ପିଲାଟା ବିଗିଡ଼ିଗଲା: ୨୦୧୫ର କଥାଚିତ୍ର

ପିଲାଟ ବିଗିଡ଼ିଗଲା, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପୂଜା ଭରାଲାୱାଲା । ବସନ୍ତ ସାହୁ ଏହି କଥାଚିତ୍ରଟିର କାହଣୀ ଲେଖିଥିଲେ ଏବଂ ରଜନୀ ରଞ୍ଜନ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିର ପଟ୍ଟକଥା ଏକ ପଞ୍ଜାବୀ ଚଳଚ୍ଚିତ୍ର କ୍ୟାରି ଅନ ଯାତ୍ରା ଉପରେ ଆଧାରିତ ।

ପିଲାଟା ବିଗିଡ଼ିଗଲା
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକପୂଜା ଭରାଲାୱାଲା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବସନ୍ତ ସାହୁ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ପପୁ ପମ ପମ
ଲିପ୍ସା ମିଶ୍ର
ବିଜୟ ମହାନ୍ତି
କୁନା ତ୍ରିପାଠୀ
ଜୀବନ ପଣ୍ଡା
ବିରେନ ମିଶ୍ର
ସୁରେଶ ବଳ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୪ ଅଗଷ୍ଟ ୨୦୧୫
ଦେଶପିଲାଟା ବିଗିଡ଼ିଗଲା: ଅଭିନୟ, କାହାଣୀ, ଗୀତ ଓ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଏବଂ ଲିପ୍ସା ମିଶ୍ର । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜୀବନ ପଣ୍ଡା, ବିରେନ ମିଶ୍ର, ସୁରେଶ ବଳ, ବି.କେ. ଯୋଶୀ, ରୋଜୀ ତ୍ରୀପାଠୀ, ଆଶିଷ ମିଶ୍ର, ଶକ୍ତି ବରାଳ, ଉମେଶ ଦାସ, ସେଲି ମିଶ୍ର, କୁସୁମ ତ୍ରିପାଠୀ, ରାଧେଶ୍ୟାମ ପାତ୍ର, ମହମଦ ଅଫଜଲ୍, ଶିନାରାୟଣ ପୂଜା ପଣ୍ଡା, ସୁଜାତା, ତନୁ, ସଂଦୀପ୍, ଦେବ୍, କମଳ, ପ୍ରିୟଙ୍କା, ରଶ୍ମୀ ମିଲି, କଣ୍ଢେଇ, ଚିଣ୍ଟୁ, ଲିପୁ, ନୀଳ, ଜ୍ୟୋତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଓଡ଼ିଆ ଚଳଚ୍ଚିତ୍ର ପିଲାଟା ବିଗିଡ଼ିଗଲାରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ  :

କାହାଣୀ

ବୁଗୀ (ସବ୍ୟସାଚୀ) ଗୋଟିଏ ବାହାଘରରେ ନିଶା (ଅର୍ଚ୍ଚିତା) ସ‌ହ ପ୍ରେମରେ ପଡ଼ିଯାଏ । ବୁଗୀ ତା ପଛରେ ପଡ଼ିଥାଏ ଆଉ ଏହି ସମୟରେ ତା'ର ସାଙ୍ଗ ଟୁଇଟର (ପ‌ପୁ) ତାକୁ ସାହାଯ୍ୟ କରେ ।

ଦୁର୍ଘଟଣା ବସତଃ ସେମାନେ ଦୁଇଜଣ ବିବାହ କରିଯାଆନ୍ତି ଏବଂ ଗୋଟିଏ ଭଡ଼ା ଘରେ ରହିବାର ନିଷ୍ପତ୍ତି ନିୟନ୍ତି । ଦିନେ ନିଶା ଖବରକାଗଜରେ ଦିଆଯାଇଥିବା ଗୋଟିଏ ବିଜ୍ଞାପନ ଦେଖି ରହିବା ପାଇଁ ଭଡ଼ାଘରଟିଏ ଠିକ କଲା ଏବଂ ଦୁର୍ଘଟଣା ବସତଃ ସେହି ଘରଟି ବୁଗୀଋ ନିଜ ଘର ଥିଲା ।

ଏହା ବୁଗୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଗଲା ଏବଂ ନିଶାର ସ୍ୱାମୀ ରୂପେ ସେ ତା'ର ସାଙ୍ଗ ଟୁଇଟରକୁ ଅନୁରୋଧ କଲା । ଏବେ ବୁଗୀର ପରିବାର ଲୋକ ଜାଣିଲେ ଯେ ଟୁଇଟର ହେଉଛି ନିଶାର ଅସଲ ସ୍ୱାମୀ କିନ୍ତୁ ନିଶା ଏହି ସବୁ ବିଷୟରେ କିଛି ବି ଜାଣି ନ ଥିଲା ।

କିଛିଦିନ ପରେ ଟୁଇଟର ମଧ୍ୟ ତା'ର ପ୍ରମିକା ମିତା(ଲିପ୍ସା)କୁ ବାହାହୋଇଗଲା । କିନ୍ତୁ କିଛି ଅପ୍ରିତିକର ପରିସ୍ଥିତି ପାଇଁ ମିତା ବୁଗୀର ପତ୍ନୀ ରୂପରେ ତା'ର ଘରେ ରହିଲା ।

