ଯୁଗଳ କିଶୋର ପଟ୍ଟନାୟକ: ଓଡ଼ିଆ ରାଜନୀତିଜ୍ଞ

ଯୁଗଳ କିଶୋର ପଟ୍ଟନାୟକ (ଜନ୍ମ: ୨ ନଭେମ୍ବର ୧୯୩୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ । ୧୯୭୩, ୧୯୮୦ ଓ ୧୯୯୮୫ ମସିହାରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ଯଥାକ୍ରମେ ୬ଷ୍ଠ, ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଯୁଗଳ କିଶୋର ପଟ୍ଟନାୟକ
ଯୁଗଳ କିଶୋର ପଟ୍ଟନାୟକ: ଜନ୍ମ, ଶିକ୍ଷା ଓ ପରିବାର, ରାଜନୈତିକ ଜୀବନ, ବିବାଦ
ବିଧାୟକ: ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀନରେନ ପଲେଇ
ପର ଅଧିକାରୀସଞ୍ଜୀବ କୁମାର ମଲ୍ଲିକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୭ମ ଓ ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀରତ୍ନାକର ମହାନ୍ତି
ପର ଅଧିକାରୀପ୍ରଫୁଲ୍ଲ ସାମଲ
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୩ – ୧୯୭୭
ପୂର୍ବ ଅଧିକାରୀବଳରାମ ସାହୁ
ପର ଅଧିକାରୀରତ୍ନାକର ମହାନ୍ତି
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-11-02) ୨ ନଭେମ୍ବର ୧୯୩୯ (ବୟସ ୮୪)
ନାଗରିକତାବ୍ରିଟିଶ ଭାରତ, ଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶାନ୍ତିଲତା ପଟ୍ଟନାୟକ
ବାପା/ବୋଉରମାନୁଜ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ଯୁଗଳ କିଶୋର ପଟ୍ଟନାୟକ ୧୯୩୯ ମସିହାର ନଭେମ୍ବର ମାସ ୨ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରମାନୁଜ ପଟ୍ଟନାୟକ । ସେ କଳାରେ ସ୍ନାତକ କରିବା ପାରେ ଓକିଲାତି ପଢ଼ିଥିଲେ ଏବଂ ପରେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ଯୁଗଳ କିଶୋର ପଟ୍ଟନାୟକ ଶାନ୍ତିଲାତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।

ରାଜନୈତିକ ଜୀବନ

ଯୁଗଳ ପଟ୍ଟନାୟକ ଜଣେ ଛାତ୍ରନେତା ଭାବରେ କଲେଜ ସମୟରୁ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇଥିଲେ । ଓଡ଼ିଶା ତଥା ସର୍ବ ଭାରତୀୟ ସ୍ତରରେ ସେ ବିଭିନ୍ନ ସମାବେଶର ଆୟୋଜକ ଏବଂ ସଂଗଠକ ଭାବରେ କାର୍ଯ୍ୟ କରିଥିଲେ ।

୧୯୭୩ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୨୫,୫୨୨ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୩ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୭ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୧୦, ୬୧୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ଏହାପରେ ୧୯୮୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମୁଦାୟ ୨୬,୯୧୪ ଖଣ୍ଡ ଭୋଟ ପାଇଥିଲେ ଏବଂ ୯,୫୭୪ ଖଣ୍ଡ ଭୋଟରେ ତାଙ୍କର ନିଟକତମ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରି ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ ମସିହାର ଓଡ଼ିଶା ବିଧାନ ସଭାରେ ସେ ସମୁଦାୟ ୩୫,୧୮୧ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ନୀଳମଣି ରାଉତରାୟଙ୍କୁ ୬,୫୪୪ ଖଣ୍ଡ ଭୋଟରେ ପରାଜିତ କରି ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୩୫,୯୨୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ । ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ତାଙ୍କୁ ୧୭,୧୪୬ ଖଣ୍ଡ ଭୋଟରେ ପରାଜିତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ ମସିହାରେ ପୁଣିଥରେ ପ୍ରଫୁଲ୍ଲ ସାମଲ ତାଙ୍କୁ ୨୬,୫୨୮ ଖଣ୍ଡ ଭୋଟରେ ପରାଜିତ କରି ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିନଥିଲେ ।

ଏହାପରେ ଯୁଗଳ ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୦୯ ମସିହାର ଓଡ଼ିଶା ବିଧାନ ସଭାରେ ସେ ବିଜେଡିର ପ୍ରତିନିଧି ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୫,୨୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ବିଜେଡିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୮୦,୫୮୨ ଖଣ୍ଡ ଭୋଟ ପାଇ ୧୫ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଭଦ୍ରକ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଭଦ୍ରକ ଭାରତୀୟ ଜାତୀୟ କଂଗ୍ରେସ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଭଦ୍ରକ ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଭଦ୍ରକ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଭଦ୍ରକ ବିଜୁ ଜନତା ଦଳ

