କମଳାକାନ୍ତ ଲେଙ୍କା: ଓଡ଼ିଆ କବି

କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି ଥିଲେ । ତାଙ୍କ କବିତା ସଂକଳନ ସ୍ରୋତର ନାମ ଋତ ପାଇଁ ସେ ୧୯୮୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ଉଲେଖଯୋଗ୍ଯ କବିତା ସଙ୍କଳନ ମଧ୍ୟରେ ଉତ୍ତରଣ (୧୯୬୬), ସ୍ମରଣ ବିସ୍ମରଣ (୧୯୭୩), କବିତାର ମୁହଁ (୧୯୭୪) ଓ ଅତଂତଃ ନିଶ୍ଚୁପ ( ୧୯୭୫ ) ଆଦି ଅନ୍ୟତମ । ସେ ୧୯୭୯ରେ ବିଷୁବ ମିଳନ ପୁରସ୍କାର ମଧ୍ୟ ପାଇଥିଲେ । ଓଡ଼ିଆ କବି ସିତାଂଶୁ ଲେଙ୍କା ତାଙ୍କ ପୁଅ ।

କମଳାକାନ୍ତ ଲେଙ୍କା‌
ଜନ୍ମ୧୯ ନଭେମ୍ବର ୧୯୩୫ Edit this on Wikidata
ଇଚ୍ଛାପୁର Edit this on Wikidata
ମୃତ୍ୟୁ୧୮ ଅଗଷ୍ଟ ୧୯୯୯ Edit this on Wikidata (ବୟସ ୬୩)
ବୃତ୍ତିକବି Edit this on Wikidata
ସନ୍ତାନସିତାଂଶୁ ଲେଙ୍କା Edit this on Wikidata
ପୁରସ୍କାର

୧୯୯୯ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

କମଳାକାନ୍ତ ଲେଙ୍କା ୧୯୩୫ ମସିହା ନଭେମ୍ବର ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଜନ୍ମଲାଭ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା ସାବିତ୍ରୀ ଦେବୀ ଓ ପିତାଙ୍କ ନାମ ଥିଲା ମୁରଲୀଧର ଲେଙ୍କା ।ସେ ଭଦ୍ରକର ଏନ.ସି. ହାଇସ୍କୁଲରୁ ମ୍ୟାଟ୍ରିକ, ୧୯୫୮ରେ ଭଦ୍ରକ କଲେଜରୁ କଳାରେ ସ୍ନାତକ (ବି.ଏ.) ଓ ୧୯୬୧ରେ ଶାନ୍ତି ନିକେତନ (କଲିକତା)ର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ତାଙ୍କର ମୋଟ ସାତ ଜଣ ସନ୍ତାନ ଥିଲେ: ମଝିଆ ପୁଅ ସିତାଂଶୁ ଲେଙ୍କାଙ୍କୁ ମିଶାଇ ତିନି ପୁଅ ଓ ତିନି ଝିଅ ।

ବୃତ୍ତିଗତ ଜୀବନ

ଏମ.ଏ. ପାସ କରିବା ପରେ ସେ ଶିକ୍ଷକତାରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପ୍ରଥମେ ସେ ହାଟଡିହି ଓ ଧାମନଗର ହାଇସ୍କୁଲରେ ଶିକ୍ଷକତା କରିବା ପରେ ବାସୁଦେବପୁରର ଅଟଳବିହାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଲେ  । ତା’ପରେ ସେ ଭଦ୍ରକ ମହାବିଦ୍ୟାଳୟ, ବଲାଙ୍ଗୀରର ରାଜେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ବ୍ରହ୍ମପୁରର ଖଲିକୋଟ ମହାବିଦ୍ୟାଳୟ, ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ, ଯାଜପୁରର ନୃସିଂହ ଚୌଧୁରୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ପୁଣି ଭଦ୍ରକ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଭାବେ ଯୋଗଦେଇଥିଲେ । ସେଠାରୁ ସେ ୧୯୯୩ ମସିହାରେ ଅବସର ନେଇଥିଲେ ।

ମୃତ୍ୟୁ

୧୯୯୯ ମସିହା ଅଗଷ୍ଟ ୧୮ ତାରିଖ ସକାଳ ୫ ଘଟିକା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ

କବିତା ସଙ୍କଳନ

  • ଅନ୍ତତଃ ନିଶ୍ଚୂପ (୧୯୭୬)
  • କବିତାର ମୁହଁ (୧୯୭୪)
  • ସ୍ମରଣ ବିସ୍ମରଣ (୧୯୭୩)
  • ଉତ୍ତରଣ (୧୯୬୭)
  • ପ୍ରୀତି ଓ ପ୍ରତୀତି (୧୯୬୩)
  • ସୁନା ଫସଲ (୧୯୫୮)
  • ସ୍ରୋତର ନାମ ଋତ
  • ଅନ୍ତତଃ ନିଶ୍ଚିତ
  • ନିତ୍ୟ ନିୟମିତ
  • ନିଜ ସହ ଗୋଟେ ସାକ୍ଷାତକାର
  • ଖସିବାର ବେଳ
  • ଗୀତ ଗାଆନାରେ ପକ୍ଷୀ
  • କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
  • ପାଦେ ଆଗକୁ
  • ଦୁଃଖ ସହ କଥାବାର୍ତ୍ତା
  • କବିର ଡାଏରୀ
  • ଚିରାୟତ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦ (ସ୍ରୋତର ନାମ ଋତ)
  • ବିଷୁବ ମିଳନ ପୁରସ୍କାର, ୧୯୭୯

ଟୀକା

Tags:

କମଳାକାନ୍ତ ଲେଙ୍କା ପ୍ରାରମ୍ଭିକ ଜୀବନ ଓ ଶିକ୍ଷାକମଳାକାନ୍ତ ଲେଙ୍କା ବୃତ୍ତିଗତ ଜୀବନକମଳାକାନ୍ତ ଲେଙ୍କା ମୃତ୍ୟୁକମଳାକାନ୍ତ ଲେଙ୍କା ରଚନାବଳୀକମଳାକାନ୍ତ ଲେଙ୍କା ସମ୍ମାନ ଓ ପୁରସ୍କାରକମଳାକାନ୍ତ ଲେଙ୍କା ଟୀକାକମଳାକାନ୍ତ ଲେଙ୍କାଓଡ଼ିଶାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସିତାଂଶୁ ଲେଙ୍କା

🔥 Trending searches on Wiki ଓଡ଼ିଆ:

କଳିଙ୍ଗ ଯୁଦ୍ଧଭାରତ ସରକାରଚାଣକ୍ୟଗୋପବନ୍ଧୁ ଦାସମହିମା ଧର୍ମବୀଜାଣୁଗୁଣନସଞ୍ଜୁ ସାମସନବିଦ୍ୟୁତଭଗବତୀ ଚରଣ ପାଣିଗ୍ରାହୀଇଲେକ୍ଟ୍ରୋନିକ କମର୍ସନେରାଟିନିବଜଣ୍ଡିସ୍ଚିତ୍ତରଞ୍ଜନ ଦାସମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଶାରଳା ପୁରସ୍କାର୧୦ ଅଗଷ୍ଟଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନହାଡ଼ଫୁଟିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା୧୨ ଅପ୍ରେଲଆଲବର୍ଟ ଆଇନଷ୍ଟାଇନଜାପାନକାନାଡ଼ାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କେଶବ କୋଇଲିଗୁଗଲକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନବନ୍ଧୁତାସ୍ତନଉଦୟନାଥ ଷଡ଼ଙ୍ଗୀଉପେନ୍ଦ୍ର କିଶୋର ଦାସଯୌନ ସମ୍ଭୋଗଅଖିଳ ମୋହନ ପଟ୍ଟନାୟକବିଷ୍ଣୁମୀନ (ମାସ)ମହାତ୍ମା ଗାନ୍ଧୀଙ୍କ ପରିବାରୱାଟରଲୁ ଯୁଦ୍ଧବୀର ସୁରେନ୍ଦ୍ର ସାଏକରଣ (ଜାତି)କଳାପାହାଡ଼ଚିନ୍ତାମଣି ବେହେରାଚକ୍ରଧର ମହାପାତ୍ରସମ୍ବଲପୁରୀ ଭାଷାପଦ୍ମଚରଣ ପଟ୍ଟନାୟକଭଗବତ ଗୀତାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସୋରିଷମାସସୁରେନ୍ଦ୍ର ମହାନ୍ତିସଙ୍କୀର୍ତ୍ତନନବୀନ ପଟ୍ଟନାୟକଓଡ଼ିଶା ପ୍ରିମିଅର ଲିଗଅଲାରନାଥ ମନ୍ଦିରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପଞ୍ଚସଖାକାଲିଫର୍ମିଅମଆସିକାଅଭିରାମ ପରମହଂସଇଣ୍ଟରନେଟପଣା ସଂକ୍ରାନ୍ତିଜଗନ୍ନାଥ ମନ୍ଦିରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଅଖିଳ ନାୟକଚଇତି ଘୋଡ଼ା ନାଚବୁଧବାର୨୬ ଅପ୍ରେଲ🡆 More