ମିଳିମିଳା

ମିଳିମିଳା (ଇଂରାଜୀରେ ମିଜିଲ୍‌ସ ବା ରୁବିଓଲା ବା ରେଡ ମିଜିଲ୍‌ସ ଯଥାକ୍ରମେ Measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ ।

ମିଳିମିଳା
ମିଳିମିଳା
ଚାରି ଦିନ ଧରି ମିଳିମିଳା ଭୋଗୁଥିବା ଜଣେ ପିଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B05.
ଆଇସିଡ଼ି-୯-ସିଏମ୍055
ରୋଗ ଡାଟାବେସ7890
ମେଡ଼ିସିନ-ପ୍ଲସ001569
ଇ-ମେଡ଼ିସିନderm/259 emerg/389 ped/1388
Patient UKମିଳିମିଳା
MeSHD008457
ମିଳିମିଳା ଭିଡିଓ

ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ ।

ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । ପାଟି ଜଳ‌ଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ ।

ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୮୦ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ ।

ରୋଗର ଲକ୍ଷଣ

ଏହାର ଲକ୍ଷଣଗୁଡିକ ଭୁତାଣୁ ଶରୀରରେ ପ୍ରବେଶ କରିବାର ପାଖାପାଖି ୧୦ରୁ ୧୪ ଦିନ ପରେ ଜଣା ପଡିଥାଏ।

ପୂର୍ବତଥ୍ୟ ଅନୁଯାୟୀ ଚାରି ଦିନ ଜ୍ୱର, କାଶ, ଥଣ୍ଡା ହୋଇ ମୁଣ୍ଡ ବିନ୍ଧା, ଛିଙ୍କ , ନାଲି ଆଖି, ଚର୍ମରେ ଦାଗ ପଡ଼ିବା ସହିତ ଜ୍ୱର ଲାଗିରହିଥାଏ ।

ଜ୍ୱର ସାଧାରଣତଃ ଗୋଟିଏ ସପ୍ତାହ ଧରି ଲାଗିରହିଥାଏ । ଜ୍ୱର ବଢ଼ିବଢ଼ି ୪୦ ଡ଼ିଗ୍ରୀ ମଧ୍ୟ ହୋଇପାରେ ।

ପାଟି ଭିତରେ ଗାଲରେ ଧଳା ଚିହ୍ନ ମଧ୍ୟ ମିଳିମିଳାର ଲକ୍ଷଣ ଅଟେ।

ଆଧାର

Tags:

Roseolaଅନ୍ଧତ୍ୱଇଂରାଜୀଜ୍ୱରତରଳ ଝାଡ଼ାନିମୋନିଆ

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ଦାସଗଣିତକରୁଣାକର କରମକର ସଂକ୍ରାନ୍ତିଶ୍ୱେତସାରଗଜପତି ମହାରାଜାମାଳିକାନେଲସନ ମଣ୍ଡେଲାଦ୍ରୌପଦୀନବ ଚରଣ ମାଝି୧୩୯୧ରାଣୀ ମୁର୍ମୁଭାରତୀୟ ଭୋଜନବଲାଙ୍ଗୀରବୀଜାଣୁରତି ରଞ୍ଜନ ମିଶ୍ରତୁଳସୀ ଚଉରା୧୫ ମାର୍ଚ୍ଚଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଭୋଦେଇ ଓଷାବ୍ୟୋମକେଶ ରାୟରାଧାନାଥ ରାୟ୧୫୨୫ଖାରବେଳ ସ୍ୱାଇଁଉଇକିକମନ୍ସଜଳବାୟୁପ୍ରସବକାଞ୍ଜିଅଅଁଳା ଓଷାଗୋଦାବରୀଶ ମିଶ୍ରଫତୁରାନନ୍ଦଶିଶୁ ଅନନ୍ତ ଦାସଭାରତ-ଚୀନ ସୀମା ବିବାଦକଲରାପତରିଆ ବାଘଜଗନ୍ନାଥ ମନ୍ଦିରଭାରତର ଜାତୀୟ ପତାକା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଚିନ୍ତାମଣି ବେହେରାପଖାଳଶରତ କୁମାର ମହାନ୍ତିଓଡ଼ିଶାର ଲୋକନୃତ୍ୟ୪ ମାର୍ଚ୍ଚଓଡ଼ିଶାର ପର୍ବପର୍ବାଣିଦେବୀପ୍ରସନ୍ନ ପଟ୍ଟନାୟକଆତପଦାହଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହା ଶିବରାତ୍ରିଅଂଶୁପା ହ୍ରଦସିପାହୀ ବିଦ୍ରୋହଇଂରାଜୀ ଭାଷାସେସିଲିଆ ପେଇନ-ଗାପୋସ୍ଚକିନମନୋରଞ୍ଜନ ଦାସସୁରେନ୍ଦ୍ର ମହାନ୍ତିଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଗୀତା ଦାଶବ୍ୟାଙ୍କକଇଁସାରିରାମାୟଣଇମେଲଅଭିମନ୍ୟୁ ସାମନ୍ତସିଂହାରଗୋଦାବରୀଶ ମହାପାତ୍ରବିଜୟ ମହାନ୍ତିୟୁ ଟ୍ୟୁବଇନ୍ଦ୍ରଇଷ୍ଟ ଇଣ୍ଡିଆ କମ୍ପାନୀଡେଭିଡ କାମେରନରାମଚନ୍ଦ୍ର ବେହେରା🡆 More