ଗଣିତ

ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି । ଗଣିତଜ୍ଞମାନେ ତର୍କ ସାହାଯ୍ୟରେ ସମସ୍ୟା ସମାଧାନ କରିଥାନ୍ତି । ଗଣିତଜ୍ଞମାନେ ଅନେକ ସମୟରେ ଅପସାରଣ ପଦ୍ଧତି ଅବଲମ୍ବନ କରନ୍ତି । ଉପଲବ୍ଧ ସତ୍ୟର ବ୍ୟବହାର କରି ନୂତନ ସତ୍ୟ ଆବିଷ୍କାର କରିବାର ବିଶେଷ ଉପାୟ ହେଉଛି ଅପସାରଣ । ଜଣେ ଗଣିତଜ୍ଞ ପାଇଁ, ଗୋଟିଏ ସତ୍ୟ ଓ ତାହାର କାରଣର ସତ୍ୟତା ଉଭୟ ଜରୁରୀ । ଅପସାରଣ ପଦ୍ଧତି ଅନ୍ୟ ଚିନ୍ତା ଓ ଗାଣିତିକ ଚିନ୍ତା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଗଣିତଜ୍ଞମାନେ ବିଭିନ୍ନ ବିଷୟରେ ସମାନତା ଅନୁଧ୍ୟାନ କରି ନୂତନ ସୂତ୍ର ସ୍ଥାପନ କରନ୍ତି । ଗାଣିତିକ ପ୍ରମାଣଦ୍ୱାରା ସେଗୁଡ଼ିକର ସତ୍ୟାସତ୍ୟ ନିର୍ଣୟ କରାଯାଏ । ଗାଣିତିକ ସମସ୍ୟାର ସମାଧାନ ପାଇଁ ବର୍ଷବର୍ଷ ଏପରିକି ଶତାବ୍ଦୀ ମଧ୍ୟ ବିତିଯାଏ । ଉନବିଂଶ ଶତାବ୍ଦୀରେ ଗିସେପ୍ପେ ପିନୋ (୧୮୫୮-୧୯୩୨), ଡେଭିଡ୍ ହିଲ୍‌ବର୍ଟ୍ (୧୮୬୨-୧୯୪୩) ଆଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପରେ, ପୂର୍ବପ୍ରମାଣିତ ସୂତ୍ରଦ୍ୱାରା ନୂତନ ସୂତ୍ରପାତ କରିବା ପ୍ରଥା ପ୍ରଚଳିତ ହୋଇଛି । ବାସ୍ତବ ପରିସ୍ଥିତିର ସଠିକ ଗାଣିତିକ ସୂତ୍ର ନିରୂପଣ ହେଲା ପରେ, ଗାଣିତିକ ତର୍କଦ୍ୱାରା ତାହାର ପୂର୍ବାନୁମାନ କରାଯାଇପାରେ ।

ଗଣିତ
ୟୁକ୍ଲିଡ୍

ଅପସାରଣ ଓ ତର୍କଦ୍ୱାରା ଗଣିତ ଗଣନ, ହିସାବ, ମାପ ଓ ଭୌତିକ ବସ୍ତୁର ଆକୃତି ଓ ଗତି ବିଷୟରେ ତଥ୍ୟ ପ୍ରଦାନ କରେ । ଅତି ପୁରାତନ କାଳରୁ ଗଣିତର ଉତ୍ପତ୍ତି ହୋଇସାରିଥିଲା । ଗ୍ରୀକ୍ ଗଣିତରେ ପ୍ରଥମେ କଠିନ ଯୁକ୍ତି ହୋଇଥିବାର ଜଣାଯାଏ, ଉଲ୍ଲେଖନୀୟ ଭାବେ ୟୁକ୍ଲିଡ୍‌ଙ୍କର ଏଲିମେଣ୍ଟ୍‌ସ୍‌ରେ (Elements) । ପ୍ରଥମରୁ ଅପେକ୍ଷାକୃତ ଧିର ଗତିରେ ଉନ୍ନତି କରୁଥିବା ଗଣିତ, ରେନେସାଁ ଯୁଗରେ ବିଜ୍ଞାନର ଅନ୍ୟାନ୍ୟ ଆବିଷ୍କାର ସହିତ ମିଶି ବେଗବାନ ହେଲା, ଯାହା ଏବେ ପର୍ଯ୍ୟନ୍ତ ଅବ୍ୟାହତ ଅଛି ।

