ଗୀତା ଦାଶ: ଓଡ଼ିଆ ଗାୟିକା

ଗୀତା ଦାଶ ଜଣେ ଓଡ଼ିଆ ଗାୟିକା । ସେ ଉଭୟ ମଞ୍ଚ ଓ ପ୍ରଚ୍ଛଦପଟ୍ଟ ଗୀତ ଗାଆନ୍ତି । ସେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି । ହଜାରରୁ ଅଧିକ ମଞ୍ଚରେ ସେ ପରିବେଷଣ କରିଛନ୍ତି । ଓଡ଼ିଆ ଗୀତ ସହ ସେ ମଧ୍ୟ ବଙ୍ଗଳା ଚଳଚ୍ଚିତ୍ର, ହିନ୍ଦୀ ଧାରାବାହିକ, ଏବଂ ଡ଼ିଡ଼ି ମେଟ୍ରୋ ଦିଲ୍ଲୀରେ ସଂଗୀତ ପରିବେଷଣ କରିଛନ୍ତି ।

ଗୀତା ଦାଶ
ଜନ୍ମ (1962-12-24) ୨୪ ଡିସେମ୍ବର ୧୯୬୨ (ବୟସ ୬୧)
କଟକ
ପେଷାଗାୟିକା
କାର୍ଯ୍ୟକାଳ୧୯୭୭ -

ଜୀବନୀ

ବ୍ୟକ୍ତିଗତ ଜୀବନ

ଗୀତା ଦାଶଙ୍କର ଜନ୍ମସ୍ଥାନ କଟକ । ତାଙ୍କ ପିତାଙ୍କ ପୌତୃକ ଗ୍ରାମ ନୟାଗଡ଼ ଜିଲ୍ଲାର ବିରାଡ଼ିହି । ତାଙ୍କ ପିତାଙ୍କ ନାମ ଥିଲା ହରିହର ମିଶ୍ର ଓ ମାତାଙ୍କ ନାମ ରତ୍ନମଣୀ ମିଶ୍ର । ତାଙ୍କ ବାପା ଚାହୁଁନଥିଲେ ସେ ଜଣେ ଗାୟିକା ହୁଅନ୍ତୁ । ତାଙ୍କ ମାଙ୍କ ପ୍ରୋତ୍ସାହନ ଯୋଗୁ ସେ ଗାୟିକା ହୋଇପାରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀ ପ୍ରଦୀପ କୁମାର ଦାଶଙ୍କର ମଧ୍ୟ ତାଙ୍କ ଗୀତ ଗାଇବା ପାଇଁ ସମର୍ଥନ ଥିଲା । ସେ ନିଜ ସ୍ୱାମୀ ଓ ତିନି ଝିଅଙ୍କ ସହିତ ଭୁବନେଶ୍ୱରରେ ରହନ୍ତି ।

ସଙ୍ଗୀତ ଜୀବନ

ଗୀତା ପ୍ରଥମେ ୧୦ ବର୍ଷ ବୟସରେ ସମ୍ବଲପୁର ଆକାଶବାଣୀରୁ ତାଙ୍କ ସଙ୍ଗୀତ ପରିବେଷଣ କରିଥିଲେ । ଗୀତଟି ଥିଲା "ଆଈ ବାଛୁଥିଲା ଖଇ" । କ୍ଷୀରୋଦ ଚନ୍ଦ୍ର ପୋଥାଳ ଏହି ଗୀତଟିକୁ ଲେଖିଥିଲେ । ୧୯୭୭ ମସିହାରେ ଗୀତା ସେତେବେଳର ଲୋକପ୍ରିୟ ମେଲୋଡ଼ି ଦଳ ହବିବ ମେଲୋଡ଼ିରେ ଯୋଗ ଦେଇଥିଲେ । ହବିବ ମେଲୋଡ଼ିରେ ଗୀତ ଗାଇବାପରେ ସେ ଲୋକଲୋଚନକୁ ଆସି ପାରିଥିଲେ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କୁ ନିଜ ଗୀତରେ କଣ୍ଠଦାନ କରେଇବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ୧୯୮୧ରେ ସେ ଆକାଶବାଣୀ କଟକରେ ଗାଇଥିଲେ । ୧୯୮୨ରେ ସେ ପ୍ରଥମେ ଛଅମାଣ ଆଠ ଗୁଣ୍ଠ ଚଳଚ୍ଚିତ୍ରରେ ପ୍ରଛଦପଟ ଗାୟିକା ଭାବେ କଣ୍ଠଦାନ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର 'ସାତ କଳସ ଆଠ ଦିଗ'ରେ ନିଜ କଣ୍ଠଦାନ କରିଥିଲେ । ୧୯୮୫ରେ ସେ ଦୂରଦର୍ଶନରେ ନିଜ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ସେ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି । ପାଞ୍ଚଥର ନିଜ ସଂଗୀତ ପାଇଁ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।

