କବି କୃଷ୍ଣଚନ୍ଦ୍ର ତ୍ରିପାଠୀ: ଓଡ଼ିଆ କବି

କୃଷ୍ଣଚନ୍ଦ୍ର ତ୍ରିପାଠୀ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ କବି ଥିଲେ । ଜାତୀୟ ଚେତନା ମୂଳକ କବିତା ତଥା ପାଇକମାନଙ୍କ ବୀରତ୍ୱ ବ୍ୟଞ୍ଜକ କବିତା ରଚନା କରିଥିବାରୁ ତାଙ୍କୁ 'ପାଇକ କବି' ଆଖ୍ୟା ଦିଆଯାଇଛି।

କୃଷ୍ଣଚନ୍ଦ୍ର ତ୍ରିପାଠୀ
ଜନ୍ମ(1911-01-14)୧୪ ଜାନୁଆରୀ ୧୯୧୧
ଭୀମପୁର,ଖୋର୍ଦ୍ଧା
ମୃତ୍ୟୁ୧୯ ଜାନୁଆରୀ ୧୯୯୭(1997-01-19) (ବୟସ ୮୬)
ବୃତ୍ତିଶିକ୍ଷକତା
ବୈବାହିକ-ସାଥୀରେବତୀ ଦେବୀ
ପିତାମାତା(s)ବିଦ୍ୟାଧର ତ୍ରିପାଠୀ, ନିର୍ମଳା ଦେବୀ

ଜୀବନୀ

କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ ଭୀମପୁରଠରେ ୧୯୧୧ ମସିହା ଜାନୁଆରୀ ୧୪ (ପୌଷ ପୂର୍ଣ୍ଣିମା/ମକର ସଂକ୍ରାନ୍ତି)ରେ ଜନ୍ମ ଗ୍ର‌ହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ତ୍ରିପାଠୀ ଓ ମାତାଙ୍କ ନାମ୍ ନିର୍ମଳା ଦେବୀ । ସେ ରେବତୀ ଦେବୀଙ୍କୁ ବିବାହ କରିଥିଲେ । ବୃତ୍ତିରେ ଥିଲେ ସେ ଜଣେ ଶିକ୍ଷକ । ତାଙ୍କର ୧୯୯୭ ମସିହା ଜାନୁଆରୀ ୧୯ (ପୌଷ ଶୁକ୍ଳ ଏକାଦଶୀ)ରେ ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

କୃଷ୍ଣଚନ୍ଦ୍ରଙ୍କ କବିତାରୁ କିଛି ଉଦ୍ଧୃତ କରାଗଲା :

କବିତାଂଶ ୧ –

ସବୁ ଗରଳରୁ ମଣିଷ ଗରଳ ଅତି ଉକ୍ରଟତର
ହେ ମୋର ମଣିଷ! ହେ ମୋର ମଣିଷ! ହୃଦ ନିର୍ମଳ କର।

କବିତାଂଶ ୨ –

କଥା କହ ହେ ବନ ପ୍ରାନ୍ତର କଥା କହ ସମର ପ୍ରାଙ୍ଗଣ
କଥା କହ ଭଗ୍ନ ଦୁର୍ଗଶିଳା କଥା କହ ଶଇଳ କାନନ!

କେମନ୍ତେ ସେ ଖଣ୍ଡାୟତ ବଧୂ ରଣଶିଙ୍ଗା ବଜାଇ ବଜାଇ
ବୀରବେଶେ ସମର ପ୍ରାଙ୍ଗଣେ ଆଣିଲା ତା ସ୍ୱାମୀରେ ସଜାଇ,

କରେ ଦେଲା ତୀକ୍ଷ୍ଣ ତଲବାର, ଭାଲେ ଦେଲା ବିଜୟ ସିନ୍ଦୂର
ଶରମୁଣା ବାନ୍ଧିଲା ଚରମେ, ଆର କରେ ଦୀପ୍ତ ଧନୁଶର ।

କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି
ବଜାଇଲା ସ୍ୱାମୀରେ ସେହାଗେ ଯାଅ ଦର୍ପେ ଯୁଦ୍ଧ କର ବୋଲି,

ମନ୍ଦାରର ମାଳା ବକ୍ଷ ପଟେ ଲମ୍ବାଇଲା ଆଦର ଯତନେ
ଗାଇଲା ସେ ସମର ସଙ୍ଗୀତ ମେଘ ମନ୍ଦ୍ରେ କୁଟୀର ପ୍ରାଙ୍ଗଣେ!

