ଅପର୍ଣ୍ଣା ପାଣିଗ୍ରାହୀ: ଓଡ଼ିଆ ଗାୟକ ଓ ବୀଣାକାର

ଅପର୍ଣ୍ଣା ପାଣିଗ୍ରାହୀ (୧୮୯୩-୧୯୩୬) ଜଣେ ସୁପ୍ରସିଦ୍ଧ ପୁରାତନ ଓଡ଼ିଶୀ ସଙ୍ଗୀତଜ୍ଞ, ଗାୟକ ଓ ଓଡ଼ିଶୀ ପରମ୍ପରାର ବୀଣାକାର । ସେ ଜଣେ ବିଶିଷ୍ଟ ଗ୍ରାମୋଫୋନ କଳାକାର ଥିଲେ । ଅଳ୍ପ ବୟସରୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ଅନ୍ଧ ହୋଇଯାଇଥିଲେ । ଏଥିପାଇଁ ଲୋକେ ତାଙ୍କୁ 'ଅନ୍ଧ ଆପନ୍ନା' ଓ 'ଉତ୍କଳର ସୁରଦାସ' ବୋଲି ଡାକୁଥିଲେ । ସେହି ସମୟରେ ସମଗ୍ର ଓଡ଼ିଶାର ସର୍ବଶ୍ରେଷ୍ଠ ବୀଣାକାର ଭାବେ ତାଙ୍କର ଖ୍ୟାତି ଥିଲା । ଓଡ଼ିଶୀ ସଙ୍ଗୀତର ଦକ୍ଷିଣ ଓଡ଼ିଶା ଶୈଳୀର ଜଣେ ପ୍ରମୁଖ କଳାକାର ଥିଲେ ଅପର୍ଣ୍ଣା ।

ଗାୟକ ଶିରୋମଣି

ଅପର୍ଣ୍ଣା ପାଣିଗ୍ରାହୀ

'ଉତ୍କଳର ସୁରଦାସ'
ଅପର୍ଣ୍ଣା ପାଣିଗ୍ରାହୀ: ଜୀବନୀ, ବୃତ୍ତି, ସଙ୍ଗୀତ
ଜନ୍ମ
ଅପର୍ଣ୍ଣା ପାଣିଗ୍ରାହୀ

୧୮୯୩ ମାର୍ଗଶିର ଶୁକ୍ଳ ଗୁରୁବାର
ନାଡ଼ସାଦ୍ରା, ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ
ପାରଳାଖେମୁଣ୍ଡିଠୁଁ ୮ କିଲୋମିଟର ଦୂରତାରେ ସ୍ଥିତ
ମୃତ୍ୟୁ୧୯୩୬
ପାରଳାଖେମୁଣ୍ଡି
ଜାତୀୟତାଅପର୍ଣ୍ଣା ପାଣିଗ୍ରାହୀ: ଜୀବନୀ, ବୃତ୍ତି, ସଙ୍ଗୀତ ଭାରତୀୟ
ଅନ୍ୟ ନାମଆପନ୍ନା ପାଣିଗ୍ରାହୀ, ଅନ୍ଧ ଆପନ୍ନା
ବୃତ୍ତିକଣ୍ଠଶିଳ୍ପୀ ଓ ସଙ୍ଗୀତବିଦ
ଉଲ୍ଲେଖନୀୟ କୃତି
  • ମୋ ନିଦ କେଣେ ଦେଲୁ ଭାଙ୍ଗି
  • ମନୁ ଯାଉ ନାହିଁ ମା
  • ରାଧାଧର ସୁମଧୁରା
  • ବ୍ରଜରାଜ ତନୟ ଗୁଣ ଗାଆରେ
ଶୈଳୀଓଡ଼ିଶୀ ସଙ୍ଗୀତ
Titleଉତ୍କଳର ସୁରଦାସ, ଅନ୍ଧ ଆପନ୍ନା
ପିତାମାତା(s)ଗୋପାଳ କୃଷ୍ଣ ପାଣିଗ୍ରାହୀ (ପିତା)
ରୂପମଞ୍ଜରୀ (ମାତା)
Notes
ପାରଳାଖେମୁଣ୍ଡିରେ ଅପର୍ଣ୍ଣା/ଆପନ୍ନା ଏକ ପୁରୁଷ ନାମ

