ବଡ଼ଓଷା: ଓଡ଼ିଶାରେ ପାଳିତ ଏକ ଓଷା

ବଡ଼ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି ।

ବଡ଼ ଓଷା
ନାମବଡ଼ଓଷା
ପର୍ବ ପାଳନପୂଜା, ବନ୍ଦାପନା
ଆରମ୍ଭକାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ
୨୦୨୩ ତାରିଖ୨୫ ନଭେମ୍ବର (ଶନିବାର)
୨୦୨୪ ତାରିଖ୧୪ ନଭେମ୍ବର (ଗୁରୁବାର)

ପୂଜାବିଧି ଓ ଉପଚାର

ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ । ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି । ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା ।

କିମ୍ବଦନ୍ତୀ

ପଦ୍ମପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ । ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ । ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ । ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ । ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ । ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା । ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ । ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସକରୁଥିଲେ । ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ । ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ । ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା । ତାଙ୍କର ଦୁଃଖ ବଢ଼ି ଚାଲିଲା । ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ । ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ । ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ । ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ । ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ ।

ଆଧାର

Tags:

ଓଷାକାର୍ତ୍ତିକଧବଳେଶ୍ୱର ମନ୍ଦିର

🔥 Trending searches on Wiki ଓଡ଼ିଆ:

କାମାକ୍ଷା ପ୍ରସାଦ ସିଂହଦେଓଦୀପକ ମିଶ୍ର୧୮ ଜୁଲାଇଅମର ସିଂହ ଚମକିଲାବିଲଙ୍କା ରାମାୟଣବୁଦ୍ଧ ପୂର୍ଣ୍ଣିମାପ୍ରଣବ ପ୍ରକାଶ ଦାସଭୀମ ଭୋଇଓଡ଼ିଶା ସରକାରଗଇଁଠାଓଡ଼ିଆ ସାହିତ୍ୟ୩ ଅପ୍ରେଲୟୁଭିଆଇଟିସମହାତ୍ମା ଗାନ୍ଧୀଙ୍କ ପରିବାର୭ ଅପ୍ରେଲ୨୬ ଅପ୍ରେଲଗଙ୍ଗାଧର ମେହେରସାନନ୍ଦ ମାରାଣ୍ଡିଜଗନ୍ନାଥ ମିଶ୍ର (ରାଜନେତା)ମହିମା ଧର୍ମବୀଜାଣୁହୋ ଜନ‌ଜାତିକତରଓଡ଼ିଶାର ପର୍ବପର୍ବାଣିଅଶ୍ୱିନୀ କୁମାର ଘୋଷଛ ମାଣ ଆଠ ଗୁଣ୍ଠଓଡ଼ିଆ ଚଉତିଶାବାଘ୧୪୮୩ଏ. ପି. ଜେ. ଅବଦୁଲ କଲାମରସାବଳିଓଡ଼ିଶାର ଦୋଳଯାତ୍ରାକାମଦା ଏକାଦଶୀଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଯତୀନ୍ଦ୍ର କୁମାର ନାୟକ୧୫୭୧ହେମୋଫିଲିଆଶବରରୋମାନିଆପୂର୍ବାଷାଢ଼ା (ନକ୍ଷତ୍ର)ଇତିହାସଫକୀର ମୋହନ ସେନାପତିବୃନ୍ଦାବନବୈକୁଣ୍ଠନାଥ ପଟ୍ଟନାୟକସୀତା ବିବାହ୧୭ ଅଗଷ୍ଟକଳିକେଶ ନାରାୟଣ ସିଂହଦେଓଲୋପାମୁଦ୍ରା ମିତ୍ରକାମଧେନୁସ୍ଥାନେଶ୍ୱର ମହାଦେବ ମନ୍ଦିରଭର୍ତ୍ତୃହରି ମହତାବଗୋଦାବରୀଶ ମହାପାତ୍ରକନ୍ନଡ଼ ଭାଷାମହେନ୍ଦ୍ରଗିରିଜୈନବାଦବନ୍ଦେ ଉତ୍କଳ ଜନନୀପୃଥିବୀଜୁଲାଇରେ ସିଣ୍ଡ୍ରୋମପ୍ରଧାନ ପୃଷ୍ଠାପୁନମ ମିଶ୍ରଇଣ୍ଟରନେଟଅର୍ଚ୍ଚନା (କବିତା ସଙ୍କଳନ)ନରୱେସୁବର୍ଣ୍ଣପୁର ଜିଲ୍ଲା🡆 More