ବାରିପଦା

ବାରିପଦା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ଓ ଏକ ପ୍ରମୁଖ ସହର । .

ବାରିପଦା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ଓ ଏକ ପ୍ରମୁଖ ସହର ।

ବାରିପଦା
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାମୟୂରଭଞ୍ଜ
ପ୍ରତିଷ୍ଠା୧ ଜୁଲାଇ ୧୯୦୫
Elevation
36 m (118 ft)
Population
 (2011)[୧]
 • ସହର୧,୧୦,୦୫୮
 • Metro୧,୧୬,୮୭୪
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ପିନ
୭୫୭ ୦xx
ଟେଲିଫୋନ କୋଡ଼୦୬୭୯୨-୨xxxxx
ଯାନବାହାନ ପଞ୍ଚୀକରଣOD11-XX-XXXX
Websitewww.mayurbhanj.nic.in

ବାରିପଦା ନିକଟରେ ଥିବା ଶିମିଳିପାଳଠାରେ ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି । ଏହି ସହରରେ ପୁରାତନ ମନ୍ଦିରସବୁ ଅଛି ଓ ଏହା ଜଙ୍ଗଲ, ସବୁଜିମା ଆଦିରେ ଭରା ।

ଇତିହାସ

୧୯୦୫ ଜୁଲାଇ ୧ ତାରିଖରେ ବାରିପଦା ପୌର ପରିଷଦ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୧୯୨୨ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ପୌରପରିଷଦ ରେଗୁଲେଶନ ଆକ୍ଟ ବଳରେ ଚାଲିଥିବା ବେଳେ ୧୯୨୨ରେ ବିହାର-ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ପ୍ରଚଳିତ ହୋଇଥିଲା । ମୟୂରଭଞ୍ଜ ପୌର ପରିଷଦରେ ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।[୩] ବାରିପଦା ପୂର୍ବରୁ ଭଂଜ ରାଜବଂଶର ରାଜଧାନୀ ଥିଲା । ମୟୂରଭଞ୍ଜର ଭୁତପୁର୍ବ ରାଜା ମହାରାଜା କୃଷ୍ଣ ଚନ୍ଦ୍ର ଭଂଜଦେଓ ଓଡ଼ିଶାରେ ପ୍ରଥମ ଟ୍ରେନ ପ୍ରଣାଳି ଆରମ୍ଭ କରିଥିଲେ। ବାରିପଦାରେ ଥିବା ଏମ୍. ପି. ସି. ବିଶ୍ୱବିଦ୍ୟାଳୟ ଏବଂ ଏମ୍. କେ. ସି. ଉଚ୍ଚ ବିଦ୍ୟାଳୟ ଏହି ବଂଶର ଶାସନ ଅଧିନରେ ବନା ଯାଇଥିଲା।

ଭୌଗଳିକ ଅବସ୍ଥାନ

ଏହାର ଅବସ୍ଥାନ 21°56′N 86°43′E / 21.94°N 86.72°E / 21.94; 86.72 ।ବାରିପଦା ଓଡ଼ିଶାର ପୂର୍ବରେ ଅବସ୍ଥିତ । ଏହା ୨୧°୯୪`ଉତ୍ତର, ୮୬°୭୨` ପୁର୍ବରେ ଅଛି । ସମୁଦ୍ର ପତନରୁ ଏହାର ଉଚ୍ଚତା ୩୬ ମିଟର (୧୧୮ ଫୁଟ) ।[୪]

ଲୋକଗଣନା

୨୦୦୧ ଜଣଗଣନା ଅନୁସାରେ,[୫] ବାରିପଦାର ଲୋକସଂଖ୍ୟା ୯୪,୯୪୭ । ପୁରୁଷ ୫୩% ଆଉ ମହିଳା ୪୭% । ବାରିପଦାର ପଢୁଆ ହାର ୭୭%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫%ରୁ ବେଶି, ୮୭% ପୁରୁଷ, ୬୫% ମହିଳା । ଲୋକସଖ୍ୟାର ୧୧% ଛ ବର୍ଷରୁ କମ ।

