ଇଲେକ୍ଟ୍ରୋନିକ କମର୍ସ

ଇଲେକ୍ଟ୍ରୋନିକ କମର୍ସ (ସାଧାରଣତ ଇ-କମର୍ସ (e-commerce ବା e-comm) ଭାବେ ଜଣାଶୁଣା) ଅଥବା ଇଲେକ୍ଟ୍ରୋନିକ ବିପଣନ ଇଣ୍ଟରନେଟ କିମ୍ବା ଅନ୍ୟାନ୍ୟ କମ୍ପ୍ୟୁଟର ନେଟୱର୍କ ଜରିଆରେ କୌଣସି ଉତ୍ପାଦର କିଣାବିକାକୁ ବୁଝାଇଥାଏ । ଇଲେକ୍ଟ୍ରୋନିକ ଇ-କମର୍ସ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର, ସପ୍ଲାଇ ଚେନ ମାନେଜମେଣ୍ଟ, ଇଣ୍ଟରନେଟ ମାର୍କେଟିଂ, ଅନଲାଇନ ଟ୍ରାଞ୍ଜେକସନ ପ୍ରସେସିଂ, ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ (EDI), ଇନଭେଣ୍ଟରି ମାନେଜମେଣ୍ଟ ସିଷ୍ଟମ ଆଉ ସ୍ୱୟଂଚାଳିତ ଡାଟା କଲେକସନ ସିଷ୍ଟମ ଆଦି ଟେକନୋଲୋଜିର ବ୍ୟବହାର କରିଥାଏ । ଯଦିଓ ଏହା ଅନେକ ଗୁଡିଏ ଟେକନୋଲୋଜି ଯଥା; ଇ-ମେଲ, ମୋବାଇଲ ଉପକରଣ ଓ ଟେଲିଫୋନ ଆଦିର ବ୍ୟବହାର କରିଥାଏ ତେବେ ଆଧୁନିକ ଇଲେକ୍ଟ୍ରୋନିକ କମର୍ସ ସାଧାରଣତ ୱାର୍ଲଡ଼ ୱାଇଡ଼ ୱେବ ବ୍ୟବହାର କରି ଅର୍ଥ-ପରିବହନ (ଟ୍ରାଞ୍ଜେକସନ)ର ଜୀବନକାଳ ବ୍ୟବହାର କରିଥାଏ ।

ଇଲେକ୍ଟ୍ରୋନିକ କମର୍ସ ସାଧାରଣତ ଇ-ବିଜନେସର ଏକ ବିପଣନ ଭାଗ ଭାବରେ ପରିଗଣିତ ହୋଇଥାଏ । ଏହା ଆର୍ଥିକ ଓ ଅର୍ଥ ଦେବାରେ ସହଯୋଗ କରିବା ନିମନ୍ତେ ଡାଟା ବିନିମୟକୁ ନେଇ ଗଢ଼ା ।

ଇ-କମର୍ସ ତଳଲିଖିତ ଉପବିଭାଗରେ ବିଭାଜିତ:

  • ଇ-ଟେଲିଂ ଅଥବା ୱେବସାଇଟ ମାନଙ୍କରେ "ଭର୍ଚୁଆଲ ଷ୍ଟୋରଫ୍ରଣ୍ଟ" ଅନଲାଇନ କାଟାଲଗମାନ, ବେଳେବେଳେ ଏହାକୁ ଏକାଠି କରି ଭର୍ଚୁଆଲ ମଲ ତିଆରି କରାଯାଇଥାଏ
  • ୱେବକଣ୍ଟାକ୍ଟରୁ ଜନସାଂଖିକ ଡାଟା ଏକାଠି କରିବା
  • ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ (EDI), ବିଜନେସ-ଟୁ-ବିଜନେସ ଡାଟା ବିନିମୟ
  • ଇ-ମେଲ ଓ ଫାକ୍ସ ଓ କ୍ରେତାମାନଙ୍କଠାରେ ପହଞ୍ଚିବା ନିମନ୍ତେ ମିଡ଼ିଆର ବ୍ୟବହାର (ଯଥା: ନିଉଜଲେତର)
  • ବିଜନେସ-ଟୁ-ବିଜନେସ କିଣାବିକା
  • ବିଜନେସ ଅର୍ଥ-ସରବରାହ (ଟ୍ରାଞ୍ଜେକସନ)

