ନାସା

ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ଇଂଗ୍ରାଜୀ: National Aeronautics and Space Administration) (NASA) ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାରର ଏକ ସ୍ୱତନ୍ତ୍ର ଏଜେନ୍ସି ଅଟେ ଯାହା ଅନ୍ତରୀକ୍ଷ ଅନ୍ୱେଶଣ ଏବଂ ଏରୋନଟିକ୍ସ, ବୀମାନର ସଞ୍ଚାଳନ ଓ ଡିଜାଇନିଙ୍ଗରେ ସମ୍ବନ୍ଧିତ ହୋଇଥାଏ । ନାସା ପାଖେ ବହୁ ସଫଳ ମିଶନ ରହିଛି, ଉଦାହରଣ: ଆଇଏସେସ ଓ ଆପୋଲ ୧୧, ଯିଏ ୧୯୬୯ ମସିହାରେ ଚନ୍ଦ୍ରମାରେ ପ୍ରଥମ ମଣିଷ ରଖିଥିଲା । ନାସାକୁ ୨୯ ଜୁଲାଇ, ୧୯୫୮ ମସିହାରେ ଆରମ୍ଭ କରାଯାଇଥିଲା । ନାସାର ଆଦର୍ଶ ବାକ୍ୟ ହେଉଛି : ସଭିଙ୍କ ଲାଭ ପାଇଁ । ଏପ୍ରିଲ ୨୦୧୮ ମସିହାରେ ନାସାର ବର୍ତ୍ତମାନ ପ୍ରଶାସକ Jim Bridenstine (ଜିମ ବ୍ରିଡେନଷ୍ଟାଇନ) ଅଟନ୍ତି ।

ନାସା
୧୫୦
ମୋହର
୧୬୦
ନାସାର ପ୍ରତୀକ ଚିହ୍ନ
Agency overview
Formed ଜୁଲାଇ 29, 1958; 65 years ago (1958-୦୭-29)
Preceding Agency National Advisory Committee for Aeronautics (NACA) (1915 – 1958)
Jurisdiction ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାର
Headquarters Two Independence Square, ୱାସିଙ୍ଗଟନ, D.C.,
United States

38°52′59″N 77°0′59″W / 38.88306°N 77.01639°W / 38.88306; -77.01639
Motto For the Benefit of All
Employees 17,219 (2019)
Annual budget Increase US$୨୧.୫ billion (2019)
Agency executives Jim Bridenstine, ନାସାର ପ୍ରସାଶକ
James Morhard, ନାସାର ଉପ-ପ୍ରସାଶକ
Jeff DeWit, ମୁଖ୍ୟ ଆର୍ଥିକ ଅଫିସର
Website
NASA.gov

ସଂସ୍ଥାପକ ଏବଂ ସ୍ପୁଟନିକ ସଙ୍କଟ

ନାସାକୁ (ହାଉସ) "National Advisory Committee for Aeronautics (NACA)"ଦ୍ୱାରା ପ୍ରଥମେ ଦିଆଯାଇଥିଲା । ଏନଏସିଏ ଏକ ଆମେରିକା ସଂଘୀୟ ଏଜେନ୍ସି ଥିଲା ଯାହାର ସ୍ଥାପନ ୩ ମାର୍ଚ୍ଚ, ୧୯୧୫ ମସିହାରେ ବୀମାନ ଅନୁସନ୍ଧାନକୁ ଆରମ୍ଭ କରିବା ଓ ସଂସ୍ଥାଗତ ତିଆରି କରିବା ପାଇଁ କରାଯାଇଥିଲା । ୧ ଅକ୍ଟୋବର ୧୯୫୮ ମସିହାରେ ଏଜେନ୍ସିକୁ ଭଙ୍ଗ କରିଦିଆ ଗଲା ଏବଂ ତାହାର ସମ୍ପତି ଓ କର୍ମୀମାନଙ୍କୁ ନୂତନ ତିଆରି ହୋଇଥିବା ନ୍ୟାସନାଲ ଏରୋନାଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (NASA)ରେ ସ୍ଥାନାନ୍ତରିତ କରିଦିଆ ଯାଇଥିଲା । ଅନ୍ତରୀକ୍ଷ ଦୌଡରେ ସୋବିୟତ ସଂଘ ସହିତ ପ୍ରତିସ୍ପର୍ଦ୍ଧା କରିବା ପାଇଁ ନାସାର ସ୍ଥାପନା କରାଯାଇଥିଲା । ୧୯୫୦ ଓ ୧୯୬୦ ଦଶକରେ ଆମେରିକା ଓ ସୋବିୟତ ସଂଘ ମଧ୍ୟରେ ଏକ ଅନ୍ତରୀକ୍ଷ ଦୌଡ ଥିଲା- ଯାହାକୁ ଏବେ ଋଷ କୁହାଯାଉଛି । ସୋବିୟତ ପ୍ରଥମ ଥର ସ୍ପୁଟନିକ-୧କୁ ଲଞ୍ଚ କରିବା ଆରମ୍ଭ କରିଥିଲା, ଅକ୍ଟୋବର ୧୯୫୭ ମସିହାରେ ଲୋକମାନଙ୍କଦ୍ୱାରା ଏହି କକ୍ଷରେ ଯିବା ପାଇଁ ତିଆରି ହୋଇଥିବା ପ୍ରଥମ ବସ୍ତୁ ଥିଲା । ଆମେରିକା ଏଥିପାଇଁ ବହୁ ଚିନ୍ତିତ ଥିଲା । ଏହାଦ୍ୱାରା ସ୍ପୁଟନିକରେ ସଙ୍କଟ ହୋଇଗଲା କାରଣ ଆମେରିକିୟ ମାନଙ୍କୁ ଡର ଥିଲା କି, ଋଷ ଅନ୍ତରିକ୍ଷରେ ହତିଆର ବନେଇବା ଆରମ୍ଭ କରିପାରିବେ । ଏହିସବୁ "ଶୀତ ଯୁଦ୍ଧ" ନାମରେ ସେହି ସମୟରେ ହୋଇଥିଲା ଯେତେବେଳେ ସଂଯୁକ୍ତ ରାଜ୍ୟ ଓ ସୋବିୟତ ସଂଘ ସର୍ବଦା ଯୁଦ୍ଧର ବହୁ ପାଖରେ ଥିଲା ।

