ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ: ଶିକ୍ଷାନୁଷ୍ଠାନ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, କଳା, ସଙ୍ଗୀତକୁ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟକରୁଥିବା ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ । ଏହି ଅନୁଷ୍ଠାନରେ +୨, +୩ ଓ ବି-ମ୍ୟୁଜିକ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଏ ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ: ଶିକ୍ଷାନୁଷ୍ଠାନ
ସ୍ଥାପିତ୧୯୬୪
ଅଧ୍ୟକ୍ଷତମସାରାଣୀ ଦାସମହାପାତ୍ର
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ

ଇତିହାସ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ୧୯୬୪ ମସିହା ବିଷୁବ ସଂକ୍ରାନ୍ତି ଦିନ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା । ବିନା ଅଧ୍ୟକ୍ଷରେ, ଅଳ୍ପ କେତୋଟି ପିଲାଙ୍କୁ ନେଇ, ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପ ପରିସରରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ପ୍ରତିଷ୍ଠା ହେବାର ୩ ମାସ ପରେ, ଧିରେନ୍ଦ୍ରନାଥ ପଟ୍ଟନାୟକ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ । ସେ ୧୯୬୬ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ୧୯୬୬ ମସିହାରେ ମିନତି ମିଶ୍ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ୧୯୯୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ, ମହାବିଦ୍ୟାଳୟଟି, ନିଜସ୍ୱ କ୍ୟାମ୍ପସକୁ ଆସିଥିଲା । ଆରମ୍ଭରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଧିନରେ ଥିବା ଏହି ଅନୁଷ୍ଠାନଟି କ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୯୯୯ ମସିହାରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନକୁ ଯାଇଥିଲା ।

ଆଧାର

Tags:

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ମହାନ୍ତିବଲାଙ୍ଗୀରସମୟ (କାଳ)ପ୍ରେମ୪ ଜୁନଲବଣ ସତ୍ୟାଗ୍ରହଅଂଶୁଘାତଭକ୍ତ ଚରଣ ଦାସକବି ସମ୍ରାଟ ଉପେନ୍ଦ୍ର ଭଞ୍ଜମହା ଶିବରାତ୍ରିପୋଟଳ ଆଳୁ କସାଇଲୋପେରିଡୋନସରୋଜିନୀ ନାଇଡୁବାଣପୁରଦେଶବ୍ରହ୍ମୋତ୍ରୀ ମହାନ୍ତିଦରବାର (କବିତା)୭ ମାର୍ଚ୍ଚସାରଦା ଦେବୀଲାଟିନ ଭାଷାଭୂମିକମ୍ପଜୋଆନ ଅଫ ଆର୍କଗୌତମ ବୁଦ୍ଧନୃସିଂହନାଥ ମନ୍ଦିରପରିସଂଖ୍ୟାନଭିଏତନାମଭାରତୀୟ ସ୍ୱାଧୀନତା ଆନ୍ଦୋଳନବ୍ରତସମ୍ବିତ ରାଉତରାୟକରାଚୀକବିସୂର୍ଯ୍ୟ ବଳଦେବ ରଥତୁଳସୀ ଦାସଶନିରାଣୀ ମୁର୍ମୁବାଇପୋଲାର ଡିଜଅଡରନିର୍ମଳା (ଉପନ୍ୟାସ)ଭାରତ ଛାଡ଼ ଆନ୍ଦୋଳନକାଳିନ୍ଦୀ ଚରଣ ପାଣିଗ୍ରାହୀହୃଷୀକେଶ ମଲ୍ଲିକଅଷ୍ଟ୍ରେଲିଆ ଆଦିମ ଅଧିବାସୀଧର୍ମେନ୍ଦ୍ର ପ୍ରଧାନରାମଚନ୍ଦ୍ର ମିଶ୍ରଜହ୍ନଦୁର୍ଗା ପୂଜାସୋନାକ୍ଷୀ ସିହ୍ନା୧୯୬୬ବିନି ଅରୋଡ଼ାବେଦଖାଦ୍ୟମିଳିମିଳା୧ ମାର୍ଚ୍ଚଜଳବାୟୁଓଡ଼ିଆ ସାହିତ୍ୟପାର୍ବତୀ ଘୋଷ୨୭ ମାର୍ଚ୍ଚ୧୭ ମାର୍ଚ୍ଚଇଷ୍ଟ ଇଣ୍ଡିଆ କମ୍ପାନୀଜଗନ୍ନାଥଙ୍କ ବେଶଗୀତା ଦାଶଏ. ପି. ଜେ. ଅବଦୁଲ କଲାମହରେକୃଷ୍ଣ ମହତାବହସ୍ତମୈଥୁନଓଡ଼ିଆ ଭାଗବତବାଟ ଓଷା🡆 More