ନୀଳାଦ୍ରି ଭୂଷଣ ହରିଚନ୍ଦନ

ନୀଳାଦ୍ରି ଭୂଷଣ ହରିଚନ୍ଦନ (ଜନ୍ମ: ୪ ଡିସେମ୍ବର ୧୯୪୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ଅଟନ୍ତି । କବିତା, ନାଟକ ଓ ସମାଲୋଚନା ସାହିତ୍ୟରେ ସେ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷାବିତ ।

ନୀଳାଦ୍ରି ଭୂଷଣ ହରିଚନ୍ଦନ
ଜନ୍ମ(1946-12-04)୪ ଡିସେମ୍ବର ୧୯୪୬
ଜାତୀୟତାଭାରତୀୟ
ଜାତୀୟତାପି.ଏଚ.ଡ଼ି, ଡି.ଲିଟ
ବୈବାହିକ-ସାଥୀମୋନା ହରିଚନ୍ଦନ
ସନ୍ତାନନୀଳଲୋହିତ ହରିଚନ୍ଦନ
ପିତାମାତାପର୍ଶୁରାମ ହରିଚନ୍ଦନ
ପଦ୍ମାଳୟା ରାୟସିଂହ
ସମ୍ପର୍କୀୟବିଶ୍ୱଭୂଷଣ ହରିଚନ୍ଦନ (ବଡ଼ ଭାଇ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବାଲ୍ୟଜୀବନ ଓ ଶିକ୍ଷା

ନୀଳାଦ୍ରି ଭୂଷଣ, ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଓ ମାତାଙ୍କ ନାମ ପଦ୍ମାଳୟା ରାୟସିଂହ ଥିଲା । ସେମାନେ ୯ ଭାଇ-ଭଉଣୀ (୫ ଭାଇ ଓ ୪ ଭଉଣୀ) ଥିଲେ । ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଅଗ୍ରଜ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି, ସେ ୧୯୬୩ ମସିହାରେ ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ କରିଥିଲେ । ତାପରେ ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟଖ୍ରୀଷ୍ଟ ମହାବିଦ୍ୟାଳୟରୁ ଓଡ଼ିଆରେ ଅନର୍ସ ରଖି ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ୧୯୬୯ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୮ ମସିହାରେ ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ୱନି ସନ୍ଧର୍ଭରେ ଥେସିସ ଲେଖି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡ଼ି ହାସଲ କରିଥିଲେ । ସେହିପରି ୧୯୯୨ ମସିହାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସେ ଡି.ଲିଟ ହାସଲ କରିଥିଲେ । ଡି.ଲିଟ ପାଇଁ ତାଙ୍କର ରିସର୍ଚ୍ଚର ବିଷୟବସ୍ତୁ ଥିଲା ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେତନା

ଅଧ୍ୟାପନା

ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାର ୨୦ଦିନ ମଧ୍ୟରେ ୧୯୬୯ ମସିହା ନଭେମ୍ବର ମାସରେ ସେହି ମହାବିଦ୍ୟାଳୟରେ ହିଁ ତାଙ୍କୁ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ଦେଢ ବର୍ଷ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ, ତାଙ୍କର ଭଦ୍ରକ ମହାବିଦ୍ୟାଳୟକୁ ବଦଳି ହେଇଥିଲା । ଭଦ୍ରକରେ କିଛି ବର୍ଷ ଅଧ୍ୟାପନା କରିବାପରେ ତାଙ୍କୁ ବିଶ୍ୱଭାରତୀ ଶାନ୍ତିନିକେତନଠାରେ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ସେଠାରେ ୩୬ବର୍ଷ ଅଧ୍ୟାପନା କରିବା ପରେ, ୨୦୧୦ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ ସର୍ଜନା

ନୀଳାଦ୍ରି ଭୂଷଣ ସ୍କୁଲ ସମୟରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର ୨୦ଟି ସମାଲୋଚନା, ୧୦ଟି କବିତା, ୧୦ଟି ଅନୁବାଦ ଓ ୨୫ଟି ନାଟକ ପୁସ୍ତକ ପ୍ରକାଶ ପାଇସାରିଛି । ଏତଦ ଭିନ୍ନ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ଛପା ହୁଏ ।

କବିତା

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ (ଭିନ୍ନ ସମୟ ଭିନ୍ନ ଦୃଷ୍ଟି)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୧୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍)
  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ (ଶାରଳା ସାହିତ୍ୟ ସଂସଦ)
  • ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର, ୧୯୯୭ (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ଝଙ୍କାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭାରତୀୟ ଭାଷା ପରିଷଦ ରଜତ ଜୟନ୍ତୀ ସମ୍ମାନ - ୧୯୯୯
  • ଆକାଶବାଣୀ କଟକ ପୁରସ୍କାର
  • ଜୀବନ ରଙ୍ଗ ପୁରସ୍କାର