ନାସାର ଭବିଷ୍ୟ

ନାସାଦ୍ୱାରା ଜାରୀ ହୋଇଥିବା ଅଭିଜାନରେ ମଙ୍ଗଳ, ଶନି ଓ ପ୍ଲୁଟୋର ମିଶନ ଶାମିଲ ରହିଛି । ନିକଟ ଭବିଷ୍ୟ ପାଇଁ ବୃହସ୍ପତିର ମିଶନ ପାଇଁ ଯୋଜନା ରହିଛି । "ନିୟୁ ହରିଜନ୍ସ" ଅନ୍ତରିକ୍ଷ ଜାନ, ଗ୍ରହର କିଛି ଚନ୍ଦ୍ରମାର ଅଧ୍ୟୟନ କରିବାକୁ ଯାଇ ଫେବୃଆରୀ ୨୦୦୭ ମସିହାରେ ବୃହସ୍ପତିକୁ ଉଡାଣ ଭରିଥିଲା । ୧୪ ଜୁଲାଇ ୨୦୧୫ ମସିହାରେ ପ୍ଲୁଟୋଦ୍ୱାରା ଉଡାଣ ଭରିଥିବା ନାସା ଗ୍ରହର ଧରାପୃଷ୍ଠରେ ଉଚ୍ଚ ସଂକଳ୍ପର ଚିତ୍ର ନେଇଥିଲା ଓ ତାହାର ବାୟୁମଣ୍ଡଳର ରସାୟନିକ ଗୁଣର ବିଶ୍ଳେଷଣ କରିଥିଲା ।

ନାସା ୨୦୦୪ ମସିହାରେ ଘୋଷଣା କରିଥିଲା ଯେ, ତାହା ୨୦୨୦ ପର୍ଯ୍ୟନ୍ତ ଏକ ସ୍ଥାୟୀ ମୂନ ବେସ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ନାସାର ଏକ ବରିଷ୍ଠ ପ୍ରଶାସକ ୨୦୦୭ ମସିହାରେ କହିଥିଲେ ଯେ, ନାସାର ଲକ୍ଷ "୨୦୩୭ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହରେ ଏକ ବ୍ୟକ୍ତିକୁ ରଖାଯିବ " ।

୨୦୧୦ ମସିହା ଆରମ୍ଭରେ ରାଷ୍ଟ୍ରପତି "ବାରାକ ଓବାମା" ସେହି ତାରାମଣ୍ଡଳ ପରିଯୋଜନାକୁ ରବ୍ଦ କରିଦେଇଥିଲେ ; ଯାହାର ଲକ୍ଷ ୨୦୨୦ ପର୍ଯ୍ୟନ୍ତ ମନୁଷ୍ୟକୁ ଚନ୍ଦ୍ରମା ସ୍ତରରୁ ଫେରାଇ ଆଣିବାର ଥିଲା । ସେହି ସମୟରେ ସେ ୨୦୧୧ ମସିହାରେ ନାସାକୁ ସରକାରଠାରୁ ମିଳିବାକୁ ଥିବା ଧନରାଶି ଫେରାଇ ଦେଇଥିଲେ ।

