ଭାରତୀୟ ମହିଳା

ବିଗତ ସହସ୍ରାବ୍ଦୀ ଧରି ଭାରତୀୟ ମହିଳାମାନଙ୍କ ପରିସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ସେମାନଙ୍କ ଜୀବନଶୈଳୀ, ସ୍ୱାଧୀନତା, ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପତନ ଘଟିଛି ।  ଅତି ପ୍ରାଚୀନ କାଳରୁ ମଧ୍ୟ ଯୁଗ ମଧ୍ୟରେ ତାଙ୍କର ସ୍ଥିତିରେ କ୍ରମାଗତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂସ୍କାର ବଶତଃ ସେମାନଙ୍କୁ ବିଦ୍ୟାଳୟରେ ପାଠ ପାଇଁ ବାରଣ କରାଯାଉଥିଲା ।  ତେବେ ଅଷ୍ଟାଦଶ ଶତାବ୍ଦୀର ପରବର୍ତ୍ତୀ କାଳରେ (ବ୍ରିଟିଶ ଶାସନ ସମୟରୁ) ଅନେକ ଉଦାରବାଦୀ ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁସଂସ୍କାରକୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତରେ ମହିଳାମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକ ସଭାର ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ରାଜ୍ୟପାଳ, ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର, ଯଥା କ୍ରୀଡ଼ା, ଆନ୍ତର୍ଜାତୀୟ କୂଟନୀତି  ରେ ଅବସ୍ଥାପିତ ହେଇପାରିଛନ୍ତି । 

ସ୍ୱାଧୀନ ଭାରତର ସମ୍ବିଧାନରେ ମହିଳାମାନଙ୍କ ଅଧିକାରକୁ ପୁରୁଷମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି । ମହିଳାମାନଙ୍କ ପୂର୍ଣ୍ଣ ସ୍ୱାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ୱାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭାରତର ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦୃଷ୍ଟି ଦିଆ ଯାଇଛି ।

ଏପରି ଏକ ସମୟ ଥିଲା ଯେ ୨୦୧୧ ମସିହାରେ ଏକା ସମୟରେ ଭାରତର ରାଷ୍ଟ୍ରପତି (ଶ୍ରୀମତୀ ପ୍ରତିଭା ପାଟିଲ), ଲୋକ ସଭାର ବାଚସ୍ପତି (ମୀରା କୁମାର) ଓ ଲୋକ ସଭାର ବିରୋଧୀ ଦଳର ନେତା ପଦବୀରେ ମହିଳାମାନେ ରହିଥିଲେ । ଏହା ସତ୍ତ୍ୱେ ଭାରତରେ ମହିଳାମାନେ ଅନେକ ସମସ୍ଯାରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନରେ ବଳାତ୍କାର, ଏସିଡ ଫିଙ୍ଗା, ଯୌତୁକ ଜନିତ ହତ୍ୟା, ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡ଼ିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି । ୨୦୧୨ ମସିହାରେ ଥୋମସନ୍  ରଏଟର ଫାଉଣ୍ଡେସନ ତରଫରୁ କରାଯାଇଥିବା ସର୍ଭେରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶଠାରୁ ଭାରତରେ ମହିଳାଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା । .

ଇତିହାସ 

ପ୍ରାଚୀନ ଭାରତ 

ଭାରତୀୟ ମହିଳା 
ଦିଲ୍ଲୀ ମିଉଜିଆମରେ ଗୌତମ ବୁଦ୍ଧଙ୍କୁ ସ୍ୱାଗତ କରୁଥିବା ମହିଳା ଚିତ୍ର ଫଳକ i

ପ୍ରାଚୀନ ବେଦିକ କାଳରେ ଭାରତୀୟ ମହିଳାମାନେ ପୁରୁଷମାନଙ୍କ ସହ ସମସ୍ତ କ୍ଷେତ୍ରରେ ଅଧିକାର ପ୍ରାପ୍ତ ହଉଥିବା କଥା ଭାରତୀୟ ବେଦରୁ ପ୍ରମାଣ ମିଳେ ।   ପତଞ୍ଜଳି ଓ କାତ୍ୟାୟନଙ୍କ ପରି ପ୍ରାଚୀନ ବ୍ୟାକରଣ ବିଷାରଦଙ୍କ ଲେଖାରୁ ଜଣାପଡେ ଯେ ବୈଦିକ ସମୟରେ ମହିଳାମାନେ ମଧ୍ୟ ପୁରୁଷମାନଙ୍କ ପରି ବିଦ୍ୟା ଲାଭ କରୁଥିଲେ ।  ଋଗ ବେଦର ଶ୍ଳୋକରୁ ଏହା ମଧ୍ୟ ପ୍ରମାଣ ହୁଏ ଯେ ସେ କାଳରେ ମହିଳାମାନେ ଉପଯୁକ୍ତ ବୟସରେ ବିବାହ କରୁଥିଲେ ଓ ନିଜ ପସନ୍ଦର ପଟି ପାଉଥିଲେ । ସେ କାଳରେ ସ୍ୱୟଂବର ପ୍ରଥାଦ୍ୱାରା ମହିଳାମାନେ ନିଜ ପସନ୍ଦର ବର ଚୟନ କରିବା ବିଧି ରହିଥିଲା । ଏହାକୁ " ଗନ୍ଧର୍ବ " ବିବାହ କୁହାଯାଉଥିଲା । . ଋଗ ବେଦ ଓ  ଉପନିଷଦମାନଙ୍କରେ ପ୍ରାଚୀନ କାଳରେ " ଗାର୍ଗୀ ଓ " ମୈତ୍ରେଇ "ଙ୍କ ପରି ଅନେକ ସାଧ୍ୱୀ ତଥା ବିଦ୍ୱାନ ମହିଲା ଥିବା କଥା ଉଲ୍ଲେଖ ରହିଛି । ,  