ଗଣିତ
ଗଣିତରେ ପ୍ରାଚୀନ ମିଶରର ଏକ ନଥି

ସାଧାରଣ ଧାରଣା

ଗଣିତରେ ଏ ସବୁ ଥାଏ:

  • ସଂଖ୍ୟା (ଉଦାହରଣ ୩+୬=୯)
  • ଗଠନ: ବସ୍ତୁମାନେ କେମିତି ସଂଗଠିତ
  • ସ୍ଥାନ: ବସ୍ତୁର ଅବସ୍ଥିତି ଓ ସଜାଣି
  • ପରିବର୍ତ୍ତନ: ସମୟ ସହିତ ବସ୍ତୁରେ ବଦଳ

ସଂଖ୍ୟା

    ଗଣିତରେ ସଂଖ୍ୟା ବା ପରିମାଣର ଅଧ୍ୟୟନ ଥାଏ ।
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ଗଣନ ସଂଖ୍ୟା ପୂର୍ଣ ସଂଖ୍ୟା ପରିମେୟ ସଂଖ୍ୟା ବାସ୍ତବ ସଂଖ୍ୟା ଜଟିଳ ସଂଖ୍ୟା
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ପୂରଣବାଚକ ସଂଖ୍ୟା ଅଙ୍କବାଚକ ସଂଖ୍ୟା ପାଟୀଗଣିତ ପ୍ରକ୍ରିୟା ଗାଣିତିକ ସମ୍ବନ୍ଧ ଫଳନ

ଗଠନ

    ଗଣିତର କେତେକ ଶାଖା ବସ୍ତୁର ଗଠନ ଉପରେ ଅଧ୍ୟୟନ କରନ୍ତି ।
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ସଂଖ୍ୟା ତତ୍ତ୍ୱ ବୀଜଗଣିତ ସାର ରୈଖିକ ବୀଜଗଣିତ କ୍ରମ ସିଦ୍ଧାନ୍ତ ଲେଖ ତତ୍ତ୍ୱ

ଆକୃତି

    ଗଣିତର କେତେକ ଶାଖା ବସ୍ତୁର ଆକୃତି ଉପରେ ଅଧ୍ୟୟନ କରନ୍ତି ।
ଗଣିତ  ଗଣିତ  ଗଣିତ  ଗଣିତ  ଗଣିତ 
ସଜାଣି ଜ୍ୟାମିତି ତ୍ରିକୋଣମିତି ଅନ୍ତର ଜ୍ୟାମିତି ଭଗ୍ନ ଜ୍ୟାମିତି

ପରିବର୍ତ୍ତନ

    ଗଣିତର କେତେକ ଶାଖା ବସ୍ତୁର ପରିବର୍ତ୍ତନ ପ୍ରଣାଳୀ ଉପରେ ଅଧ୍ୟୟନ କରନ୍ତି ।
ଗଣିତ  ଗଣିତ  ଗଣିତ 
ପଥରି ଭେକ୍ଟର୍ ପଥରି ବିଶ୍ଳେଷଣ
ଗଣିତ  ଗଣିତ  ଗଣିତ 
ବିଭେଦକ ସମୀକରଣ ଗତିଜ ତନ୍ତ୍ର ବିଶୃଙ୍ଖଳା ତତ୍ତ୍ୱ

ଗାଣିତିକ ଉପକରଣ

    ଗାଣିତିକ ସମସ୍ୟାର ସମାଧାନ ପାଇଁ ବ୍ୟବହୃତ ଉପକରଣ ।

ପୁରୁଣା

  • ଆବାକସ୍
  • ଆଦେଶ ସଂଚାଳନ କାଲ୍‌କୁଲେଟର୍
  • ନାପିୟରଙ୍କ ହାଡ଼
  • ରୁଲର୍ ଓ କମ୍ପାସ୍
  • ମାନସାଙ୍କ ହିସାବ

