ଶତ୍ରୁଘ୍ନ ନାଥ: ଶିକ୍ଷାବିତ ଓ ସାହିତ୍ୟିକ

ଶତ୍ରୁଘ୍ନ ନାଥ (୧ ଫେବୃଆରୀ ୧୯୧୫ – ୧୦ ମାର୍ଚ୍ଚ ୨୦୦୬) ଜଣେ ଓଡ଼ିଆ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ଜଣେ ଗାନ୍ଧିବାଦୀ ପରୋପକାରୀ, ଦିଗଦର୍ଶକ, ସଂଗଠକ ଓ ସମାଜସେବୀ ଭାବରେ ମଧ୍ୟ ତାଙ୍କର ପରିଚୟ ରହିଛି । ସେ ମହିମା ଧର୍ମ ସହିତ ଜଡ଼ିତ ରହିଥିଲେ । ଭୀମ ଭୋଇଙ୍କ ଉକ୍ତି, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉକୁ ସେ ନିଜର ଜୀବନ ଆଦର୍ଶ ଭାବରେ ଗ୍ରହଣ କରି ନେଇଥିଲେ ।

ଶତ୍ରୁଘ୍ନ ନାଥ
Born
ଶତ୍ରୁଘ୍ନ ନାଥ

(1915-02-01)୧ ଫେବୃଆରୀ ୧୯୧୫
ଉତ୍ତରବାହିନୀ, ପୁରୁଣା ବଜାର, ଭଦ୍ରକ ଜିଲ୍ଲା
Died୧୦ ମାର୍ଚ୍ଚ ୨୦୦୬(2006-03-10) (ବୟସ ୯୧)
Nationalityଭାରତୀୟ
Educationସ୍ନାତକୋତ୍ତର (ଶିକ୍ଷା ଶାସ୍ତ୍ର)
Alma materରେଭେନ୍ସା ମହାବିଦ୍ୟାଳୟ,
ଲଣ୍ଡନ ବିଶ୍ୱବିଦ୍ୟାଳୟ
Known forଶିକ୍ଷାବିତ ଓ ସାହିତ୍ୟିକ
Parent(s)ଭିକାରୀ ଚରଣ ନାଥ, ଗଣ୍ଡେଇ ଦେଈ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ

ବାଲ୍ୟଜୀବନ ଓ ଶିକ୍ଷା

ଶତ୍ରୁଘ୍ନ ନାଥ, ୧୯୧୫ ମସିହା ଫେବୃଆରୀ ୧ରେ ଭଦ୍ରକର ପୁରୁଣା ବଜାରସ୍ଥିତ ଉତ୍ତରବାହିନୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭିକାରୀ ଚରଣ ନାଥ ଓ ମାତାଙ୍କ ନାମ ଗଣ୍ଡେଇ ଦେଈ ଥିଲା । ଭଦ୍ରକରୁ ସ୍କୁଲ ଶିକ୍ଷା ସମାପ୍ତ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରି ଆଇ.ଏସ.ସି ଓ ବି.ଏ ପାସ କରିଥିଲେ । କଟକ ଟ୍ରେନିଂ କଲେଜରୁ ବି.ଇଡି ଲାଭ କରିଥିଲେ ।

ବୃତ୍ତିଗତ ଜୀବନ

ଶତ୍ରୁଘ୍ନ, ୧୯୪୦ ମସିହାରେ, କଟକ ଟ୍ରେନିଂ କଲେଜରୁ ବି.ଇଡି ପାସ କରି, ଶିକ୍ଷକତା ଆରମ୍ଭ କରିଥିଲେ । ୧୯୪୬ ମସିହାରେ ବିହାର-ଓଡ଼ିଶା ଲୋକ ସଭା ଆୟୋଗଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇ, ବିଲାତ ଯାତ୍ରା କରିଥିଲେ । ସେଠାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୮ ମସିହାରେ ସେ ବିଲାତରୁ ଫେରି, କଟକ ଟ୍ରେନିଂ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିଲେ । ପରବର୍ତ୍ତୀ ସମୟରେ, ସେ ରାଧାନାଥ ଟ୍ରେନିଂ କଲେଜ, ଭଦ୍ରକ ମହାବିଦ୍ୟାଳୟ, ଅନୁଗୁଳ ମହାବିଦ୍ୟାଳୟ ଆଦିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତିତ, ସେ ରାଜ୍ୟ ଶିକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ, ରାଜ୍ୟ ସାକ୍ଷରତା ସାଧନ କେନ୍ଦ୍ରର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ସାହିତ୍ୟକୃତି

ଶତ୍ରୁଘ୍ନ ନାଥ, ତାଙ୍କ ଜୀବନକାଳ ମଧ୍ୟରେ ୪୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଯାଇଛନ୍ତି ।

