ନିଓୱାଇଜ ଧୂମକେତୁ

ନିଓୱାଇଜ ଧୂମକେତୁ ବା ଧୂମକେତୁ ସି/୨୦୨୦ ଏଫ୍-୩ ୨୦୨୦ ମସିହା ମାର୍ଚ୍ଚ ୨୭ ତାରିଖରେ ଚିହ୍ନଟ କରାଯାଇଥିବା ଏକ ପ୍ରାୟ ପରବଳୟିକ (Near Parabolic) କକ୍ଷବିଶିଷ୍ଟ ଧୂମକେତୁ ଅଟେ । ସେ ସମୟରେ ଏହା ଦୃଶ୍ୟମାତ୍ରା (Visual magnitude) ୧୮ର ଧୂମକେତୁ ଥିଲା ଏବଂ ସୂର୍ଯ୍ୟଠାରୁ ୨ ମହାଜାଗତୀୟ ଏକକ (୩୦୦ ମିଲିୟନ କି.ମି.

ବା ୧୯୦ ମିଲିୟନ ମାଇଲ) ଓ ପୃଥିବୀଠାରୁ ୧.୭ ମହାଜାଗତୀୟ ଏକକ (୨୫୦ ମିଲିୟନ କିମି ବା ୧୬୦ ମିଲିୟନ ମାଇଲ) ଦୂରରେ ଥିଲା । ନାସାର ନିଓୱାଇଜ ପ୍ରୋଗ୍ରାମଦ୍ୱାରା ଠାବ କରାଯାଇଥିବାରୁ ଏହାର ଅପ୍ରେଲ ୧ ତାରିଖରେ ଏହିପରି ନାମକରଣ କରାଯାଇଥିଲା ।

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ରଦ୍ୱାରା ଉଠାଯାଇଥିବା ନିଓୱାଇଜ ଧୂମକେତୁର ଛବିମାନଙ୍କର ସମାହାରରେ ତିଆରି ଭିଡ଼ିଓ

୨୦୨୦ ଜୁଲାଇ ମାସ ସୁଦ୍ଧା ଏହା ଖାଲିଆଖିରେ ମଧ୍ୟ ଦେଖାଯାଇପାରୁଥିଲା । ୧୯୯୭ ମସିହାର ହେଲ-ବପ ପରେ ଏହି ଧୂମକେତୁଟି ଉତ୍ତରଗୋଲାର୍ଦ୍ଧରେ ଦେଖାଯାଇଥିବା ସବୁଠାରୁ ଉଜ୍ଜ୍ୱଳ ଧୂମକେତୁ ଅଟେ । ଜୁଲାଇ ୨୩ ତାରିଖ ଅନୁସାରେ ଧୂମକେତୁର ଦୃଶ୍ୟ-ମାତ୍ରା ୪.୩ ଥିଲା ।

ଉତ୍ତରଗୋଲାର୍ଦ୍ଧର ଦର୍ଶକମାନେ ଉତ୍ତର-ପୂର୍ବ ଦିଗବଳୟରେ ସପ୍ତର୍ଷିମଣ୍ଡଳ ନକ୍ଷତ୍ରପୁଞ୍ଜ (Big Dipper)ର ଠିକ ତଳେ ଧୂମକେତୁଟିକୁ ଦେଖିପାରିଥିଲେ । ପରିଧ୍ରୁବୀୟ (Circumpolar) ହୋଇଥିବାରୁ ୪୫ତମ ଦ୍ରାଘିମାର ଉତ୍ତରଦିଗରେ ଥିବା ସ୍ଥାନମାନଙ୍କରେ ଜୁଲାଇ ୧୩-୨୨ ତାରିଖରେ ଏହା ରାତିସାରା ଦେଖାଯାଇଥିଲା ।

ଆଧାର

Tags:

en:Apparent magnitudeen:Parabolic trajectory

🔥 Trending searches on Wiki ଓଡ଼ିଆ:

ସ୍ୱର ବର୍ଣ୍ଣଓଡ଼ିଆ ଭାଷା ଆନ୍ଦୋଳନନେତୃତ୍ୱଗର୍ଭାଶୟ ଅନ୍ତଃସ୍ତର କର୍କଟଶାନ୍ତନୁ କୁମାର ଆଚାର୍ଯ୍ୟଆଣ୍ଡାମାନ ସାଗରନନ୍ଦିଘୋଷଅଭିମନ୍ୟୁ ସାମନ୍ତସିଂହାର୦ (ସଂଖ୍ୟା)ନଇ ଆରପାରିସୂଚନା ପ୍ରଯୁକ୍ତିବିଦ୍ୟାଅର୍ଚ୍ଚିତା ସାହୁନୟାଗଡ଼ ଜିଲ୍ଲାଜଗନ୍ନାଥ ଦାସରାଧାନାଥ ରାୟଜିନା ସାମଲଶ୍ରାଦ୍ଧଛବିଳ ମଧୁ ବର୍ଣ୍ଣବୋଧ୧୭୪୬ମନୋଜ କୁମାର ମିଶ୍ରନୋବେଲ ପୁରସ୍କାରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିନବକଳେବରସେଇ ଝିଅଟିପ୍ରତାପରୁଦ୍ର ଦେବହେପାଟାଇଟିସପାରାଦୀପ ବନ୍ଦରଶ୍ରୀ ଅରବିନ୍ଦଆଖୁଦ୍ୱିତୀୟ ଭାସ୍କରକବିସୂର୍ଯ୍ୟ ବଳଦେବ ରଥବ୍ରଜନାଥ ରଥ୨୯ ମାର୍ଚ୍ଚପ୍ରଧାନ ପୃଷ୍ଠାରାମାବତାରମ୍ଶ୍ରୀତମ ଦାସସରସ୍ୱତୀ ସମ୍ମାନବିଜୁ ପଟ୍ଟନାୟକବିର୍ସା ମୁଣ୍ଡାଜୟୀ ରାଜଗୁରୁଟମ୍ ଖା କାଇଛାରପୋକସୁରେନ୍ଦ୍ର ମହାନ୍ତିଲକ୍ଷ୍ମୀସୂର୍ଯ୍ୟବଂଶୀ ସୂରଜଶାସ୍ତି (ଓଡ଼ିଆ କଥାଚିତ୍ର)୧୬୬୫କଳସା ଚଉତିଶାପାଇକ ଆଖଡ଼ାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଶଙ୍କରାଚାର୍ଯ୍ୟସ୍ତନଲକ୍ଷ୍ମୀନାରାୟଣ ସାହୁରାଜ ଯୋଗପାକ୍ରିଟିନିବମହିଳା ଯୌନାଙ୍ଗ ଛେଦନରାୟଗଡ଼ା ଜିଲ୍ଲାଆମ୍ବବଉଳହୃତ୍‌ପିଣ୍ଡଜ୍ୟୋତିର୍ଲିଙ୍ଗଆପେଣ୍ଡିସାଇଟିସଇଣ୍ଡୋନେସିଆଖାସି ମାଂସ ତରକାରୀପୁରୀହୃଷୀକେଶ ମଲ୍ଲିକ🡆 More