ଗୁଣନ

ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୁଣନ ଅନ୍ୟତମ । ଅନ୍ୟ ଚିନୋଟି ହେଲେ; ମିଶାଣ, ଫେଡାଣ ଓ ହରଣ । ପ୍ରକାରାନ୍ତରେ, ଗୁଣନ ପ୍ରକ୍ରିୟାରେ ସେହି ସଂଖ୍ୟାକୁ ବାରମ୍ବାର ଯୋଗ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା × ଚିହ୍ନଦ୍ୱାରା (କଂପ୍ୟୁଟର ପଦ୍ଧତିରେ ∗ ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୩+୩+୩+୩(୪ ଥର ଯୋଗ)କୁ ୩ × ୪ = ୧୨ ଆକାରରେ ପ୍ରକାଶ କରାଯାଏ । ଅତିକମରେ ଦୁଇଟି ରାଶି ମଧ୍ୟରେ ଗୁଣନ କଲାବେଳେ ପ୍ରଥମେ ଗୁଣକ ଏବଂ ପରେ ଗୁଣ୍ୟକୁ ଲେଖାଯାଏ । ଯେପରିକି, ୩ × ୪= ୧୨ ରେ, ୩ ହେଉଛି ଗୁଣକ, ୪ ହେଉଛି ଗୁଣ୍ୟ ଏବଂ ୧୨ ହେଉଛି ଗୁଣଫଳ ।

ଗୁଣନ
ଚାରୋଟି ମୁଣିର, ପ୍ରତ୍ୟେକଟିରେ ତିନୋଟି ଗୋଲି ଥାଇ, ମୋଟ ଗୋଲିସଂଖ୍ୟା ହେବ ୩ × ୪ =୧୨

ଗୁଣନର ଧର୍ମ ସମୂହ

ଗୁଣନ ପ୍ରକ୍ରିୟାରେ ୧ ହେଉଛି ଏହିଭଳି ଏକ ରାଶି ଯାହାଦ୍ୱାରା ଗୁଣନ କରିବାପରେ ମୂଳ ସଂଖ୍ୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ତେଣୁ ୧କୁ ମଧ୍ୟ ଗୁଣନାତ୍ମକ ଅଭେଦ କୁହାଯାଏ । ଗୁଣନ ପ୍ରକ୍ରିୟାର ଆଉ କିଛି ଗାଣିତିକ ଧର୍ମ ହେଉଛି:

କ୍ରମବିନିମୟ ନିୟମ

ଗୁଣନ ପ୍ରକ୍ରିୟାରେ ଗୁଣ୍ୟ ଏବଂ ଗୁଣକର ସ୍ଥାନ ବଦଳିଗଲେ ମଧ୍ୟ ଗୁଣଫଳରେ କୌଣସି ପରିବର୍ତ୍ତନ ଦୁଏନାହିଁ । ଏହା ଗୁଣନର କ୍ରମବିନିମୟ ନିୟମ

  • ଉଦାହରଣ: ୩ × ୪ = ୪ × ୩ =୧୨ (ଗୁଣକ ଓ ଗୁଣ୍ୟ ଉଭୟେ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା)

ସଂବୃତି ନିୟମ

ଗୁଣନ ପ୍ରକ୍ରିୟାରେ ଯଦି ଗୁଣ୍ୟ ଓ ଗୁଣକ ଉଭୟେ ଯଦି ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ହୁଅନ୍ତି, ତେବେ ଗୁଣଫଳ ମଧ୍ୟ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ହେବ ।

ସହଯୋଗୀ ନିୟମ

ଦୁଇରୁ ଅଧିକ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ମଧ୍ୟରେ ଗୁଣନ ପ୍ରକ୍ରିୟାରେ ସଂଖ୍ୟାମାନଙ୍କର ସ୍ଥାନ ପରିବର୍ତ୍ତନରେ ଗୁଣଫଳର କୌଣସି ପରିବର୍ତ୍ତନ ହୁଏ ନାହିଁ । ଏହା ଗୁଣନ ପ୍ରକ୍ରିୟାର ସହଯୋଗୀ ନିୟମ