ତେବେ ଖ୍ରୀଷ୍ଟ ପୂର୍ବ ୫୦୦ ମସିହା ଆଡକୁ ଭାରତରେ ମହିଳାମାନଙ୍କ ସ୍ଥିତିରେ କ୍ରମଶଃ ଅବନତି ଘଟିବାରେ ଲାଗିଥିଲା ।  ଅବଶ୍ୟ ଜୈନ ଧର୍ମର ଆଗମନ ପରେ ମହିଳାମାନଙ୍କୁ ମଧ୍ୟ ସେହି ଧର୍ମରେ ଅଂଶ ଗ୍ରହଣ କରିବାର ଅନୁମତି ଦିଆ ଯାଇଥିଲା, ସାଧାରଣତଃ ଭାବରେ ମହିଳାମାନଙ୍କୁ ବିଭିନ୍ନ ବାଧା ମଧ୍ୟ ଅବଦ୍ଧ ହେଇ ରହିବାକୁ ହେଇଥିଲା । ବିଶ୍ୱାସ କରାଯାଏ ଯେ ଷଷ୍ଠ ଶତାବ୍ଦୀରେ ବାଲ୍ୟ ବିବାହ ପରମ୍ପରା ଭାରତରେ ଆରମ୍ଭ ହେଇଯାଇଥିଲା । 

ଏହି କାଳର କେତେକ ଧର୍ମଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ରହିଛି । "ମନୁ ସ୍ମୃତି "ରେ ଉଲ୍ଲେଖ ଯେ "ମହିଳାମାନଙ୍କୁ ଶୈଶବରେ ପିତା, ଯୌବନରେ ସ୍ୱାମୀ ଓ ଜରାବସ୍ଥାରେ ପୁତ୍ର ସଂରକ୍ଷଣ ପ୍ରଦାନ କରିବେ । କାରଣ ଜଣେ  ମହିଳା ନିଜେ କିଛି ନିଷ୍ପତ୍ତି ନେବାପାଇଁ ଅଯୋଗ୍ୟ " 

ତେବେ ଏହା କେବଳ ବର୍ଣ୍ଣନା ମୂଳକ ବ୍ୟାଖ୍ୟା ଥିଲା ଓ ସେ ସମୟରେ ମଧ୍ୟ କେତେକ ମହିଳାମାନେ ସନ୍ୟାସିନୀ ହେଇ ସ୍ୱାଧୀନ ଭାବରେ ରହିଥିବାର ଜନାଜାଏ । .

କେତେକ ସାମ୍ରାଜ୍ୟରେ ଜଣେ ବା ଅଧିକ " ନଗରବଧୂ " ବା ନଗରର ପତ୍ନୀ ଭାବରେ ରଖା ଯାଉଥିଲା ଓ ତାହା ଅତ୍ୟନ୍ତ ସମ୍ମାନଜନକ ତଥା ଶକ୍ତିଶାଳୀ ପଦବୀ ଭାବରେ ଗଣନା କରାଯାଉଥିଲା । ପ୍ରାଚୀନ " ଅମ୍ରାପାଳି " ତାହାର ଏକ ଉଦାହରଣ । 

