ଭୃସଙ୍ଗ ଗଛ

ଭୃସଙ୍ଗ ଗଛ ବା ଭୁରୁସଙ୍ଗ ଗଛ ବା ଭୁରୁସୁଙ୍ଗା ଗଛ (Murraya koenigii) ହେଉଛି ରୁଟାସିଆ(Rutaceae) ବର୍ଗର ଏକ କ୍ରାନ୍ତିୟ ବୃକ୍ଷ ଯାହାର ଉତ୍ପତ୍ତିସ୍ଥଳ ଭାରତ ଓ ଶ୍ରୀଲଙ୍କାବୋଲି କୁହାଯାଏ।

ଭୃସଙ୍ଗ ଗଛ
ଭୃସଙ୍ଗ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Angiosperms
ଅଶ୍ରେଣୀକୃତ: Rosids
ବର୍ଗ: Eudicots
ଗଣ: Sapindales
କୁଳ: Rutaceae
ପ୍ରଜାତି: Murraya
ଜାତି: M. koenigii
ବାଇନୋମିଆଲ ନାମ
Murraya koenigii
(L.) Sprengel

ଏହା ଏକ ଋତୁପାତୀ, ସୁବାସିତ କ୍ଷୁଦ୍ର ବୃକ୍ଷ । ଏହା ୪ରୁ ୬ ମିଟର ଯାଏ ବଢ଼ିଥାଏ, କାଣ୍ଡର ପୃଷ୍ଠଭାଗ କୃଷ୍ଣବର୍ଣ୍ଣ । ପତ୍ରଗୁଡ଼ିକ ଯୌଗିକ । ପତ୍ରର ଊର୍ଦ୍ଧ୍ୱଭାଗ ମସୃଣ, ନିମ୍ନଭାଗ ଲୋମଶ ଓ ଗ୍ରନ୍ଥି ଯୁକ୍ତ । ଫୁଲ ଛୋଟ, ଧଳା । ପତ୍ର ସୁଗନ୍ଧଯୁକ୍ତ ଓ ବିଭିନ୍ନ ଭାବରେ ବ୍ୟବହୃତ । ବିଭିନ୍ନ ପ୍ରକାର ଖାଦ୍ୟପ୍ରସ୍ତୁତି କାଳରେ, ବାସନା ଓ ସୁଆଦିଆ କରିବା ପାଇଁ ବଘରା ବଘରୀରେ ଏହି ପତ୍ର ଛୁଙ୍କ ରୂପେ ବ୍ୟବହୃତ ହୋଇଥାଏ । ପତ୍ରଗୁଡ଼ିକ କେତେକାଂଶରେ ନିମ୍ବ ପତ୍ର ପରି ଦିଶୁଥିବାରୁ କେହି କେହି ଏହାକୁ ମିଠା ନିମ୍ବ ବୋଲି ମଧ୍ୟ କହିଥାନ୍ତି ।

ଭୃସଙ୍ଗ ଗଛ
ଛୋଟ ଫୁଲ ଗୁଡ଼ିକ ଧଳା ଓ ସୁଗନ୍ଧଯୁକ୍ତ ହୋଇଥାଏ
ଭୃସଙ୍ଗ ଗଛ
ପାଚିଲା ଓ କଂଚା ଫଳ
ଭୃସଙ୍ଗ ଗଛ
ଜଳପାଇଗୁଡ଼ି, ପଶ୍ଚିମବଂଗରୁ ତୋଳାଯାଇଥିବା ଏକ ଫଟୋଚିତ୍ର

ବିଭିନ୍ନ ନାମ

ଓଡ଼ିଆ ତଥା ବିଭିନ୍ନ ଭାରତୀୟ ଭାଷାରେ ଏହାକୁ ଭୁରୁସୁଙ୍ଗ।, ଭେର୍ସୁଙ୍ଗା ମସଲା ପତ୍ର, କରୀ ପତା, କରିଆ ପତ୍ର, ସୁରଭି, ଗିରି ନିମ୍ବ, କାରିଆ ପେଲା, କାଟିନମ, ବୋବ଼ାଲା, କାରେପେକୁ, କାରି ଭେପାକୁ; ଇଂରାଜୀ - curry tree ।