ସମ୍ମାନ ଓ ପୁରସ୍କାର

ଆଧାର

ଅଧିକ ତଥ୍ୟ

Tags:

ଗୀତା ଦାଶ ଜୀବନୀଗୀତା ଦାଶ ସମ୍ମାନ ଓ ପୁରସ୍କାରଗୀତା ଦାଶ ଆଧାରଗୀତା ଦାଶ ଅଧିକ ତଥ୍ୟଗୀତା ଦାଶ

🔥 Trending searches on Wiki ଓଡ଼ିଆ:

ଅଷ୍ଟ୍ରେଲିଆରାସନ କାର୍ଡ଼ (ଭାରତ)ରେ ଆତ୍ମନ୍ ନିଦ୍ରା ପରିହରିଦଣ୍ଡ ନାଟଜର୍ମାନୀଧରିତ୍ରୀଯମୁନାଶିଶୁ ଅନନ୍ତ ଦାସବନମାଳୀ ଦାସପଖାଳମୁସଲମାନମାଗୁଣିର ଶଗଡ଼ଇଟାକ୍ରାଇନିକ ଏସିଡଶମୀ୨୭ ଅପ୍ରେଲତ୍ରିପୁରା ମିଶ୍ରଗୁଗଲସୁରେନ୍ଦ୍ର ମହାନ୍ତିଶିବଗୁପଚୁପଚିତ୍ତରଞ୍ଜନ ଦାସୟୁ ଟ୍ୟୁବରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେପଞ୍ଚସଖା୨୧ସୀତାଦାସିଆ ବାଉରୀନଇ ଆରପାରିତପସ୍ୱିନୀପି. ସାଇନାଥଭାରତ ଛାଡ଼ ଆନ୍ଦୋଳନଓମ୍ରୋନାଲ୍ଡ ରେଗନମୀନ (ମାସ)ଅଜନ୍ତା ଗୁମ୍ଫାପଠାଣି ସାମନ୍ତକମ୍ପ୍ୟୁଟରଅଳକାକଳାପାହାଡ଼ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାମନୋଜ ଦାସଙ୍କ କଥା ଓ କାହାଣୀଅଶୋକ (ଗଛ)ଉତ୍ତମ ମହାନ୍ତିପାଲାଆଡାମ୍ ସ୍ମିଥ୍ବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନମୋହ‌ନ ଲାଲ୧ମ ଓଡ଼ିଶା ବିଧାନ ସଭାଇଲେକ୍ଟ୍ରୋନିକ କମର୍ସସଚ୍ଚିଦାନନ୍ଦ ରାଉତରାୟକେନ୍ଦୁଝର ଜିଲ୍ଲାଗୋପୀନାଥ ବାଗଦୀନକୃଷ୍ଣ ଦାସଅଗ୍ନ୍ୟାଶୟ ଅକ୍ଷମତାନୀଳମାଧବ ମନ୍ଦିରଛାନ୍ଦଲିଙ୍ଗରାଜ ମନ୍ଦିରସତ୍ୟବାଦୀ ବନ ବିଦ୍ୟାଳୟକଳାକଳେବର ଚଉତିଶାକ୍ରିଏଟିଭ କମନ୍ସଆଇଓଏସଉତ୍କଳ ଦିବସକାନାଡ଼ାବିଶ୍ୱନାଥ କରମନୋଜ ଦାସସ୍ୱାଧୀନତା ଦିବସ‌ (ଭାରତ)ଭାରତୀୟ ସମ୍ବିଧାନଅର୍ଥଶାସ୍ତ୍ରପ୍ରତୀକ୍ଷାଜୟପୁର, କୋରାପୁଟକ୍ଷୀର🡆 More