ମଧ୍ୟମ କାଳ 

ଫାଇଲ:Pastimes15.jpg
ଦେବୀ ରାଧାଙ୍କ ପାଦ ନିକଟରେ ଶ୍ରୀକୃଷ୍ଣ

ମଧ୍ୟମ କାଳରେ ଭାରତୀୟ ନାରୀମାନଙ୍କ ସ୍ଥିତିରେ କ୍ରମଶଃ ଅବନତି ହେବାରେ ଲାଗିଥିଲା ।,ବାଲ୍ୟ ବିବାହ ପ୍ରଥା, ଓ ବିଧବା ବିବାହକୁ ନିଷେଧ କରିବା ପରମ୍ପରା ସହ ଭାରତୀୟ ଉପମହାଦେଶକୁ ମୁସଲମାନମାନଙ୍କ ଅଧିକାର ପରେ ରାଜପୁତମାନଙ୍କ ମଧ୍ୟରେ " ଯାଉହାର " ବା ପରଦା ପ୍ରଥା ଆରମ୍ଭ ହେଇଥିଲା । ଭାରତରେ କେତେକ ଅଞ୍ଚଳରେ ଦେବଦାସୀମାନଙ୍କ ଉପରେ ଯୌନ ଶୋଷଣ ମଧ୍ୟ ହଉଥିଲା ।ଅନେକ ଆଞ୍ଚଲରେ ବହୁ-ପତ୍ନୀ ପ୍ରଥାର ପ୍ରଚଳନ ମଧ୍ୟ ଚାଲିଲା । ଏହା ସାଧାରଣତଃ ରାଜନୈତିକ କାରଣରୁ କ୍ଷତ୍ରିୟ ଶାସକ ସଂପ୍ରଦାୟ ମଧ୍ୟରେ ବିବେଶ ଭାବରେ ଚଳୁଥିଲା । ଅନେକ ମୁସଲିମ ପରିବାରରେ ମହିଳାଙ୍କୁ " ଜନାନା" ଅଞ୍ଚଳ ମଧ୍ୟରେ ବନ୍ଦୀ ପରି ଆବଦ୍ଧ ଅବସ୍ଥାରେ ରହିବାକୁ ପଡୁଥିଲା । 

କିଛି ଦୃଢ଼ମନା ମହିଳା ସାହିତ୍ଯ ରାଜନୀତି, ଶିକ୍ଷା ଆଦି ପରିସରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଥିଲେ ।  " ରାଜିୟା ସୁଲତାନ " ଏକମାତ୍ର ମହିଳା ଥିଲେ ଯେ ଦିଲ୍ଲୀ ସାମ୍ରାଜ୍ୟ ସଫଳ ଭାବରେ ଶାସନ କରିଥିଲେ ।  ୧୫୬୪ ମସିହାରେ ମୋଗଲ ସମ୍ରାଟ ଆକବରଙ୍କ ସେନାପତି ଅସଫ ଖାନଙ୍କଦ୍ୱାରା ନିହତ ହେବା ପୂର୍ବରୁ ଗଣ୍ଡ ମହାରାଣୀ ଦୁର୍ଗାବତୀ ତାଙ୍କ ରାଜ୍ୟକୁ ୧୫ ବର୍ଷ କାଳ ଶାସନ କରିଥିଲେ । ୧୫୯୦ ଦଶକ ରେ" ଚାନ୍ଦ ବିବି "ଅହମଦନଗର ରାଜ୍ୟକୁ ମୋଗଲ ଆକ୍ରମଣରୁ ଦୃଢ଼ତାର ସହ ପ୍ରତିରକ୍ଷ୍ୟା ପ୍ରଦାନ କରିଥିଲେ ।ଏପରିକି ସମ୍ରାଟ ଜାହାଙ୍ଗୀରଙ୍କ ପତ୍ନୀ ନୁର ଜାହାନ ମଧ୍ୟ ଶାସନରେ ନିଜେ ନଥାଇ ମଧ୍ୟ ଅଖଣ୍ଡ ରାଜନୈତିକ ଶକ୍ତିର ଅଧିକାରୀ ଥିଲେ । ମୋଗଲ ରାଜକନ୍ୟା ଜହାନାରା ଓ ଜେବୁନନିଶା ତାଙ୍କର କବି ପ୍ରତିଭା ପାଇଁ ବିଖ୍ୟାତ ଥିଲେ । ଶିବାଜିଙ୍କ ମାଁ "ଜିଯାବାଇ " ମଧ୍ୟ ଜଣେ ମହିଳା ଯୋଧ୍ୟା ଓ ପ୍ରଶଶକ ଭାବରେ ପ୍ରସିଦ୍ଧି ହାସଲ କରିଥିଲେ । ଅନ୍ୟ ଜଣେ ମରାଠା ମହିଳା ତାରାବାଇ  ମଧ୍ୟ ଦକ୍ଷିଣ ଭାରତରେ ଶାସନ କରିଥିଲେ । ତାଙ୍କ ପରି ଆହୁରି ଅନେକ ମହିଳା ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବାର ଇତିହାସରେ ଉଲ୍ଲେଖ ରହିଛି । .

ସେହି ସମୟରେ ମହିଳା ସନ୍ଥ ମୀରାବାଈ ଙ୍କ ନେତୃତ୍ୱରେ ଭକ୍ତି ଆନ୍ଦୋଳନର ସୂତ୍ରପାତ ହେଇଥିଲା । ଏଥିରେ ମହିଳାମାନଙ୍କ ଉପରେ ଲଦି ଦିଆଯାଇଥିବା ଅନେକ ବନ୍ଧନ ଉପରେ ସ୍ୱର ଉତ୍ତୋଳନ ହେଇଥିଲା । ତାଙ୍କ ସହ ଅକା ମହାଦେବୀ, ରମି ଜନବାଇଙ୍କ ପରି ମହିଳାଙ୍କ ସହ ମହାନୁଭବ, ଭାରକରି ଓ ଅନେକ ମହାପୁରୁଷ ସ୍ୱର ମିଳେଇ କିଛି ମହିଳା ଓ ପୁରୁଷଙ୍କ ଅଧିକାର ଭିତରେ ଥିବା ଅସମାନତାର ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ ।  

