ଚାନ୍ଦ ବିବି

ସୁଲତାନା ଚାନ୍ଦ ବିବି (୧୫୫୦-୧୫୯୯) ଜଣେ ଭାରତୀୟ ମୁସଲମାନ ମହିଳା ଯୋଦ୍ଧା ଥିଲେ । ସେ ବିଜାପୁର (୧୫୯୬-୧୫୯୯) ଏବଂ ଅହମ୍ମଦନଗର (୧୫୮୦-୧୫୯୦)ର ରାଜପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ଚାନ୍ଦ ବିବି ସମ୍ରାଟ ଆକବରଙ୍କ ମୋଗଲ ବାହିନୀରୁ ଅହମ୍ମଦନଗରକୁ ରକ୍ଷା କରିବା ପାଇଁ ବେଶ୍ ଜଣାଶୁଣା ଥିଲେ ।

ସୁଲତାନା ଚାନ୍ଦ ବିବି
ବିଜାପୁର ଏବଂ ଅହମ୍ମଦନଗର

ଚାନ୍ଦ ବିବି
ଚାନ୍ଦ ବିବିଙ୍କ ଅଷ୍ଟାଦଶ ଶତାବ୍ଦୀର ଚିତ୍ର
ଜୀବନସାଥୀ ଅଲି ଆଦିଲ ଶାହା ପ୍ରଥମ
ବାପା ହୁସେନ ନିଜାମ ଶାହା ପ୍ରଥମ
ମାଆ ଖୁଞ୍ଜା ହୁମାୟୁନ ବେଗମ
ଜନ୍ମ 1550 CE
ଅହମ୍ମଦନଗର ଦୁର୍ଗ, ଅହମ୍ମଦନଗର ସୁଲତାନ
(ମହାରାଷ୍ଟ୍ର, ଭାରତ)
ମୃତ୍ୟ 1599 CE
ଧର୍ମ ଇସଲାମ

ପ୍ରାରମ୍ଭିକ ଜୀବନ

ଚାନ୍ଦ ବିବି ଅହମ୍ମଦନଗରର ହୁସେନ ନିଜାମ ଶାହାଙ୍କ ପ୍ରଥମ ଝିଅ ଏବଂ ଅହମ୍ମଦନଗରର ସୁଲତାନ ବୁରହାନ-ଉଲ-ମୁଲ୍କଙ୍କର ଭଉଣୀ ଥିଲେ । ସେ ଆରବୀ, ପାର୍ସୀ, ତୁର୍କୀ, ମରାଠୀ ଏବଂ କନ୍ନଡ ସହିତ ଅନେକ ଭାଷା ଜାଣିଥିଲେ । ସେ ବୀଣା ବଜାଇବାକୁ ପସନ୍ଦ କରୁଥିଲେ ।

ବିଜାପୁର ସୁଲତାନ

ଚାନ୍ଦ ବିବି ବିଜାପୁରର ଅଲି ଆଦିଲ ଶାହା ପ୍ରଥମଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ବିଜାପୁରର ପୂର୍ବ ସୀମା ନିକଟରେ ଏକ କୂଅ (ବାମ୍ଫୀ)ର ନିର୍ମାଣ କରିଥିଲେ ଏବଂ ତାଙ୍କ ନାମରେ ବାମ୍ଫୀର ନାମ "ଚାନ୍ଦ ଷ୍ଟେପୱେଲ" (ଚାନ୍ଦ ବାମ୍ଫୀ) ରଖାଯାଇଥିଲା ।

