ମିଥୁବେନ ପେଟିଟ: ଭାରତୀୟ ସ୍ୱତନ୍ତ୍ରତା ସେନାନୀ

ମିଥୁବେନ ହରମୁଜୀ ପେଟିଟ (୧୧ ଏପ୍ରିଲ ୧୮୯୨ - ୧୬ ଜୁଲାଇ ୧୯୭୩) ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିବା ଭାରତୀୟ ସ୍ୱାଧିନତା ମହିଳା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ ।

ମିଥୁବେନ ପେଟିଟ: ଜୀବନୀ, ସ୍ୱୀକୃତି, ଆଧାର
ମହାତ୍ମା ଗାନ୍ଧୀ ଦାଣ୍ଡିରେ ୬ ଏପ୍ରିଲ ୧୯୩୦. ତାଙ୍କ ପଛରେ ତାଙ୍କର ଦ୍ୱିତୀୟ ପୁତ୍ର ମନିଲାଲ ଗାନ୍ଧୀ ଏବଂ ମିଥୁବେନ ପେଟିଟ ଅଛନ୍ତି।
ମିଥୁବେନ ପେଟିଟ: ଜୀବନୀ, ସ୍ୱୀକୃତି, ଆଧାର
Mahatma Gandhi, Mithuben Petit, and Sarojini Naidu 1930

ଜୀବନୀ

୧୧ ଏପ୍ରିଲ ୧୮୯୨ ମସିହାରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ)ର ଏକ ସମୃଦ୍ଧ ପାର୍ସୀ ଜୋରୋଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିବା ମିଥୁବେନ ପେଟିଟଙ୍କ ପିତା ଜଣେ ଜଣାଶୁଣା ଶିଳ୍ପପତି, ଚାଣକ୍ୟ ଏବଂ ବାରୋନେଟ ଥିଲେ । ତାଙ୍କର ସକ୍ରିୟତା ପେଟିଟ ପରିବାରଦ୍ୱାରା ଆହ୍ୱାନର ସମ୍ମୁଖୀନ ହୋଇଥିଲା, ଯିଏ ତାଙ୍କୁ ବିଚ୍ଛିନ୍ନ ହେବାପାଇଁ କହିଥିଲେ; ଯାହାକୁ ସେ ମନା କରିଦେଇଥିଲେ ଏବଂ ଉତ୍ତର ଦେଇଥଲେ ଯେ, "ସରକାରଙ୍କ ସହ ବସିବା ଆପଣଙ୍କ କାମ ଏବଂ ଦେଶ ସହ ରହିବା ମୋର କାମ ।"

ଭାରତୀୟ ସ୍ୱାଧୀନତା ଆନ୍ଦୋଳନ

ମିଥୁବେନ ତାଙ୍କ ମାଉସୀ ଜୟଜୀ ଜାହାଙ୍ଗୀର ପେଟିଟଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ, ଯିଏ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ତଥା ଗାନ୍ଧୀ ଆଦର୍ଶ ଉପରେ ପ୍ରତିଷ୍ଠିତ ମହିଳା ଆନ୍ଦୋଳନ ଜାତୀୟ ମହିଳା କଂଗ୍ରେସର ସଚିବ ଥିଲେ । କସ୍ତୁରବା ଗାନ୍ଧୀ ଏବଂ ସରୋଜିନୀ ନାଇଡୁଙ୍କ ସହ ପେଟିଟ ଲବଣ ସତ୍ୟାଗ୍ରହରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, କସ୍ତୁରବା ଗାନ୍ଧୀ ସାବରମତି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ, ସରୋଜିନୀ ନାଇଡୁ ପ୍ରଥମ ଥର ପାଇଁ ୬ ଏପ୍ରିଲ ୧୯୩୦ ମସିହାରେ ଦାଣ୍ଡିରେ ଲୁଣ ଉଠାଇଥିଲେ ଏବଂ ପେଟିଟ ପଛରେ ଠିଆ ହୋଇଥିଲେ । ଏହି ପଦଯାତ୍ରା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଏକ ସମୟରେ ଯେତେବେଳେ ମହିଳାମାନେ ପଛ ସିଟ ନେବାକୁ ବାଧ୍ୟ ହୋଇଥିଲେ (ସେତେବେଳେ ଭାରତରେ ପିତୃପୁରୁଷ ସଂସ୍କୃତି ହେତୁ) ଲୁଣ ଉପରେ ଥିବା ଟିକସ ବିରୁଦ୍ଧରେ ସତ୍ୟାଗ୍ରହ ତଥା ନାଗରିକ ଅବମାନନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପେଟିଟ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ । ୧୯୨୮ ମସିହାର ବାର୍ଡୋଲି ସତ୍ୟଗ୍ରାହରେ ପେଟିଟ ଅଂଶଗ୍ରହଣ କରିଥିଲେ ଯାହାକି ବ୍ରିଟିଶ ରାଜଙ୍କ ବିରୁଦ୍ଧରେ ଟିକସ ଅଭିଯାନ ଥିଲା ଯେଉଁଠାରେ ସେ ସର୍ଦ୍ଦାର ପଟେଲଙ୍କ ନିର୍ଦ୍ଦେଶନାରେ କାର୍ଯ୍ୟ କରିଥିଲେ । ଭାରତରେ ମଦ ବିରୋଧୀ ଆନ୍ଦୋଳନରେ ପେଟିଟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ସହ ସମୟ ଅତିବାହିତ କରିବା ସହ ଗୁଜରାଟର ଅନୁସୂଚିତ ଜନଜାତିଙ୍କୁ ମଦ ସମସ୍ୟା ବିଷୟରେ ବୁଝାଇଥିଲେ ।