ଏହା ପରେ ଶିଖ ଧର୍ମର ପ୍ରଥମ ଗୁରୁ, ଗୁରୁ ନାନକ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାରର ବାର୍ତାର ପ୍ରଚାର କରିଥିଲେ ।ସେ ମହିଳାମାନଙ୍କୁ ମଧ୍ୟ ଧାର୍ମିକ ସ୍ୱାଧୀନତା ଦେବା ସପକ୍ଷରେ ଯୁକ୍ତି କରୁଥିଲେ ।ସେ ମହିଳାମାନଙ୍କୁ ତାଙ୍କ ଭଜନ କୀର୍ତନ  ସଭାରେ  ଯୋଗଦାନ କରିବାକୁ ଅନୁମତି ଦେଇଥିଲେ ଓ ଧାର୍ମିକ ପରିଚାଳନାରେ ଅଂଶ ନେବାକୁ ମଧ୍ୟ ଆଗ୍ରହ କରୁଥିଲେ । ଏହା ପରେ ଶିଖ ଧର୍ମର ଅନ୍ୟ ଗୁରୁମାନେ ମଧ୍ୟ ମହିଳାମାନଙ୍କୁ ଧର୍ମାନୁଷ୍ଠାନରେ ଗ୍ରହଣ କରିଥିଲେ ।   

ଐତିହାସିକ ପରମ୍ପରା ସବୁ 

ମଧ୍ୟମ ଯୁଗରୁ ଚାଲି ଆସିଥିବା ସତୀ, ଯାଉହାର, ଦେବଦାସୀ ପରମ୍ପରା ସବୁ ଆଧୁନିକ ଯୁଗରେ ଉଚ୍ଛେଦ କରାଯାଇଛି । ତେବେ ଆଜି ମଧ୍ୟ କେତେକଆଭ୍ୟନ୍ତରୀଣ ସ୍ଥାନରେ ଏହି ଅନ୍ଧବିଶ୍ୱାସମୂଳକ କାର୍ଯ୍ୟ ଚାଲିଥିବାର ଜଣାପଡେ । ପରଦା ପ୍ରଥା ମଧ୍ୟ କେତେକ ସ୍ଥାନରେ ରହିଆସିଛି । ବାଲ୍ୟ ବିବାହ ମଧ୍ୟ ବିରଳ ଭାବରେ କେତେକ ସ୍ଥାନରେ ହାଉଥିବାର ଜଣାପଡିଥାଏ । 

    ସତୀ ପ୍ରଥା 
    ଏହି ନିର୍ଦୟ ପ୍ରଥା ବର୍ତ୍ତମାନ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହେଇଯାଇଛି । ପ୍ରାଚୀନ କାଳରେ ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀଙ୍କୁ ସ୍ୱାମୀଙ୍କ ଚିଟାରେ ଜୀବନ୍ତ ଦହନ କରାଯାଉଥିଲା । ଅନେକ କ୍ଷେତ୍ରରେ ବିଧବା ପତ୍ନୀଙ୍କୁ ସଂପ୍ରଦାୟର ଲୋକେ ଜୋର- ଜବରଦସ୍ତି କରି ଚିଟା ନିଆରେ ଜାଳି ଦଉଥିଲେ । ଏହାକୁ ଇଚ୍ଛାମୂଳକ ବୋଲି କୁହାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏଥିପାଇଁ ବାଧ୍ୟ କରାଯାଉଥିଲା ।  ବିଦେଶୀ ଆକ୍ରମଣ ପରେ ଭାରତରେ ଏହି ପ୍ରଥା ଅଧିକ ପ୍ରଚାଳନ ହେଇଥିଲା, କାରଣ କେତେକ କ୍ଷେତ୍ରରେ ବିଧବାମାନଙ୍କ ଉପରେ ବିଦେଶୀମାନେ ଯୌନ ଶୋଷଣ, ବଳତ୍କାର ମଧ୍ୟ କରୁଥିଲେ ।  . ୧୯୮୭ ମସିହାରେ ରାଜସ୍ଥାନରେ ' ରୂପ କଂବାର " ମାମଲା ପରେ ସରକାର ଏକ କମିଶନ ଗଠନ କରି ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆଇନ ପ୍ରଣୟନ କରିଥିଲେ । 
    ଯୌହର ପ୍ରଥା 
    ବର୍ତ୍ତମାନ ସମ୍ପୂର୍ଣ୍ଣ ବିଲୁପ୍ତ ଏହି ପ୍ରଥା ରାଜପୁତ ଯୋଦ୍ଧାମାନଙ୍କ ପରିବାରରେ ପ୍ରଚଳିତ ଥିଲା । ଯୋଦ୍ଧାମାନେ ଯୁଦ୍ଧରେ ନିହତ ହେଲେ ତାଙ୍କର ପତ୍ନୀ ଓ ଝିଅମାନେ ସ୍ୱ-ଇଚ୍ଛାରେ ଆତ୍ମଦାହ କରୁଥିଲେ । ଏହାଦ୍ୱାରା ସେମାନେ ଶତ୍ରୁଦ୍ୱାରା ବଳତ୍କାରରୁ ନିଜକୁ ରକ୍ଷା  କରୁଥିଲେ । ଏହି ପ୍ରଥା ମୁଖ୍ଯତଃ ମୁସଲମାନମାନଙ୍କ ଆକ୍ରମଣ ସମୟରେ ପ୍ରଚଳିତ ଥିଲା ।
    ପରଦା ପ୍ରଥା 
    ଏହି ପ୍ରଥା ଭାରତ ତଥା ଅନ୍ୟ ମୁସଲିମ  ଦେଶର ମୁସଲିମ ମହିଳାଙ୍କ ମଧ୍ୟରେ ପ୍ରଚଳିତ । ପୁରୁଷମାନଙ୍କ ସାମ୍ନାରେ ମହିଳାମାନେ ସମ୍ପୂର୍ଣ୍ଣ ଭାବରେ ମୁଖ ଆଚ୍ଛାଦନ କରିବା ପ୍ରଥା ଅଜିମଧ୍ୟ ଅନେକ ସ୍ଥାନରେ ରହିଛି । 
    ଦେବଦାସୀ ପ୍ରଥା 
    ମୁଖ୍ଯତଃ ଦକ୍ଷିଣ ଭାରତରେ ମନ୍ଦିରମାନଙ୍କରେ ଅବିବାହିତ ମହିଳାମାନଙ୍କୁ ଆରାଧ୍ୟ ଦେବତାଙ୍କ ମୂର୍ତି ସହ ବିବାହ କରାଯାଉଥିଲା । ସେମାନେ ଆଜୀବନ ମନ୍ଦିରରେ ଦେବତାଙ୍କ ପୂଜା ଆରାଧନାରେ ସହାୟତା କରୁଥିଲେ । ୧୦ ମ ଶତାବ୍ଦୀରୁ ଚାଲି ଆସୁଥିବା ଏହି ପ୍ରଥାକୁ ସରକାର ୧୯୮୮ ମସିହାରୁ ଆଇନଦ୍ୱାରା ବନ୍ଦ କରିଛନ୍ତି ।  .

