ପ୍ରତାପରୁଦ୍ର ଦେବ

ପ୍ରତାପରୁଦ୍ର ଦେବ (୧୪୯୭-୧୫୪୧)ସୂର୍ଯ୍ୟବଂଶର ତୃତୀୟ ଓ ଶେଷ ପ୍ରଧାନ ରାଜା ଥିଲେ । ତାଙ୍କ ଅନ୍ତେ ସୂର୍ଯ୍ୟବଂଶର ବିଶାଳ ସାମ୍ରାଜ୍ୟର ଗୌରବ ରବି ଅସ୍ତମିତ ହେଲା । ଓଡ଼ିଶାର ସୂର୍ଯ୍ୟବଂଶୀ ରାଜତ୍ୱ ସମୟରେ ପ୍ରତାପରୁଦ୍ର ଦେବ ଏକ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ରାଜତ୍ୱ କାଳରେ ଓଡ଼ିଶାର ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇଥିଲା । ଧର୍ମ କ୍ଷେତ୍ରରେ ଚୈତନ୍ୟଙ୍କ ପ୍ରଭାବ ଓ ସାହିତ୍ୟ କ୍ଷେତ୍ରରେ ପଞ୍ଚସଖାଙ୍କ ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା । କିନ୍ତୁ ରାଜନୈତିକ କ୍ଷେତ୍ରରେ ଓଡ଼ିଶା ସଂକୁଚିତ ହୋଇ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ପ୍ରତିବେଶୀ ଶକ୍ତିଶାଳୀ ଶତ୍ରୁଙ୍କ ଯୋଗୁଁ ନିଜର ପୂର୍ବ ଗୌରବ ହରାଇଥିଲା । ସୁସମୟ ଓ ଦୁସମୟର ମିଶ୍ରିତ ଅବସ୍ଥା ମଧ୍ୟର୍ରେ ସୂର୍ଯ୍ୟବଂଶୀୟ ତୃତୀୟ ରାଜଙ୍କର ରାଜତ୍ୱକାଳ ଅତିବାହିତ ହୋଇଥିଲା । ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଓ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଏପ୍ରିଲ୍ ମାସ ୧୪୯୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସିଂହାସନ ଆରୋହଣ କରିଥିଲେ । ତାଙ୍କ ସିଂହାସନ ପ୍ରାପ୍ତି ବିବାଦ ଶୂନ୍ୟ ଥିଲା । କିନ୍ତୁ ଏହି ନିର୍ବିବାଦ ସିଂହାସନ ଅଧିକ କାଳ ପର୍ଯ୍ୟନ୍ତ ତାଙ୍କୁ ସୁଖ ପ୍ରଦାନ କରିନଥିଲା । ସେ ଉତ୍ତର ଦିଗରେ ବଙ୍ଗଳା ଓ ଗଙ୍ଗାନଦୀଠାରୁ ଦକ୍ଷିଣରେ ଆଧୁନିକ ନେଲୋର ଜିଲ୍ଲା ବ କାବେରୀ ନଦୀ ପର୍ଯ୍ୟନ୍ତ ଭୂଖଣ୍ଡ ପୈତୃକ ସାମ୍ରାଜ୍ୟ ରୂପେ ପାଇଥିଲେ । ସେ ନିଜର ରାଜସୁଲଭ ଗୂଣଦ୍ୱାରା ଏହି ବିଶାଳ ଭୁଖଣ୍ଡକୁ ସୂଚରୁରୂପେ ରାଜତ୍ୱ କରିଥିଲେ ।

ପ୍ରତାପରୁଦ୍ର ଦେବ ପ୍ରାଚୀନ ଓ ମଧ୍ୟଯୁଗୀୟ ବିଶିଷ୍ଟ ଉତ୍କଳୀୟ ସମ୍ରାଟମାନଙ୍କର ଶେଷ ଦାୟଦ ବୋଲି ବୋଲି ଗ୍ରହଣ କରିବା ସମୀଚିନ ଅଟେ । ଓଡ଼ିଶାର ରାଜନୈତିକ ଘଟଣାକ୍ରମ ଦୃଷ୍ଟିରୁ ତାଙ୍କର ଶାସନକାଳ ଅତ୍ୟନ୍ତ ଦୁଃସମୟ୍ ଥିଲା । ସେ ପାରିବାରିକ ଅଶାନ୍ତି, ଶାସନଗତ ଦୁଶ୍ଚିନ୍ତା, ପ୍ରାଦେଶକ କର୍ମଚରୀ, ସେନାପତିମାନଙ୍କ ବିଶ୍ୱାସଘାତକତା ଓ ପ୍ରତିବେଶୀ ଶତୃମାନଙ୍କ ବର୍ବର ଆକ୍ରମଣ ଯୋଗୁଁ ତାଙ୍କର ଜୀବନ ଜଞ୍ଜାଳମୟ ହୋଇଥିଲା । ତାଙ୍କ ଶାସନ କାଳରେ ଗଜପତି ସାମ୍ରାଜ୍ୟର ପରିସର ଓ ପ୍ରତିପତ୍ତି ବହୁ ପରିମାଣରେ ହ୍ରାସ ପାଇଥିଲା । ଏହା ସତ୍ତ୍ୱେ ଗଜପତି ପ୍ରତପରୁଦ୍ର ଦେବ ଦମ୍ଭିକତାର ସହ ହୁସେନ୍ ଶାହା, କୃଷ୍ଣଦେବ ରାୟ ଓ କୁଲିକୁତବ ଶାହା ସଙ୍ଗେ ଯୁଦ୍ଧକରି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶା ସୀମାର ସୁରକ୍ଷା କରିଥିଲେ । ତାଙ୍କ ଶାସନ କାଳରେ ଓଡ଼ିଶା ଆକାରରେ ସଙ୍କୁଚିତ ହୋଇଥିଲା ସତ, କିନ୍ତୁ ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିଲା । ଓଡୀଶାଅ ସାହିତ୍ୟ କ୍ଷେତ୍ରରେ ଏହା ଏକ ନବଜାଗରଣ ଯୁଗ ରୂପେ ପରିଚିତ । ଶ୍ରୀ ଚୈତନ୍ୟଙ୍କ ଧର୍ମପ୍ରଚାର ଓ ପଞ୍ଚସଖାଙ୍କ ଭଳି ସାହିତ୍ୟ ଓ ଦର୍ଶନ ଓଡ଼ିଶାର ସାମଜିକ ଓ ଆଧ୍ୟାତ୍ମିକ ଜୀବନରେ ଆଲୋଡନ ସୃଷ୍ଟି କରିଥିଲା । ରାୟ ରାମଚନ୍ଦ୍ରଙ୍କ ରଚିତ ଜଗନ୍ନାଥ ବଲ୍ଲଭ ନାଟକମ୍, ଜୀବଦେବାଚାର୍ଯ୍ୟଙ୍କ ରଚିତ ଭକ୍ତି ଭାଗବତ, ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓ ପ୍ରତାପରୁଦ୍ର ଦେବଙ୍କ ରଚିତ ସରସ୍ୱତୀ ବିଳାଅସମ୍ ଗ୍ରନ୍ଥ ସମୂହ ପ୍ରତାପରୁଦ୍ର ଦେବଙ୍କ ପୃଷ୍ଠପୋଷୋକତା ଓ ପ୍ରେରଣାର ନିଦର୍ଶନ ଅଟେ । ଉଣ୍ଡଭଲି ଶିଳାଲେଖାରେ ପ୍ରତାପରୁଦ୍ର ଦେବଙ୍କୁ ସବୁ ପ୍ରକାର କଳା ଓ ଚୌଷଠି ବିଦ୍ୟାରେ ଧୁରନ୍ଧର ବୋଲି ବର୍ଣ୍ଣନା କରାଯାଇଛି । ସେ ଜଣେ ଧର୍ମ ନିରପେକ୍ଷ ରାଜ ଥିଲେ । ନିଜେ ବୈଷ୍ଣବ ଧର୍ମର ସାଧକ ଥିଲେ ମଧ୍ୟ ଅନ୍ୟ ଧର୍ମ ପ୍ରତି ତାଙ୍କର ଘୃଣାଭାବ ନଥିଲା । ସେ ପ୍ରାୟତଃ ୧୫୩୮ରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଇଡ଼ିତାଲକୃଷ୍ଣଚନ୍ଦ୍ର ପାଣିଗ୍ରାହୀଭାରତୀୟ ଡାକ ସେବାଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ପୂରଣବାଚକ ସଂଖ୍ୟାଏମିତି ଭାଇ ଜଗତେ ନାହିଁସାହି ଯାତବିନୋଦ ଚନ୍ଦ୍ର ନାୟକଜାପାନରାଧାନାଥ ରାୟଜର୍ମାନୀଓଡ଼ିଶାର ଭୂଗୋଳ୧୬ ମଇଇବୁଟିଲାଇଡନବୀନ ପଟ୍ଟନାୟକରକ୍ତମହୁ ଚାଷଟୁକାଟିନିବକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କ୍ରିକେଟ୩ (ସଂଖ୍ୟା)ଯୁକ୍ତରାଜ୍ୟମଧ୍ୟ ଏସିଆନାସାଡିଫେଲାଇକଫଲିନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅକ୍ଷୟ ତୃତୀୟାଋଷିଆଜାତୀୟ ସଙ୍ଗୀତସମୟମଣ୍ଡଳଚୀନମିଳିମିଳାସୁଭାଷ ଚନ୍ଦ୍ର ବୋଷବଳରାମ ଦାସରଘୁନାଥ ପରିଚ୍ଛାସୁବର୍ଣ୍ଣପୁର ଜିଲ୍ଲାଇଣ୍ଡୋନେସିଆଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)ଲକ୍ଷ୍ମୀକାନ୍ତ ମହାପାତ୍ରଉମେଶଚନ୍ଦ୍ର ସରକାରକିଶୋରୀ ଚରଣ ଦାସଭାରତଜଳଗୁରୁ ପ୍ରସାଦ ମହାନ୍ତିବିଲେଇବଲାଙ୍ଗୀର ଜିଲ୍ଲାକଳିଙ୍ଗ ଯୁଦ୍ଧ୨୯ ଜୁନ୧୭୧୧ପାକ୍ରିଟିନିବଚଇତି ଘୋଡ଼ା ନାଚଶତ୍ରୁଘ୍ନ ନାଥବି. ଆର. ଆମ୍ବେଦକରହିମାଳୟଭଣ୍ଡ ଗଣେଶବିଷମହାପ୍ରସାଦପ୍ରଦୀପ କୁମାର ପାଣିଗ୍ରାହୀକନ୍ଧମାଳ ଜିଲ୍ଲାଚୋଡ଼ଗଙ୍ଗ ଦେବଡେଙ୍ଗୁ ଜରଖଣ୍ଡଗିରି ମେଳାରେବତୀ (କ୍ଷୁଦ୍ରଗଳ୍ପ)ଜାପାନୀ ଭାଷାନୃସିଂହନାଥ ମନ୍ଦିରହେପାଟାଇଟିସଏକାଦଶୀରାମାୟଣସବୁ ମାୟାରେ ବାୟାଯଶୋଧାରା ମିଶ୍ରକୁନ୍ତଳା କୁମାରୀ ସାବତଅସହଯୋଗ ଆନ୍ଦୋଳନ🡆 More