ଲବଣ ସତ୍ୟାଗ୍ରହ

ଭାରତର ସ୍ୱାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା ଲବଣ ସତ୍ୟାଗ୍ରହ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା |ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ | ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ | ଏହା ୧୯୩୦ ମସିହା ଅପ୍ରିଲ୍ ୫ ତାରିଖରେ ସମାପ୍ତ ହେଇଥିଲା | ଏହି ସତ୍ୟାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀ ମନେ ଦାଣ୍ଡୀ ସମୁଦ୍ର କୁଳରେ ଲୁଣ ମାରିଥିଲେ | ଏହି ସତ୍ୟାଗ୍ରହ ସମଗ୍ର ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଭରି ଦେଇଥିଲା ଓ ଦେଶର ଅନେକ ସ୍ଥାନରେ ବ୍ରିଟିଶ୍ ସରକରଙ୍କ ଲବଣ ଆଇନ ଭଙ୍ଗ କରାଯାଇଥିଲା |

ଲବଣ ସତ୍ୟାଗ୍ରହ
Gandhi picking up a grain of salt at the end of his march

ଓଡ଼ିଶାରେ ଲବଣ ସତ୍ୟାଗ୍ରହ

କୁହୁଡ଼ି ଲବଣ ସତ୍ୟାଗ୍ରହ

ଓଡ଼ିଶାର ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ିରେ ୧୯୩୦ ମେ ୨୧ରେ 'ଲୁଣ ମରା ଆଇନ' ପଣ୍ଡିତ ନୀଳକଣ୍ଠ ଦାସଙ୍କଦ୍ୱାରା ଭଙ୍ଗାଯାଇଥିଲା ।ସେ ପ୍ରଥମେ କାକଟପୁର ଆସି ପାଟଳଦା ଗ୍ରାମର ସତ୍ୟଗ୍ରାହୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । ତାପରେ ଓଳଙ୍ଗର ଗ୍ରାମର ଭୂବନାନନ୍ଦ ସ୍ୱାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ । ମେ ୨୧ରେ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହେବାର ଖବର ଚାରିଆଡ଼େ ଖେଳିଯାଇଥିଲା । ନୀଳକଣ୍ଠ ଦାସଙ୍କ ସହ ଯୋଗଦେବା ପାଇଁ ପହଞ୍ଚିଥିଲେ ଜଗନ୍ନାଥ ରଥ, ରଘୁନାଥ ମିଶ୍ର, ସତ୍ୟବାଦୀ ତ୍ରିପାଠୀ, ବୈକୁଣ୍ଠନାଥ ପ୍ରତିହାରୀ ମାଆ ଇନ୍ଦୁମତୀ ଆଦି ଘଟଣା ଦିନ ପ୍ରଥମେ ଲୁଣ ମାରିଥିଲେ ଉତ୍କଳମଣିଙ୍କ ପ୍ରିୟ ଛାତ୍ର ମଧୁସୂଦନ ମିଶ୍ର । ଘଟଣା ସ୍ଥଳୀରେ ପୋଲିସ ପହଞ୍ଚି ଲୁଣ ମରାକୁ ବେଆଇନ ଘୋଷଣା କରିବା ସହ ଅବିଶ୍ରାନ୍ତ ଲାଠି ଚାଳନା କରିଥିଲା । ଫାଙ୍କା ଗୁଳି ବର୍ଷଣ ମଧ୍ୟ ହୋଇଥିଲା । ପ୍ରଥମେ ମଧୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଲାଠିମାଡ଼ରେ ଜଗନ୍ନାଥ ମିଶ୍ରଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଥିଲା । ବୋଲଗଡ଼ର ସତ୍ୟଗ୍ରହୀ ବନାମ୍ବର ପରିଡ଼ାଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତପାତ ହୋଇଥିଲା ଏବଂ ସେ ଘଟଣା ସ୍ଥଳରେ ସହିଦ ହୋଇଥିଲେ । ସତ୍ୟଗ୍ରାହୀଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀ ସତ୍ତ୍ୱେ ଲୋକେ ଭୟଭୀତ ନହୋଇ ଲୁଣ ମରା ଜାରୀ ରଖିଥିଲେ ଏବଂ ସମଗ୍ର ପୁରୀଜିଲ୍ଲାରେ ଲବଣ ସତ୍ୟାଗ୍ରହ ସଫଳ ହୋଇଥିଲା ।

