ଗୌରହରି ପରିଚ୍ଛା: ଓଡ଼ିଶୀ ସଙ୍ଗୀତଜ୍ଞ, କବି

ଗୌରହରି ପରିଚ୍ଛା (୧୭୯୪-୧୮୯୩, ମତାନ୍ତରରେ ୧୭୯୪-୧୮୮୪, ୧୭୯୮-୧୮୯୭ ଓ ପ୍ରମାଦପୂର୍ଣ୍ଣ ୧୮୨୯-୧୯୨୭) ଓଡ଼ିଶାର ଜଣେ ପୁରାତନ କବି । ପାରଳାଖେମୁଣ୍ଡିରେ ଜନ୍ମିତ । ସେ ରାଧାକୃଷ୍ଣ ସମ୍ବନ୍ଧିତ ଅନେକ ଚଉପଦୀ, ଛାନ୍ଦ ଓ କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଗୌରହରି କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ସେ ନିଜ ବୀଣାବାଦନ ନିମନ୍ତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ ।

ସାଧକ କବି

ଗୌରହରି ପରିଚ୍ଛା
ଗୌରହରି ପରିଚ୍ଛା: ଜୀବନ, ରଚନା, ସଙ୍ଗୀତ
ଜନ୍ମମାଘ ମାସ ତିଳ ସପ୍ତମୀ ୧୭୯୪
ପାରଳାଖେମୁଣ୍ଡି,ଗୋପିନୀ ସାହି, ଗଞ୍ଜାମ ଜିଲ୍ଲା,ବର୍ତ୍ତମାନର ଗଜପତି ଜିଲ୍ଲା ,ଓଡ଼ିଶା
ମୃତ୍ୟୁବୈଶାଖ ମାସ ଦଶମୀ ୧୮୮୪
ପାରଳାଖେମୁଣ୍ଡି
ଜାତୀୟତାଭାରତୀୟ
ବୃତ୍ତିକବି
ଉଲ୍ଲେଖନୀୟ କୃତି
ସନ୍ତାନଦାମୋଦର, ଦୟାନିଧି,ରାମଚନ୍ଦ୍ର
ପିତାମାତା(s)ରାମକୃଷ୍ଣ ପରିଚ୍ଛା ,ଡାଳିମ୍ବ ପରିଚ୍ଛା

ଜୀବନ

ସାଧକ କବି ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ସମସାମୟିକ ରଘୁନାଥ ପରିଚ୍ଛା ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ଜୀବନର ପ୍ରାୟ ୫୦ ବର୍ଷ ସେ ମଞ୍ଜୁଷାରେ କଟାଇଥିଲେ । ସେଠାରେ ସେ ବ୍ରହ୍ମ ଉତ୍ସବ ବେଳେ ସଂଗୀତ ସମାରୋହର ଆୟୋଜନ ପ୍ରଥମେ କରିଥିଲେ । ପରବର୍ତ୍ତୀ କାଳରେ ରାମାନନ୍ଦୀ ମତବାଦର ପ୍ରାବଲ୍ୟ ଘଟିବାରୁ ମଞ୍ଜୁଷା ଛାଡ଼ି ପାରଳା ଫେରି ଆସିଥିଲେ, ସେଠାରେ ରହି ସେ ମଞ୍ଜୁଷା ରାଜା ଜଗନ୍ନାଥ ରାଜମଣିଙ୍କ ନାମରେ ଅନେକ ଗୀତ ଭଣିତା କରିଛନ୍ତି ।

ସମୟ

ଗୌରହରିଙ୍କ ସମୟକୁ ନେଇ ଏକାଧିକ ଗବେଷକଙ୍କ ଏକାଧିକ ମତ ଦେଖାଯାଏ । ଏହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।

