ବିଜୟ ମହାନ୍ତି: ଓଡ଼ିଆ ଅଭିନେତା

ବିଜୟ ମହାନ୍ତି (୧୯୫୦ ଅପ୍ରେଲ ୮ - ୨୦୨୦ ଜୁଲାଇ ୨୦) ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ । ସେ ଚରିତ୍ର ଅଭିନେତାଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ବିଜୟ ମହାନ୍ତି ଚିଲିକା ତୀରେ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ପ୍ରାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ ।

ବିଜୟ ମହାନ୍ତି
ବିଜୟ ମହାନ୍ତି: ବାଲ୍ୟଜୀବନ ଓ ଶିକ୍ଷା, କଥାଚିତ୍ର ଜୀବନ, ରାଜନୈତିକ ଜୀବନ
ସହରୀ ବାଘ ଚଳଚ୍ଚିତ୍ରର ସୁଟିଂ ସେଟ୍‌ରେ ବିଜୟ ମାହନ୍ତି
ଜନ୍ମ(1950-04-08)୮ ଅପ୍ରେଲ ୧୯୫୦
ମୃତ୍ୟୁ୨୦ ଜୁଲାଇ ୨୦୨୦(2020-07-20) (ବୟସ ୭୦)
ମୃତ୍ୟୁର କାରଣଶାରୀରିକ ଅସୁସ୍ଥତା
ଶିକ୍ଷାନୁଷ୍ଠାନରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (୧୯୭୩)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୭-୨୦୨୦
ବୈବାହିକ-ସାଥୀତନ୍ଦ୍ରା ରାୟ
ପିତାମାତା(s)ଆଦିକନ୍ଦ ମହାନ୍ତି
ଶାନ୍ତିଲତା ମହାନ୍ତି
ସମ୍ପର୍କୀୟଅଜୟ ମହାନ୍ତି (ଭାଇ)
ପୁରସ୍କାରଜୟଦେବ ପୁରସ୍କାର,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା)
ୱେବସାଇଟwww.bijaymohanty.com

ବାଲ୍ୟଜୀବନ ଓ ଶିକ୍ଷା

ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଆଦିକନ୍ଦ ମହାନ୍ତି ଓ ମାତାଙ୍କ ନାମ ଶାନ୍ତିଲତା ମହାନ୍ତି । ସେମାନେ ୨ ଭାଇ ଓ ୩ ଭଉଣୀ ଥିଲେ । ବିଜୟ ସେମାନଙ୍କ ମଧ୍ୟରେ ବଡ଼ ଥିଲେ । ପିତା ଆଦିକନ୍ଦ ବାରିପଦାରେ ସରକାରୀ ବସରେ କଣ୍ଡକ୍ତର ଚାକିରି କରୁଥିଲେ । ବିଜୟଙ୍କ ଶିକ୍ଷାରମ୍ଭ ସେହିଠାରେ ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ, ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ । ଚାକିରି ସହିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି କରି, ସେ ସଫଳତା ପାଇଥିଲେ । ସାଙ୍ଗମାନଙ୍କୁ ନେଇ "ଯୁଗେଚ୍ଛା ନାଟ୍ୟ ସଂସ୍ଥା" ନାମକ ଅନୁଷ୍ଠାନ ଗଢ଼ି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ର ଆଗକୁ ବଢିବା ନିମନ୍ତେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ ।

କଥାଚିତ୍ର ଜୀବନ

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀରୁ (୧୯୭୩ ବ୍ୟାଚ) ଶିକ୍ଷା ସମାପ୍ତ କରି ବିଜୟ ମହାନ୍ତି, ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ସେ ୧୯୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକର ବସନ୍ତ ମହାପାତ୍ରଙ୍କ ଡାକରାରେ "ସଂକଳ୍ପ" ଚଳଚ୍ଚିତ୍ରରେ ଅଭିନୟ କରି କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା । ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ । ସେ ଚଳଚ୍ଚିତ୍ର ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଥିଲେ ।

ରାଜନୈତିକ ଜୀବନ

୨୦୧୪ ମସିହାରେ, ବିଜୟ କଂଗ୍ରେସ ଦଳରେ ସଭ୍ୟଭାବରେ ଯୋଗ ଦେଇ ଭୁବନେଶ୍ୱର ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ ଓ କିଛି ବର୍ଷ ପରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ।

ବ୍ୟକ୍ତିଗତ ଜୀବନ

ସେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି ।

ମୃତ୍ୟୁ

୨୦ ଜୁଲାଇ ୨୦୨୦ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ ଶାରୀରିକ ଅସୁସ୍ଥତା ଯୋଗୁଁ ପରଲୋକ ଘଟିଥିଲା ।

