ପ୍ଲୀହା

ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗnରୁ ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୂପେ ପରିଚିତ ଅଟେ । ଏହା ଲୋହିତ ରକ୍ତ କଣିକା ଓ ପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । ଏହାଦ୍ୱାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ୱାରା ବହିଷ୍କୃତ ହୁଏ ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ । ଏହାର ଶ୍ୱେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ । ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତ ଓ ଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ । ୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ । ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି । ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ ।। ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ୱରେ ଥାଏ, ଏହା ଦେଖିବାକୁ ମାଟିଆ ।

Spleen
ପ୍ଲୀହା
Spleen
ପ୍ଲୀହା
Laparoscopic view of a horse's spleen (the purple and grey mottled organ)
ଲାଟିନ ଭାଷାରେ Lien (Greek: Splen)
Gray's subject #278 1282
ଧମନୀ Splenic artery
ଶିରା Splenic vein
ସ୍ନାୟୁ Splenic plexus
Precursor Mesenchyme of dorsal mesogastrium
MeSH Spleen
Dorlands/Elsevier Spleen

ଗଠନ

ପ୍ଲୀହାର ଲମ୍ବ ସୁସ୍ଥ ଲୋକ ଦେହରେ ୭ ସେ.ମି.ରୁ ୧୪ ସେ.ମି. ପର୍ଯ୍ୟନ୍ତ ଥାଏ, ଓଜନ ୧୫୦ ଗ୍ରାମରୁ ୨୦୦ ଗ୍ରାମ ଥାଏ । ଏ ସବୁ ମନେ ରଖିବା ନିମନ୍ତେ ୧x୩x୫x୭x୯x୧୧ ନିୟମ ଅଛି । ଏହି ନିୟମ ଅନୁସାରେ ପ୍ଲୀହାର ଲମ୍ବ ପ୍ରସ୍ଥ ଓ ମୋଟେଇ ୧"x୩"x୫", ଓଜନ ୭ ଆଉନ୍ସ ଓ ବାମ ପାଖରେ ନବମରୁ ଏକାଦଶ ପଞ୍ଜରା ଅସ୍ଥି ପାଖରେ ଥାଏ ।
ଏହାର ମଧ୍ୟଚ୍ଛଦ ପୃଷ୍ଠତଳ (Suface) ଓ ଭିସେରାଲ୍ ପୃସ୍ଠତଳ ଥାଏ । ଏହାର ଗୋଟିଏ ସ୍ଥାନକୁ ହାଇଲମ କହନ୍ତି ଯେଉଁ ବାଟ ଦେଇ ରକ୍ତନଳୀ ଓ ଲିମ୍ଫନଳୀ ପ୍ଲୀହା ମଧ୍ୟକୁ ପ୍ରବେଶ କରେ ଓ ଏହି ପଥ ଦେଇ ଛୋଟ ଗ୍ୟାସ୍ଟ୍ରିକ ଧମନୀ ଓ ସ୍ପ୍ଲେନିକ୍ ଧମନୀ ପରିସ୍କାର ରକ୍ତ ଯୋଗାଏ ଏବଂ ସ୍ପ୍ଲେନିକ ଶୀରା ମଇଳା ରକ୍ତ ନିଷ୍କାସନ କରେ । ଏହାର ଅଭ୍ୟନ୍ତର ସ୍ପଞ୍ଜ ଭଳି ଥାଏ ଓ ଏଥିରେ ତିନି ସ୍ତର ଥାଏ, ଯଥା ଲାଲ ପଲ୍ପ, ମାର୍ଜିନାଲ ପଲ୍ପ ଓ ଧଳା ପଲ୍ପ । ଏହା ଭିତରକୁ ଲିମ୍ଫ ନଳୀ ପ୍ରବେଶ କରିଥାଏ । ଏହାର ଏକ ଜର୍ମିନାଲ କେନ୍ଦ୍ର ଥାଏ ଯାହାକୁ ସରୁ ରକ୍ତନଳୀ ରକ୍ତ ଯୋଗାଏ ଯାହାକୁ ପେନିସିଲିଆରି ରାଡିକ୍ଲ କୁହାଯାଏ ।

