ଲକ୍ଷ୍ମୀନାରାୟଣ ସାହୁ

ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ - ୧୮ ଜାନୁଆରୀ ୧୯୬୩) ଜଣେ ଓଡ଼ିଆ ଲେଖକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ । ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ.

ଓ ଏଲ୍.ଏଲ୍.ବି. ପାସ କରିଥିଲେ । ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । । ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ ।

ଲକ୍ଷ୍ମୀନାରାୟଣ ସାହୁ
ଲକ୍ଷ୍ମୀନାରାୟଣ ସାହୁ
ଜନ୍ମ(1890-10-03)୩ ଅକ୍ଟୋବର ୧୮୯୦
ମଣିଖମ୍ବ, ବାଲେଶ୍ୱର
ମୃତ୍ୟୁ୧୮ ଜାନୁଆରୀ ୧୯୬୩(1963-01-18) (ବୟସ ୭୨)
ଜାତୀୟତାଭାରତୀୟ
ବୃତ୍ତିଶିକ୍ଷକତା
ପିତାମାତାକ୍ଷେତ୍ରମୋହନ ସାହୁ

ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାମ କରିଥିଲେ । ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଲେଖୁଥିଲେ । ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।
ସେ ଓଡ଼ିଶା ଆସେମ୍ବ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍‌ସ୍ଟିଚୁଏଣ୍ଟ ଆସେମ୍ବ୍ଲିର ସେ ସଭ୍ୟ ଥିଲେ । ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ୱାରା ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ବେଦକର ମଧ୍ୟ ମାନିଥିଲେ ।
ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : "ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ । ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।"

ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।
କଟକସ୍ଥିତ ଜଗତପୁରରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।

ରଚନାବଳୀ

ଗ୍ରନ୍ଥ

  • ମୁଁ ଓଡ଼ିଆ
  • ମା
  • ସାଙ୍ଗସାଥୀ
  • ଲାଇବ୍ରେରୀ ଆନ୍ଦୋଳନ

ଗଳ୍ପ

  • ବୀଣା
  • ସୁଲତା
  • କଣ୍ଟ୍ରୋଲ ରୁମ୍
  • ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍

କବିତା

  • ପଶର
  • ୧୯୬୧ କବିତା

ଉପନ୍ୟାସ

  • ବୀଣା

ଆତ୍ମଚରିତ

  • ମୋ ବାରବୁଲା ଜୀବନ

ଅନ୍ୟାନ୍ୟ

  • ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଲକ୍ଷ୍ମୀନାରାୟଣ ସାହୁ ରଚନାବଳୀଲକ୍ଷ୍ମୀନାରାୟଣ ସାହୁ ସମ୍ମାନ ଓ ପୁରସ୍କାରଲକ୍ଷ୍ମୀନାରାୟଣ ସାହୁ ଆଧାରଲକ୍ଷ୍ମୀନାରାୟଣ ସାହୁଓଡ଼ିଆ ଲୋକପୁରୀବାଲେଶ୍ୱର

🔥 Trending searches on Wiki ଓଡ଼ିଆ:

ଭୁଟାନଇଣ୍ଡିଆନ ପ୍ରିମିଅର ଲିଗଶ୍ରୀ ଅରବିନ୍ଦନବକୃଷ୍ଣ ଚୌଧୁରୀମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଶାର ମାପ ବ୍ୟବସ୍ଥାମହେନ୍ଦ୍ର ସିଂହ ଧୋନିରାମଚନ୍ଦ୍ର ବେହେରାସମ୍ବାଦ (ଖବରକାଗଜ)ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାରଦଧନକର ଅଧିନିୟମ, ୧୯୫୭ବିଶ୍ୱନାଥ କରଢେଙ୍କାନାଳ ଜିଲ୍ଲାବୈଶାଖରସାବଳିଦାଶପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜୈନବାଦ୧୯ ଜୁନକୋଣାର୍କ ସୂର୍ଯ୍ୟ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟରାଜ୍ୟଓଡ଼ିଆ ଗହଣାପର୍ଶୁରାମ ପାଣିଗ୍ରାହୀସଦାଶିବ ତ୍ରିପାଠୀସଚ୍ଚି ଦାସକିଶୋରୀ ଚରଣ ଦାସକୋଚିଲାହୀରାକୁଦ ବନ୍ଧଲୋକ ସଭାବାଲିଯାତ୍ରାଅଗ୍ନିହେପାଟାଇଟିସଜାନକୀ ବଲ୍ଲଭ ପଟ୍ଟନାୟକବାଜି ରାଉତଦଶାବତାରସାହାଣମେଲାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଲିସେରିଡାଇନନଅଙ୍କ ଦୁର୍ଭିକ୍ଷଆହେ ଦୟାମୟ ବିଶ୍ୱ ବିହାରୀମାତଙ୍ଗୀତାରିଣୀ ଚରଣ ପାତ୍ରସମ୍ବଲପୁର ଜିଲ୍ଲାବିଜୁ ପଟ୍ଟନାୟକବନମାଳୀ ଦାସଶବରଛଉ ନାଚମିନତି ମିଶ୍ରଗୁରୁ ନାନକଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଚିନ୍ତାମଣିଶ୍ୱର ଶିବ ମନ୍ଦିରଶାନ୍ତନୁ କୁମାର ଆଚାର୍ଯ୍ୟwiki.phtmlବୀଣାପାଣି ମହାନ୍ତିବାଘବାରିପଦାସୀତା ବିବାହକପିଳେନ୍ଦ୍ର ଦେବଗନ୍ଧମାର୍ଦନଯତୀନ୍ଦ୍ର କୁମାର ନାୟକସଜନାବିଜୟ କୁମାର ନନ୍ଦଯକୃତ୨ (ସଂଖ୍ୟା)ଧର୍ମେନ୍ଦ୍ର ପ୍ରଧାନ୨୧🡆 More