ଅଭିନୀତ ଓଡ଼ିଆ କଥାଚିତ୍ର

ମାନ ସମ୍ମାନ

  • ଜୟଦେବ ସମ୍ମାନ, ୨୦୧୪
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ଶ୍ରେଷ୍ଠ ଅଭିନେତା (୫ଥର)
      • ୧୯୮୧ (ଆରତୀ)
      • ୧୯୮୬ (ଏଇ ଆମ ସଂସାର)
      • ୧୯୯୩, (ଭୀଷ୍ମ ପ୍ରତିଜ୍ଞା)
      • ୧୯୯୪, (ଭାଇ ହେଲା ଭଗାରି)
      • ୧୯୯୮, (ବୋଉ)
    • ଶ୍ରେଷ୍ଠ ସହ-ଅଭିନେତା (୩ଥର)
      • ୧୯୮୫ (ମମତା ମାଗେ ମୂଲ)
      • ୧୯୮୯ (ପ୍ରତିଶୋଧ ଅପରାଧ ନୁହେଁ)
      • ୨୦୦୮ (ସତ୍ୟମେବ ଜୟତେ)
    • ଶ୍ରେଷ୍ଠ ହାସ୍ୟ କଳାକାର (୧ଥର)
      • ୧୯୯୧ (ଆମ ଘର ଆମ ସଂସାର)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ (ନାଟକ 'ଅଜାତି' ନିମନ୍ତେ)


ଆଧାର

Tags:

ବିଜୟ ମହାନ୍ତି ବାଲ୍ୟଜୀବନ ଓ ଶିକ୍ଷାବିଜୟ ମହାନ୍ତି କଥାଚିତ୍ର ଜୀବନବିଜୟ ମହାନ୍ତି ରାଜନୈତିକ ଜୀବନବିଜୟ ମହାନ୍ତି ବ୍ୟକ୍ତିଗତ ଜୀବନବିଜୟ ମହାନ୍ତି ମୃତ୍ୟୁବିଜୟ ମହାନ୍ତି ଅଭିନୀତ ଓଡ଼ିଆ କଥାଚିତ୍ରବିଜୟ ମହାନ୍ତି ମାନ ସମ୍ମାନବିଜୟ ମହାନ୍ତି ଆଧାରବିଜୟ ମହାନ୍ତି ଅଧିକ ତଥ୍ୟବିଜୟ ମହାନ୍ତିଓଡ଼ିଆ ଲୋକଚିଲିକା ତୀରେ

🔥 Trending searches on Wiki ଓଡ଼ିଆ:

ପ୍ରଥମ ବିଶ୍ୱଯୁଦ୍ଧଗୋପାଳ ଚନ୍ଦ୍ର ପ୍ରହରାଜ୧୯ ମାର୍ଚ୍ଚପ୍ରଗତିବାଦୀଦେବଗଡ଼ ଜିଲ୍ଲାପଠାଣି ସାମନ୍ତବିରିୟାନୀରମାକାନ୍ତ ରଥମଦର ଟେରେସାରାୟଗଡ଼ା ଜିଲ୍ଲା୧୭ ଫେବୃଆରୀକଖାରୁ ଫୁଲ ଭଜାଥାଲକୁଡ଼ିରାଜକିଶୋର ରାୟଶାନ୍ତନୁ କୁମାର ଆଚାର୍ଯ୍ୟତପନ କୁମାର ପ୍ରଧାନପଖାଳବ୍ରଜନାଥ ରଥପଞ୍ଚସଖାଓଡ଼ିଆ କଥାଚିତ୍ର ଜଗତଇଣ୍ଡୋନେସିଆତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଧରିତ୍ରୀ (ଖବରକାଗଜ)ଅଗ୍ନ୍ୟାଶୟ ଅକ୍ଷମତାମାର୍ଚ୍ଚ ୨୧ବିଦ୍ୟାଳୟଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଗବତ ଗୀତାମଧୁସୂଦନ ରାଓଚାରି ଧାମମାଛକାଟୁଲୁ ରବି କୁମାରହେମୋଫିଲିଆକିଶୋରୀ ଚରଣ ଦାସଜାପାନ ସାଗରଗୋପାଳ କୃଷ୍ଣ ରଥଫେବୃଆରୀ ୨୯ନାରାୟଣ ସାହୁଶ୍ୱେତସାରଗଙ୍ଗାଧର ମେହେରvji40ଯକୃତମେସିନ ଲର୍ଣ୍ଣିଙ୍ଗ୍ଶ୍ରୀ ଅରବିନ୍ଦହେପାଟାଇଟିସଭାରତୀୟ ଡାକ ସେବାମନମୋହନ ସାମଲଏମିସ ଲୋକବେଦଆରିଷ୍ଟୋଟଲଓଡ଼ିଶା ବିଧାନ ସଭାବଳଦେବଜୀଉ ମନ୍ଦିରବିର୍ସା ମୁଣ୍ଡାବିଜୁ ଜନତା ଦଳc3bn4ଭାରତୀୟ ସମ୍ବିଧାନଯୁକ୍ତରାଜ୍ୟ୧୦୫୪ବିରାଟ କୋହଲୀମହାରାଷ୍ଟ୍ରତ୍ରିଭୁଜସୁଇଜରଲ୍ୟାଣ୍ଡଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲାଟିନ ଭାଷାମନୋଜ କୁମାର ମିଶ୍ରରାଧାନାଥ ରଥ🡆 More