ଗମନା ଗମନ

ଓଡ଼ିଶାରେ, ରେଳ ଯାତାୟତରେ ବାରିପଦା ପ୍ରଥମ । ସେତେବେଳର ରାଜା ଏଚ.ଏଚ. ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେବ ବାରିପଦାକୁ ନେରୋଗଜ ରେଳଦ୍ୱାରା ହାଓଡ଼ା-ଚେନ୍ନାଇ ପଥକୁ ସଂଯୋଗ କରିଥିଲେ । ଓଡ଼ିଶାରେ ପ୍ରଥମ ବିମାନ ବନ୍ଦର ରାସଗୋବିନ୍ଦପୁର(ସହରରୁ ୬୦ କିଲୋମିଟର) ଏବଂ ରାଜାବସା (ସହରରୁ ୧୬ କିଲୋମିଟର)ରେ ବନା ଯାଇଥିଲା । ଏହି ବିମାନ ବନ୍ଦରରେ 2 କିଲୋମିଟର ବିମାନ ଦୌଡପଥ ଅଛି ଏବଂ ଏଯାହିଁ ଓଡ଼ିଶାରେ ଉପସ୍ଥିତ । ବିଶ୍ୱ ଯୁଦ୍ଧ ୨ ସମୟରେ ଏହି ବିମାନ ବନ୍ଦରର ନିର୍ମାଣ କରା ଯାଇଥିଲା ।

ଚଳଣି

ବାରିପଦା ଛଉ ନାଚ ପାଇଁ ବିଶ୍ୱ ପ୍ରସିଦ୍ଧ । ଚୈତ୍ର ପର୍ବ ଅପ୍ରେଲ ମଝିରେ ପାଳନ କରାଯାଏ, ଯାହା ସେଠିକାର ଦକ୍ଷତା ଦର୍ଶାଇଥାଏ । ଉତ୍ତରସାଇ ଓ ଦକ୍ଷିଣସାଇ ଦୁଇଟି ଯାହା ଛଉ ନାଚ ପ୍ରଦର୍ଶନ କରିଥାନ୍ତି ।ମୁଢ଼ି ପାଇଁ ବାରିପଦା ଓଡ଼ିଶା ପ୍ରସିଦ୍ଧ ।

ପର୍ଯ୍ୟଟନ

ଏଠାରେ ରଥଯାତ୍ରା ଏକ ବଡ଼ ପର୍ବ ଏବଂ ଏଇଟା ବହୁ ପ୍ରସିଦ୍ଧ । ଏହା ପୁରୀର ରଥଯାତ୍ରା ପରେ ଓଡ଼ିଶାର ଦ୍ୱିତୀୟ ବଡ଼ ରଥଯାତ୍ରା । ଏହି କାରଣରୁ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବି କହନ୍ତି । ତିନୋଟି ରଥ ଗୁଡିକୁ ଜଗନ୍ନାଥ ମନ୍ଦିରରୁ ମାଉସି ମାଁ ମନ୍ଦିର ଯାଏଁ ଟଣା ଯାଏ । ମାଁ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣନ୍ତି । ବାରିପଦାରେ ରଥଯାତ୍ରା ପୁରୀର ରଥଯାତ୍ରାର ଗୋଟିଏ ଦିନ ପରେ ଆରମ୍ଭ ହୁଏ।

ମାଁ ଅମ୍ବିକା ମନ୍ଦିର, ଯେଉଁଠି ମାଁ ଅମ୍ବିକା ପୁଜା ପାଆନ୍ତି, ବଡ଼ବଜାରରେ ଉପସ୍ଥିତ ଏବଂ ଲୋକେ ବହୁ ସଂଖ୍ୟାରେ ପ୍ରତିଦିନ ଦର୍ଶନ ପାଇଁ ଯାଆନ୍ତି । ଏହି ମନ୍ଦିର ବାରିପଦା ବସ ସ୍ଟେଂଡରୁ ଏକ କିଲୋମିଟର ପାଖା-ପାଖି ଦୁର ହେବ ।