ବ୍ରିଟିଶ ଶାସନ ସମୟରେ ଭାରତୀୟ ମହିଳା 

[[ଫା|thumb|ସରୋଜିନୀ ନାଇଡୁ,  କବି ଓ ସ୍ୱାଧୀନତା ସଂଗ୍ରାମୀ । ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଧ୍ୟ ରହିଥିଲେ ।]]

ଭାରତୀୟ ମହିଳା 
କଲିକତାରେ ବେଙ୍ଗଲି ବାଳିକା ବିଦ୍ୟାଳୟ, ୧୮୬୯ ମସିହାରେ ଖ୍ରୀଷ୍ଟିୟାନ ମିସନଦ୍ୱାରା ସ୍ଥାପିତ

ବ୍ରିଟିଶ ରାଜ ସମୟରେ ଅନେକ ସମାଜ ସଂସ୍କାରକଙ୍କ ଆବିର୍ଭାବ ହେଇଥିଲା । ସେମାନଙ୍କ ମଧ୍ୟରୁ ରାଜା ରାମ ମୋହନ ରୟ, ଇଶ୍ୱର ଚନ୍ଦ୍ର ବିଦ୍ୟସାଗର, ଜ୍ୟୋତିରାୟ ଫୁଲେ ପ୍ୟାରି ଚରଣ ସରକାର ଅନ୍ୟତମ । ସେମାନେ ଭାରତରେ ପ୍ରଚଳିତ ଥିବା ଅନେକ କୁସଂସ୍କାର, ଅନ୍ଧବିଶ୍ୱାସ ଭିତ୍ତିକ ପ୍ରଥା ବିରୁଦ୍ଧରେ ଜନମତ ଜାଗରଣ କରି ସେଗୁଡିକୁ ବର୍ଜନ କରିବା ପାଇଁ ଚେଷ୍ଟା କରି ଅନେକାଂଶରେ ସଫଳ ହେଇଥିଲେ । ସେ ସମୟରେ ବାଳିକାମାନଙ୍କୁ  ସ୍କୁଲ ଶିକ୍ଷା ଦିଆ ଯାଉନଥିବା ବେଳେ କଲିକତା ସହରରେ ପ୍ୟାରି ଚରଣ ସରକାର ୧୮୭ ମସିହାରେ ବାରାସାତଠାରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ତାହା ସମ୍ପ୍ରତି କାଳୀକୃଷ୍ଣ ବାଳିକା ହାଇ ସ୍କୁଲ ଭାବରେ ବିଦ୍ୟମାନ । 

