ଭଦଭଦଳିଆ: ପକ୍ଷୀ

ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ । ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଅଛି । ଏହି ପକ୍ଷୀ ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଦେଖିବାକୁ ମିଳିଥାଏ । ଏହାଛଡା ଥାଇଲାଣ୍ଡ ଓ ଇରାକରେ ମଧ୍ୟ ଏମାନେ ଦେଖା ଯାଆନ୍ତି । ଭାରତର ଅନେକ ରାଜ୍ୟ ଏହି ପକ୍ଷୀକୁ ସେମାନଙ୍କର ରାଜ୍ୟ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।

ଭଦଭଦଳିଆ
ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର
An Indian Roller (ssp. benghalensis) from Bandhavgarh National Park, India
Conservation status
ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Coraciiformes
କୁଳ: Coraciidae
ପ୍ରଜାତି: Coracias
ଜାତି: C. benghalensis
ବାଇନୋମିଆଲ ନାମ
Coracias benghalensis
(Linnaeus, 1758)
ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର
Synonyms

Corvus benghalensis
Coracias indica

ପରିଚୟ

ଭଦଭଦଳିଆ ଲୋଟଣୀ (roller) ଜାତିର ଏକ ପକ୍ଷୀ । ଏହାକୁ ହିନ୍ଦୀରେ ନୀଳକଣ୍ଠ ବା ସବଜକ୍ କୁହାଯାଏ।

ଶାରୀରିକ ଗଠନ

ଭଦଭଦଳିଆ: ପରିଚୟ, ବିଶେଷତ୍ତ୍ୱ, ଆଧାର 
ଶୁଭଭାଇ

ଏହାର ଶାରୀରିକ ଗଠନ ମାଛରଙ୍କା (King fisher) ଓ ପାରାର ଶାରୀରିକ ଗଠନ ସହିତ ଊଣାଅଧିକେ ସମାନ । ଏହାର ମୁଣ୍ଡ ପାରାଠାରୁ ବଡ଼ ଓ ଶକ୍ତ, ଥଣ୍ଟଟି ଓଜନିଆ ଓ ମୁନିଆ। ପେଟ ପାଖର ରଙ୍ଗ ଧୂସର, ଲାଞ୍ଜ ପାଣିଚିଆ ନୀଳ, ଡେଣା ଦୁଇଟି ନୀଳ ଓ ଏଥିରେ କଳା ରଙ୍ଗର ପଟା ପଟା ଦାଗ ରହିଥାଏ। ଦୂରରୁ ଦେଖିଲେ ଚକଚକ ନୀଳବର୍ଣ୍ଣର ଦେଖାଯାଏ। ଦେହ ତୁଳନାରେ ଲାଞ୍ଜଟି ଛୋଟ ଓ ଆୟତାକାର। ପିଠି ପାଖ ଚଉଡା।

ଜୀବନଶୈଳୀ

ଏମାନଙ୍କର ଆମୋଦଦାୟକ ଉଡ଼ିବା ଶୈଳୀପାଇଁ ଏମାନେ ଅତି ଲୋକପ୍ରିୟ। ଘିରିଘିରି ହୋଇ ବୁଲିବା, ତଳୁ ଉପରକୁ ରକେଟ ପରିଯିବା, ଉପରୁ ତଳକୁ ଖସିବାବେଳେ ମୁଣ୍ଡକୁ ଲମ୍ବାଇ ଉଡ଼ିବା, ଚିତ୍ ପଟାଙ୍ଗ ମାରିବା, ଡାହାଣରୁ ବାମକୁ ଓ ବାମରୁ ଡାହାଣକୁ କଡ଼େଇ କଡ଼େଇ ଉଡ଼ିବା ଆଦି ନାନାଦି କରାମତି ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର ।

ରହିବାସ୍ଥାନ

ଶାନ୍ତ କୋଳାହଳ ଶୂନ୍ୟ ପଡ଼ିଆ ଏମାନଙ୍କର ପ୍ରିୟ ସ୍ଥାନ । ଏମାନେ ଏକୁଟିଆ ରହିବାକୁ ଭଲ ପାଆନ୍ତି । ଚୁପ୍ ଚାପ୍ ବସିଥାନ୍ତି । ଶିକାର ପାଇଲେ ଝାମ୍ପିପଡ଼ନ୍ତି।

ଖାଦ୍ୟ

ବିଭିନ୍ନ ପ୍ରକାରର ପୋକଜୋକ, କୀଟ, ପ୍ରଜାପତି ଏପରିକି ଏଣ୍ଡୁଅ, ବେଙ୍ଗ, ଝିଟିପିଟି, ଚମ୍ପେଇ ନେଉଳ, ମୂଷା ଆଦି ଏମାନଙ୍କର ପ୍ରିୟ ଖାଦ୍ୟ।

ପ୍ରଜନନ ଓ ବଂଶବୃଦ୍ଧି

ଏମାନେ ଉଚ୍ଚଗଛର କୋରଡ଼କୁ ଅଣ୍ଡାଦେବାପାଇଁ ବାଛିଥାନ୍ତି। ଅଣ୍ଡା ଦେବା ଆଗରୁ କାଠି, କୁଟା, ପକ୍ଷୀମାନଙ୍କର ପର ଓ ଅନ୍ୟାନ୍ୟ ନରମ ଜିନିଷ ଆଣି ନୀଡ଼ ରଚନା ତରନ୍ତି। ଥରକେ ଚାରିଟିରୁ ପାଞ୍ଚଟି ଅଣ୍ଡା ପାଡ଼ିଥାନ୍ତି।