ପରେ ପରେ ସେମାନଙ୍କର ଚାଲିଚଳନ ପାଇଁ ବୁଗିର ଘରଲୋକ ତ‌ଥା ନିଶାକୁ ମଧ୍ୟ ସନ୍ଦେହ ହେଲା ।

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସର୍ବମୋଟ ପାଞ୍ଚଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ୬ ଅଗଷ୍ଟ ୨୦୧୫ରେ ଏହାର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ନିଜାମ ଓ ବସନ୍ତରାଜ ସାମଲ ଗୀତଗୁଡ଼ିକୁ ରଚନା କରିଥିବା ବେଳେ ସୋହାନୀ ମିଶ୍ର, ସଞ୍ଜୁ, ବିଭୁ କିଶୋର, ହ୍ୟୁମାନ ସାଗର, ଶ୍ରୀଚରଣ ମହାନ୍ତି ଏବଂ ସସ୍ମିତା ମିଶ୍ର ଏଥିରେ କଣ୍ଠଦାନ କରିଥିଲେ ।

ଗୀତ ରଚନା କଣ୍ଠଦାନ
ନିଶା ନିଶା
ପିଲାଟା ବିଗିଡ଼ିଗଲା
ବୋମାଟା ଫୁଟି ଗଲାରେ
ହାତର ମେହେନ୍ଦି
ନଟି ନଟି


ଆଧାର

ବାହାର ଆଧାର

Tags:

ପିଲାଟା ବିଗିଡ଼ିଗଲା ଅଭିନୟପିଲାଟା ବିଗିଡ଼ିଗଲା କାହାଣୀପିଲାଟା ବିଗିଡ଼ିଗଲା ଗୀତ ଓ ସଙ୍ଗୀତପିଲାଟା ବିଗିଡ଼ିଗଲା ଆଧାରପିଲାଟା ବିଗିଡ଼ିଗଲା ବାହାର ଆଧାରପିଲାଟା ବିଗିଡ଼ିଗଲା

🔥 Trending searches on Wiki ଓଡ଼ିଆ:

ବେଙ୍ଗବୀଜାଣୁସମ୍ବଲପୁର ଜିଲ୍ଲାତ୍ରିଭୁଜଶୀତଳ ଷଷ୍ଠୀ ଯାତ୍ରାAnifrolumabରବି ସିଂ୯ ଫେବୃଆରୀଉଇକିମିଡ଼ିଆ ଫାଉଣ୍ଡେସନକୃଷ୍ଣଚନ୍ଦ୍ର ପାଣିଗ୍ରାହୀସ୍ଫୁଲିଙ୍ଗ (କବିତା ସଙ୍କଳନ)ବଲାଙ୍ଗୀରଶାରଳା ପୁରସ୍କାରକଳାପାହାଡ଼ଜଳ ପ୍ରଦୂଷଣସ୍ପେନବିଦ୍ୟୁତରସାୟନ ବିଜ୍ଞାନଇମେଲଭୂମିକମ୍ପ୧୪୧୭ସମୟମଣ୍ଡଳଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ରିକେଟବିଜୁ ଜନତା ଦଳମଙ୍ଗଳକାଳୀଚରଣ ପଟ୍ଟନାୟକଓଡ଼ିଶାର ଦୋଳଯାତ୍ରାଭାରତୀୟ ମୁଦ୍ରାସୁକୁମାର ସେନସରଳା ଦେବୀକର୍କଟ ରୋଗରମାଦେବୀ ଚୌଧୁରୀପଣା ସଂକ୍ରାନ୍ତି୮ ଅପ୍ରେଲପ୍ରଣବ ପ୍ରକାଶ ଦାସଉଇକିଅଭିଧାନପ୍ଲାଟିପସକିଶୋରୀ ଚରଣ ଦାସଉଇକିପିଡ଼ିଆଜୈନ ଧର୍ମଫତୁରାନନ୍ଦଫିନଲ୍ୟାଣ୍ଡଜୀବ ବିଜ୍ଞାନକେନ୍ଦୁଝର ଜିଲ୍ଲାଆଙ୍ଗୋଲାତପସ୍ୱିନୀଶକ୍ତି ପୀଠକଣ୍ଡୋମଗୋପୀନାଥ ନନ୍ଦଚନ୍ଦ୍ରଲୁଣବେଲଯୌନ ସମ୍ଭୋଗଅନନ୍ତ ପଟ୍ଟନାୟକହନୁମାନ ଜୟନ୍ତୀବୌଦ୍ଧ ଧର୍ମନବଗୁଞ୍ଜର୧୯୫୩ତିର୍ଥେଶ୍ୱର ଶିବ ମନ୍ଦିରଦୀପକ ମିଶ୍ରଶବ୍ଦ (ଧ୍ୱନି)ସୁଦାମ ମାରାଣ୍ଡିପୃଥିବୀଭୃସଙ୍ଗ ଗଛମହିମା ଧର୍ମରାସନ କାର୍ଡ଼ (ଭାରତ)୨୦୧୪ସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More