ଗବେଷକ ଡଃ ସୁଧାଂଶୁ ରଥ ଗୌରହରିଙ୍କୁ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ବୋଲି କୁହନ୍ତି । ଡଃ ରଥ ପାରଳାଖେମୁଣ୍ଡିର କିଛି ବୟସ୍କ ବ୍ୟକ୍ତିମାନଙ୍କ ମତାମତ ନେଇ ଗୌରହରିଙ୍କ ସମୟସୀମାକୁ ୧୭୯୪ ଖ୍ରୀଷ୍ଟାବ୍ଦ ଓ ୧୮୪୪ ଖ୍ରୀଷ୍ଟାବ୍ଦ ବୋଲି ତାଙ୍କର ଗବେଷଣା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।

ଗୌରଚରଣଙ୍କ ସହିତ ଭ୍ରମ

ଉଲ୍ଲେଖଯୋଗ୍ୟ ଯେ ଏକାଧିକ ଲେଖକ ପାରଳାର ଗୌରହରି ପରିଚ୍ଛାଙ୍କୁ ପୁରୀ ଜିଲ୍ଲାର କବି ଗୌରଚରଣ ଅଧିକାରୀଙ୍କ ସଙ୍ଗେ ସମାନ ବିଚାରିଛନ୍ତି । ଗୌରଚରଣଙ୍କ ଗ୍ରନ୍ଥାବଳୀଗୁଡ଼ିକରେ ଗୌରହରିଙ୍କ ଗୋଟି ଗୋଟି କବିତା ରହିଯାଇ ଥିବାରୁ ଏହା ଭ୍ରମ ସୃଷ୍ଟି କରୁଛି । ସ୍ଥାନେ ସ୍ଥାନେ ଉଭୟ କବି କେବଳ 'ଗୌର' ଶବ୍ଦଟି ଭଣିତାରେ ପ୍ରୟୋଗ କରିଥିବାରୁ ସେହି କବିତାଗୁଡ଼ିକରେ ପ୍ରମାଦ ରହୁଛି ।

ରଚନା

ଗୌରହରିଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ଗ୍ରନ୍ଥଗୁଡ଼ିକ ହେଲା- ବସ୍ତ୍ରାପହରଣ, ପ୍ରହ୍ଲାଦ ନାଟକଗୀତ ଗୋବିନ୍ଦ ଅନୁବାଦ । ଏହାଙ୍କ ଅଧିକାଂଶ ରଚନାର ଭଣିତାରେ ସେ ନିଜକୁ 'ଦ୍ୱିଜ ଗୌରହରି' ଭାବେ ଉଲ୍ଲେଖ କରିଛନ୍ତି ।

ପ୍ରହ୍ଲାଦ ନାଟକ

ଗୌରହରି ପ୍ରହ୍ଲାଦ ନାଟକଟି ଜଳନ୍ତରର ରାଜା ରାମକୃଷ୍ଣ ଛୋଟରାୟଙ୍କ ଉଦ୍ଦେଶ୍ୟରେ ରଚନା କରି ତାଙ୍କ ନାମରେ ତାହାକୁ ଭଣିଥିଲେ । ଏହା ପ୍ରହ୍ଲାଦ ନାଟକର ପ୍ରଥମ ଲିଖିତ ନାଟକ । ଏହାର ଅନୁସରଣରେ ପରବର୍ତ୍ତୀ ରାଜାମାନେ (ଯଥା ପଦ୍ମନାଭ ନାରାୟଣ ଦେବ) ନିଜ ନିଜ ଶୈଳୀରେ ପ୍ରହ୍ଲାଦ ନାଟକ ରଚନା କରିଛନ୍ତି ।

ମଧ୍ୟଯୁଗରେ ରାଜାମାନଙ୍କ ନାମରେ କବିମାନେ ଭଣତି କରି ଗୀତ ରଚନା କରିବା ଲୋକସମ୍ମତ ପ୍ରଥା ଥିଲା । ଗୌରହରି ସେହି ପ୍ରଥା ଅନୁସାରେ ରାମକୃଷ୍ଣଙ୍କ ନାମରେ ଭଣତି କରିଥିବା ଅସମ୍ଭବ ମନେ ହୁଏ ନାହିଁ ।