ଅଲି ଆଦିଲ ଶାହାଙ୍କ ପିତା ଇବ୍ରାହିମ ଆଦିଲ ଶାହା ପ୍ରଥମ, ସୁନ୍ନି, ଶିଆ ଏବଂ ଡେକାନ ମଧ୍ୟରେ ବିଭାଜନ କରିଦେଇଥିଲେ । ତଥାପି, ଅଲି ଆଦିଲ ଶାହା ଶିଆମାନଙ୍କ ପକ୍ଷ ନେଇଥିଲେ । ୧୫୮୦ ମସିହାରେ ତାଙ୍କ ମୃତ୍ୟୁ ପରେ ଶିଆ ସମ୍ଭ୍ରାନ୍ତମାନେ ତାଙ୍କର ନଅ ବର୍ଷର ଭଣଜା ଇବ୍ରାହିମ ଆଦିଲ ଶାହା ଦ୍ୱିତୀୟଙ୍କୁ ଶାସକ ଭାବରେ ଘୋଷଣା କରିଥିଲେ । ଡେକାନ ଜେନେରାଲ କମଲ ଖାନ ରାଜ୍ୟକୁ ନିଜ ଅଧୀନରେ ରଖି ଏହାର ରକ୍ଷକ ହୋଇଗଲେ । କମଲ ଖାନ ଚାନ୍ଦ ବିବିଙ୍କୁ ଅସମ୍ମାନ କରିଥିଲେ ଯେଉଁଥିରୁ ଜଣାପଡୁଥିଲା ଯେ, ସିଂହାସନ ଅଧିକାର କରିବାକୁ କମଲ ଖାନଙ୍କର ଅଭିଳାଷ ରହିଛି । ଚାନ୍ଦ ବିବି ଅନ୍ୟ ଜଣେ ଜେନେରାଲ ହାଜି କିଶ୍ୱର ଖାନଙ୍କ ସହାୟତାରେ କମଲ ଖାନଙ୍କ ବିରୋଧରେ ଆକ୍ରମଣ ଯୋଜନା କରିଥିଲେ । ପରେ କମଲ ଖାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା ।

କିଶ୍ୱର ଖାନ ଇବ୍ରାହିମର ଦ୍ୱିତୀୟ ପରାମର୍ଶଦାତା ହୋଇଗଲେ । ଅହମ୍ମଦନଗର ବିରୁଦ୍ଧରେ ହୋଇଥିବା ଯୁଦ୍ଧରେ ତାଙ୍କ ନେତୃତ୍ୱରେ ବିଜପୁର ସେନା ଶତ୍ରୁ ସୈନ୍ୟବାହିନୀର ସମସ୍ତ ତୋପଖାନା ଏବଂ ହାତୀମାନଙ୍କୁ କାବୁ କରିଥିଲେ । ଏହି ବିଜୟ ପରେ କିଶ୍ୱର ଖାନ ଅନ୍ୟ ବିଜାପୁର ଜେନେରାଲମାନଙ୍କୁ ହସ୍ତଗତ ହୋଇଥିବା ସମସ୍ତ ହାତୀକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚାନ୍ଦ ବିବି ବାଙ୍କାପୁରର ଜେନେରାଲ ମୁସ୍ତଫା ଖାନଙ୍କ ସହାୟତାରେ କିଶ୍ୱର ଖାନଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । କିଶ୍ୱର ଖାନଙ୍କ ଗୁପ୍ତଚରମାନେ ତାଙ୍କୁ ଏହି ଷଡଯନ୍ତ୍ର ବିଷୟରେ କହିଦେଇଥିଲେ । କିଶ୍ୱର ଖାନ ନିଜର ସୈନ୍ୟମାନଙ୍କୁ ପଠାଇ ଯୁଦ୍ଧରେ ମୁସ୍ତଫା ଖାନଙ୍କୁ ହତ୍ୟା କରିଥିଲେ । ଚାନ୍ଦ ବିବି କିଶ୍ୱର ଖାନଙ୍କୁ ଚ୍ୟାଲେଞ୍ଜ କରିଥିଲେ କିନ୍ତୁ ସେ ତାଙ୍କୁ ସତାରା ଦୁର୍ଗରେ ବନ୍ଦୀ କରି ନିଜକୁ ରାଜା ବୋଲି ଘୋଷଣା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ, କିଶ୍ୱର ଖାନ ବାକି ଜେନେରାଲମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଗଲେ । ଯେତେବେଳେ ଜେନେରାଲ ଇଖଲାସ ଖାନଙ୍କ ନେତୃତ୍ୱରେ ମିଳିତ ସେନା ବିଜାପୁର ଉପରେ ଆକ୍ରମଣ କଲେ ସେତେବେଳେ ସେ ପଳାଇବାକୁ ବାଧ୍ୟ ହୋଇଥିଲେ । ଏହି ସୈନ୍ୟବାହିନୀମାନଙ୍କ ମଧ୍ୟରେ ତିନିଜଣ ସମ୍ଭ୍ରାନ୍ତ, ଇଖଲାସ ଖାନ, ହମିଦ ଖାନ ଏବଂ ଦିଲୱାର ଖାନ ଥିଲେ । ପରେ କିଶ୍ୱର ଖାନଙ୍କୁ ମୁସ୍ତାଫା ଖାନଙ୍କ ସମ୍ପର୍କୀୟ ହତ୍ୟା କରିଥିଲେ । ଏହା ପରେ ଚାନ୍ଦ ବିବି ଅଳ୍ପ ସମୟ ପାଇଁ ଜଣେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ।

