ଗୋପାଳବଲ୍ଲଭ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗୋପାଳବଲ୍ଲଭ ଦାସ (୨୩ ଡିସେମ୍ବର ୧୮୬୦ - ୧୯୧୪) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଏବଂ ବ୍ରିଟିଶ ଶାସନ ସମୟରେ ଓଡ଼ିଶା କମିଶନରଙ୍କର ସହାୟକ, ଡେପୁଟି ମାଜିଷ୍ଟେଟ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ଥିଲେ । ସେ ପ୍ରଧାନତଃ ଓଡ଼ିଆ ଉପନ୍ୟାସ, କବିତା ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚିତ ଉପନ୍ୟାସ ଭୀମା ଭୂଇଁଆ ଥିଲା ଓଡ଼ିଆରେ ଲିଖିତ ପ୍ରଥମ ଜନଜାତି ଉପନ୍ୟାସ ।

ଗୋପାଳବଲ୍ଲଭ ଦାସ
ଗୋପାଳବଲ୍ଲଭ ଦାସ: ଜୀବନୀ, ରଚନାବଳୀ, ଆଧାର
ଜନ୍ମ(1860-12-23)୨୩ ଡିସେମ୍ବର ୧୮୬୦
ସତ୍ୟଭାମାପୁର, କଟକ, ଓଡ଼ିଶା
ମୃତ୍ୟୁ୧୯୧୪
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୈବାହିକ-ସାଥୀବସନ୍ତ କୁମାରୀ ଦେବୀ
ସନ୍ତାନରମାଦେବୀ ଚୌଧୁରୀ, ଉମାଦେବୀ ଚୌଧୁରୀ
ସମ୍ପର୍କୀୟମଧୁସୂଦନ ଦାସ (ଭାଇ)

ଜୀବନୀ

ବ୍ୟକ୍ତିଗତ ଜୀବନ

ଗୋପାଳବଲ୍ଲଭ ଦାସ ୧୮୬୦ ମସିହାର ଡିସେମ୍ବର ୨୩ ତାରିଖରେ ଓଡ଼ିଶାର କଟକ ଜିଲ୍ଲାସ୍ଥିତ ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସାନ ଭାଇ ଥିଲେ । ସେ ବସନ୍ତ କୁମାରୀ ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଉମାଦେବୀ ଓ ରମାଦେବୀ ନାମରେ ଦୁଇଜଣ ଝିଅ ଥିଲେ ।

ଶିକ୍ଷା

ଗୋପାଳବଲ୍ଲଭ ଦାସ କଲିକତା ବିଶ୍ୱବିଦ୍ୟାଳୟରୁ ଏମଏ ପାସ କରିଥିଲେ ।

ବୃତ୍ତି

ସେ ବ୍ରିଟିଶ ଶାସନ ସରକାରଙ୍କ ଡେପୁଟି ମାଜିଷ୍ଟେଟ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ଓଡ଼ିଶା କମିଶନରଙ୍କର ସହାୟକ ଓ ଗଡ଼ଜାତ ସମୂହର ସହାୟକ ସୁପୁରିଣ୍ଟେଣ୍ଡେଣ୍ଟ ହୋଇଥିଲେ । ସେ କେନ୍ଦୁଝର ଗଡ଼ଜାତ ରାଜ୍ୟର ସୁପୁରିଣ୍ଟେଣ୍ଡେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ

  • ଭୀମା ଭୂଇଁଆ - ୧୯୦୮
  • ପ୍ରୀତି ସୁଧାକର - ୧୯୦୬
  • ଆତ୍ମବତ ସର୍ବ ଭୂତେଷୁ - ୧୮୮୮
  • କବିତା ମଞ୍ଜରୀ - ୧୮୯୫
  • ଭକ୍ତି ରସାବଳୀ - ୧୯୦୦
  • ରାୟବାହାଦୁର ନନ୍ଦକିଶୋର ଦାସ ଜୀବନୀ
  • ରମେଶ ଚନ୍ଦ୍ର ଦତ୍ତ ଜୀବନୀ ଅନୁବାଦ

ଆଧାର

Tags:

ଗୋପାଳବଲ୍ଲଭ ଦାସ ଜୀବନୀଗୋପାଳବଲ୍ଲଭ ଦାସ ରଚନାବଳୀଗୋପାଳବଲ୍ଲଭ ଦାସ ଆଧାରଗୋପାଳବଲ୍ଲଭ ଦାସଓଡ଼ିଆ ଭାଷାଭାରତ

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହେନା ଫୁଲକାଠଚମ୍ପାଭୂମିକମ୍ପଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶା ବିଧାନ ସଭାଓଡ଼ିଶା ସରକାରସେପ୍ଟେମ୍ବରଚନ୍ଦନ୧୨ ଅପ୍ରେଲମୃଣାଳ ସେନଆନନ୍ଦପୁରବନ୍ଦେ ଉତ୍କଳ ଜନନୀପ୍ରଦୀପ କୁମାର ପଣ୍ଡା୨୪ ଅପ୍ରେଲ୧୨ ଫେବୃଆରୀଧର୍ମଗଣେଶ୍ୱର ବେହେରାଋଷିଆ୨୩ ଅପ୍ରେଲବିଷ୍ଣୁଇଣ୍ଡୋନେସିଆଅଶୋକ (ସମ୍ରାଟ)ଦାମୋଦର ରାଉତଓଡ଼ିଶାର ସଂସ୍କୃତିତାଳଚେରରବୀନ୍ଦ୍ରନାଥ ଠାକୁରଦଶାବତାରଜଗନ୍ନାଥଅଂଶୁପା ହ୍ରଦକରଣ (ଜାତି)ଭୀମ ପୃଷ୍ଟିଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଗୀତଗୋବିନ୍ଦମକର (ରାଶି)କୁଞ୍ଜବିହାରୀ ଦାଶଦୁର୍ଗାଓକିଲ ଦିବସମହିଳା ଯୌନାଙ୍ଗ ଛେଦନଏଡା ଲଭ୍‌ଲେସ୍‌ଫିଲିପାଇନ୍ସଲୋକ ସଭାଗଙ୍ଗଶିଉଳୀବିଜୁ ଜନତା ଦଳରାଜ୍ୟଭାରତର ସଂସ୍କୃତି୪ ଅପ୍ରେଲଗଣନ ସଂଖ୍ୟାଗଜଲସମାଜ (ଖବରକାଗଜ)ମାସନବକଳେବରମଧୁସୂଦନ ଦାସରାସନ କାର୍ଡ଼ (ଭାରତ)ଏକ୍ସକ୍ୟୁଜ ମିଜଣ୍ଡିସ୍ବର୍ଷା ପ୍ରିୟଦର୍ଶିନୀଯଶୋବନ୍ତ ଦାସରୋହିତ ପୂଜାରୀହନୁମାନ ଜୟନ୍ତୀଭାରତୀୟ ଜାତୀୟ କଂଗ୍ରେସଇରା ମହାନ୍ତିଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚୈତ୍ର ମଙ୍ଗଳବାର ଓଷା🡆 More