ଜୀବନୀ

ଅପର୍ଣ୍ଣା ପାଣିଗ୍ରାହୀ ଓଡ଼ିଶାର ତତ୍କାଳୀନ ପାରଳାଖେମୁଣ୍ଡି ଏଷ୍ଟେଟର (ଆଧୁନିକ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସହର) କରଣ ସାହିରେ ୧୮୯୩ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ନଅ-ଦଶ ବର୍ଷ ହୋଇଥିବା ବେଳେ ସେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଅନ୍ଧ ହୋଇଯାଇଥିଲେ ।

ବୃତ୍ତି

ସେ ପାରଳାଖେମୁଣ୍ଡି ରାଜଦରବାରର ସଙ୍ଗୀତଜ୍ଞ, ଗାୟକ ଓ ବାଦକ ଭାବେ କାର୍ଯ୍ୟ କରିଥିଲେ ।

ସେ ନିଜ ବୁଢ଼ୀମା, ଧର୍ମପତ୍ନୀ ଓ ଦୁଇଗୋଟି ଝିଅଙ୍କ ସଙ୍ଗେ ରହୁଥିଲେ ।

ସଙ୍ଗୀତ

ବିଜୟନଗରର ସୂର୍ଯ୍ୟନାରାୟଣ ଓସ୍ତାଦଙ୍କ ଛଅ ସାତ ବର୍ଷ ପାରଳାଖେମୁଣ୍ଡି ରହଣି କାଳରେ ଅପର୍ଣ୍ଣା ତାଙ୍କଠାରୁ ବୀଣାବାଦନ ଶିକ୍ଷା କରିଥିଲେ । ସେ କଣ୍ଠସଂଗୀତ ସହ ବୀଣାବାଦନରେ ପଟୁତା ଲାଭକରିଥିଲେ ।

ଗ୍ରାମୋଫୋନ ରେକର୍ଡ଼

ସେ ପାଖାପାଖି ଆଠଗୋଟି ଗୀତ କଲିକତାର ଗ୍ରାମୋଫୋନ କମ୍ପାନୀ ପାଇଁ ରେକର୍ଡ଼ କରିଥିବା ଜଣାଯାଏ । ଏହି ମଧ୍ୟରୁ ତାଙ୍କର ରାଧାଧର ସୁମଧୁରା ଗୀତଟି ସେହି ସମୟର ଓଡ଼ିଶାରେ ପ୍ରସିଦ୍ଧି ଲାଭକରିଥିଲା । ସେ ପାରଳାଖେମୁଣ୍ଡିର ତତ୍କାଳୀନ ଓ ପୂର୍ବବର୍ତ୍ତୀ ଗଜପତି ରାଜାମାନଙ୍କ ରଚିତ ଅନେକ ଓଡ଼ିଶୀ ଗୀତ ଗାଇଛନ୍ତି । ତାଙ୍କର କେତେକ ଜଣାଶୁଣା ଗୀତ ହେଲା:

କ୍ରମଗୀତକବିସମୟ
1."ମୋ ନିଦ କେଣେ ଦେଲୁ ଭାଙ୍ଗି"ଗୋପାଳକୃଷ୍ଣ ପଟ୍ଟନାୟକ୨:୫୬
2."ବ୍ରଜରାଜ ତନୟ ଗୁଣ ଗାଆରେ"ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ୨:୫୭
3."ରାଧାଧର ସୁମଧୁରା"ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ଭଣିତ
୨:୫୬
4."ମନୁ ଯାଉ ନାହିଁ ମା"କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୨:୫୫
5."କୁଞ୍ଜକୁ ଯିବୁ ପରା"ଗୌରହରି ପରିଚ୍ଛା୨:୫୫
6."ରାଧା ଧରି ସଖୀ କର"ଅଭିମନ୍ୟୁ ସାମନ୍ତସିଂହାର୨:୫୫
7."ମୋହନ ମାଧୁରୀ ଦେଖିଥିଲା ନାରୀ"ଗୋପାଳକୃଷ୍ଣ ପଟ୍ଟନାୟକ୨:୫୮
8."ପ୍ରଣୟରେ ଦୁଃଖୀ ହୋଇ ପକ୍ଷ୍ମଳାକ୍ଷୀ"ଅଭିମନ୍ୟୁ ସାମନ୍ତସିଂହାର୨:୪୭

କିମ୍ବଦନ୍ତୀ

ଏକ କିମ୍ବଦନ୍ତୀ ଅନୁସାରେ ପୂର୍ବକାଳରେ ଏକ ଭ୍ରାନ୍ତ ଧାରଣା ଥିଲା ଯେ ଗ୍ରାମୋଫୋନରେ କଣ୍ଠ ରେକର୍ଡ଼ କରାଗଲେ ଗାୟକଙ୍କ କଣ୍ଠସ୍ୱର ଆଉ ରହିବ ନାହିଁ । ଦେଶରେ ନୂଆ ନୂଆ ଗ୍ରାମୋଫୋନ ଆସିଥିବାରୁ ଲୋକଙ୍କ ମଧ୍ୟରେ ଏହି ଅମୂଳକ ଭୟ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ବିଷୟରେ କୁହାଯାଏ ଯେ ସେ ଏହି କାରଣରୁ ଗ୍ରାମୋଫୋନ ରେକର୍ଡ଼ କରିବାରୁ ବିମୁଖ ଥିଲେ । ସେ ଅନ୍ଧ ଥିବାରୁ ଥରେ ରାଜଦରବାରରେ ତାଙ୍କ ଗାୟନ ବେଳେ ଜଣେ ଭବିଷ୍ୟତ ସଂରକ୍ଷଣ ଦୃଷ୍ଟିରୁ ତାଙ୍କର ଆଠଗୋଟି ଗୀତ ରେକର୍ଡ଼ କରିଦେଇଥିଲେ । ନିଜ କଣ୍ଠକୁ ଗ୍ରାମୋଫୋନରେ ଶୁଣି ଅତିଦୁଃଖିତ ହୋଇ ଅପର୍ଣ୍ଣାଙ୍କ ସ୍ୱର୍ଗବାସ ହୋଇଥିଲା ବୋଲି କୁହାଯାଏ ।[ଆଧାର ଲୋଡ଼ା]

ଏହି କିମ୍ବଦନ୍ତୀ ସମ୍ପୂର୍ଣ୍ଣ ଅମୂଳକ ମନେ ହୁଏ ଓ ଏହାର କୌଣସି ଆଧାର ଥିବା ଜଣାଯାଏ ନାହିଁ । ଅପର୍ଣ୍ଣାଙ୍କ ଇଚ୍ଛା ବିରୁଦ୍ଧରେ ରେକର୍ଡ଼ କରାଯାଇଥିଲେ ସମସ୍ତ ଗୀତ ଗ୍ରାମୋଫୋନର ସମୟ ସୀମା ଯାଏଁ ରେକର୍ଡ଼ ହୋଇଥିବା ଅତ୍ୟନ୍ତ ଅସମ୍ଭବ । ପୁଣି ରେକର୍ଡ଼ ନିମନ୍ତେ କଲିକତା ଯିବା ଆବଶ୍ୟକ ଥିଲା । ପାରଳାଖେମୁଣ୍ଡିର ରାଜଦରବାରରେ ରେକର୍ଡ଼ିଂ ପାଇଁ ଆବଶ୍ୟକ ଯନ୍ତ୍ରପାତି ଆସିବା କଥା ମଧ୍ୟ ଅସମ୍ଭବ ମନେ ହୁଏ ।[ଆଧାର ଲୋଡ଼ା]

