ଆଚାର୍ଯ୍ୟ ହରିହର (୮ ମାର୍ଚ୍ଚ ୧୮୭୯ -୨୧ ଫେବୃଆରୀ ୧୯୭୧) ଓଡ଼ିଶାରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ରୂପେ ସତ୍ୟବାଦୀର ସାହିତ୍ୟ-କର୍ମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ । ସେ ଭଗବତ ଗୀତାର ଅନୁବାଦ ଓ ପିଲାଙ୍କ ବ୍ୟାକରଣ ପ୍ରଭୃତି ରଚନା କରିଥିଲେ ।
ଆଚାର୍ଯ୍ୟ ହରିହର ଦାସ | |
---|---|
ଜନ୍ମ | ହରିହର ବ୍ରହ୍ମା ୮ ମାର୍ଚ୍ଚ ୧୮୭୯
ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ ଜିଲ୍ଲା |
ମୃତ୍ୟୁ | ୨୧ ଫେବୃଆରୀ ୧୯୭୧ | (ବୟସ ୯୧)
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକ |
ଉଲ୍ଲେଖନୀୟ କୃତି | ଭଗବତ ଗୀତାର ଅନୁବାଦ, Child's Easy First Grammar |
ପିତାମାତା(s) | ମହାଦେବ ବ୍ରହ୍ମା, ଶ୍ରଦ୍ଧାଦେବୀ |
ଆଚାର୍ଯ୍ୟ ହରିହରଙ୍କ ଜନ୍ମ ଖ୍ରୀ. ଅ. ୧୮୭୯ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରରେ ହୋଇଥିଲା । ତାଙ୍କ ମାତାଙ୍କ ନାମ ଶ୍ରଦ୍ଧାଦେବୀ ଓ ପିତାଙ୍କ ନାମ ମହାଦେବ ବ୍ରହ୍ମା ଥିଲା । ତାଙ୍କର ବାଲ୍ୟ ଶିକ୍ଷା ଗାଁ ଚାହାଳୀରେ ହୋଇଥିଲା ଓ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ କରିଥିଲେ । ରେଭେନ୍ସା କଲେଜରୁ ଏଫ ଏ ପାସ କଲା ପରେ ସେ ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ପ୍ରଭୁତି ତାଙ୍କର ଛୋଟ ବେଳର ବନ୍ଧୁ ଥିଲେ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ଆଚାର୍ଯ୍ୟ ହରିହର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.