ନୂଆ

  • କାଲ୍‌କୁଲେଟର୍ ଓ କମ୍ପ୍ୟୁଟର୍
  • ପ୍ରୋଗ୍ରାମିଙ୍ଗ୍ ଭାଷା
  • କମ୍ପ୍ୟୁଟର୍ ବୀଜଗଣିତ ତନ୍ତ୍ର
  • ଇଣ୍ଟର୍‌ନେଟ୍ ସର୍ଟ୍‌ହାଣ୍ଡ୍ ସଂକେତ
  • ପରିସଂଖ୍ୟାନ ବିଶ୍ଳେଷଣ ସଫ୍ଟ୍‌ୱେର୍
    • SPSS
    • SAS ପ୍ରୋଗ୍ରାମିଙ୍ଗ୍ ଭାଷା
    • R ପ୍ରୋଗ୍ରାମିଙ୍ଗ୍ ଭାଷା

ଆଧାର

Tags:

ଗଣିତ ସାଧାରଣ ଧାରଣାଗଣିତ ଗାଣିତିକ ଉପକରଣଗଣିତ ଆଧାରଗଣିତ

🔥 Trending searches on Wiki ଓଡ଼ିଆ:

ବଳଉଦ୍ଭିଦବ୍ରୁସେଲୋସିସଶବ୍ଦ (ପଦ)ଜହ୍ନଖାସି ମାଂସ ତରକାରୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀବେଦଅଚ୍ୟୁତ ଗୋକୁଳ ନାୟକଖଡ଼ଗପୁରଭଦଭଦଳିଆହନୁମାନଦୁର୍ଗା ପୂଜାକୋଣାର୍କ ସୂର୍ଯ୍ୟ ମନ୍ଦିର୧୯୬୧ଇନ୍ଦିରା ଗାନ୍ଧୀଭାରତୀୟ ମହାକାଶ ଗବେଷଣା ସଂସ୍ଥାଅକ୍ଷୟ ତୃତୀୟାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପିଙ୍କି ପ୍ରଧାନvji40ଶୈଳବାଳା ଦାସନବଯୌବନ ବେଶମ୍ୟାଲେରିଆଚିତ୍ତରଞ୍ଜନ ତ୍ରିପାଠୀପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଶତ୍ରୁଘ୍ନ ପାଣ୍ଡବଲଣ୍ଡନଆପେଣ୍ଡିସାଇଟିସସମୀର ରଞ୍ଜନ ଦାଶସାମାଜିକ ଆନ୍ଦୋଳନବର୍ଷାଅଖିଳ ମୋହନ ପଟ୍ଟନାୟକ୨୫ ଅପ୍ରେଲଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମାଟିର ମଣିଷମନୋଜ ଦାସମଇ ଦିବସମାଛସେଇ ଝିଅଟିପ୍ରହ୍ଲାଦ ନାଟକସ୍ୱର ବର୍ଣ୍ଣଟମ୍ ଖା କାଇମଧୁସୂଦନ ଦାସପର୍ଫେନାଜାଇନଜୁନବେଣୁଧର ରାଉତଶାରଳା ପୁରସ୍କାର୨୬ ଅପ୍ରେଲବାଇଶି ପାହାଚଶ୍ରବଣା (ନକ୍ଷତ୍ର)ଖଞ୍ଜଣିସୁଭାଷ ଚନ୍ଦ୍ର ବୋଷ୭୦୧ବିର୍ସା ମୁଣ୍ଡାଓଡ଼ିଶାର କଳାଚିଲିକା (ବହୁବିକଳ୍ପ)ଛାରପୋକଟୋକିଓଭାନୁଜୀ ରାଓନୋବେଲ ପୁରସ୍କାରଜଗନ୍ନାଥଙ୍କ ବେଶରାମାୟଣକୋଣାର୍କବିଦ୍ୟାଳୟଭାଷାନାରାୟଣ ସାହୁଦଶାବତାରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟହରିପ୍ରସାଦ ଚୌରାଶିଆ🡆 More