ଆଧାର

  1. http://en.wikipedia.org/wiki/Salt_March
  2. http://orissa.gov.in/e-magazine/Orissareview/2011/aug/engpdf/16-18.pdf
  3. http://www.mkgandhi.org/storyofg/chap20.htm
  4. http://www.mkgandhi.org/civil_dis/dandi_march.htm
  5. http://www.history.com/topics/salt-march

Tags:

ଗୁଜରାଟମାର୍ଚ୍ଚମୋହନଦାସ କରମଚାନ୍ଦ ଗାନ୍ଧୀ

🔥 Trending searches on Wiki ଓଡ଼ିଆ:

ସୁଶ୍ରୁତବିଷ୍ଣୁଭାରତ ସରକାରନିତ୍ୟାନନ୍ଦ ମହାପାତ୍ର୧୧ ଅପ୍ରେଲଶ୍ରୀନିବାସ ରାମାନୁଜନଅଶୋକ (ସମ୍ରାଟ)ସିରିଆମେଲାଟୋନିନଓଡ଼ିଆଓଡ଼ିଆ ଭାଷାରଜଦାରୁଜାପାନୀ ଭାଷାସତ୍ୟନାରାୟଣ ରାଜଗୁରୁଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଓଡ଼ିଆ ନବବର୍ଷଭାରତର ଜାତୀୟ ପତାକାମାର୍ଟିନ ଲୁଥର କିଙ୍ଗ ଜୁନିଅରଗୋପାଳକୃଷ୍ଣ ପଟ୍ଟନାୟକନୂଆ ଦିଲ୍ଲୀକୋଣାର୍କସାରଳା ଦାସପରଶୁରାମଆର୍ଯ୍ୟଭଟ୍ଟସି (ପ୍ରୋଗ୍ରାମିଂ ଭାଷା)ଇଣ୍ଡୋନେସିଆଚନ୍ଦନ ଯାତ୍ରାମଧୁସୂଦନ ରାଓଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଶାଖଅଚ୍ୟୁତ ସାମନ୍ତଏସିଆହେମନ୍ତ ଦାସବାଲେଶ୍ୱରଫସ୍‌ଫରସଶ୍ରୀରାମଇଲନ ମସ୍କମହେଶ ସାହୁଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକାମହାପାତ୍ର ନୀଳମଣି ସାହୁତେଲୁଗୁ ଭାଷାଅଶୋକାଷ୍ଟମୀଗୋପିକା ଅନିଲମଥୁରା ମଙ୍ଗଳଗଉଡ଼ ବାଡ଼ି ଖେଳଆତ୍ମହତ୍ୟାଫେସୋଟେରୋଡାଇନଗୀତଗୋବିନ୍ଦଭିଏନାବୈକୁଣ୍ଠନାଥ ପଟ୍ଟନାୟକହୃଷୀକେଶ ପଣ୍ଡାସଂସ୍କୃତଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରଚନା ବାନାର୍ଜୀପୃଥିବୀର ବାୟୁମଣ୍ଡଳବୁଏନ୍ସ ଏଆରସପୁରୀ ଜିଲ୍ଲାଯୁଗଳ କିଶୋର ପଟ୍ଟନାୟକହନୁମାନ ଜୟନ୍ତୀଫତୁରାନନ୍ଦକୁକୁରଲକ୍ଷ୍ମୀକାନ୍ତ ମହାପାତ୍ରସାପପାରାଥାଇରଏଡ ଗ୍ରନ୍ଥିତରଳ ଝାଡ଼ାଭାନୁଜୀ ରାଓଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚୈତ୍ରଭାରତ ରତ୍ନ🡆 More