେ ଲେଖିଛନ୍ତି । ନିଉଟନ୍‌ଙ୍କର ସମସାମୟିକ ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିଆନ୍ ହାଇଜେନ୍‌ସ୍ (Christiaan Huygens ) କିନ୍ତୁ ଆଲୋକକୁ ଭିନ୍ନ ରୂପରେ ଦେଖୁଥିଲ । ସେ ଆଲୋକକୁ ତରଙ୍ଗ ବୋଲି କହୁଥିଲେ । ସେ ଭାବୁଥିଲେ ଯେ ଶବ୍ଦ ଭଳି ଆଲୋକ ଏକ ଯାନ୍ତ୍ରିକ ତରଙ୍ଗ, ଯାହାକି ଇଥର୍ (Ether ) ମାଧ୍ୟମରେ ପ୍ରବାହିତ ହୋଇଥାଏ । କିନ୍ତୁ, ସେତେବେଳେ ନିଉଟନ୍‌ଙ୍କ କଥାକୁ ଲୋକେ ଗୁରୁତ୍ୱ ଦେଉଥିଲେ । ପ୍ରାୟ ୧୦୦ ବର୍ଷ ପରେ ବୈଜ୍ଞାନିକ ଥମାସ୍ ୟଙ୍ଗ୍ (Thomas Young ) ନିଜର ଗୁରୁତ୍ୱପୂର୍ଣ୍ଣ ଦ୍ୱି-ରେଖାଛିଦ୍ର (Double-Slit ) ପରୀକ୍ଷା ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଆଲୋକ ଏକ ତରଙ୍ଗ ।

ଆଲୋକର କଣିକା ରୂପ - ଫୋଟନ୍

ପ୍ରଥମରୁ ଆଲୋକକୁ କେବଳ ତରଙ୍ଗ ବୋଲି କୁହାଯାଉଥିଲା । ମାତ୍ର କେତେଗୁଡ଼ିଏ ପରିସ୍ଥିତିରେ ଆଲୋକର ତରଙ୍ଗ ଗୁଣ ଆମକୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେମିତିକା ଏକ ପରିଘଟଣା ହେଉଛି "ଆଲୋକ-ବିଦ୍ୟୁତ୍ ପ୍ରଭାବ" (Photoelectric Effect ) । ୧୯୦୦ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ଫିଲିପ୍ ଏଡୁଆର୍ଡ୍ ଏଣ୍ଟନ୍ ଲେନାର୍ଡ (Philipp Eduard Anton Lenard ) ଜାଣିବାକୁ ପାଇଲେ ଯେ କୌଣସି ଧାତବପୃଷ୍ଠ ଉପରେ ନୀଳ ଓ ବାଇଗଣୀ ପ୍ରଭୃତି ରଙ୍ଗର ଆଲୋକ ପଡ଼ିଲେ ଧାତବପୃଷ୍ଠରୁ ଇଲେକ୍‌ଟ୍ରୋନ୍ କଣିକାମାନ ବାହାରକୁ ବାହାରି ଆସୁଛନ୍ତି । ଏହାକୁ "ଆଲୋକ-ବିଦ୍ୟୁତ୍ ପ୍ରଭାବ" କୁହାଗଲା । ଅବଶ୍ୟ ୧୩ ବର୍ଷ ପୂର୍ବରୁ ୧୮୮୭ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହେନେରିକ୍ ରୁଡୋଲ୍‌ଫ୍ ହର୍ଜ୍ (Heinrich Rudolf Hertz ) ଏଭଳି ପରିଘଟଣା ପ୍ରଥମେ ଲକ୍ଷ୍ୟ କରିଥିଲେ । ସେ ସମୟରେ ଆଲୋକର ତରଙ୍ଗୀୟ ଗୁଣ ଉପରେ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ, ଯାହାକି ଏହି ପରିଘଟଣାକୁ ସଫଳତାର ସହିତ ବୁଝେଇ ପାରିଲା ନାହିାଁ ବରଂ ଆଲୋକର କଣିକା ରୂପଦ୍ୱାରା ଆଇନ୍‌ଷ୍ଟାଇନ୍ ଏହାର ସଫଳ ବ୍ୟାଖ୍ୟା କରିପାରିଥିଲେ । ୧୯୦୫ ମସିହାରେ "ଆଲୋକ-ବିଦ୍ୟୁତ୍ ପ୍ରଭାବ'କୁ ବୁଝାଇବାକୁ ଯାଇ ଆଇନ୍‌ଷ୍ଟାଇନ୍ ସ୍ପଷ୍ଟ କରିଦେଲେ ଯେ, ଆଲୋକ ଏଠାରେ ତରଙ୍ଗ ପରି ନୁହଁ ବରଂ କଣିକା ପରି ବ୍ୟବହାର କରେ ।