କାର୍ଯ୍ୟ

ପ୍ଲୀହା 
Micrograph of splenic tissue showing the red pulp (red), white pulp (blue) and a thickened inflamed capusule (mostly pink - top of image). H&E stain.
କ୍ଷେତ୍ର କାର୍ଯ୍ୟ ସଂଯୋଜନ
ଲାଲ ପଲ୍ପ ଲୋହିତ ରକ୍ତ କଣିକାମାନଙ୍କର ମେକାନିକାଲ ଫିଲଟ୍ରେସନ ହୁଏ । ମୂଷାଙ୍କର ଏଠାରେ ମୋନୋସାଇଟ ରିଜର୍ଭ ଥାଏ ।
  • "ସାଇନସ" କିମ୍ବା "ସାଇନୁସଏଡs"), ରକ୍ତରେ ପୂର୍ଣ୍ଣ ହୋଇଥାଏ ।
  • "ରେଟିକୁଳାର ଫାଇବର ଥିବା ସ୍ପ୍ଲେନିକ କର୍ଡ
  • "ମାର୍ଜିନାଲ ଜୋନ" ଧଳା ପଲ୍ପ ବର୍ଡରରେ ଥାଏ ।
ଧଳା ପଲ୍ପ ହ୍ୟୁମୋରାଳ ଓ ଜୀବକୋଷ ମାଧ୍ୟମରେ ଇମମୁନିତି Composed of nodules, called ମାଲଫିଜିଆନ କରପସଲ These are composed of:
  • ଅଧିକ ବି-ଲିମ୍ଫୋସାଇଟ ଥିବା "ଲିମ୍ଫଏଡ ଫଲିକ୍ଳ" କିମ୍ବା "ଫଲିକ୍ଳ"
  • ଅଧିକ ଟି-ଲିମ୍ଫୋସାଟ ଥିବା "ପେରିଆର୍ଟେରିଆଲ ଲିମ୍ଫାଏଡ ସିଥ (PALS)"

ପ୍ଲୀହାର ଅନ୍ୟ କାର୍ଯ୍ୟ ସମୂହ

  • ଏଠାରେ ଓପ୍ସୋନିନ (opsonins), ପ୍ରୋପର୍ଡିନ (properdin) ଓ ଟଫ୍ଟସିନ (tuftsin) ତିଆରି ହୁଏ ।
  • ଭୃଣାବସ୍ଥାରେ ୫ମାସ ପର୍ଯ୍ୟନ୍ତ ପ୍ଲୀହାରେ ଲୋହିତ ରକ୍ତ କଣିକା ତିଆରି ହୁଏ । ଜନ୍ମ ପରେ ଏହା ବନ୍ଦ ହୋଇଯାଏ କିନ୍ତୁ କେତେକ ରୋଗରେ ଏହା ତିଆରି ହୁଏ । ଏହା ଗୋଟିଏ ଲିମ୍ସଏଡ ଅଙ୍ଗ ଓ ରେଟିକୁଲୋଏଣ୍ଡୋଥେଲିଆଲ୍ ସିସ୍ଟମର (Reticuloendothelial system) ପ୍ରଧାନ ସଞ୍ଚାଳକ । ଏହା ଲିମ୍ଫୋସାଇଟ ତିଆରି କରେ ।
  • ଏଠାରେ ଲୋହିତ ରକ୍ତ କଣିକା ଓ ଲିମ୍ଫୋସାଇଟ ଷ୍ଟୋର ହୋଇ ରହେ । ଆବଶ୍ୟକ ସମୟରେ ଲୋହିତ ରକ୍ତ କଣିକା ଏଠାରୁ ନିର୍ଗତ ହୁଏ । ଏଠାରେ ୨୩୫.୬ ମ୍.ଲି. ଲୋହିତ ରକ୍ତ କଣିକା ଜମା ହୋଇ ରହିପାରେ ଯାହା ଜଳୀୟ ଅଂଶ କମ ହେଲେ (Hypovolumia) ନିର୍ଗତ ହୁଏ । ଏଠାରେ ଲିମ୍ଫୋସାଇଟ (Lymphocyte) ଓ ପ୍ଲାଟେଲେଟ (Platelets) ମଧ୍ୟ ଜମାହୋଇ ରହିପାରେ ।