ଇତିହାସ

ସମୟକାଳ

ତଳେ ଇ-କମର୍ସର ସମୟକାଳ ଦିଆଯାଇଛି ।

  • ୧୯୭୯: ମାଇକେଲ ଆଲଡ୍ରିଚ ଅନଲାଇନ ସପିଂର ଉଦଭାବନ କରିଥିଲେ
  • ୧୯୮୧: ଇଂଲଣ୍ଡର ଥମସନ ହଲିଡେଜ ପ୍ରଥମ B2B ଅନଲାଇନ କିଣାବିକା[ଆଧାର ଲୋଡ଼ା]
  • ୧୯୮୨: ମିନିଟେଲ, ଫ୍ରାନ୍ସ ସାରା ଫ୍ରାନ୍ସ ଟେଲିକମ ଦେଶସାରା ପ୍ରାଚିତ କରାଯାଇଥିଲା ଓ ଅନଲାଇନ ଅର୍ଡ଼ର ଦେବାପାଇଁ ବ୍ୟବହାର ହୋଇଥିଲା ।
  • ୧୯୮୪: ଗେଟ୍ସହେଡ଼ SIS/ଟେସକୋ ପ୍ରଥମ B2C ଅନଲାଇନ କିଣାବିକା କମ୍ପାନି ଓ ୭୨ ବର୍ଷୀୟା ଶ୍ରୀମତି ସ୍ନୋବଲ ପ୍ରଥମ ଘରୁ ଅନଲାଇନ ଯୋଗେ କିଣିଥିବା ପ୍ରଥମ କ୍ରେତା
  • ୧୯୮୪: ଜଏପ୍ରିଲ ୧୯୮୪ରେ କମ୍ପୁସର୍ଭ ଆମେରିକା ଓ କାନାଡ଼ାରେ ଇଲେକ୍ଟୋନିକ ମଲର ଆରମ୍ଭ କରିଥିଲା । ଏହା ପ୍ରଥମ ଇଲେକ୍ଟ୍ରୋନିକ ବଣିଜ ସେବା ।
  • ୧୯୮୫: ନିସାନ ଇଉ.କେ. ଡିଲରମାନଙ୍କଠାରୁ ନେଇ ଗରାଖମାନଙ୍କୁ କାର ଓ ଫାଇନାନ୍ସ କ୍ରେଡ଼ିଟ କାର୍ଡ଼ ବିକିଥାଏ ।[ଆଧାର ଲୋଡ଼ା]
  • ୧୯୯୨: ଟିମ ବର୍ଣ୍ଣର୍ସ-ଲି ନେକ୍ସଷ୍ଟେପ କମ୍ପ୍ୟୁଟର ବ୍ୟବହାର କରି RoboBOARD/FXରେ ପ୍ରଥମ ୱେବ ବ୍ରାଉଜର, ୱାର୍ଲ୍ଡ ୱାଇଡ଼ ୱେବର କୋଡ଼ ଲେଖିଥିଲେ ।
  • ୧୯୯୨: ଟେରି ବ୍ରାଉନେଲ ପ୍ରଥମ ସମ୍ପୂର୍ଣ୍ଣ ଗ୍ରାଫିକାଲ, ଆଇକନ ପରିଚାଳିତ ବୁଲେଟିନ ବୋର୍ଡ଼ ସିଷ୍ଟମ ଅନଲାଇନ କିଣାବିକା ଆରମ୍ଭ କରିଥିଲେ ।
  • ୧୯୯୪: ନେଟସ୍କେପ ଅକ୍ଟୋବରରେ ମୋଜିଲାର କୋଡ଼ ନାମରେ ଏକ ନାଭିଗେସନ ବାଉଜର ଆରମ୍ଭ କରିଥିଲା । ପିଜା ହଟ ଏହାର ବ୍େବସାଇଟରେ ଅନଲାଇନରେ ବିକିବା ଆରମ୍ଭ କରିଥିଲା । ପ୍ରଥମ ଅନଲାଇନ ବ୍ୟାଙ୍କ ଏହି ବର୍ଷ ଆରମ୍ଭ ହୋଇଥିଲା । ଅନଲାଇନରେ ଫୁଲ ବିକିବା ଓ ପତ୍ରିକା ବିକିବା ଏହି ବର୍ଷ ଆରମ୍ଭ ହୋଇଥିଲା । ପ୍ରାପ୍ତବୟସ୍କ ଭିଡିଓ ଆଦି କାର ଓ ସାଇକେଲ ଭଳି ଅନଲାଇନରେ ବିକାହେବା ଆରମ୍ଭ ହୋଇଥିଲା । ନେଟସ୍କେପ ୧.୦ ୧୯୯୪ର ଶେଷଭାଗରେ ଆରମ୍ଭ ହୋଇଥିଲା ।