ଆଧାର

Tags:

ନୀଳାଦ୍ରି ଭୂଷଣ ହରିଚନ୍ଦନ ବାଲ୍ୟଜୀବନ ଓ ଶିକ୍ଷାନୀଳାଦ୍ରି ଭୂଷଣ ହରିଚନ୍ଦନ ଅଧ୍ୟାପନାନୀଳାଦ୍ରି ଭୂଷଣ ହରିଚନ୍ଦନ ସାହିତ୍ୟ ସର୍ଜନାନୀଳାଦ୍ରି ଭୂଷଣ ହରିଚନ୍ଦନ ସମ୍ମାନ ଓ ପୁରସ୍କାରନୀଳାଦ୍ରି ଭୂଷଣ ହରିଚନ୍ଦନ ଆଧାରନୀଳାଦ୍ରି ଭୂଷଣ ହରିଚନ୍ଦନ

🔥 Trending searches on Wiki ଓଡ଼ିଆ:

ଇରା ମହାନ୍ତିଗୁଗଲଓଡ଼ିଆ ଭ୍ରମଣ ସାହିତ୍ୟଗଡ଼ଜାତ କୃଷକବିରଳା ମନ୍ଦିର, ହାଇଦ୍ରାବାଦପ୍ରତୀକ୍ଷାରାମ ନବମୀସତ୍ୟନାରାୟଣ ରାଜଗୁରୁସମ୍ବଲପୁର ଜିଲ୍ଲାକଳାପାହାଡ଼ବୁଧଶ୍ରୀ ଅରବିନ୍ଦଟିଣଆଜାଦ ହିନ୍ଦ୍ ଫୌଜଜଗନ୍ନାଥ ଦାସନଅତୁଣ୍ଡୀ୧ମ ଓଡ଼ିଶା ବିଧାନ ସଭାଲକ୍ଷ୍ମୀଅମାବାସ୍ୟାର ଚନ୍ଦ୍ରଶ୍ରବଣା (ନକ୍ଷତ୍ର)ଅଲାରନାଥ ମନ୍ଦିରଆରିଷ୍ଟୋଟଲମଙ୍ଗଳୁ ଚରଣ ବିଶ୍ୱାଳଯୁକ୍ତରାଜ୍ୟଫସ୍‌ଫରସ୨୭ ଜୁନପୋଟଳ ରସାଗୋପାଳ କୃଷ୍ଣ ରଥସୌଭାଗ୍ୟ କୁମାର ମିଶ୍ରଓଡ଼ିଆ ଖାଦ୍ୟଆମ୍ବwiki.phtmlଚିଲିକା (କବିତା)ହେମନ୍ତ କୁମାର ଦାସମନୋରଞ୍ଜନ ଦାସମୟୂରକାଗଜସିଦ୍ଧାନ୍ତ ମହାପାତ୍ରଅଗ୍ନ୍ୟାଶୟ ଅକ୍ଷମତାମାଟିର ମଣିଷ୨୮ ଫେବୃଆରୀଶୀତଳ ଷଷ୍ଠୀ ଯାତ୍ରାତିଳ ଚତୁର୍ଥୀବିଶ୍ୱନାଥ କରଭୁବନେଶ୍ୱର ବେହେରାଗଙ୍ଗାଧର ମେହେରଲସିଧର୍ମେନ୍ଦ୍ର ପ୍ରଧାନରମାକାନ୍ତ ରଥନମିତା ଅଗ୍ରୱାଲଚିତ୍ତରଞ୍ଜନ ତ୍ରିପାଠୀବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜ୍ଞାନଜଗନ୍ନାଥଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମହାପାତ୍ର ନୀଳମଣି ସାହୁଆଉରଙ୍ଗଜେବରାମଚନ୍ଦ୍ର ମିଶ୍ରକାଳୀଚରଣ ପଟ୍ଟନାୟକସୂର୍ଯ୍ୟବଂଶୀ ସୂରଜଫାଇଲେରିଆଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକୁଞ୍ଜବିହାରୀ ଦାଶପ୍ରତିଭା ଶତପଥୀମୌଳିକ ସଂଖ୍ୟାଅଚ୍ୟୁତ ଗୋକୁଳ ନାୟକଇତିହାସ🡆 More