ଗୀତଗୋବିନ୍ଦ ଅନୁବାଦ

କବି ଗୀତଗୋବିନ୍ଦକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଆରେ ଅନୁବାଦ କରିଥିଲେ । ଏହି ଅନୁବାଦଟି ଲୋକପ୍ରିୟ ଛନ୍ଦଗୁଡ଼ିକରେ ରଚିତ । ଏହି ଅନୁବାଦ ଗ୍ରନ୍ଥକୁ ଗୌରହରି ଭାଷା ସଙ୍ଗୀତ ବିନୋଦ ନାମରେ ନାମିତ କରିଥିଲେ ।

ଅନ୍ୟାନ୍ୟ

ଅଷ୍ଟକାଲ ସେବା

ଏହା ଛଡ଼ା ସେ ଗୋଟିଏ ଗ୍ରନ୍ଥ ବଙ୍ଗଳା ଭାଷାରେ ଓଡ଼ିଆ ଲିପିରେ ରଚନା କରିଥିବା ଜଣାଯାଏ । ଏହି ଗ୍ରନ୍ଥଟିର ନାମ ଅଷ୍ଟକାଲ ସେବା

ଲକ୍ଷଣ ଚନ୍ଦ୍ରୋଦୟ

କବିଙ୍କର ଅନ୍ୟ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ ।

ଲକ୍ଷଣ ଚନ୍ଦ୍ରୋଦୟ ନାମକ ଏକ ଗ୍ରନ୍ଥ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ଲିଖିତ ଓ ସୁପ୍ରସିଦ୍ଧ । ତେବେ ଗୌରହରିଙ୍କ ଲକ୍ଷଣଚନ୍ଦ୍ରୋଦୟ ଲେଖିଥିବା ତଥ୍ୟ ପ୍ରମାଦପୂର୍ଣ୍ଣ ନା ଏହା ଅନ୍ୟ ଏକ କୃତି ଏଥିଲାଗି ଅଧିକ ଗବେଷଣା ହୋଇନାହିଁ ।

ସଙ୍ଗୀତ

ଗୌରହରିଙ୍କ ରଚିତ ସମସ୍ତ ଗୀତିକବିତାଗୁଡ଼ିକ ଗଞ୍ଜାମ, ରାୟଗଡା ଅଞ୍ଚଳ ଓ ବିଶେଷତଃ ପାରଳାଖେମୁଣ୍ଡିରେ ସୁପ୍ରଚଳିତ । ପାରଳାଖେମୁଣ୍ଡିର ଅତିପ୍ରସିଦ୍ଧ ଗାୟକ 'ଅନ୍ଧ ଆପନ୍ନା' ଅପର୍ଣ୍ଣା ପାଣିଗ୍ରାହୀଙ୍କ କଣ୍ଠରେ ଗୌରହରିଙ୍କ 'କୁଞ୍ଜକୁ ଯିବୁ ପରା' ଅତି ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ତରୁଣ ବୟସରେ ରେକର୍ଡ଼ କରାଯାଇଥିବା ଗୌରହରିଙ୍କ ସଂକୀର୍ତ୍ତନ 'ଜୟ ଗୋକୁଳ ମଙ୍ଗଳ ମଧୁହାରି' ଓ ଓଡ଼ିଶୀ ଚଉପଦୀ 'ଆସିବେଟି ଶ୍ରୀହରି ବରନାଗରୀ' ଉଲ୍ଲେଖଯୋଗ୍ୟ ।

