ଧର୍ମପଦ

ଧର୍ମପଦ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ପ୍ରାଣ ବଳି ଦେଇଥିଲେ । ସେ ଓଡ଼ିଆ ସ୍ଥପତି ବିଶୁ ମହାରଣାଙ୍କ ପୁତ୍ର ଥିଲେ । ଯେତେବେଳେ ରାଜା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ୧୨୦୦ କାରିଗରଙ୍କୁ ନେଇ ମନ୍ଦିର ନିର୍ମାଣ କଲେ, ମନ୍ଦିରର ଶୃଙ୍ଗ ପର୍ଯ୍ୟନ୍ତ କାମ ସରିଗଲା ପରେ ତାହାର ମୁଣ୍ଡି ମାରିବା କମ କେହି କରିପାରିଲେନି । ମନ୍ଦିର ଅସମ୍ପୂର୍ଣ ହେଇ ରହିଯିବାର ଆଶଙ୍କା ସୃଷ୍ଟି ହେଲା । ସେତେବେଳେ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ୧୨ ବର୍ଷର ପୁଅ ଧର୍ମପଦ ନିଜେ ମନ୍ଦିର ଉପରକୁ ଚଢି ନିଜର ବୁଦ୍ଧି ବଳରେ ମନ୍ଦିରର ମୁଣ୍ଡି ମାରିବାରେ ସଫଳ ହେଲେ ଓ ସେଇ କଥାକୁ ଗୋପନ ରଖିବାକୁ ସାଗରକୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣବଳି ଦେଲେ । 

ଧର୍ମପଦ
ବୃତ୍ତିଐତିହାସିକ ସ୍ଥପତି
ପ୍ରସିଦ୍ଧିକୋଣାର୍କ ମନ୍ଦିର
ପିତାମାତାବିଶୁ ମହାରଣା

କିମ୍ବଦନ୍ତୀ 

ପୂର୍ବୋତ୍ତର  ଗଙ୍ଗା ବଂଶୀୟ ରାଜା ନରସିଂହ ଦେବ ବଙ୍ଗୋପସାଗର ତଟରେ ଥିବା କୋଣାର୍କଠାରେ ସୂର୍ଯ୍ୟ ଉପାସନା ପାଇଁ ମନ୍ଦିର ନିର୍ମାଣ କରିବାକୁ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ଅଧୀନରେ ୧୨୦୦ କାରିଗରଙ୍କୁ ନିୟୋଜିତ କରିଥିଲେ । ଦୀର୍ଘ ୫ ବର୍ଷ ଧରି ଏହି ମନ୍ଦିରର ନିର୍ମାଣ ଚାଲିଥିଲା । ତେବେ ଏହା ସମାପ୍ତ ହେବା ଆଗରୁ କିନ୍ତୁ ସମସ୍ତେ ଏହାର ମୁଣ୍ଡି ମାରିବାରେ ବିଫଳ ହେଲେ । ଯେତେ ଚେଷ୍ଟା କଲେ ବି ମନ୍ଦିର ମୁଣ୍ଡିରେ ଯୋଡା ଯାଉଥିବା ପ୍ରସ୍ତର ଖସିଗଲା । ରାଜା ଶେଷକୁ ବିରକ୍ତ ହେଇ ଆସନ୍ତା ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ନ ହେଲେ ୧୨୦୦ ଜଣ କାକ କାରିଗରଙ୍କୁ ଶିରଚ୍ଛେଦ କରିବାକୁ ଚରମ ବାଣୀ ଶୁଣେଇଲେ । 

ଯେତେବେଳେ ସନ୍ଧ୍ୟାରେ ବିଶୁ ମହାରଣାଙ୍କ ୧୨ ବର୍ଷୀୟ ପୁତ୍ର ଧର୍ମପଦ ପିତାଙ୍କୁ ବିଷାଦ ଗ୍ରସ୍ତ ଅବସ୍ଥାରେ ବସିଥିବାର ଦେଖି ପଚାରିଲେ ବିଶୁ ସେକଥା କହିଲେ । ଧର୍ମପଦ ଅଲୌକିକ ଭାବରେ ମନ୍ଦିର ଉପରକୁ ଯାଇ ମୁଣ୍ଡି ମାରିଦେବାରେ ସଫଳ ହେଲେ । ତତ୍ ପରେ ୧୨୦୦ କାରିଗର ପୁନଶ୍ଚ ଚିନ୍ତାରେ ପଡିଲେ ଯେ ଯଦି ରାଜା ଜାଣିବେ ୧୨ ବର୍ଷର ପିଲା ହିଁ କରିଦେଲା ଯାହା ୧୨୦୦ କାରିଗର କରି ପାରିଲେନି , ତେବେ ରାଜା ହୁଏତ ସମସ୍ତଙ୍କୁ ପ୍ରାଣଦଣ୍ଡ ଦେଇ ପାରନ୍ତି । ଧର୍ମପଦ ଏହା ଶୁଣି ନିଜେ ମନ୍ଦିର ଉପରକୁ ଯାଇ ସାଗରକୁ ଲମ୍ଫ ପ୍ରଦାନ କରି ପ୍ରାଣବଳି ଦେଲେ ଏହି କଥା ଯେପରି ସବୁଦିନ ପାଇଁ ଗୋପନ ରହେ । 

