କ୍ଷୀରୋଦ ଚନ୍ଦ୍ର ପୋଥାଳ: ଓଡ଼ିଆ ଶିଶୁ ସାହିତ୍ୟିକ

କ୍ଷୀରୋଦ ଚନ୍ଦ୍ର ପୋଥାଳ (୩୦ ଜୁନ ୧୯୩୯ - ୧୫ ଜାନୁଆରୀ ୨୦୧୨) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏକ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ। କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, ପ୍ରଜାତନ୍ତ୍ରର ମୀନାବଜାର, ସମାଜର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା । ତାଙ୍କ ରଚିତ କବିତା ଟୁଆଁଟୁଇଁ, ମୀନାବଜାର, ସଂସାର ଓ ମନପବନ ପ୍ରଭୃତି ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ।

କ୍ଷୀରୋଦ ଚନ୍ଦ୍ର ପୋଥାଳ
ଜନ୍ମ ଓ ଜନ୍ମସ୍ଥାନ(1939-06-30)୩୦ ଜୁନ ୧୯୩୯
ଗୋପପୁର, ନିଶ୍ଚିନ୍ତକୋଇଲି, କଟକ ଜିଲ୍ଲା
ମୃତ୍ୟୁ୧୫ ଜାନୁଆରୀ ୨୦୧୨(2012-01-15) (ବୟସ ୭୨)
କଟକ
ବୃତ୍ତିଶିଶୁ ସାହିତ୍ୟିକ, ଗୀତିକାର
ଭାଷାଓଡ଼ିଆ
ସାହିତ୍ୟ କୃତିମନ ହୁଏ ମୋର ହେବାକୁ ମୀନା
ଗାଁ ମାଟି ମୋର ହସେରେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ

ଆକାଶବାଣୀର ଜଣେ ସ୍ୱିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ ଭିକାରି ବଳ ଗାଇଥିବା ଭଜନ 'କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି' ସେ ରଚନା କରିଥିଲେ ।

୧୫ ଜାନୁଆରୀ ୨୦୧୨, ରବିବାର ଦିନ କଟକ ବଡ଼ଡାକ୍ତରଖାନାରେ ସେ ମୃତ୍ୟୁବରଣ କରିଥିଲେ ।

ସାହିତ୍ୟ ସର୍ଜନା

  • ଗାଁ ମାଟି ମୋର ହସେରେ
  • ଅକଲ ମକଲ ଟକଲ ଟିଆଁ
  • ହସପସରା
  • ହସ ରାଇଜରେ ମୁନା
  • ଶିଶୁ ସାଥୀ
  • ସାବାସ ନାନୀ
  • ଗପ ଗୋଲାପ
  • ମୋ କଥା ମୋ କବିତା
  • ମନ ହୁଏ ମୋର ହେବାକୁ ମୀନା

ପୁରସ୍କାର ଓ ସମ୍ମାନ

  • ୧୯୮୬: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବହି: ମନ ହୁଏ ମୋର ହେବାକୁ ମୀନା)
  • ୨୦୦୧: ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର (ଉତ୍କଳ ସାହିତ୍ୟ ସମାଜ)
  • ୧୯୮୮: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ଧର୍ମଶାଳା)
  • ୨୦୦୨: ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ୧୯୭୮: ମୀନାବଜାର ପୁରସ୍କାର
  • ୨୦୦୭: ସାହିତ୍ୟଶ୍ରୀ (ବୈକୁଣ୍ଠନାଥ ସ୍ମୃତି ସଂସଦ)
  • ୨୦୦୬: ଭକ୍ତ ସାଲବେଗ ସମ୍ମାନ (ଭକ୍ତସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯: ହରେକୃଷ୍ଣ ସ୍ମୃତି ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ)
  • ୧୯୯୧: ରାଜ୍ୟ ଶିଶୁ ସାହିତ୍ୟ ସମିତି (ବହି: ସାବସ ନନୀ)
  • ୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ, ବହି: ଗାଁ ମାଟି ମୋର ହସେରେ)

ଆଧାର

Tags:

ଆଷାଢ଼କଟକ ଜିଲ୍ଲାଚତୁର୍ଦ୍ଦଶୀପ୍ରଜାତନ୍ତ୍ରମୀନା ବଜାର (ପତ୍ରିକା)ସଂସାର (ପତ୍ରିକା)ସମାଜ (ଖବରକାଗଜ)

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ମେହେରଇସଲାମ ଧର୍ମଝୋଟି ଚିତାବର କୋଳିଲକ୍ଷ୍ମୀକାନ୍ତ ମହାପାତ୍ରଇମରାନ ଖାଁଧର୍ମରାଧାମୋହନ ଗଡ଼ନାୟକବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜକିଶୋର ରାୟମେରୁ ଯାତ୍ରାପବିତ୍ର ମୋହନ ଜେନାଋତୁସ୍ରାବଗୁରୁ ପ୍ରସାଦ ମହାନ୍ତିହିନ୍ଦୁସ୍ତାନ ପେଟ୍ରୋଲିୟମକ୍ରିକେଟଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମାଜନ୍.କମ୍‌କେବେ ତମେ ନାହଁ କେବେ ମୁଁ ନାହିଁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଉତ୍କଳ ଦୀପିକାରାଜଧାନୀ ପ୍ରତିଷ୍ଠା ଦିବସରାସାୟନିକ ମୌଳିକଓଡ଼ିଆ କଥାଚିତ୍ର ଜଗତନାରୀବାଦକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମାହିମ ଦୁର୍ଗ , ମୁମ୍ବାଇଇଣ୍ଟରନେଟପ୍ରସନ୍ନ ଦାସମୋହନ ସୁନ୍ଦର ଦେବ ଗୋସ୍ୱାମୀଗୋପାଳ ଚନ୍ଦ୍ର ପ୍ରହରାଜରାଜନୀତି ବିଜ୍ଞାନମହିମା ଧର୍ମନବଯୌବନ ବେଶଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବେଦଗଞ୍ଜାମ ଜିଲ୍ଲାଭର୍ତ୍ତୃହରି ମହତାବଲୋକ ସଭାତାରାତାରିଣୀ ମନ୍ଦିରପଦାର୍ଥ ବିଜ୍ଞାନଅର୍ଥଶାସ୍ତ୍ରରୋହିତ ପୂଜାରୀଗୌରହରି ଦାସକ୍ୟୁ. ଆର. କୋଡ଼ଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଟାଇଫଏଡଓଡ଼ିଶାଓଡ଼ିଆ କାବ୍ୟ କବିତାସଉରାଅଯୋଧ୍ୟାସୁନ୍ଦରଗଡ଼ଶ୍ରୀତମ ଦାସମେଷ (ରାଶି)କୁମାର ପୂର୍ଣ୍ଣିମା୩ (ସଂଖ୍ୟା)ରବି ନାରାୟଣ ନନ୍ଦନବଦୁର୍ଗାଯୋଗତନ୍ତହରପ୍ରସାଦ ଦାସଯୁକ୍ତରାଷ୍ଟ୍ର ଆମେରିକାଅର୍ଜୁନ ଚରଣ ସେଠୀ🡆 More