ଲବଣ ସତ୍ୟାଗ୍ରହ

ଭାରତର ସ୍ୱାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା ଲବଣ ସତ୍ୟାଗ୍ରହ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା | ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ | ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ | ଏହା ୧୯୩୦ ମସିହା ଅପ୍ରିଲ୍ ୫ ତାରିଖରେ ସମାପ୍ତ ହେଇଥିଲା | ଏହି ସତ୍ୟାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀ ମନେ ଦାଣ୍ଡୀ ସମୁଦ୍ର କୁଳରେ ଲୁଣ ମାରିଥିଲେ | ଏହି ସତ୍ୟାଗ୍ରହ ସମଗ୍ର ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଭରି ଦେଇଥିଲା ଓ ଦେଶର ଅନେକ ସ୍ଥାନରେ ବ୍ରିଟିଶ୍ ସରକରଙ୍କ ଲବଣ ଆଇନ ଭଙ୍ଗ କରାଯାଇଥିଲା |

ଲବଣ ସତ୍ୟାଗ୍ରହ
Gandhi picking up a grain of salt at the end of his march

ଓଡ଼ିଶାରେ ଲବଣ ସତ୍ୟାଗ୍ରହ

କୁହୁଡ଼ି ଲବଣ ସତ୍ୟାଗ୍ରହ

ଓଡ଼ିଶାର ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ିରେ ୧୯୩୦ ମେ ୨୧ରେ 'ଲୁଣ ମରା ଆଇନ' ପଣ୍ଡିତ ନୀଳକଣ୍ଠ ଦାସଙ୍କଦ୍ୱାରା ଭଙ୍ଗାଯାଇଥିଲା ।ସେ ପ୍ରଥମେ କାକଟପୁର ଆସି ପାଟଳଦା ଗ୍ରାମର ସତ୍ୟଗ୍ରାହୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । ତାପରେ ଓଳଙ୍ଗର ଗ୍ରାମର ଭୂବନାନନ୍ଦ ସ୍ୱାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ । ମେ ୨୧ରେ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହେବାର ଖବର ଚାରିଆଡ଼େ ଖେଳିଯାଇଥିଲା । ନୀଳକଣ୍ଠ ଦାସଙ୍କ ସହ ଯୋଗଦେବା ପାଇଁ ପହଞ୍ଚିଥିଲେ ଜଗନ୍ନାଥ ରଥ, ରଘୁନାଥ ମିଶ୍ର, ସତ୍ୟବାଦୀ ତ୍ରିପାଠୀ, ବୈକୁଣ୍ଠନାଥ ପ୍ରତିହାରୀ ମାଆ ଇନ୍ଦୁମତୀ ଆଦି ଘଟଣା ଦିନ ପ୍ରଥମେ ଲୁଣ ମାରିଥିଲେ ଉତ୍କଳମଣିଙ୍କ ପ୍ରିୟ ଛାତ୍ର ମଧୁସୂଦନ ମିଶ୍ର । ଘଟଣା ସ୍ଥଳୀରେ ପୋଲିସ ପହଞ୍ଚି ଲୁଣ ମରାକୁ ବେଆଇନ ଘୋଷଣା କରିବା ସହ ଅବିଶ୍ରାନ୍ତ ଲାଠି ଚାଳନା କରିଥିଲା । ଫାଙ୍କା ଗୁଳି ବର୍ଷଣ ମଧ୍ୟ ହୋଇଥିଲା । ପ୍ରଥମେ ମଧୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଲାଠିମାଡ଼ରେ ଜଗନ୍ନାଥ ମିଶ୍ରଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଥିଲା । ବୋଲଗଡ଼ର ସତ୍ୟଗ୍ରହୀ ବନାମ୍ବର ପରିଡ଼ାଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତପାତ ହୋଇଥିଲା ଏବଂ ସେ ଘଟଣା ସ୍ଥଳରେ ସହିଦ ହୋଇଥିଲେ । ସତ୍ୟଗ୍ରାହୀଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀ ସତ୍ତ୍ୱେ ଲୋକେ ଭୟଭୀତ ନହୋଇ ଲୁଣ ମରା ଜାରୀ ରଖିଥିଲେ ଏବଂ ସମଗ୍ର ପୁରୀଜିଲ୍ଲାରେ ଲବଣ ସତ୍ୟାଗ୍ରହ ସଫଳ ହୋଇଥିଲା ।