ଗୋପାଳକୃଷ୍ଣଙ୍କ ରଚନା

କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ପାରଳାଖେମୁଣ୍ଡିର ଜଣେ ପୁରାତନ କବି । ସେ ସହସ୍ରାଧିକ ଓଡ଼ିଶୀ ଚଉପଦୀ, ଛାନ୍ଦ, ଜଣାଣ ଆଦି ରଚନା କରିଥିଲେ । ଅପର୍ଣ୍ଣା ଗୋପାଳକୃଷ୍ଣ ଅନେକ ଗୀତକୁ ଗାୟନ କରି ପ୍ରସିଦ୍ଧି ଲାଭ କରିଥିଲେ । ୧୯୧୯ ମସିହାରେ ଅପର୍ଣ୍ଣାଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ଏକ ଓଡ଼ିଶୀ ଗୀତ ଶୁଣି ଉତ୍କଳମଣି ଗୋପବନ୍ଧୁ ଦାସ ଅପର୍ଣ୍ଣାଙ୍କୁ ପାରଳାଖେମୁଣ୍ଡିରୁ ସାକ୍ଷୀଗୋପାଳକୁ ଆଣିଥିଲେ । ଅପର୍ଣ୍ଣା ତିନି ମାସ ଧରି ସାକ୍ଷୀଗୋପାଳର ବନବିଦ୍ୟାଳୟଠାରେ ଛାତ୍ରମାନଙ୍କୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ । ଗୋପାଳକୃଷ୍ଣଙ୍କ ରଚନା ମାଧ୍ୟମରେ ଅପର୍ଣ୍ଣା ଗାୟନ, ବୀଣା ବାଦନ, ବୋଲିଭଙ୍ଗୀ କବିତାର ଶୈଳୀ ଦର୍ଶାଇ ଓଡ଼ିଶୀ ସଙ୍ଗୀତ ଶିଖାଇଥିଲେ ।

ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀ

କଟକର ଉତ୍କଳ ସଙ୍ଗୀତ ସମାଜ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ଏହି ସଂସ୍ଥା ତରଫରୁ ଅପର୍ଣ୍ଣା ନିଖିଳ ଭାରତୀୟ ସଙ୍ଗୀତ ସମ୍ମିଳନୀକୁ ଯାଇଥିଲେ । ଏଠାରେ ଅପର୍ଣ୍ଣାଙ୍କ ବୀଣାବାଦନ ଓ ଗାୟନ ଶୁଣି ସମସ୍ତେ ତଟସ୍ଥ ହୋଇ ତାଙ୍କର ଅନେକ ପ୍ରଶଂସା କରିଥିଲେ ।

ପୁରୀ ଓ କଟକ

ଅପର୍ଣ୍ଣା ଅନେକ ଥର ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇ ସେଠାରେ ମାସମାସ ଧରି ରହୁଥିଲେ । ଏହି ରହଣିଗୁଡ଼ିକ ସମୟରେ ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଅପର୍ଣ୍ଣାଙ୍କଠାରୁ ଅଳ୍ପକାଳ ଧରି ସଙ୍ଗୀତ ଶିକ୍ଷା କରିଥିଲେ । କଟକର ସନ୍ଧ୍ୟାବେଳ ସଙ୍ଗୀତ ଆସରଗୁଡ଼ିକରେ ମଧ୍ୟ ଅପର୍ଣ୍ଣା ଭାଗ ନେଉଥିଲେ ।

ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀଙ୍କ ସଂଖ୍ୟା ଯଥୋଚିତ ନଥିଲା ବୋଲି ଅପର୍ଣ୍ଣାଙ୍କ ଜୀବନୀ ଆଲେଖ୍ୟର ରଚକ ପଣ୍ଡିତ ଲକ୍ଷ୍ମୀନାରାୟଣ ସାହୁ ମତ ସ୍ଥାପନ କରିଛନ୍ତି ।

ଅପର୍ଣ୍ଣାଙ୍କ ଏପରି ଗୁଣ ଥିଲା ସତ୍ୟ; କିନ୍ତୁ ଓଡ଼ିଶାରେ ଅପର୍ଣ୍ଣାଙ୍କ ଗୁଣଗ୍ରାହୀ ଲୋକ ଖୁବ୍ କମ୍ ଥିଲେ ।

ପରଲୋକ

କଲିକତାରେ ଗ୍ରାମୋଫୋନ ରେକର୍ଡ଼ ଦେଇ ଫେରୁଥିବାବେଳେ ଗାଡ଼ିରେ ତାଙ୍କୁ ଜ୍ୱର ହେଲା । ଘରେ ପହଞ୍ଚିଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କୌଣସି ପ୍ରକାର ଭୂସମ୍ପତ୍ତି ରଖିନଥିବାରୁ ତାଙ୍କ ବୁଢ଼ୀମା ଓ ଧର୍ମପତ୍ନୀ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନଯାପନ କରିଥିଲେ ।

ସଂରକ୍ଷଣ

କଟକର ପ୍ରସିଦ୍ଧ ଗ୍ରାମୋଫୋନ ରେକର୍ଡ଼ ସଙ୍ଗ୍ରାହକ ଇନ୍ଦ୍ରମଣି ସାହୁ ୧୯୪୯ରେ ଅପର୍ଣ୍ଣାଙ୍କ ଗୀତ ଶୁଣିବା ପରେ ରେକର୍ଡ଼ ସଙ୍ଗ୍ରହ କରିବା କଥା ବିଚାରିଥିଲେ । ସେତେବେଳକୁ ଅପର୍ଣ୍ଣାଙ୍କ ପରଲୋକ ହୋଇସାରି ତେର ବର୍ଷ ଗଲାଣି । ଗ୍ରାମୋଫୋନ ଯୋଗୁଁ ଅପର୍ଣ୍ଣାଙ୍କ ଭଳି କଣ୍ଠସ୍ୱର ଭବିଷ୍ୟତ ପାଇଁ ସୁରକ୍ଷିତ ହୋଇ ରହିବା ସେ ଅନୁଭବ କଲେ । ଏହି ଭାବନାଦ୍ୱାରା ଅଭିଭୂତ ହୋଇ ଇନ୍ଦ୍ରମଣି ରେକର୍ଡ଼ ସଙ୍ଗ୍ରହ କରିଚାଲିଲେ । ଇନ୍ଦ୍ରମଣିଙ୍କ ସଙ୍ଗ୍ରହରେ ଅଧୁନା ୪୫୦୦ରୁ ଅଧିକ ରେକର୍ଡ଼ ଅଛି ।

ପୂର୍ବକଥିତ ଅପର୍ଣ୍ଣାଙ୍କ ଆଠଗୋଟି ରେକର୍ଡ଼ ମଧ୍ୟରୁ ଚାରିଗୋଟି ଅଧୁନା ପୁନରୁଦ୍ଧାର ହୋଇ ୟୁଟ୍ୟୁବରେ ଉପଲବ୍ଧ ଅଛି । ଏହା ଓଡ଼ିଆମେଲୋଡ଼ି ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରାଯାଇଛି ।

ଅଧିକ ପଠନ

ଆଧାର

ବାହ୍ୟ ଲିଙ୍କ

Tags:

ଅପର୍ଣ୍ଣା ପାଣିଗ୍ରାହୀ ଜୀବନୀଅପର୍ଣ୍ଣା ପାଣିଗ୍ରାହୀ ବୃତ୍ତିଅପର୍ଣ୍ଣା ପାଣିଗ୍ରାହୀ ସଙ୍ଗୀତଅପର୍ଣ୍ଣା ପାଣିଗ୍ରାହୀ ଅଧିକ ପଠନଅପର୍ଣ୍ଣା ପାଣିଗ୍ରାହୀ ଆଧାରଅପର୍ଣ୍ଣା ପାଣିଗ୍ରାହୀ ବାହ୍ୟ ଲିଙ୍କଅପର୍ଣ୍ଣା ପାଣିଗ୍ରାହୀଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ଗୀତକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୯ ଜୁନରାଜକିଶୋର ରାୟସୁଗ୍ରୀବସଫ୍ଟୱେରଏମ ଏସ ସ୍ୱାମୀନାଥନରାଧାଦାମୋଦର ବେଶଗୋପୀନାଥ ଦାସଏମିତି ଭାଇ ଜଗତେ ନାହିଁବଳରାମ ଦାସଅଟଳ ପେନସନ ଯୋଜନାଓଡ଼ିଶାର ସଂସ୍କୃତିଓଡ଼ିଶାର କଳାଅଖିଳ ମୋହନ ପଟ୍ଟନାୟକକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ମନୋଜ ଦାସଙ୍କ କଥା ଓ କାହାଣୀମାନସିକ ଦୃଢ଼ତାମଟର ସାଇକେଲରବୀନ୍ଦ୍ରନାଥ ଠାକୁରଗଜପତି ମହାରାଜାମାୟାଧର ମାନସିଂହଓଡ଼ିଆ ଖାଦ୍ୟମଘା (ନକ୍ଷତ୍ର)ସେଇ ଝିଅଟିଉଦୟନାଥ ଷଡ଼ଙ୍ଗୀଓଡ଼ିଶାର ଇତିହାସସ୍ୱାମୀ ବିବେକାନନ୍ଦପଖାଳ ଦିବସମାରୀଚଓଡ଼ିଶୀତାରିଣୀ ମନ୍ଦିର, ଘଟଗାଁହେପାଟାଇଟିସରାମଶଙ୍କର ରାୟଆଷ୍ଟାଟାଇନବି. ଆର. ଆମ୍ବେଦକରପ୍ରଧାନ ପୃଷ୍ଠାପ୍ରଦୀପ ଦାଶବିଭୁ କିଶୋରଏକାଦଶୀଉତ୍କଳ ଦିବସରକ୍ତଅମରପୋଇଓଡ଼ିଶୀ ସଙ୍ଗୀତନବୀନ ପଟ୍ଟନାୟକଭାରତର ଜାତୀୟ ପ୍ରତୀକଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭକ୍ତ ଚରଣ ଦାସମହୁ ଚାଷଧନିଷ୍ଠା (ନକ୍ଷତ୍ର)ସୁଭାଷ ଚନ୍ଦ୍ର ବୋଷଇରଫାନ ପଠାଣଅନୁ ଚୌଧୁରୀମାନବ ଅଧିକାରର ସାର୍ବଜନୀନ ଘୋଷଣାବିଜୁ ପଟ୍ଟନାୟକରାବଣାନୁଗ୍ରହହରେକୃଷ୍ଣ ମହତାବଢମଣା ସାପମନମୋହନ ସାମଲପ୍ରାଣକୃଷ୍ଣ ପରିଜାଓଡ଼ିଆ ନାରୀ କବି ମାନଙ୍କ ତାଲିକା୨୬ ଜୁଲାଇଭୁବନେଶ୍ୱର୨୭ ଜୁଲାଇରଘୁନାଥ ପରିଚ୍ଛାହରିହର ବେଶବିରେନ ପଲେଇକାଳୀଚରଣ ପଟ୍ଟନାୟକମଧୁସୂଦନ ଦାସଶାନ୍ତନୁ କୁମାର ଆଚାର୍ଯ୍ୟ🡆 More