ସମ୍ପୂର୍ଣ୍ଣ ସୂଚୀ

ବିରଳତା ଦୃଷ୍ଟିରୁ ଗୌରହରି ଗ୍ରନ୍ଥାବଳୀର ପୁରାତନ ସଂସ୍କରଣରେ ପ୍ରକାଶିତ ହୋଇଥିବା ସମସ୍ତ ଚଉପଦୀ କବିତାଗୁଡ଼ିକର ସୂଚୀ ତଳେ ପ୍ରଦାନ କରାଯାଇଛି । ଏହି ସଂସ୍କରଣ

ଗୀତ ରାଗ ତାଳ ବିଷୟ ବୈଶିଷ୍ଟ୍ୟ
ପରାଣ ମିତ ଜାଣିଲି ତୋର ଚିତ୍ତ ରାଧା ପ୍ରତି ସଖୀ
ଶୁଣ ଶୁଣ ମୋର ବଚନ ଆହେ ଘନଶ୍ୟାମ ଭୈରବୀ କୃଷ୍ଣ ପ୍ରତି ସଖୀ
ଗଲି କି ଯୋଗରେ ପଡ଼ିଗଲି ତା ଆଗରେ ମା ସଖୀ ପ୍ରତି ରାଧା
କାହିଁରେ କହିବି ମରମ ଦୁଃଖକୁ ସଖୀ ପ୍ରତି ରାଧା
କରି ଥାଇ ଯେ ଯାହା ସଙ୍ଗେ ପ୍ରୀତିକି ସାବେରୀ ରାଧା ପ୍ରତି ସଖୀ
ରସରଙ୍ଗି ତୋ ଇଙ୍ଗିତ ବଚନେ ଶ୍ରୀ ରାଧା ପ୍ରତି ସଖୀ ପାରଳା ମହାରାଜଙ୍କ ନାମରେ ଭଣିତ ।
କି କହିବି ସେ ଘନଜଘନୀ ବେଦନା ଜୁଝାବତୀ କୃଷ୍ଣ ପ୍ରତି ସଝୀ ଶ୍ରୀନିବାସ ରାଜମଣିଙ୍କ ନାମରେ ଭଣିତ ।
ସାରିଦେଲାଣି ଶମ୍ବରାରିରେ କିଶୋରି ଭୈରବୀ ରାଧା ପ୍ରତି ସଖୀ
କରୁଣାବତୀ କରୁଣା ଊଣା କଲିକୁ ବିଚାରି ବେହାଗ ବିଦେଶଚିନ୍ତା
ପ୍ରସଙ୍ଗକୁ ସିନା କହିଲିରେ ନବୀନା ମୁଖାରୀ ତ୍ରିପୁଟା ରାଧା ପ୍ରତି ସଖୀ
ଶୁଣ ହେ ଶ୍ରୀହରି ତୁମ୍ଭଙ୍କୁ କିଶୋରୀ କୃଷ୍ଣ ପ୍ରତି ସଖୀ
କେ ଜାଣି ଥିଲା ଏ କଥାରେ ସୁକେଶୀ ଆନନ୍ଦଭୈରବୀ ତ୍ରିପୁଟା ରାଧା ପ୍ରତି ସଖୀ
ହୋଇଥାରେ ବେଶ କୁଞ୍ଜକୁ ଯିବୁ ପରା ଭୈରବୀ ରୂପକ ରାଧା ପ୍ରତି ସଖୀ
କହିବା କଥା ସେ ନୁହଇ ଆରେ ସହି ଧନାଶ୍ରୀ ସଖୀ ପ୍ରତି ରାଧା
ସରି ଏତିକି ହେ ଶ୍ୟାମ ତୁମ୍ଭ ସ୍ନେହ କାମୋଦୀ ତ୍ରିପୁଟା କୃଷ୍ଣ ପ୍ରତି ରାଧା
ଆସିବେ ଆଉକି କାନ୍ତ ମୋର ପାଶକୁ କେଦାରଗୌଡ଼ା ସଖୀ ପ୍ରତି ରାଧା ଜଗନ୍ନାଥ ରାଜଙ୍କ ନାମରେ ଭଣିତ ।
ଜନେ ହସାଇବା ଯୁକତିକି ଏହା କାମୋଦୀ କୃଷ୍ଣ ପ୍ରତି ସଖୀ