ବ୍ରିଟିଶ ସରକାର ମଧ୍ୟ ମହିଳାମାନଙ୍କ ଅଧିକାର ପାଇଁ କିଛି ଉଦ୍ୟମ କରିଥିଲେ । ବିଲାତି ମିସସନାରୀମାନଙ୍କ ପତ୍ନୀମାନେ (ମାର୍ଥା ମଉଲ୍ଟ, ଏଲିଜା କାଳଦବେଳ, ଆଦି) ଭାରତରେ ମହିଳାମାନଙ୍କ ଶିକ୍ଷା ପାଇଁ ଉଦ୍ୟମ କରିଥିଲେ । ସେମାନେ ପ୍ରଥମରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିରୋଧର ସମ୍ମୁଖୀନ ହେଇଥିଲେ ମଧ୍ୟ ପରେ ସେଥିରେ ସହଯୋଗ ପାଇଥିଲେ । ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଉଦ୍ୟମ ଫଳରେ ବ୍ରିଟିଶମାନେ ସତୀ ପ୍ରଥାର ଉଚ୍ଛେଦ ପାଇଁ ଓ ବିଧବା ବିବାହ ପ୍ରଚାଳନ ପାଇଁ ୧୮୫୬ ମସିହାରେ Widdow Remarriage Act ଆଣିଥିଲେ । 

ପ୍ରାରମ୍ଭିକ ସମୟରେ ବ୍ରିଟିଶମାନେ ଭାରତର ଅନେକ ରାଜ୍ୟ ଅଧିକାର ପାଇଁ " Doctrine of Lapse" ନାମକ ଏକ ଚକ୍ରାନ୍ତ ମୂଳକ ନିୟମ ପ୍ରଣୟନ କରି  ଯେଉଁ ରାଜ୍ୟର ରାଜା ବିନା ପୁରୁଷ ସନ୍ତାନରେ ମୃତ୍ୟୁ ବରଣ କାଲେ ସେହି ରାଜ୍ୟ ବ୍ରିଟିଶ ସାମ୍ଭ୍ରାଜୀରେ ସିଧା ସଳଖ ମିଶ୍ରଣ ପାଇଁ ନିୟମ କଲେ । ଏହି ନିୟମ ବିରୁଦ୍ଧରେ କରଣତକର କିତ୍ତୁର ରାଜ୍ୟର ମହାରାଣୀ ସସଶ୍ର ବିଦ୍ରୋହ କରି ଥିଲେ । ସେହିପରି କର୍ଣାତକର ଅବକକା ରାଣୀ ମଧ୍ୟ ଯୁଦ୍ଧ କରିଥିଲେ । ଝାନସୀର ରାଣୀ ଲକ୍ଷ୍ମୀବାଇ ୧୮୫୭ ମସିହାରେ ଭାରତୀୟ ବିଦ୍ରୋହର ନେତୃତ୍ୱ ନେଇଥିଲେ ।  ବେଗମ ହଜରତ ମହଲ ମଧ୍ୟ ସେ ସମୟରେ ଅୱଧ ରାଜ୍ୟ ଶାସନ କରିଥିଲେ । ଭୋପାଲର ବେଗମ ମଧ୍ୟ ଜଣେ ଶକ୍ତିଶାଳୀ ଶାସକ ରହିଥିଲେ । ସେ ମୁସଲମାନ ହେଲେ ମଧ୍ୟ ପରଦାରେ ନ ରହି ଯୁଦ୍ଧକୁ ମଧ୍ୟ ଯାଉଥିଲେ ।  

ଡିଗ୍ରୀ ଶିକ୍ଷା ହାସଲ କରିଥିବା ସର୍ବପ୍ରଥମ ମହିଳାମାନଙ୍କ ଭିତରେ ଚନ୍ଦ୍ରମୁଖୀ ବସ, କାଦମ୍ବିନୀ ଗାଙ୍ଗୁଲୀ ଓ ଆନନ୍ଦୀ ଗୋପାଳ ଯୋଶୀ ଅଗ୍ରଣୀ ଥିଲେ । 

୧୯୧୭ ମସିହାରେ ମହିଳାମାନେ ରାଜନୀତିରେ ଅଂଶ ଗ୍ରହଣ କରିବାକୁ ଭାରତୀୟ ଜାତୀୟ କଂଗ୍ରେସର ସମର୍ଥନରେ ଦାବି ଜଣେଇଥିଲେ । ପୁନେଠାରେ ୧୯୨୭ ମସିହାରେ ସର୍ବ ଭାରତୀୟ ମହିଳା ଶିକ୍ଷା କାନଫେରେନସେ ହେଇଥିଲା । ତାହା ମହଲା ଶିକ୍ଷା ଦିଗରେ ବହୁତ ଉନ୍ନତି ଆଣିଥିଲା ।  ୧୯୨୯ରେ ବାଲ୍ୟ ବିବାହ (ନିରୋଧ) ଆଇନ ପ୍ରଣିତ ହେଇ ୧୪ ବର୍ଷକୁ ନ୍ୟୁନତମ ବୟସ ଭାବରେ ବିବାହ ପାଇଁ ସ୍ଥିର ହେଇଥିଲା । .[full citation needed] ମହାତ୍ମା ଗାନ୍ଧୀ ନିଜେ ବାଲ୍ୟ ବିବାହ କରିଥିଲେ ମଧ୍ୟ ସେ ଏହି ନିୟମ ଗଠନ ପାଇଁ ଉଦ୍ୟମ କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ମହିଳାଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା । ଭିକାଜି କାମା, ଡାଃ ଆନି ବେଶାନ୍ତ, ପ୍ରୀତି ବାଡେଲାଲ, ବିଜୟଲକ୍ଷ୍ମୀ ପଣ୍ଡିତ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଳନୀ, ଅରୁଣା ଆସଫ ଅଲି, କସ୍ତୁରବା ଗାନ୍ଧୀ ଓ ଆହୁରି ଅନେକ ନହିଲା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ତ୍ୟାଗ ସ୍ୱୀକାର କରିଥିଲେ । ଏପରିକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝାନସୀ ରେଜିମେଣ୍ଟରେ କେବଳ ମହିଳାମାନେ ସେନା ଭାବରେ ଯୋଗ ଦେଇ ଲଢେଇ କରିଥିଲେ । ସେଥିରେ କେପଟେନ ଲକ୍ଷ୍ମୀ ସହଗଳ ମଧ୍ୟ ରହିଥିଲେ ।,ସରୋଜିନୀ ନାଇଡୁ ଜଣେ କବି ହେବା ସହ ସ୍ୱାଧୀନତା ସଂଗ୍ରାମରେ ଅଂଶ ନେଇଥିଲେ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ଦେଇଥିଲେ । 