କବିତାଗ୍ରନ୍ଥ

  • ଦୀପ୍ତି
  • ଦିଗ୍‌ବଳୟ
  • ଆହୁତି
  • ଆତ୍ମଲିପି
  • ରୂପାୟନ
  • ମାଟିଦୀପ
  • ଉତ୍ସ
  • ଅଗ୍ନିଶଙ୍ଖ
  • ସଙ୍କେତ
  • ସାଧକର ସ୍ୱପ୍ନ
  • ବେଳା ଓ ବୀଚି
  • ଗୋଧୂଳି
  • କୁଟୀରବଂଶୀ
  • ପାଇକମାଟିର ଗାଥା
  • ତରୁ ଓ ତୃଣ

କାବ୍ୟ ନାଟିକା

  • ନିଃଶବ୍ଦର ଡାକ

ଆତ୍ମଜୀବନୀ

  • ନୀରବ କବିଟିଏ(ବୁକ୍ସ ଏଣ୍ଡ ବୁକ୍ସ, କଟକ)- ୧୯୮୭

ଅନ୍ୟାନ୍ୟ

  • ଗ୍ରନ୍ଥାବଳୀ - ୧ମ ଖଣ୍ଡ

ସମ୍ମାନ ଓ ପୁରସ୍କାର

ଆଧାର

Tags:

କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଜୀବନୀକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସାହିତ୍ୟ ସର୍ଜନାକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସମ୍ମାନ ଓ ପୁରସ୍କାରକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଆଧାରକବି କୃଷ୍ଣଚନ୍ଦ୍ର ତ୍ରିପାଠୀ

🔥 Trending searches on Wiki ଓଡ଼ିଆ:

ଅମର ପ୍ରସାଦ ଶତପଥୀରବି ପଟ୍ଟନାୟକଶ୍ରୀ ଅରବିନ୍ଦବିବାହଅପରେଟିଙ୍ଗ ସିଷ୍ଟମଜଗନ୍ନାଥଙ୍କ ଧୂପଓଡ଼ିଶା ବିଧାନ ସଭାସମ୍ବଲପୁର ଜିଲ୍ଲାଉଇକିପିଡ଼ିଆ ସମୂହର ତାଲିକାସ୍ତନ୍ୟପାୟୀହରପ୍ରସାଦ ଦାସତୁଳସୀ ଗଛ୨ ଅପ୍ରେଲସବ୍ୟସାଚୀ ମିଶ୍ରଧର୍ମେନ୍ଦ୍ର ପ୍ରଧାନପୃଥିବୀ ଦିବସରେବତୀ (କ୍ଷୁଦ୍ରଗଳ୍ପ)ବୀରକିଶୋର ଦାସବେଣୁଧର ରାଉତଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଜନ ଗଣ ମନଯକ୍ଷ୍ମାପଞ୍ଚକନ୍ୟାଟାଇଫଏଡଇରା ମହାନ୍ତିପଖାଳ ଦିବସଜଳ ପ୍ରଦୂଷଣଉତ୍କଳ ବିଶ୍ୱବିଦ୍ୟାଳୟବୀଜାଣୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୭ ଅପ୍ରେଲ୧୯୬୩ର ଓଡ଼ିଆ କଥାଚିତ୍ରଭାନୁଜୀ ରାଓକଟକବବୃବାହନ (ମହାଭାରତ)ଆତ୍ମହତ୍ୟାଶିଖରଚଣ୍ଡୀଡଙ୍ଗରିଆ କନ୍ଧରାମଚନ୍ଦ୍ର ମିଶ୍ରମାଣବସା ଗୁରୁବାରନନ୍ଦିନୀ ଶତପଥୀଜାତୀୟ ସଙ୍ଗୀତବେଦଶାମ୍ବ (କୃଷ୍ଣଙ୍କ ପୁତ୍ର)ଗୋମୁହାଁ କୁମ୍ଭୀରନବୀନ ପଟ୍ଟନାୟକ୧ ମାର୍ଚ୍ଚକାମଦା ଏକାଦଶୀଇତିହାସରାଜେନ୍ଦ୍ର କିଶୋର ପଣ୍ଡାବ୍ରହ୍ମୋତ୍ରୀ ମହାନ୍ତିଜ୍ଞାନପୀଠ ପୁରସ୍କାର୧୯୮୪ହିମାଳୟଫକୀର ମୋହନ ସେନାପତିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିନୋଦ ଚନ୍ଦ୍ର ନାୟକରଙ୍ଗବତୀବାଲେଶ୍ୱର ଜିଲ୍ଲାଲକ୍ଷ୍ମୀ ପୁରାଣଅସହଯୋଗ ଆନ୍ଦୋଳନମୟୂରରମାଦେବୀ ଚୌଧୁରୀବୌଦ୍ଧ ଧର୍ମପରମାନନ୍ଦ ଆଚାର୍ଯ୍ୟ🡆 More