ଏହା ପରେ ଇଖଲାସ ଖାନ ପରାମର୍ଶଦାତା ହୋଇଥିଲେ କିନ୍ତୁ ତାଙ୍କୁ ଶୀଘ୍ର ଚାନ୍ଦ ବିବି ବରଖାସ୍ତ କରିଥିଲେ । ପରେ ସେ ପୁନର୍ବାର ଏକଛତ୍ରବାଦୀ ଶାସନ ଆରମ୍ଭ କରିଥିଲେ । ବିଜାପୁରର ପରିସ୍ଥିତିର ସୁଯୋଗ ନେଇ ଅହମ୍ମଦନଗରର ନିଜାମ ଶାହି ସୁଲତାନ ଏବଂ ଗୋଲକୋଣ୍ଡାର କୁଟବ ଶାହି ବିଜାପୁର ଉପରେ ଆକ୍ରମଣ କରିଥିଲେ । ମିଳିତ ଆକ୍ରମଣର ମୁକାବିଲା ପାଇଁ ବିଜାପୁରରେ ଥିବା ସୈନ୍ୟବାହିନୀମାନେ ଯଥେଷ୍ଟ ନଥିଲେ । ପରେ ଚାନ୍ଦ ବିବିଙ୍କଦ୍ୱାରା ନିଯୁକ୍ତ ଶିଆ ଜେନେରାଲ ଅବୁ-ଉଲ-ହାସନ ମରାଠୀ ସେନାମାନଙ୍କୁ କର୍ଣ୍ଣାଟକକୁ ଡକାଇଥିଲେ । ମରାଠୀମାନେ ଆକ୍ରମଣକାରୀଙ୍କ ଉପରେ ଆକ୍ରମଣ କରିଥିଲେ, ଯାହାଦ୍ୱାରା ଅହମ୍ମଦନଗର-ଗୋଲକୋଣ୍ଡା ମିଳିତ ବାହିନୀ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ।

ତା’ପରେ ବିଜାପୁର ଉପରେ ନିୟନ୍ତ୍ରଣ ପାଇବା ପାଇଁ ଇଖଲାସ ଖାନ ଦିଲୱାର ଖାନଙ୍କ ଉପରେ ଆକ୍ରମଣ କରିଥିଲେ । ସେ ପରାସ୍ତ ହୋଇଗଲେ ଏବଂ ଦିଲୱାର ଖାନ ୧୫୮୨ରୁ ୧୫୯୧ ପର୍ଯ୍ୟନ୍ତ ରାଜପ୍ରତିନିଧି ହୋଇଗଲେ । ପରେ ଯେତେବେଳେ ବିଜାପୁର ରାଜ୍ୟରେ ଶାନ୍ତି ପୁନଃ ସ୍ଥାପିତ ହେଲା, ସେତେବେଳେ ଚାନ୍ଦ ବିବି ଅହମ୍ମଦନଗରକୁ ଫେରିଗଲେ ।

ଅହମ୍ମଦନଗର ସୁଲତାନ

୧୫୯୫ ମସିହାରେ, ଅହମ୍ମଦନଗରଠାରୁ ୪୦ କିଲୋମିଟର ଦୂରରେ ବିଜାପୁରର ଶାସକ ଇବ୍ରାହିମ ଶାହାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ଅଧିକାଂଶ ସମ୍ଭ୍ରାନ୍ତମାନେ ଅନୁଭବ କଲେ ଯେ ତାଙ୍କ ଶିଶୁପୁତ୍ର ବାହାଦୂର ଶାହାଙ୍କୁ ଚାନ୍ଦ ବିବିଙ୍କ ଅଧୀନରେ ରାଜା ଭାବରେ ଘୋଷିତ କରାଯିବା ଉଚିତ ।