ଆହୁରି ଦେଖନ୍ତୁ

ଆଧାର

Tags:

ଇଲେକ୍ଟ୍ରୋନିକ କମର୍ସ ଇତିହାସଇଲେକ୍ଟ୍ରୋନିକ କମର୍ସ ଆହୁରି ଦେଖନ୍ତୁଇଲେକ୍ଟ୍ରୋନିକ କମର୍ସ ଆଧାରଇଲେକ୍ଟ୍ରୋନିକ କମର୍ସଇଣ୍ଟରନେଟ

🔥 Trending searches on Wiki ଓଡ଼ିଆ:

ଦୁର୍ଗାସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଜଳ ପ୍ରଦୂଷଣକମ୍ପ୍ୟୁଟରଶକ୍ତିଅକ୍ଷୟ ତୃତୀୟାଭୂମିଜ ଜାତିଆନ୍ଥ୍ରାକ୍ସଧରିତ୍ରୀଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କମଳା ନଦୀଗୋପବନ୍ଧୁ ଦାସଅର୍ଥଶାସ୍ତ୍ରଅମୃତାୟନଖ୍ରୀଷ୍ଟ ମହାବିଦ୍ୟାଳୟ୦ (ସଂଖ୍ୟା)ଆର୍ଯ୍ୟଭଟ୍ଟରଥଯାତ୍ରାବେଦଶରତ କୁମାର ମହାନ୍ତିସୂର୍ଯ୍ୟବିଦ୍ୟାଳୟପ୍ରଦୋଷ ବ୍ରତସ୍ୱର ବର୍ଣ୍ଣଓଡ଼ିଶାର ଲୋକନୃତ୍ୟଜଗନ୍ନାଥଙ୍କ ସେବକଦାଶରଥି ଦାସମହାପାତ୍ର ନୀଳମଣି ସାହୁକୋଭିଡ-୧୯ଜିନା ସାମଲଗୌରୀଶଙ୍କର ରାୟଭାରତୀୟ ସଂଖ୍ୟା ପ୍ରଣାଳିହିନ୍ଦୀଜାହାଙ୍ଗୀରକାହ୍ନୁଚରଣ ମହାନ୍ତିଜିମି ୱେଲ୍ସବୁଧନ ମୁର୍ମୁସମାଜ (ଖବରକାଗଜ)ବୈକୁଣ୍ଠନାଥ ପଟ୍ଟନାୟକଦାମୋଦର ରାଉତଦଣ୍ଡ ନାଟବି. ଆର. ଆମ୍ବେଦକରଜଗନ୍ନାଥ ଦାସପ୍ରାଣୀମାଗୁଣିର ଶଗଡ଼ (କଥାଚିତ୍ର)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୋଦାବରୀଶ ମହାପାତ୍ରସ୍ତନଲଳିତ ମାନସିଂହଚୀନଓଡ଼ିଶାବଣ୍ଡ (ଅର୍ଥ)ଭୁବନେଶ୍ୱର ବେହେରାଡେଙ୍ଗୁ ଜରଦାମୋଦର ନଦୀଛାନ୍ଦଚାର୍ଲସ ଡାରଉଇନଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଧର୍ମର ହେବ ଜୟମେଲାଟୋନିନଭାରତର ଜାତୀୟ ପତାକାରସାୟନ ବିଜ୍ଞାନକଟକ ଜିଲ୍ଲାଗୋବିନ୍ଦ ଚନ୍ଦ୍ର ଦାସନୂତନ ବର୍ଷ🡆 More