ଶିକ୍ଷା

ବାରିପଦାର ତକତପୁର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅବସ୍ଥିତ । ଏଠାରେ ମଧ୍ୟ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସ୍ଥିତ । ସବୁଠୁ ପୁରାତନ ବିଦ୍ୟଳୟ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲ(୧୮୮୯) ।ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଅଛି ,କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମିପୋଷି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ମୁର୍ଗାବାଡି, ବାରିପଦା । ଏଇଠି ଥିବା ଅନ୍ୟ ବିଦ୍ୟାଳୟ ଗୁଡ଼ିକ ହେଲା ସେନ୍ଟ ଏନ୍ନି କୋଂଭେନ୍ଟ ବିଦ୍ୟାଳୟ, ସ୍ଟେସନ ବଜାର; ସେନ୍ଟ ମେରି କୋଂଭେନ୍ଟ ବିଦ୍ୟାଳୟ, ଲକ୍ଷ୍ମିପୋସି, ପୋଲିସ ଲାଇନ ବିଦ୍ୟାଳୟ, ପାୱେଲ ବିଦ୍ୟାଳୟ ଏବଂ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟ । ଏଇଠି ମୟୂରଭଞ୍ଜ ଆଇନ କଲେଜ, ତକତ୍ ପୁର ମଧ୍ୟ ଅଛି ।

ଆଧାର

  1. "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 26 March 2012.
  2. "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 26 March 2012.
  3. ଚଲାଣ, ରବି ନାରାୟଣ. "ଦୁଇ ପୁରାତନ ପୌର ସଂସ୍ଥା, ବାରିପଦା". ଧରିତ୍ରୀ. Retrieved 9 September 2016.
  4. Falling Rain Genomics, Inc -Baripada
  5. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.

This article uses material from the Wikipedia ଓଡ଼ିଆ article ବାରିପଦା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଫାୟାରବେସ୧୭ବିଅରସାରିକା ଠାକୁରଫକୀର ମୋହନ ସେନାପତିଦେବସ୍ନାନ ପୂର୍ଣ୍ଣିମାଅଣସରଓଡ଼ିଆ ଭାଷାମନୋଜ ଦାସଓଡ଼ିଆ ସାହିତ୍ୟରଥଯାତ୍ରାଜଗନ୍ନାଥ ଦାସଗଙ୍ଗାଧର ମେହେରବନ୍ଦେ ଉତ୍କଳ ଜନନୀଗୁଞ୍ଜନ ସକ୍ସେନାଗୋପୀନାଥ ମହାନ୍ତିନନ୍ଦ କିଶୋର ବଳମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ସମ୍ବିଧାନଜଗନ୍ନାଥ ମନ୍ଦିରପଞ୍ଚସଖାଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଶାଭାରତଗଜାନନ ବେଶରାଧାନାଥ ରାୟଦିନିୟାର କଣ୍ଟ୍ରାକ୍ଟରସାରଳା ଦାସଜଗନ୍ନାଥଗୋଦାବରୀଶ ମିଶ୍ରପ୍ରତିଭା ରାୟମଧୁସୂଦନ ଦାସଜଗନମୋହ‌ନ ଲାଲଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାର ସଂସ୍କୃତିସୁରେନ୍ଦ୍ର ମହାନ୍ତିଗୋପବନ୍ଧୁ ଦାସଶାନ୍ତନୁ କୁମାର ଆଚାର୍ଯ୍ୟକନକ ମଞ୍ଜରୀ ମହାପାତ୍ରମଧୁସୂଦନ ରାଓସଚ୍ଚିଦାନନ୍ଦ ରାଉତରାୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶାର ଇତିହାସକୋଣାର୍କନିଜାମୀ ବନ୍ଧୁକୋଣାର୍କ ସୂର୍ଯ୍ୟ ମନ୍ଦିରଚନ୍ଦନ ଯାତ୍ରାମହାପାତ୍ର ନୀଳମଣି ସାହୁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଅଚ୍ୟୁତାନନ୍ଦ ଦାସସୀତାକାନ୍ତ ମହାପାତ୍ରଜ୍ଞାନପୀଠ ପୁରସ୍କାରସମ୍ବାଦହୃଷୀକେଶ ପଣ୍ଡାମହାନଦୀସୁରେଶ ଛୋଟରାୟ୧୫ ଫେବୃଆରୀ🡆 More