ରୋଗ ଅବସ୍ଥାରେ

ଆଧାର

Tags:

ପ୍ଲୀହା ଗଠନପ୍ଲୀହା କାର୍ଯ୍ୟପ୍ଲୀହା ରୋଗ ଅବସ୍ଥାରେପ୍ଲୀହା ଆଧାରପ୍ଲୀହାଆଣ୍ଟିବଡିଯକୃତରକ୍ତ

🔥 Trending searches on Wiki ଓଡ଼ିଆ:

ଏ. ପି. ଜେ. ଅବଦୁଲ କଲାମମିଳିତ ଜାତିସଂଘ୨୦୦୩ଲିଙ୍ଗରାଜ ମନ୍ଦିରବୀଣାପାଣି ମହାନ୍ତିହିନ୍ଦୁଇରା ମହାନ୍ତିଅଷ୍ଟ୍ରେଲିଆଅକ୍ଷାଂଶଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡକାନାଡ଼ା୩ ଅଗଷ୍ଟ୧୫ ଅପ୍ରେଲଶନିପୂର୍ବେଶ୍ୱର ଶିବ ମନ୍ଦିରବ୍ରଜନାଥ ବଡ଼ଜେନାୟୁ ଟ୍ୟୁବଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିନୋଦ ଚନ୍ଦ୍ର ନାୟକଡାଉନ ସିଣ୍ଡ୍ରୋମବ୍ରହ୍ମୋତ୍ରୀ ମହାନ୍ତିକ୍ଲାଉଡ଼ ଟେକ୍ନୋଲୋଜିଜୀବସାରହନୁମାନଉଦ୍‌ବେଗବର୍ଷା ପ୍ରିୟଦର୍ଶିନୀସତ୍ୟନାରାୟଣ ରାଜଗୁରୁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋଦାବରୀଶ ମହାପାତ୍ରବାଞ୍ଛାନିଧି ମହାନ୍ତିକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ ଅପ୍ରେଲପ୍ରଣବ ପ୍ରକାଶ ଦାସରାମ ନବମୀଚନ୍ଦ୍ରଗୁପ୍ତଶିବକଳାପାହାଡ଼ମହାନଦୀକଇଥମୟୂରଭଞ୍ଜ ଜିଲ୍ଲାଆଙ୍ଗୋଲାଦୀପକ ମିଶ୍ରକିଶୋରୀ ଚରଣ ଦାସବିଜୁ ଜନତା ଦଳମହମ୍ମଦକବିଆଜରବାଇଜାନରମାକାନ୍ତ ରଥମ୍ୟାଲେରିଆରାମଚନ୍ଦ୍ର ବେହେରାଓଡ଼ିଶାର କଳାହଂକଂସଚ୍ଚିଦାନନ୍ଦ ରାଉତରାୟଦାସକାଠିଆଯୌନ ସମ୍ଭୋଗଗଙ୍ଗା ଦଶହରାଚନ୍ଦ୍ରଶୁକ୍ରଶାନ୍ତନୁ କୁମାର ଆଚାର୍ଯ୍ୟପଦ୍ମ ଲୋଚନ ପଣ୍ଡାପ୍ରାଣୀ ବିଜ୍ଞାନପ୍ରହ୍ଲାଦ ନାଟକଓଡ଼ିଆ କାବ୍ୟ କବିତା୭ ଫେବୃଆରୀସିନାପାଲିସ୍ଫୁଲିଙ୍ଗ (କବିତା ସଙ୍କଳନ)ରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଆ ସାହିତ୍ୟର ଇତିହାସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଆଲେକ୍‌ଜାଣ୍ଡର୍ ମହାନଜ୍ଞାନକୋଷଭଗବତ ଗୀତା🡆 More