ପକ୍ଷ

୧୫ ତିଥିରେ ଏକ ପକ୍ଷ ହୁଏ ।

କୃଷ୍ଣପକ୍ଷ

ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ


ଶୁକ୍ଳପକ୍ଷ

ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।

ଅପରପକ୍ଷ

ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।

ଦେବୀ ପକ୍ଷ

ଆଶ୍ୱିନ ଶୁକ୍ଳ ପକ୍ଷକୁ ‘ଦେବୀ ପକ୍ଷ' ମଧ୍ୟ କହାଯାଏ । ଏହି ପକ୍ଷରେ ନବରାତ୍ରି ଓ ଦୁର୍ଗା ପୂଜା ପାଳନ କରାଯାଏ ।

ଧାର୍ମିକ ମହତ୍ତ୍ୱ

ମହାଳୟା ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ‘ଅକାଳ ବୋଧନ’ ମଧ୍ୟ କହାଯାଏ ।

ଆଧାର

Tags:

ପକ୍ଷ କୃଷ୍ଣପକ୍ଷ ଶୁକ୍ଳପକ୍ଷ ଅପରପକ୍ଷ ଦେବୀ ପକ୍ଷ ଆଧାରପକ୍ଷ

🔥 Trending searches on Wiki ଓଡ଼ିଆ:

ଚିନ୍ତାମଣି ବେହେରାଗଙ୍ଗାଧର ମେହେରବିଜ୍ଞାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାଷାବିଶ୍ୱଜିତ ଦାସଅମୃତଭଣ୍ଡାଚିତ୍ତରଞ୍ଜନ ଦାସବଡ଼ଦିନ୨୦୦୬ନରେନ୍ଦ୍ର ମୋଦୀଉଇକିକଥାବିଶ୍ୱନାଥ କରଆଜରବାଇଜାନବାୟୋନ୍ ମନ୍ଦିରନାରୀବାଦଭକ୍ତ ଚରଣ ଦାସଅଶୋକ ସମ୍ରାଟଗୋଦାବରୀଶ ମିଶ୍ରମୋହନ ଭୋଗଗୌତମ ବୁଦ୍ଧଭାରତ ସରକାର୧୭ ଅପ୍ରେଲମାର୍ଚ୍ଚ୧୮୬୬ବିଜୟ ମିଶ୍ରଅମରପୋଇ୧୯ ଫେବୃଆରୀସାମାଜିକ ବିଜ୍ଞାନପ୍ରତିଭା ରାୟମହେଶ ସାହୁଗୋଦାବରୀଶ ମହାପାତ୍ରଏ. ପି. ଜେ. ଅବଦୁଲ କଲାମଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଜଗନ୍ନାଥଶବ୍ଦ (ଧ୍ୱନି)ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦ୍ରାଘିମାବର୍ଷାଯକ୍ଷ୍ମାକଟକଚାନ୍ଦବାଲିକାଳିନ୍ଦୀ ଚରଣ ପାଣିଗ୍ରାହୀପକ୍ଷୀମଧୁସୂଦନ ଦାସହିଙ୍ଗୁଳା ମନ୍ଦିରତିର୍ଥେଶ୍ୱର ଶିବ ମନ୍ଦିରହୃଷୀକେଶ ପଣ୍ଡାସୁଭାଷ ଶତପଥୀସରଳା ଦେବୀଦେବ୍ରାଜ ଲେଙ୍କାଶବ୍ଦ (ପଦ)ଲବଣ ସତ୍ୟାଗ୍ରହପ୍ରହ୍ଲାଦ ନାଟକବୁଦ୍ଧ ପୂର୍ଣ୍ଣିମାନଅଙ୍କ ଦୁର୍ଭିକ୍ଷସୁଦର୍ଶନ ପଟ୍ଟନାୟକସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୫ ଫେବୃଆରୀ୨୦୨୨ ଫିଫା ବିଶ୍ୱକପ୍ରଘୁନାଥ ପରିଚ୍ଛାଶ୍ରୀରାମ ପଣ୍ଡାଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡwiki.phtmlଓଡ଼ିଆ କାବ୍ୟ କବିତାପାରୁଲ ଯାଦବଉଇକିଅଭିଧାନ🡆 More