କ୍ୱାଣ୍ଟମ ମତବାଦ

ଆହୁରି ଦେଖନ୍ତୁ

  • ଫୋଟନ୍
  • ତରଙ୍ଗ-କଣିକା ଦ୍ୱେତ ମତବାଦ

ଆଧାର

ଅନ୍ୟ ୱେବ୍‌ସାଇଟ୍

Tags:

ଆଲୋକ ର ଗତିଆଲୋକ ବର୍ଣ୍ଣାଳିଆଲୋକ ସଂକ୍ରାନ୍ତୀୟ ଐତିହାସିକ ମତବାଦଆଲୋକ ଆହୁରି ଦେଖନ୍ତୁଆଲୋକ ଆଧାରଆଲୋକ ଅନ୍ୟ ୱେବ୍‌ସାଇଟ୍ଆଲୋକପଦାର୍ଥ ବିଜ୍ଞାନଶକ୍ତି

🔥 Trending searches on Wiki ଓଡ଼ିଆ:

ହନୁମାନ୨୦୨୨ ଫିଫା ବିଶ୍ୱକପ୍ଜଗନ୍ନାଥ ଦାସସାରଳା ଦାସରାଧାନାଥ ରାୟଉଇକିଖବରଭଜାନନ୍ଦିନୀ ଶତପଥୀଓଡ଼ିଶା ବିଧାନ ସଭାଶାମ୍ବ ଦଶମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଜଳ ପ୍ରଦୂଷଣପଞ୍ଚୁ ଫୁଟଣବରା୧ ମାର୍ଚ୍ଚମନମୋହନ ସାମଲ୧୪ ମାର୍ଚ୍ଚବିଜୟ ମିଶ୍ରଗୋଦାବରୀଶ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧ୧୭୩୧ଜୟୀ ରାଜଗୁରୁନଗର କୀର୍ତ୍ତନଦିସପୁରବ୍ୟାଟେରୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରନେଲସନ ମଣ୍ଡେଲାସଚ୍ଚିଦାନନ୍ଦ ରାଉତରାୟବିଜୁ ପଟ୍ଟନାୟକଓଆରଟିଦିନକାଳିନ୍ଦୀ ଚରଣ ପାଣିଗ୍ରାହୀଉଟିଆମ୍ଫେଟାମିନଛ ମାଣ ଆଠ ଗୁଣ୍ଠଜଗନ୍ନାଥଙ୍କ ବେଶଗ୍ରହଆଇସଲ୍ୟାଣ୍ଡଭାରତର ଜାତୀୟ ପତାକାକାନାଡ଼ାଜ୍ଞାନକୋଷଫାଇଲିନସୌର ଜଗତହରେକୃଷ୍ଣ ମହତାବଲଣ୍ଠନକ୍ରିଏଟିଭ କମନ୍ସଅରୁଣା ମହାନ୍ତିଜାପାନସତ୍ୟ ସାଇ ବାବାତାଜିକିସ୍ତାନଶ୍ରୀରାମ ପଣ୍ଡା୮ ମାର୍ଚ୍ଚରଥଯାତ୍ରାନୀଳମାଧବ ମନ୍ଦିରଆନ୍ତର୍ଜାତିକ ମହିଳା ଦିବସଦ୍ରୌପଦୀ ମୁର୍ମୁବେଙ୍ଗପ୍ରତୀକ୍ଷା୩୧ ମାର୍ଚ୍ଚମୌଳିକ ସଂଖ୍ୟାଅଟିଜିମ୍ ସ୍ପେକ୍ଟ୍ରମତୋ ପାଇଁ ନେବି ମୁଁ ଶହେ ଜନମସଚିନ ତେନ୍ଦୁଲକରମହୁଲପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ତ୍ରିଲୋଚନେଶ୍ଵର ମନ୍ଦିରପ୍ରତାପ କେଶରୀ ଦେଓବର୍ଷାମହାତ୍ମା ଗାନ୍ଧୀପଞ୍ଚଲିଙ୍ଗେଶ୍ଵର ମନ୍ଦିର🡆 More