ବିଶେଷତ୍ତ୍ୱ

ଏହାକୁ ଓଡ଼ିଶାରେ ଲୋକେ ଶୁଭ ପକ୍ଷୀ ହିସାବରେ ମାନିଥାନ୍ତି। ଦୁର୍ଗାପୂଜାଦଶହରା ସମୟରେ ଅନେକ ଚଢେଇଆ ଗାଁ ଗହଳରେ ଏଇ ପକ୍ଷୀକୁ ବୁଲାଇ ପଇସା ରୋଜଥାନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ ଏ ପକ୍ଷୀକୁ ଦେବୀ ପୂଜା ସମୟରେ ଦେଖିଲେ ଶୁଭ ହୁଏ ଓ ପୂଜା ପରେ ନାନାଦି ଅମଙ୍ଗଳ ଓ ଅସୁବିଧା ଦୂର ହୋଇଥାଏ। ସେଥିପାଇଁ ଗାଁ ଗହଳିରେ ପିଲାଏ ଏ ପକ୍ଷୀକୁ ଦେଖିଲେ ‘ଶୁଭ ଭାଇ ନମସ୍କାର’ ବୋଲି କହିଥାନ୍ତି।

ଆଧାର

ଅଧିକ ତଥ୍ୟ

  • ଉତ୍କଳ ପ୍ରସଂଗ, ଜାନୁଆରୀ ୨୦୦୫-‘ଭଦଭଦଳିଆ ପକ୍ଷୀ’-ଡଃ ପ୍ରଫୁଲ୍ଲ କୁମାର ମହାନ୍ତି
  • Indian Roller videos, photos & sounds on the Internet Bird Collection

Tags:

ଭଦଭଦଳିଆ ପରିଚୟଭଦଭଦଳିଆ ବିଶେଷତ୍ତ୍ୱଭଦଭଦଳିଆ ଆଧାରଭଦଭଦଳିଆ ଅଧିକ ତଥ୍ୟଭଦଭଦଳିଆ

🔥 Trending searches on Wiki ଓଡ଼ିଆ:

ହେଲୋ ନେଟୱର୍କମହା ଶିବରାତ୍ରିପ୍ଲୀହାଗୋପବନ୍ଧୁ ଦାସକଳମଶାଗମ୍ୟାଲେରିଆଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଗୋଦାବରୀଶ ମହାପାତ୍ର୧୫ ଫେବୃଆରୀପୂର୍ଣ୍ଣାନନ୍ଦ ଦାନୀଭାରତର ରାଷ୍ଟ୍ରପତି୧ ଅପ୍ରେଲବି. ଆର. ଆମ୍ବେଦକରଉଇକିମିଡ଼ିଆ ମୁଭମେଣ୍ଟଅନ୍ନଦା ଶଙ୍କର ରାୟଚତୁର ବିନୋଦ୨୬ ଅପ୍ରେଲରଜବୈଷ୍ଣବ ଚରଣ ସାମଲଉଦୟନାଥ ଷଡ଼ଙ୍ଗୀ୪ ଅପ୍ରେଲବନ୍ଧୁତାନଟବର ସାମନ୍ତରାୟ୧୦ ଅଗଷ୍ଟଓଡ଼ିଶାର ଇତିହାସଗୋପୀନାଥ ମହାନ୍ତିକୁଞ୍ଜବିହାରୀ ଦାଶସତ୍ୟବାଦୀ ବନ ବିଦ୍ୟାଳୟଭୁବନେଶ୍ୱରଦଶାଶ୍ୱମେଧ ଘାଟଉତ୍କଳ ଦିବସ୬୩୩ଆଲବର୍ଟ ଆଇନଷ୍ଟାଇନବର୍ଷା ପ୍ରିୟଦର୍ଶିନୀସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖଣ୍ଡାୟତହିଙ୍ଗୁଳା ମନ୍ଦିରରୋହିତ ପୂଜାରୀ୧୨ ଫେବୃଆରୀଯୁକ୍ତରାଷ୍ଟ୍ର ଆମେରିକାଉଇକିମିଡ଼ିଆ ଫାଉଣ୍ଡେସନଏସିଆଚନ୍ଦନ ଯାତ୍ରାବିଶ୍ୱଜିତ ଦାସବିଷ୍ଣୁମୁସଲମାନମଙ୍ଗଳା ମନ୍ଦିରମୋରୋକ୍କୋରାସାୟନିକ ମୌଳିକବାଘଚନ୍ଦନଲାଗି ବେଶବନ୍ଧୁ ମହାନ୍ତିଜାଭା (ପ୍ରୋଗ୍ରାମିଂ ଭାଷା)ୟୁରୋପଓଡ଼ିଆ କାବ୍ୟ କବିତାଦ୍ୱିତୀୟ ବିଶ୍ୱଯୁଦ୍ଧସଚ୍ଚିଦାନନ୍ଦ ରାଉତରାୟଓଡ଼ିଶାର ଲୋକନୃତ୍ୟ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଚନ୍ଦନପୁରୀଜୟନ୍ତୀ ପଟ୍ଟନାୟକଆମ୍ବମାୟାଧର ମାନସିଂହଓଡ଼ିଆ ଲିପି🡆 More