ଆଧାର

  1. http://en.wikipedia.org/wiki/Salt_March
  2. http://orissa.gov.in/e-magazine/Orissareview/2011/aug/engpdf/16-18.pdf
  3. http://www.mkgandhi.org/storyofg/chap20.htm
  4. http://www.mkgandhi.org/civil_dis/dandi_march.htm
  5. http://www.history.com/topics/salt-march

Tags:

ଗୁଜରାଟମାର୍ଚ୍ଚମୋହନଦାସ କରମଚାନ୍ଦ ଗାନ୍ଧୀ

🔥 Trending searches on Wiki ଓଡ଼ିଆ:

ଟାହିଆଲାଗି ବେଶଓଡ଼ିଆ କଥାଚିତ୍ର ଜଗତଜଗନ୍ନାଥ ପ୍ରସାଦ ଦାସମେହମୁଦ ହୁସେନଅଚ୍ୟୁତ ନାୟକଢେଙ୍କାନାଳଓଡ଼ିଆଗୋପାଳକୃଷ୍ଣ ପଟ୍ଟନାୟକକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସିଦ୍ଧାନ୍ତ ମହାପାତ୍ରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗାଧର ରଥମୟୂରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ପ୍ରଗତିବାଦୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଭୃସଙ୍ଗ ଗଛଯାଜପୁର ଜିଲ୍ଲାରାଜକିଶୋର ରାୟIndiaପଲଉସବ୍ୟସାଚୀ ମିଶ୍ରଫକୀର ମୋହନ ସେନାପତିଗୋପାଳ ଚନ୍ଦ୍ର ପ୍ରହରାଜକମ୍ପ୍ୟୁଟରଗୋପବନ୍ଧୁ ଚୌଧୁରୀମୟୂରଭଞ୍ଜ ଜିଲ୍ଲାଦେବଗଡ଼ ଜିଲ୍ଲାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଗଙ୍ଗାଧର ମେହେରଆରିଷ୍ଟୋଟଲବ୍ରୁସେଲୋସିସପଞ୍ଚସଖାସାଲଭାଡୋର ଡାଲିବିର୍ସା ମୁଣ୍ଡାପରୀକ୍ଷାମନମୋହନ ସାମଲରାସନ କାର୍ଡ଼ (ଭାରତ)ଛାରପୋକଅଣ୍ଡା ରୋଲପ୍ଲୀହାମସ୍କୋଅଶ୍ରୁମୋଚନ ମହାନ୍ତିପାରମିତା ଶତପଥୀରବର୍ଟ ହିଲ୍ସୂର୍ଯ୍ୟବଂଶୀ ସୂରଜମାଣବସା ଗୁରୁବାର୨୪ ଅପ୍ରେଲସରୋଜିନୀ ସାହୁପୁରୀ ଜିଲ୍ଲାବିରଳା ମନ୍ଦିର, କୋଲକାତାବୈଜୟନ୍ତ ପଣ୍ଡାଶ୍ରୀ ଅରବିନ୍ଦଛତୁ ତରକାରୀଶ୍ରୀତମ ଦାସଆଖିଲାଟିନ ଭାଷାଓଡ଼ିଆ ଭାଗବତଦୀପକ ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ଅକ୍ଷାଂଶଗିରିଜା କୁମାର ବଳୀୟାରସିଂହଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଭାରତୀୟ ସ୍ୱାଧୀନତା ଆନ୍ଦୋଳନରଥଓଡ଼ିଆ କବି ମାନଙ୍କର ତାଲିକାଚରକ୧ (ସଂଖ୍ୟା)ସତ୍ୟବାଦୀ ବନ ବିଦ୍ୟାଳୟଶୈଳବାଳା ଦାସସୌଭାଗ୍ୟ କୁମାର ମିଶ୍ର🡆 More