ଏହାର ନାମ ଉଦ୍ଭିଦ ବିଜ୍ଞାନୀ ଜୋହାନ କୋନିଗ(Johann Gerhard König)ଙ୍କୁ ମନେ ପକାଇଦିଏ।

ଉପଯୋଗ

ଔଷଧୀୟ

ଆୟୁର୍ବେଦ ମତରେ ଏହାର ପତ୍ର ଏକ ପ୍ରକାରର ଔଷଧ। ଏଥିରେ ମଧୁମେହ ପ୍ରତିରୋଧକ ଶକ୍ତି ରହିଛି ବୋଲି କୁହାଯାଏ।

  • କୋଲେଷ୍ଟରଲ କମାଇବାପାଇଁ ଏହାକୁ ରସୁଣ, ଦହି ଓ ମେଥି ସହିତ ପ୍ରୟୋଗ କରାଯାଏ।
  • ଉଚ୍ଚରକ୍ତଚାପ ଓ ମଧୁମେହରେ ଏହାର ଚଟଣୀ କାମରେ ଆସେ

ଅନ୍ୟାନ୍ୟ

ଭାରତୀୟ ବିଶେଷ କରି ଦକ୍ଷିଣ ଭାରତୀୟ, ପଶ୍ଚିମ ଭାରତୀୟ ଓ ଶ୍ରୀଲଙ୍କାର ରାନ୍ଧଣାରେ ଏହାର ବହୁଳ ପ୍ରୟୋଗ ହୋଇଥାଏ। ତରକାରୀ, ସମ୍ବର,ରସମ, କଢ଼ି, ଚଟଣୀ, ବରା, ପକୁଡ଼ି, ଭାତ ଓ ବିଭିନ୍ନ ଭଜାରେ ଏହା କାମରେ ଲାଗିଥାଏ। ସାଧାରଣତଃ ଏହାର ତଟକା ପତ୍ରକୁ ବ୍ୟବହାର କରାଯାଏ। ଶୁଖିଲା ପତ୍ରର ବାସ୍ନା ନିମ୍ନକୋଟିର ହୋଇଥାଏ।

କାମ୍ପୁଚିଆରେ ଏହାର ପତ୍ରକୁ ଭାଜି ଗୁଣ୍ଡକରି ସୁପ୍ରେ ପକାଇ ମାଜୁ କ୍ରୁଏଂଗ ନାମକ ବ୍ୟଂଜନ ପ୍ରସ୍ତୁତ କରାଯାଏ।

ତୁଳସୀ ପତ୍ର ଅଭାବରେ ଏହାର ପତ୍ରକୁ ହିନ୍ଦୁମାନେ ପୂଜାରେ ବ୍ୟବହାର କରିଥାନ୍ତି।

ଦ୍ରବ୍ୟ ଗୁଣ

ଭୁରୁସୁଙ୍ଗ। ପତ୍ରରେ ଲୌହ ଓ ଫେ।ଲିକ ଅମ୍ଳ (Folic Acid) ଉତ୍ତମ ପରିମାଣରେ ଥାଏ । ଶରୀର ପୁଷ୍ଟି ପାଇଁ ଏହା ହିତକାରୀ । ଆହୁରି ମଧ୍ୟ, ଏହି ପତ୍ର ଖାଦ୍ୟ ଜୀର୍ଣ୍ଣକାରକ ରୂପେ କାର୍ଯ୍ୟକରିଥାଏ । ଫେ।ଲିକ ଅମ୍ଳ ଗୋଟିଏ ଭିଟାମିନ "ବି" ( ଇ୯) ରହିଥାଏ। ଏହା ରକ୍ତରେ ଲୋହିତ ରକ୍ତ କଣିକା (red blood cells) ଗଠନରେ ସହାୟକ, କେତେକ ପ୍ରକାର କ୍ୟାନସର ରୋଗ ପ୍ରତିରୋଧକ, ଗର୍ଭଧାରଣ ପୂର୍ବରୁ ନାରୀର ଓ ମାତୃଗର୍ଭରେ ଭ୍ରୂଣର ଉତ୍ତମ ବୃଦ୍ଧିରେ ସହାୟକ ରୂପେ କାର୍ଯ୍ୟ କରିଥାଏ ।