ଯୋଗ ଉପରେ ଗୁଣନର ବଣ୍ଟନ ନିୟମ

ଯୋଗ ଉପରେ ଗୁଣନ ପ୍ରକ୍ରିୟାକୁ ଦୁଇଗୋଟି ଗୁଣନର ଯୋଗ ପ୍ରକ୍ରିୟା ଭାବେ ବାଣ୍ଟିଦିଆଯାଇପାରେ । ଏହା ଯୋଗ ଉପରେ ଗୁଣନର ବଣ୍ଟନ ନିୟମ

  • ଉଦାହରଣ :୩ × (୪+୫) = ୩×୪ + ୩×୫

ଆଧାର

ବାହାର ଲିଙ୍କ

Tags:

ଗୁଣନ ର ଧର୍ମ ସମୂହଗୁଣନ ଆଧାରଗୁଣନ ବାହାର ଲିଙ୍କଗୁଣନମିଶାଣହରଣ (ଗଣିତ)

🔥 Trending searches on Wiki ଓଡ଼ିଆ:

ନେପଚୁନଘର୨୦୦୬ନୀଳକଣ୍ଠ ଦାସପାଇକ ଆଖଡ଼ାଗୋପାଳ ଚନ୍ଦ୍ର ପ୍ରହରାଜଖଡ଼ଗପୁରଶ୍ରୀଲଙ୍କାର ଭୂଗୋଳଜଗନ୍ନାଥ ଦାସଶ୍ୱେତସାରବନ୍ୟାଛବିଳ ମଧୁ ବର୍ଣ୍ଣବୋଧ୪ ଇଡିଅଟସ୍ଗୀତଗୋବିନ୍ଦ୧୯୮୪ସ୍ୱର ବର୍ଣ୍ଣମାଗୁଣିର ଶଗଡ଼ଭୂମିକମ୍ପବୈଷ୍ଣବ ଚରଣ ସାମଲରଥଭଗବତୀ ଚରଣ ପାଣିଗ୍ରାହୀଚଇତି ଘୋଡ଼ା ନାଚମାଗୁଣିର ଶଗଡ଼ (କଥାଚିତ୍ର)ହମିଦା ବାନୁ ବେଗମଶତ୍ରୁଘ୍ନ ପାଣ୍ଡବଓଡ଼ିଆ ଭାଷାବର୍ଷାମାଲେସିଆପୁନମ ମିଶ୍ରଓଡ଼ିଆ ଭାଗବତରସଗୋଲାମନମୋହନ ସାମଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଛତୁ ତରକାରୀନନ୍ଦିଘୋଷବିରଳା ମନ୍ଦିର, ହାଇଦ୍ରାବାଦରମାକାନ୍ତ ରଥନବୀନ ପଟ୍ଟନାୟକଭାରତପଖିଆବନ୍ଦେ ଉତ୍କଳ ଜନନୀବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହରେକୃଷ୍ଣ ମହତାବଏମିସ ଲୋକ୧୭୪୬ମହାବିଦ୍ୟାବଉଳଅଣ୍ଡାକଟକବୀର ସୁରେନ୍ଦ୍ର ସାଏତରୁଣକାନ୍ତି ମିଶ୍ର୨୦ ଅଗଷ୍ଟଆକବରପ୍ରଥମ ଭାସ୍କରରାମଚନ୍ଦ୍ର ବେହେରାବ୍ୟାସଦେବପ୍ରସନ୍ନ କୁମାର ପଣ୍ଡାବଳରାମ ଦାସଜାହାଙ୍ଗୀରକାଶୀ ବିଶ୍ୱନାଥ ମନ୍ଦିରଭାରତର ନଦୀ ସମୂହର ତାଲିକାପୂର୍ଣ୍ଣଚ୍ଛେଦପ୍ରତୀକ୍ଷାମହାପାତ୍ର ନୀଳମଣି ସାହୁଜାଭା (ପ୍ରୋଗ୍ରାମିଂ ଭାଷା)ବଳଦେବଜୀଉ ମନ୍ଦିରନାରୀବାଦମ୍ୟାଲେରିଆମହମ୍ମଦ ମୋକିମ୍ଭଦ୍ରକ ଜିଲ୍ଲା🡆 More