ଡେକାନ ମନ୍ତ୍ରୀ ମିୟାଁ ମଞ୍ଜୁ ୬ ଅଗଷ୍ଟ ୧୫୯୪ ମସିହାରେ ଶାହା ତାହିରଙ୍କ ବାର ବର୍ଷର ପୁଅ ଅହମ୍ମଦ ଶାହା ଦ୍ୱିତୀୟଙ୍କୁ ରାଜା ଭାବରେ ଘୋଷଣା କରିଥିଲେ । ସେ ମୋଗଲମାନଙ୍କୁ ନିମନ୍ତ୍ରଣ କରିବାରେ ଦୁଖଃ ପ୍ରକାଶ କରି ସୁରକ୍ଷା ଗ୍ରହଣ ନିମନ୍ତେ ଚାନ୍ଦ ବିବିଙ୍କୁ ଅନୁରୋଧ କରିଥିଲେ ଏବଂ ଅହମ୍ମଦ ଶାହ ଦ୍ୱିତୀୟଙ୍କ ସହ ଅହମ୍ମଦନଗରରୁ ବାହାରିଥିଲେ ।

ଚାନ୍ଦ ବିବି ଏହି ପ୍ରତିନିଧିତ୍ୱକୁ ଗ୍ରହଣ କରି ବାହାଦୂର ଶାହାଙ୍କୁ ଅହମ୍ମଦନଗରର ରାଜ ବୋଲି ଘୋଷଣା କରିଥିଲେ ।

ଅହମ୍ମଦନଗରର ରକ୍ଷା

ନଭେମ୍ବର ୧୫୯୫ ମସିହାରେ, ମୋଗଲମାନେ ଅହମ୍ମଦନଗର ଉପରେ ଆକ୍ରମଣ କରଥିଲେ । ଚାନ୍ଦ ବିବି ଅହମ୍ମଦନଗରରେ ନେତୃତ୍ୱ ନେଇଥିଲେ ଏବଂ ଅହମ୍ମଦନଗର ଦୁର୍ଗକୁ ସଫଳତାର ସହ ରକ୍ଷା କରିଥିଲେ ।

ଚାନ୍ଦ ବିବି ବିଜାପୁରର ଇବ୍ରାହିମ ଆଦିଲ ଶାହା ଦ୍ୱିତୀୟ ଏବଂ ଗୋଲକୋଣ୍ଡାର ମହମ୍ମଦ କୁଲି କୁତୁବ ଶାହାଙ୍କୁ ମୋଗଲ ସୈନ୍ୟ ବିରୁଦ୍ଧରେ ଲଢ଼ିବାକୁ ନିବେଦନ କରିଥିଲେ । ଇବ୍ରାହିମ ଆଦିଲ ଶାହା ଦ୍ୱିତୀୟ ସୋହିଲ ଖାନଙ୍କ ଅଧୀନରୁ ୨୫,୦୦୦ ସୈନ୍ୟ ପଠାଇଥିଲେ, ଯେଉଁଥିରେ ୟେଖଲାସ ଖାନଙ୍କ ଅବଶିଷ୍ଟ ସୈନ୍ୟମାନେ ଯୋଗ ଦେଇଥିଲେ । ପରେ ସେମାନଙ୍କ ସହିତ ଗୋଲକୋଣ୍ଡାର ୬,୦୦୦ ପୁରୁଷମାନଙ୍କବେକ ଦଳ ଯୋଗ ଦେଇଥିଲେ ।

ଚାନ୍ଦ ବିବି ମହମ୍ମଦ ଖାନଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ କିନ୍ତୁ ସେ ତାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ । ଖାନ ଖନନଙ୍କ ପ୍ରସ୍ତାବ ଅନୁଯାୟୀ ସେ ସମଗ୍ର ସୁଲତାନକୁ ମୋଗଲମାନଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ । ବିଜାପୁରରୁ ଫେରୁଥିବା ସୋହିଲ ଖାନଙ୍କୁ ଖାନ ଖନନଙ୍କ ମୋଗଲ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଖାନ ଖନନ ଏବଂ ମିର୍ଜା ଶାହରୁଖଙ୍କ ନେତୃତ୍ୱରେ ମୋଗଲ ସୈନ୍ୟମାନେ ଗୋଦାବରୀ ନଦୀ କୂଳରେ ବିଜାପୁର, ଅହମ୍ମଦନଗର ଏବଂ ଗୋଲକୋଣ୍ଡାର ମିଳିତ ବାହିନୀର ସମ୍ମୁଖୀନ ହୋଇଥିଲେ । ୧୫୯୭ ମସିହାର ଫେବୃଆରୀ ୦୮-୦୯ରେ ହୋଇଥିବା ଏକ ସଂଘର୍ଷପୂର୍ଣ୍ଣ ଯୁଦ୍ଧରେ ମୋଗଲମାନେ ଜିତିଥିଲେ ।