ବିବାଦ

ବିଜୁ ପଟ୍ଟନାୟକ ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାର ଅନେକ କଂଗ୍ରେସ ନେତାଙ୍କ ଘରେ ୯ ମଇ ୧୯୯୦ରେ ଆୟକର ବିଭାଗ ଯାଞ୍ଚ କରିଥିଲା, ସେହି ସମୟରେ ଏହି ତିନି ଦିନିଆ ଯାଞ୍ଚରେ ଯୁଗଳ ପଟ୍ଟନାୟକଙ୍କ ଘର ଯାଞ୍ଚ ହୋଇଥିଲା । ସେତେବେଳେ ତାଙ୍କ ଘରୁ ନଗଦ ୩୬,୦୦୦ ଟଙ୍କା ଓ ୧ ଲକ୍ଷ ଟଙ୍କାର ଗହଣା ମିଳିଥିଲା ।

ଆଧାର

Tags:

ଯୁଗଳ କିଶୋର ପଟ୍ଟନାୟକ ଜନ୍ମ, ଶିକ୍ଷା ଓ ପରିବାରଯୁଗଳ କିଶୋର ପଟ୍ଟନାୟକ ରାଜନୈତିକ ଜୀବନଯୁଗଳ କିଶୋର ପଟ୍ଟନାୟକ ବିବାଦଯୁଗଳ କିଶୋର ପଟ୍ଟନାୟକ ଆଧାରଯୁଗଳ କିଶୋର ପଟ୍ଟନାୟକଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାବିଜୁ ଜନତା ଦଳଭଦ୍ରକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜାତୀୟ କଂଗ୍ରେସ

🔥 Trending searches on Wiki ଓଡ଼ିଆ:

ଔଷଧୀୟ ଗଛଲତାମାନଙ୍କର ତାଲିକାଓଡ଼ିଶାର କଳାନିଓୱାଇଜ ଧୂମକେତୁଅଶ୍ୱିନୀ କୁମାର ଘୋଷଭଗବତ ଗୀତାଶ୍ରୀନିବାସ ରାମାନୁଜନଏଚଆଇଭି/ଏଡସସାଇକେଲଚାରି ଧାମଢଗ ଢମାଳିମାଳିକାପ୍ରତିଭା ରାୟଜନ ଗଣ ମନବିଜୁ ପଟ୍ଟନାୟକହଳଦୀ୧୯୬୭ତାଜମହଲନୂଆପଡ଼ା ଜିଲ୍ଲାଛବିଳ ମଧୁ ବର୍ଣ୍ଣବୋଧଗୋପାଳ ଚନ୍ଦ୍ର ପ୍ରହରାଜମହାପ୍ରସାଦ୨୬ ଜୁନକପିଳାସ ଶିବ ମନ୍ଦିରକେରଳତାରାତାରିଣୀ ମନ୍ଦିରପଠାଣି ପଟ୍ଟନାୟକବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଦଧି ନାଟମନୋରଞ୍ଜନ ଦାସଓମ'ଙ୍କ ନିୟମବଣ୍ଡା ଜନଜାତି୧୯୬୯ଅଚ୍ୟୁତାନନ୍ଦ ପ‌ତିମାଦଳା ପାଞ୍ଜିମେଟାବୋଲିଜିମସରୋଜ ବଳଓଡ଼ିଆ ସାହିତ୍ୟଅଷ୍ଟ୍ରିଆସନ୍ଧିପଦକାଶୀ ବିଶ୍ୱନାଥ ମନ୍ଦିରଗଜପତି ମହାରାଜାଏସିଆଓଡ଼ିଶାର ଭୂଗୋଳଓଡ଼ଗାଁଧର୍ମପଦଛ ମାଣ ଆଠ ଗୁଣ୍ଠବାଗ୍ ଯନ୍ତ୍ରଓଡ଼ିଶା ସରକାରଅକ୍ଷାଂଶଭଦ୍ରକ୮ ଜୁଲାଇପବନଖ୍ରୀଷ୍ଟ ଧର୍ମଭାରତର ସଂସ୍କୃତିଅଶୋକାଷ୍ଟମୀଗୋପାଳବଲ୍ଲଭ ଦାସପୂର୍ଣ୍ଣିମାରାସାୟନିକ ମୌଳିକଭାଷାସଂସ୍କୃତଓଡ଼ିଶାର ଲୋକକଳାରେବତୀ (କ୍ଷୁଦ୍ରଗଳ୍ପ)🡆 More