ସ୍ୱାଧୀନ ଭାରତର ମହିଳା 

ଭାରତୀୟ ମହିଳା 
Female Safety Index per state according to the Tata Strategic Management Group. Light green indicates greatest safety; yellow, medium safety and light red, least safety.

ବର୍ତ୍ତମାନ ଭାରତରେ ମହିଳାମାନେ ସମସ୍ତ କ୍ଷେତ୍ରରେ ରହିଛନ୍ତି । ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ରାଜନୀତି, ସମ୍ବାଦିକତା ଓ ଅନ୍ୟ ମେଡ଼ିଆ, ଫିଲ୍ମ ସବୁଥିରେ ମହିଳାମାନେ ତାଙ୍କ ସ୍ଥାନ ଦାଖଲ କରିଛନ୍ତି । ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ ୧୫ ବର୍ଷ ରହିଥିଲେ ଯାହା ମହିଳା ଭାବରେ ବିଶ୍ୱର ସର୍ବାଧିକ ସମୟ ରାଷ୍ଟ୍ରମୁଖ୍ୟ ଭାବେ ରହିବା ରେକର୍ଡ ।

ଭାରତୀୟ ସମ୍ବିଧାନର ଧାରା ୧୪, ୧୫(୧) ୧୬, ୩୯(ଡି), ୧୫(୩)୫୧(A) ଓ ୪୨ ଅନୁସାରେ ଭାରତୀୟ ମହିଳାମାନଙ୍କୁ ସମାନ ଅଧିକାର, ନିରାପତ୍ତାର ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ କରାଯାଇଛି । 

୧୯୭୦ ମସିହା ପରେ ମହିଳାମାନଙ୍କ ଅର୍ଥନୈତିକ ଓ ସାମାଜିକ ନିରାପତ୍ତା ପାଇଁ ଆନ୍ଦୋଳନ ପରିଚାଳିତ ହେଇଥିଲା । ମଥୁରା ଧର୍ଷଣ ବିରୋଧରେ ସ୍ୱର ଉତ୍ତୋଳିତ ହେଇ ଧର୍ଷଣ ନିୟମ ଆହୁରି କଠୋର ହେଇଥିଲା । . ମଦ ବିରୋଧୀ ଆନ୍ଦୋଳନ  ମଧ୍ୟ ବିଭିନ୍ନ ରାଜ୍ୟରେ ହେଇଥିଲା ।  .  ଏହା ବ୍ଯତୀତ ମୁସଲିମ ସଂପ୍ରଦାୟ ମହିଳାଙ୍କ ପାଇଁ ତ୍ରିପଲ ତଲାକ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳିତ ହେଇ ତାହାର ଆଇନ ବର୍ତ୍ତମାନ ପ୍ରକ୍ରିୟାରେ ରହିଛି । 

୨୦୧୦ ମସିହାରେ ଭାରତରେ ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭାମାନଙ୍କୁ  ରେ ୩୩% ସ୍ଥାନ ସଙ୍ଗରକ୍ଷଣର ବ୍ୟବସ୍ଥା କରାଗଲା ।

ରାଜନୀତିରେ ମହିଳା 

ରାଜନୀତି କ୍ଷତ୍ରରେ ଭାରତରେ ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ସର୍ବାଧିକ ଅନୁପାତରେ ମହିଳା ଉଚ୍ଛପଦରେ ଅବସ୍ଥାପିତ ହେଇଛନ୍ତି । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ବିରୋଧୀ ଦଳ ନେତ୍ରୀ, ମିଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଭାବରେ ମହିଳାମାନେ ବହୁ ସଂଖ୍ୟାରେ ରହି ଆସିଛନ୍ତି ।