ପ୍ରବାଦ ରହିଲା "୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ" ଧର୍ମପଦ ଓଡ଼ିଆ ଇତିହାସରେ ପ୍ରଥମ ସହିଦର ମାନ୍ୟତା ପାଇଥାଆନ୍ତି। ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳି ଦେଇ ଇତିହାସରେ ଅମର ହେଇ ରହିଲେ ।  

ଆଧାର

ଦେଖନ୍ତୁ 

ବାହାର ଲିଙ୍କ 

Tags:

ଧର୍ମପଦ କିମ୍ବଦନ୍ତୀ ଧର୍ମପଦ ଆଧାରଧର୍ମପଦ ଦେଖନ୍ତୁ ଧର୍ମପଦ ବାହାର ଲିଙ୍କ ଧର୍ମପଦକୋଣାର୍କନରସିଂହ ଦେବ

🔥 Trending searches on Wiki ଓଡ଼ିଆ:

ଆଖି୪ ମାର୍ଚ୍ଚଜଳରାଣୀ ଲକ୍ଷ୍ମୀବାଈମର୍ଦ୍ଦଳଅଟିଜିମ୍‌ଇନ୍ଦ୍ରକମଳାକାନ୍ତ ଲେଙ୍କାକବି ସମ୍ରାଟ ଉପେନ୍ଦ୍ର ଭଞ୍ଜସରୋଜିନୀ ନାଇଡୁଭୋଦେଇ ଓଷାଶନି୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନDebapriya Priyadarshi Chakraପୂର୍ଣ୍ଣଚନ୍ଦ୍ର ସ୍ୱାଇଁବଙ୍ଗଳାଦେଶ ମୁକ୍ତିଯୁଦ୍ଧହରେକୃଷ୍ଣ ମହତାବରେଭେନ୍ସା ବିଶ୍ୱବିଦ୍ୟାଳୟ୧୨୮୫ରଶ୍ମି ରାଉଳମାଂସର ବିଳାପଯୀଶୁଡୁରେସ୍ଓଡ଼ିଶା ବିଧାନ ସଭାଇଣ୍ଡୋନେସିଆବ୍ୟୋମକେଶ ରାୟଜ୍ଞାନପୀଠ ପୁରସ୍କାରଶରତ କୁମାର ମହାନ୍ତିଅଜନ୍ତା ଗୁମ୍ଫାଉଇକିଖବରଚିତ୍ତରଞ୍ଜନ ଦାସବିଜୁ ପଟ୍ଟନାୟକପ୍ଲାଟିନମମାଳତୀ ଚୌଧୁରୀଗୌତମ ବୁଦ୍ଧବନ୍ଦେ ଉତ୍କଳ ଜନନୀଦ୍ରୌପଦୀତୁଳସୀ ଚଉରାଖାଦ୍ୟପାଲାଉମେଶଚନ୍ଦ୍ର ସରକାରପ୍ରେମସଚ୍ଚିଦାନନ୍ଦ ରାଉତରାୟସମୟ (କାଳ)ପଞ୍ଚସଖାତୁମ ପରି ଛୋଟ ପିଲାଟିଏଅଞ୍ଜଳି କିସ୍କୁବଲାଙ୍ଗୀରବିରାଟ କୋହଲୀଉର୍ବଶୀଇସଲାମ ଧର୍ମପଟ୍ଟନାୟକଉଇକିପିଡ଼ିଆପାକିସ୍ତାନଭାଷାରାଧାନାଥ ରାୟଆକବରଭାରତ ଛାଡ଼ ଆନ୍ଦୋଳନବିଭୂତି ଭୂଷଣ ବଳବନ୍ତରାୟଇଣ୍ଟର ମିଲାନ ଫୁଟବଲ କ୍ଲବଓଡ଼ିଆ କଥାଚିତ୍ର ଜଗତକରାଚୀବ୍ରାହ୍ମଣୀ ନଦୀଉଇକିକମନ୍ସହନୁମାନବିଜୁ ଜନତା ଦଳଅଚ୍ୟୁତ ସାମନ୍ତମଧୁସୂଦନ ରାଓଫିନଲ୍ୟାଣ୍ଡଶ୍ୱେତସାର🡆 More