ଯେତେବେଳେ ରାଷ୍ଟ୍ରପତି ଓବାମା ଏପରି କରିଥିଲେ, ତା'ପରେ ସେ ସ୍ପେସ ଲଞ୍ଚ ସିଷ୍ଟମ ବନେଇବା ପାଇଁ ନାସା ସହିତ ମଧ୍ୟ କାମ କରିଥିଲେ । ଏହି କମର୍ଶିଆଲ ଲଞ୍ଚ ଜାନ (ଲଞ୍ଚ ବାହନ, ଯାହାର ନାସା ପାଖେ କୌଣସି ସ୍ଥାୟୀତ୍ତ୍ୱ ନଥିଲା), ମନୁଷ୍ୟକୁ ଚନ୍ଦ୍ରମା ଓ ମଙ୍ଗଳକୁ ନେଇଯିବ ।

ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ

ଆଧାର

Tags:

ନାସା ସଂସ୍ଥାପକ ଏବଂ ସ୍ପୁଟନିକ ସଙ୍କଟନାସା ର ଭବିଷ୍ୟନାସା ସ୍ପେସ ଫ୍ଲାଇଟ ପ୍ରୋଗ୍ରାମନାସା ଆଧାରନାସା

🔥 Trending searches on Wiki ଓଡ଼ିଆ:

ଭଗବତ ଗୀତାନବୀନ ପଟ୍ଟନାୟକଓଡ଼ିଶାର ଲୋକନୃତ୍ୟଖୋର୍ଦ୍ଧା ଜିଲ୍ଲାସଫ୍ଟୱେରବଲାଙ୍ଗୀର ଜିଲ୍ଲାୟୁନିଫର୍ମ ରିସୋର୍ସ ଲୋକେଟରରଥନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଓଡ଼ିଆ ସାହିତ୍ୟବାଘଦଶରଥଓଡ଼ିଆ ଭାଗବତଘରଟୁଇଟରଜାଭା (ପ୍ରୋଗ୍ରାମିଂ ଭାଷା)ରାବଣଛାୟାହିନ୍ଦୁ ସମୟ ଗଣନାଦଣ୍ଡ ନାଟମିଳିତ ଜାତିସଂଘକମଳା ଦାସଆଲ୍‌କା ୟାଗ୍ନିକ୍‌ସନ୍ତୋଷ ସିଂହ ସାଲୁଜାଦିଲୀପ ତିର୍କୀରମାଦେବୀ ଚୌଧୁରୀସମୀର ରଞ୍ଜନ ଦାଶଗଣେଶସାଇ ଭୋସଲେମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହିନ୍ଦୁ ଧର୍ମବିଧାନ ସଭା ସଭ୍ୟବାଟମଙ୍ଗଳାଦ୍ୱିତୀୟ ବିଶ୍ୱଯୁଦ୍ଧମନମୋହନ ସାମଲପୋଡ଼ ପିଠାପ୍ଲୀହାରଘୁବଂଶରାଜେନ୍ଦ୍ର କିଶୋର ପଣ୍ଡାନଟବର ଶତପଥୀନିତ୍ୟାନନ୍ଦ ମହାପାତ୍ରଫତୁରାନନ୍ଦମିଳିମିଳାମଧୁସୂଦନ ରାଓନବଦୁର୍ଗାଋତୁସ୍ରାବଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓରାମ ନବମୀହନୁମାନ ଚାଳିଶାଜୟ ଶ୍ରୀରାମଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାନନ୍ଦ କିଶୋର ବଳସିଦ୍ଧାର୍ଥ ଭରତନଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାପଜୀବାଣୁ ଭାଜିନୋସିସରାଧାଇନକ୍ଲିସିରାନଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଧର୍ମେନ୍ଦ୍ର ପ୍ରଧାନଦରମାଅଷ୍ଟ୍ରେଲିଆଜୟ ଜଗନ୍ନାଥପ୍ରଧାନ ପୃଷ୍ଠାକୃଷ୍ଣପ୍ରସାଦ ମିଶ୍ରପବିତ୍ର ମୋହନ ଜେନାନୀଳକଣ୍ଠ ଦାସଲୋକ ସଭାର ବାଚସ୍ପତିପଞ୍ଚସଖାଆର୍ଯ୍ୟଭଟ୍ଟଓଡ଼ିଶାର କଳା🡆 More