ସେନାବାହିନୀରେ ମହିଳା 

ଭାରତୀୟ ମହିଳା 
ଭାରତୀୟ ସେନା ବାହିନୀର ମହିଳା ଅଫିସର

୧୯୯୨ ମସିହାରୁ ଭାରତୀୟ ସେନା ବାହିନୀରେ ମହିଳାମାନଙ୍କୁ ପ୍ରବେଶ ଦିଆ ଯାଇଥିଲା । ତନୁଶ୍ରୀ ପାରିଖ ଭାରତୀୟ ସେନାରେ ପ୍ରଥମ ସୈନିକ ମହିଳା ଅଫିସର ଭାବେ ୨୦୧୩ ମସିହାରେ ଯୋଗ ଦେଇଥିଲେ . ସରକାର ବାୟୁ ସେନାରେ ମଧ୍ୟ ପାଇଲତ ଭାବରେ ମହିଳାଙ୍କ ନିଯୁକ୍ତି ପାଇଁ ନିୟମ ପ୍ରଣଯନ କରିଛନ୍ତି । 

ଶିକ୍ଷା ଓ ଅର୍ଥନୈତିକ ଉନ୍ନୟନ 

୧୯୯୨ ମସିହା ସୁଦ୍ଧା ୯.୨% ଗୃହରେ ମହିଳାମାନେ ମୁଖ୍ୟ ଭାବରେ ରହିଥିବା ଜଣା ଯାଏ ।

ଆଧାର 

Tags:

ଭାରତୀୟ ମହିଳା ଇତିହାସ ଭାରତୀୟ ମହିଳା ସ୍ୱାଧୀନ ଭାରତର ମହିଳା ଭାରତୀୟ ମହିଳା ରାଜନୀତିରେ ମହିଳା ଭାରତୀୟ ମହିଳା ସେନାବାହିନୀରେ ମହିଳା ଭାରତୀୟ ମହିଳା ଶିକ୍ଷା ଓ ଅର୍ଥନୈତିକ ଉନ୍ନୟନ ଭାରତୀୟ ମହିଳା ଆଧାର ଭାରତୀୟ ମହିଳା ଅଧିକ ପଠନ ଭାରତୀୟ ମହିଳା ବାହାର ଆଧାର ଭାରତୀୟ ମହିଳାଭାରତ

🔥 Trending searches on Wiki ଓଡ଼ିଆ:

ନେମାଳଚିଲିକା (ବହୁବିକଳ୍ପ)ରାମାବତାରମ୍ଆଜାଦ ହିନ୍ଦ୍ ଫୌଜଶ୍ରୀଗଙ୍ଗାଧର ରଥଗୋପାଳ କୃଷ୍ଣ ରଥ୧୯୬୧ପ୍ଲୁଟୋବିଜୟ ମିଶ୍ରଶରତ କୁମାର ମହାନ୍ତିଶ୍ରୀତମ ଦାସକାଶୀ ବିଶ୍ୱନାଥ ମନ୍ଦିରଶ୍ରୀରାଧାତିଳ ଚତୁର୍ଥୀରଥଯାତ୍ରାମହୁଜାଭା (ପ୍ରୋଗ୍ରାମିଂ ଭାଷା)ହନୁମାନଜାପାନ ସାଗରବିରଳା ମନ୍ଦିର, ହାଇଦ୍ରାବାଦପ୍ଲୀହାc3bn4ଚଇତି ଘୋଡ଼ା ନାଚପ୍ରହ୍ଲାଦ ନାଟକଉଇକିଅଭିଧାନଗୋଦାବରୀଶ ମହାପାତ୍ରବଡ଼ ଏରାପିଙ୍କି ପ୍ରଧାନନେପଚୁନପରିବେଶମାର୍ଚ୍ଚଯକୃତପ୍ରଧାନ ପୃଷ୍ଠାଆଶୁତୋଷ ପରିଡ଼ାମହାପାତ୍ର ନୀଳମଣି ସାହୁଚନ୍ଦ୍ରଶେଖର ରଥସୁନାବେଶଏଞ୍ଜେଲା ମେର୍କେଲ୍ଗୋପୀନାଥ ମହାନ୍ତିଅପରେଟିଙ୍ଗ ସିଷ୍ଟମଚିତ୍ତରଞ୍ଜନ ତ୍ରିପାଠୀ୩୦ ଅପ୍ରେଲହେପାଟାଇଟିସ ବିଶାସ୍ତି (ଓଡ଼ିଆ କଥାଚିତ୍ର)ପୁରୁଷୋତ୍ତମ ଦେବମାଲେସିଆତାଳଧ୍ୱଜଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଟମ୍ ଖା କାଇଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟବାଙ୍କୀଉତ୍କଳ ଦିବସବଣଭୋଜି ବେଶ୨୯ ମାର୍ଚ୍ଚବାଘପଲଉପ୍ରଣବ ପ୍ରକାଶ ଦାସଚରକନବୀନ ପଟ୍ଟନାୟକବ୍ରାହ୍ମ ସମାଜଚାରି ଧାମଓଡ଼ିଶା ସରକାରଓଡ଼ିଆ ଭାଗବତ୪ ଇଡିଅଟସ୍ଅଚ୍ୟୁତାନନ୍ଦ ଦାସଧର୍ମନଅତୁଣ୍ଡୀ🡆 More