  • ଶିକ୍ଷାର ଧାରା
  • ବିଶ୍ୱବନ୍ଧୁ
  • ଜଗତର ଭାରତ
  • ମୌଳିକ ଶିକ୍ଷାନୀତି
  • ଆମ ଭାଷା ବିଭବ
  • ସଦାଚାର ଶିକ୍ଷା
  • ମହିମା ଧର୍ମ ପ୍ରକାଶ ବିକାଶ
  • ନବ ଅଭିଧାନ
  • ବିଶ୍ୱ ଓ ବ୍ୟକ୍ତି
  • ଜୀବନ ଶିକ୍ଷା
  • ଅନେକରେ ଏକ

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୪ (ବିଶ୍ୱ ଓ ବ୍ୟକ୍ତି ପୁସ୍ତକ ପାଇଁ)
  • ଉତ୍କଳ ରତ୍ନ ସମ୍ମାନ
  • ଭୀମଭୋଇ ସ୍ମୃତି ସମ୍ମାନ
  • ମହାପୁରୁଷ ଅରକ୍ଷିତ ଦାସ ଧର୍ମଚକ୍ର ସମ୍ମାନ
  • ଉତ୍କଳ ଜ୍ୟୋତି ଉପାଧି

ଆଧାର

Tags:

ଶତ୍ରୁଘ୍ନ ନାଥ ବାଲ୍ୟଜୀବନ ଓ ଶିକ୍ଷାଶତ୍ରୁଘ୍ନ ନାଥ ବୃତ୍ତିଗତ ଜୀବନଶତ୍ରୁଘ୍ନ ନାଥ ସାହିତ୍ୟକୃତିଶତ୍ରୁଘ୍ନ ନାଥ ପୁରସ୍କାର ଓ ସମ୍ମାନଶତ୍ରୁଘ୍ନ ନାଥ ଆଧାରଶତ୍ରୁଘ୍ନ ନାଥଭୀମ ଭୋଇ

🔥 Trending searches on Wiki ଓଡ଼ିଆ:

ମନମୋହନ ସାମଲବଳରାମ ଦାସଜାପାନୀ ଧର୍ମକଥାଯକ୍ଷ୍ମାଦ୍ରୌପଦୀ ମୁର୍ମୁପ୍ରସନ୍ନ କୁମାର ମିଶ୍ରପାନ୨୦୧୧ କ୍ରିକେଟ ବିଶ୍ୱ କପଚନ୍ଦ୍ରଶେଖର ରଥଓଡ଼ିଆ ଚଉତିଶାକଣ୍ଡୋମଉଟିଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ନେହସାରଅରବିନ୍ଦ ମୁଦୁଲିଅଷ୍ଟଶମ୍ଭୁ ପୀଠଭାରତଦିନବିଜୁ ପଟ୍ଟନାୟକରେବତୀ (କ୍ଷୁଦ୍ରଗଳ୍ପ)ହରିଶଙ୍କର ମନ୍ଦିରହନୁମାନକୃଷ୍ଣwiki.phtmlରାମଶଙ୍କର ରାୟଗୁପ୍ତେଶ୍ୱରମହାପାତ୍ର ନୀଳମଣି ସାହୁଶ୍ରୀ ଅରବିନ୍ଦଗୋରଖନାଥନିତାଇ ପାଲିତପକ୍ଷକୋଇଲିଖିଆବିଟକଏନଇଣ୍ଟରନେଟ୨୨ ନଭେମ୍ବରରୁଦ୍ର ପାଣିଗ୍ରାହୀଦିସପୁରକାଳିନ୍ଦୀ ଚରଣ ପାଣିଗ୍ରାହୀଚେନ୍ନାଇ ଏକ୍ସପ୍ରେସରଘୁନାଥ ମୁର୍ମୁଓପନ-ସୋର୍ସ ସଫ୍ଟୱେରହରେ କୃଷ୍ଣଚନ୍ଦନ ବୋଡ଼ା୨୩ ମାର୍ଚ୍ଚମହିଳା ଯୌନାଙ୍ଗ ଛେଦନବିଷ୍ଣୁଯୀଶୁତାମିଲ ଭାଷାଦଣ୍ଡ ନାଟଚୀନକରଣ (ଜାତି)୨୬ ମାର୍ଚ୍ଚଉଇକିପିଡ଼ିଆଦକ୍ଷିଣାୟନ ଯାତ୍ରାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଖାରବେଳ ସ୍ୱାଇଁଅଗସ୍ତ୍ୟIndia୯୮୮ଏନଫୋର୍ଟୁମାବ ଭେଡୋଟିନଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ରାଓ୮ ମାର୍ଚ୍ଚତ୍ରିଲୋଚନେଶ୍ଵର ମନ୍ଦିର🡆 More