ନିଜର ବିଜୟ ସତ୍ତ୍ୱେ ମୋଗଲ ସେନା ଆକ୍ରମଣ ଜାରି ରଖିବା ପାଇଁ ଅତ୍ୟଧିକ ଦୁର୍ବଳ ହୋଇ ସହପୁରକୁ ଫେରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସେନାପତି ରାଜା ଅଲି ଖାନ ଯୁଦ୍ଧରେ ନିହତ ହୋଇଥିଲେ ଏବଂ ଅନ୍ୟ ସେନାପତିମାନଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା । ଏହି ବିବାଦ ଯୋଗୁଁ ଖାନ ଖନନଙ୍କୁ ୧୫୯୭ ମସିହାରେ ଆକବର ସ୍ମରଣ କରିଥିଲେ । କିଛି ସମୟ ପରେ ରାଜକୁମାର ମୁରାଦଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆକବର ତାଙ୍କ ପୁଅ ଦନିୟାଲ ଏବଂ ଖାନ ଖନନଙ୍କୁ ନୂତନ ସୈନିକମାନଙ୍କ ସହିତ ପଠାଇଥିଲେ । ଆକବର ନିଜେ ସେମାନଙ୍କୁ ଅନୁସରଣ କରି ବରହାନପୁରରେ ଶିବିର ଲଗେଇଥିଲେ । ପରେ ଦନିୟାଲ ନିଜ ସୈନ୍ୟମାନଙ୍କ ସହିତ ଅହମ୍ମଦନଗର ଦୁର୍ଗରେ ପହଞ୍ଚିଥିଲେ ।

ଚାନ୍ଦ ବିବି ପୁନର୍ବାର ସାହସର ସହିତ ଦୁର୍ଗକୁ ରକ୍ଷା କରିଥିଲେ । ତଥାପି, ସେ ପ୍ରଭାବଶାଳୀ ପ୍ରତିରୋଧ କରିପାରି ନଥିଲେ ଏବଂ ଦନିୟାଲଙ୍କ ସହ ସେମାନଙ୍କ ସର୍ତ୍ତାବଳୀକୁ ବୁଝାମଣା କରିବାପାଇଁ ନିଷ୍ପତ୍ତି ନେଇଥିଲେ ।

ଚାନ୍ଦ ବିବି 
ଚାନ୍ଦ ବିବିଙ୍କ ସମାଧି, ଅହମ୍ମଦନଗର

ହମିଦ ଖାନ, ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଯିଏକି କ୍ରୋଧିତ ହୋଇ ଚାନ୍ଦ ବିବି ମୋଗଲମାନଙ୍କ ସହିତ ଏକ ଚୁକ୍ତି କରିଥିବା ଖବର ଚାରିଆଡେ ପ୍ରଚାର କରିଥିଲେ । ଅନ୍ୟ ଏକ ସଂସ୍କରଣ ଅନୁଯାୟୀ, ଚାନ୍ଦ ବିବିଙ୍କ ଜଣେ କିନ୍ନର ସେବକ ଜୀତା ଖାନ ଭାବିଥିଲେ ଯେ ମୋଗଲମାନଙ୍କ ସହ ଆଲୋଚନା କରିବାର ନିଷ୍ପତ୍ତି ଏକ ବିଶ୍ୱାସଘାତକତା ଅଟେ ଏବଂ ଚାନ୍ଦ ବିବି ଜଣେ ଦେଶଦ୍ରୋହୀ ବୋଲି ଖବର ପ୍ରଚାର କରିଥିଲେ । ଏହା ପରେ ଚାନ୍ଦ ବିବିଙ୍କୁ ନିଜ ସୈନ୍ୟବାହିନୀର ବିଶୃଙ୍ଖଳିତ ଜନତା ହତ୍ୟା କରିଥିଲେ ।