ସାମାଜିକ କାର୍ଯ୍ୟ

୧୯୩୦ ମସିହାରେ ପେଟିଟ ମାରୋଲିରେ କସ୍ତୁରବା ସେବାଶ୍ରମ ନାମକ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ, ଯାହାକି ଆଦିବାସୀ, ହରିଜନ ଏବଂ ମତ୍ସ୍ୟଜୀବୀଙ୍କ ପରିବାରର ବଞ୍ଚିତ ପିଲାମାନଙ୍କୁ ସ୍ପିନ୍, କାର୍ଡିଂ, ବୁଣାକାର, ଦୁଗ୍ଧ ଚାଷ, ଚମଡ଼ା କାମ ଏବଂ ଟେଲରିଂରେ ଡିପ୍ଲୋମା ପାଠ୍ୟକ୍ରମ ଶିକ୍ଷା ଦେବା ସହିତ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରେଇଥିଲେ । "ମାଜି" (ମାତା) ଭାବରେ ଜଣାଶୁଣା ପେଟିଟ ମଧ୍ୟ ୧୯୪୨ ମସିହାରେ ମାନସିକ ରୋଗୀମାନଙ୍କର ବୈଜ୍ଞାନିକ ଚିକିତ୍ସା ପାଇଁ ସମାନ ନାମର ଏକ ଡାକ୍ତରଖାନା ଖୋଲିଥିଲେ ।

ସେ ୧୬ ଜୁଲାଇ ୧୯୭୩ ମସିହାରେ ମୃତ୍ୟୁ ବରଣ କରିଥିଲେ ।

ସ୍ୱୀକୃତି

ପେଟିଟ ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ୧୯୬୧ ମସିହାରେ ପଦ୍ମଶ୍ରୀ ଗ୍ରହଣ କରିଥିଲେ ।

ଆଧାର

Tags:

ମିଥୁବେନ ପେଟିଟ ଜୀବନୀମିଥୁବେନ ପେଟିଟ ସ୍ୱୀକୃତିମିଥୁବେନ ପେଟିଟ ଆଧାରମିଥୁବେନ ପେଟିଟମହାତ୍ମା ଗାନ୍ଧୀ

🔥 Trending searches on Wiki ଓଡ଼ିଆ:

ମାୟାଧର ଜେନାକର୍ପୁରକିଶୋରଚନ୍ଦ୍ରାନନ ଚମ୍ପୂବୌଦ୍ଧଗଡ଼ପୁରିଦଣ୍ଡ ନାଟପବନେଶ୍ୱର ମନ୍ଦିର୮ ଫେବୃଆରୀମହାଦେଶଦୁର୍ଗାସ୍ତୁତିନନ୍ଦ କିଶୋର ବଳଗୁଗଲ ମ୍ୟାପ୍ସବିଭୂତି ପଟ୍ଟନାୟକଐଶ୍ୱର୍ଯ୍ୟା ରାୟମେଘନାଦ ପ୍ରାଚୀରପୁନମ ମିଶ୍ରତତେ ଭଲ ପାଉଛି ବୋଲିଜୟୀରାମ ସାମଲମହିମା ଧର୍ମପଞ୍ଜାବୀ ପୋଷାକଦୀପ୍ତିରେଖା ପାଢ଼ୀସାହିତ୍ୟ ଭାରତୀ ସମ୍ମାନ୧୮୯୦ବଉଳସ୍ୱର୍ଣ୍ଣ ମନ୍ଦିରଇତି ସାମନ୍ତହିନ୍ଦୁ ଧର୍ମମିଶ୍ରଧାତୁଅସହଯୋଗ ଆନ୍ଦୋଳନଓଡ଼ିଶାର ମାପ ବ୍ୟବସ୍ଥାରାଧାନାଥ ରାୟ୨୩ ସେପ୍ଟେମ୍ବରବୀର ସୁରେନ୍ଦ୍ର ସାଏଉତ୍କଳ ସାହିତ୍ୟ ସମାଜଶଶିଭୂଷଣ ରାୟବାଲେଶ୍ୱରଅଶ୍ୱିନୀ କୁମାର ଘୋଷଓଡ଼ିଶାର ପର୍ବପର୍ବାଣି୮୦୮ସକାଳ ଧୂପଶ୍ରୀସିଙ୍ଗାପୁରମନୋରଞ୍ଜନ ଦାସନୀଳାଦ୍ରି ଭୂଷଣ ହରିଚନ୍ଦନକଳିଙ୍ଗ ଯୁଦ୍ଧହନୁମାନ ଚାଳିଶାୟୁ ଟ୍ୟୁବହେମନ୍ତ ଦାସଚାଖି ଖୁଣ୍ଟିଆଇସ୍ରାଏଲଓଡ଼ିଆ ନାଟକଗଜାଗଣିତ୧୯ ମାର୍ଚ୍ଚୟୁନେସ୍କୋକବିସୂର୍ଯ୍ୟ ବଳଦେବ ରଥଅକାନବିନ୍ଧିଆଡ଼କିଆ ବେଶଗୋପବନ୍ଧୁ ଚୌଧୁରୀଗୀତଗୋବିନ୍ଦଠିଆକିଆ ବେଶଶାରଳା ପୁରସ୍କାରଉପେନ୍ଦ୍ର କିଶୋର ଦାସଆଜ୍‌ମାନୂଆପଡ଼ା ଜିଲ୍ଲାଛେନାଝିଲିରତ୍ନାକର ଚଇନି🡆 More