ଆଧାର

ବାହାର ସ୍ରୋତ


Tags:

ଭୃସଙ୍ଗ ଗଛ ବିଭିନ୍ନ ନାମଭୃସଙ୍ଗ ଗଛ ଉପଯୋଗଭୃସଙ୍ଗ ଗଛ ଦ୍ରବ୍ୟ ଗୁଣଭୃସଙ୍ଗ ଗଛ ଆଧାରଭୃସଙ୍ଗ ଗଛ ବାହାର ସ୍ରୋତଭୃସଙ୍ଗ ଗଛ

🔥 Trending searches on Wiki ଓଡ଼ିଆ:

ଆନ୍ତର୍ଜାତିକ ମହିଳା ଦିବସଜଗନ୍ନାଥଙ୍କ ବେଶଗଣ୍ଡାଗର୍ଭାବସ୍ଥାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧ମ ଓଡ଼ିଶା ବିଧାନ ସଭାପ୍ରବୀଣ ଚନ୍ଦ୍ର ଭଞ୍ଜଦେଓମାଗୁଣିର ଶଗଡ଼ସମ୍ବଲପୁର ଜିଲ୍ଲାଏଞ୍ଜେଲା ମେର୍କେଲ୍ଗିରିଧର ଗମାଙ୍ଗ୧୯୦୫ଶୈଳବାଳା ଦାସରାକ୍ଷୀ ପୂର୍ଣ୍ଣିମାଅମାବାସ୍ୟାର ଚନ୍ଦ୍ରବଳପକ୍ଷଆଚାର୍ଯ୍ୟ ହରିହରଜଗନ୍ନାଥଙ୍କ ଧୂପକବିସୂର୍ଯ୍ୟ ବଳଦେବ ରଥରାଜକିଶୋର ରାୟବିରଳା ମନ୍ଦିର, କୋଲକାତାସତ୍ୟବାଦୀ ବନ ବିଦ୍ୟାଳୟଭଗବତୀ ଚରଣ ପାଣିଗ୍ରାହୀଦେବଗଡ଼ ଜିଲ୍ଲାବୀର ସୁରେନ୍ଦ୍ର ସାଏଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଭୁବନେଶ୍ୱର ବେହେରାଓଡ଼ିଆ ନାଟକକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଲୋକ ସଭାମୁକ୍ତିକାନ୍ତ ମଣ୍ଡଳ୫ ନଭେମ୍ବରଶତ୍ରୁଘ୍ନ ପାଣ୍ଡବଉତ୍କଳ ସମ୍ମିଳନୀଜାଭା (ପ୍ରୋଗ୍ରାମିଂ ଭାଷା)ଅଂଶୁପା ହ୍ରଦଭୂଗୋଳଉତ୍ତମ ମହାନ୍ତିଅଣସରରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଏମିସ ଲୋକଓଡ଼ିଶାର ଲୋକନୃତ୍ୟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଦଣ୍ଡ ନାଟବିଦ୍ୟାଳୟଇଣ୍ଡୋନେସିଆପାଇକ ଆଖଡ଼ାବଡ଼ ଏରା୨୦୧୨ନାରୀବାଦଚିନ୍ତାମଣି ବେହେରାଶ୍ରୀନିବାସ ରାମାନୁଜନକାଟୁଲୁ ରବି କୁମାରଦ୍ୱିତୀୟ ଭାସ୍କରବରଗଛବି. ଆର. ଆମ୍ବେଦକରଶାରଳା ପୁରସ୍କାରରାଧାନାଥ ରାୟମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଖାସି ମାଂସ ତରକାରୀୟୁକ୍ରେନପ୍ରାଣକୃଷ୍ଣ ପରିଜାଚିତ୍ତରଞ୍ଜନ ତ୍ରିପାଠୀଗାଲୁଆପ୍ରଧାନ ପୃଷ୍ଠା🡆 More