ତାଙ୍କ ମୃତ୍ୟୁର ଚାରି ମାସ ଓ ଚାରି ଦିନର ଅବରୋଧ ପରେ ଅହମ୍ମଦନଗର ଦନିୟାଲ ଏବଂ ମିର୍ଜା ୟୁସୁଫ ଖାନଙ୍କ ମୋଗଲ ସୈନ୍ୟମାନଙ୍କଦ୍ୱାରା ଅବରୋଧ କରାଯାଇଥିଲା ।

ଆଧାର

Tags:

ଚାନ୍ଦ ବିବି ପ୍ରାରମ୍ଭିକ ଜୀବନଚାନ୍ଦ ବିବି ବିଜାପୁର ସୁଲତାନଚାନ୍ଦ ବିବି ଅହମ୍ମଦନଗର ସୁଲତାନଚାନ୍ଦ ବିବି ଆଧାରଚାନ୍ଦ ବିବିଆକବର

🔥 Trending searches on Wiki ଓଡ଼ିଆ:

ସମ୍ବାଦଓଡ଼ିଶା ଉଚ୍ଚ ନ୍ୟାୟାଳୟମାସଅଖିଳ ମୋହନ ପଟ୍ଟନାୟକପୁରୀଚୋଡ଼ଗଙ୍ଗ ଦେବରାଜନୀତି ବିଜ୍ଞାନମାଗୁଣି ଚରଣ କୁଅଁରହୃଦାନନ୍ଦ ପାଣିଗ୍ରାହୀଭୁବନେଶ୍ୱରପାଳୁଅଅପର୍ଣ୍ଣା ମହାନ୍ତିହିମାଳୟାନ ଏକ୍ସପ୍ରେସୱେଆର୍ଜେଣ୍ଟିନାବିଶ୍ୱଜିତ ଦାସଭାଷାବର କୋଳିହରିହର ବାହିନୀପତି୨୬ ଅପ୍ରେଲଡାଇଭର୍ଟିକୁଲାଇଟିସ୍ନୀଳକଣ୍ଠ ଦାସଯଶୋଧାରା ମିଶ୍ରନିଓୱାଇଜ ଧୂମକେତୁସଚ୍ଚିଦାନନ୍ଦ ରାଉତରାୟପୋତାଗଡ଼ପ୍ରଧାନ ପୃଷ୍ଠାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାକୁମ୍ଭ (ରାଶି)ଦଣ୍ଡ ନାଟବକ୍ସି ଜଗବନ୍ଧୁକେରଳରାଜେନ୍ଦ୍ର କିଶୋର ପଣ୍ଡାପାର୍ବତୀ ଘୋଷଓଡ଼ିଆ ଉଇକିପିଡ଼ିଆସି (ପ୍ରୋଗ୍ରାମିଂ ଭାଷା)ଓଡ଼ିଆ ରାମାୟଣ୧୩୮୫୧ ଅକ୍ଟୋବର୬ ଫେବୃଆରୀଫତୁରାନନ୍ଦଓମ'ଙ୍କ ନିୟମବଡ଼ଓଷାକାଳୀକା ଭଗବତୀ ମନ୍ଦିରରାମଚନ୍ଦ୍ର ବେହେରାଜୟପୁର, ରାଜସ୍ଥାନଗୋପାଳବଲ୍ଲଭ ଦାସଓଡ଼ିଆ ନାଟକସମଲେଶ୍ୱରୀ ମନ୍ଦିରକରମା ନୃତ୍ୟକୁଟୁରାଦୁର୍ଗା ପୂଜାସୁଭାଷ ଚନ୍ଦ୍ର ବୋଷଦିଲ୍ଲୀଜୁଲିଅସ ସିଜରତାରାତାରିଣୀ ମନ୍ଦିରଧଉଳିନବରାତ୍ରୀ୩୧ ମାର୍ଚ୍ଚରାଜୀବ ଗାନ୍ଧୀଜଗନ୍ନାଥଙ୍କ ଧୂପଚିକିତ୍ସା ବିଜ୍ଞାନଚନ୍ଦ୍ରଶେଖର ରଥଓଡ଼ିଶାର ପର୍ବପର୍ବାଣିରମାକାନ୍ତ ରଥଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ମାର୍କ ଜୁକରବର୍ଗ🡆 More