ଆଧାର

Tags:

ଗୌରହରି ପରିଚ୍ଛା ଜୀବନଗୌରହରି ପରିଚ୍ଛା ରଚନାଗୌରହରି ପରିଚ୍ଛା ସଙ୍ଗୀତଗୌରହରି ପରିଚ୍ଛା ସମ୍ପୂର୍ଣ୍ଣ ସୂଚୀଗୌରହରି ପରିଚ୍ଛା ଆଧାରଗୌରହରି ପରିଚ୍ଛାଓଡ଼ିଶୀ ସଙ୍ଗୀତଗୋପାଳକୃଷ୍ଣ ପଟ୍ଟନାୟକପାରଳାଖେମୁଣ୍ଡି

🔥 Trending searches on Wiki ଓଡ଼ିଆ:

ଲିଙ୍ଗରାଜ ମନ୍ଦିରଗର୍ଭାବସ୍ଥାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଲକ୍ଷ୍ମଣ ନାୟକଚନ୍ଦ୍ରଶେଖର ରଥଆଣ୍ଡୋରାଡାଲଟେପାରିନଆନ୍ତ୍ରିକ ଅବରୋଧଉଇକିପିଡ଼ିଆଉଜବେକିସ୍ତାନକୁମାରିଲ ଭଟ୍ଟଶୁଆଗଞ୍ଜାମ ଜିଲ୍ଲାସାରଳା ଦାସ୪ ମାର୍ଚ୍ଚଅବକାଶ ବେଶସିଙ୍ଗାପୁରବେଦଭାରତୀୟ ମୁଦ୍ରାଔଷଧୀୟ ବୃକ୍ଷଲତାwiki.phtmlଜୟୀ ରାଜଗୁରୁକୋରାପୁଟନରେନ୍ଦ୍ର ମୋଦୀଭାରତୀୟ ଡାକ ସେବାୟୁ ଟ୍ୟୁବବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହାଡ଼ସୁବୋଧ ପଟ୍ଟନାୟକଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣମାୟାଧର ମାନସିଂହଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରକାଳୀଚରଣ ପଟ୍ଟନାୟକବ୍ରୋଙ୍କିଓଲାଇଟିସଗ୍ରହମିଳିମିଳାଅଭିମନ୍ୟୁଓଡ଼ିଶାର ସଂସ୍କୃତିହୋଲି୧୭୮୬କନଫୁସିଅସବାଦକବିସୂର୍ଯ୍ୟ ବଳଦେବ ରଥଯୁଗଳ କିଶୋର ପଟ୍ଟନାୟକମଦନମୋହନ ମିଶ୍ରନରୱେମହୁଲମହାଭାରତଓଡ଼ିଶା ବିଧାନ ସଭାମଙ୍ଗଳପାର୍ବତୀ ଘୋଷନବଗୁଞ୍ଜରଗୋପୀନାଥ ମହାନ୍ତିଶ୍ରୀରାଧାଓଡ଼ିଶାର ପର୍ବପର୍ବାଣିମାଂସର ବିଳାପକାହ୍ନୁଚରଣ ମହାନ୍ତିମାଙ୍ଗାନିଜଅଟିଜିମ୍ ସ୍ପେକ୍ଟ୍ରମସାଇପ୍ରସଭାରତ ରତ୍ନକାଳିଜାଈମାଳତୀ ଚୌଧୁରୀ୧୯୯୩ଆଜରବୈଜାନପ୍ରଦୀପ କୁମାର ଅମାତକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଦଣ୍ଡ ନାଟଭାରତୀୟ ମହିଳା🡆 More