ତନ୍ଦ୍ରା ରାୟ ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୦ରୁ ୮୦ ଦଶକରୁ ଆରମ୍ଭ କରି ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଆସିଛନ୍ତି । ଏଥି ସହିତ ସେ କେତେକ ଓଡ଼ିଆ ମେଗାଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୭୭ରେ ମୁକ୍ତିଲାଭ କରିଥିବା ଚିଲିକା ତୀରେ । ତାଙ୍କ ଅଭିନୀତ ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ପିପାସା, ସଉତୁଣୀ, ନଳ ଦମୟନ୍ତୀ ଆଦି ଅନ୍ୟତମ । ସେ ଅଭିନେତା ବିଜୟ ମହାନ୍ତିଙ୍କୁ ବିବାହ କରିଥିଲେ ।
ତନ୍ଦ୍ରା ରାୟ | |
---|---|
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୭-ଏବେ ଯାଏଁ |
ବୈବାହିକ-ସାଥୀ | ବିଜୟ ମହାନ୍ତି |
ତନ୍ଦ୍ରା ରାୟ ଅଭିନେତା ବିଜୟ ମହାନ୍ତିଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଏକ କନ୍ୟା ଜସ୍ମିନ୍ ମହାନ୍ତି ଅଛନ୍ତି ।
ତନ୍ଦ୍ରା ରାୟଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ଚିଲିକା ତୀରେ । ଏଥିରେ ସେ ବିଜୟ ମହାନ୍ତିଙ୍କ ବିପକ୍ଷରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରଠୁ ଉଭୟ ଯୋଡ଼ି ଭାବେ ପଞ୍ଜୁରି ଭିତରେ ଶାରୀ " (୧୯୯୨) ଏବଂ "ବସୁଧା " (୧୯୯୬) ସମେତ ୬୦ରୁ ଊର୍ଦ୍ଧ୍ୱ ଜଣାଶୁଣା ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ । ସେ "ପୁନର୍ମିଳନ", "ପିପାସା", "ସଉତୁଣୀ ", "ପତି ପତ୍ନୀ ", "ଏଇ ଆମ ସଂସାର", "ମମତା ମାଗେ ମୂଲ", "ପର ଝିଅ ଘରେ ଭାଙ୍ଗେନା", "ଘର ମୋର ସ୍ୱର୍ଗ", "ସତ କେବେ ଲୁଚି ରହେନା", "ପୁଅ ମୋର କଳା ଠାକୁର", "ଆସୁଚି ମୋ କାଳିଆ ସୁନା", "ପଥର ଖସୁଚି ବଡ଼ ଦେଉଳୁ" ଏବଂ "ଭାଇ ହେଲା ଭଗାରୀ" ପରି ଅନେକ ଜଣାଶୁଣା ଫିଲ୍ମରେ ଅଭିନୟ କରିଥିଲେ । ୧୯୮୨ରୁ ୧୯୮୫ ମସିହା ଯାଏଁ ସେ କୌଣସି ଫିଲ୍ମରେ ଅଭିନୟ କରି ନ ଥିଲେ ।
ଟେଲିଭିଜିନରେ ଉଦ୍ଘୋଷିକା ଭାବେ ସେ କିଛି ଦିନ କାମ କରିଥିଲେ ।
This article uses material from the Wikipedia ଓଡ଼ିଆ article ତନ୍ଦ୍ରା ରାୟ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.