ରାମଶଙ୍କର ରାୟ: ଓଡ଼ିଆ ନାଟ୍ୟକାର

ରାମଶଙ୍କର ରାୟ (୨୫ ମଇ ୧୮୫୭ - ୧୩ ସେପ୍ଟେମ୍ବର ୧୯୩୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ, ସେ ଆଧୁନିକ ଓଡ଼ିଆ ନାଟକର ଜନକ ଭାବେ ପରିଚିତ । ୧୮୫୭ ମସିହା ଜ୍ଯେଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଅସୁରେଶ୍ୱର ଅନ୍ତର୍ଗତ ଦିକ୍ଷୀତପଡ଼ାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ । ସେ ନଟବର ରାମଶଙ୍କର ରାୟ ଭାବେ ଜଣା ।

ରାମଶଙ୍କର ରାୟ
ଜନ୍ମ(1857-05-25)୨୫ ମଇ ୧୮୫୭
ଦୀକ୍ଷିତପଡ଼ା, ଅସୁରେଶ୍ୱର, କଟକ
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୩୧(1931-09-13) (ବୟସ ୭୪)
ଜାତୀୟତାଭାରତୀୟ
ଶିକ୍ଷାଫାର୍ଷ୍ଟ ଆର୍ଟସ (ଏଫ. ଏ.), ଆଇନ
ସମ୍ପର୍କୀୟଗୌରୀଶଙ୍କର ରାୟ (ବଡ଼ଭାଇ)

ପ୍ରଥମ ଓଡ଼ିଆ ଔପନ୍ୟାସିକ

ରାମଶଙ୍କରଙ୍କୁ ପ୍ରଥମ ଓଡ଼ିଆ ଔପନ୍ୟାସିକ କୁହାଯାଏ । ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ ସୌଦାମିନୀ, ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ପ୍ରଥମେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ଟି ଅଧ୍ୟାୟ ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକା ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।

ରଚନାବଳୀ

ତାଙ୍କର ପ୍ରଥମ କାବ୍ୟ ପ୍ରେମତରୀ ୧୮୭୮ରେ ପ୍ରକାଶ ପାଇଥିଲା । ରାମଶଙ୍କରଙ୍କର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ ବିବାସିନୀ ୧୮୯୧ରେ ପ୍ରକାଶିତ ହୋଇଥିଲା । ଉମେଶ ଚନ୍ଦ୍ର ସରକାରଙ୍କ ପଦ୍ମମାଳି (୧୮୮୮) ପରେ ଏହା ଦ୍ୱିତୀୟ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ । ସେ ବହୁ ନାଟକ, ସୁଆଙ୍ଗ, ଗୀତିନାଟ୍ୟ, ଯାତ୍ରା ଆଦି ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ଏକ ସୁସଙ୍ଗଠିତ ବିଭାଗରେ ପରିଣତ କରିଥିଲେ । ତାଙ୍କର ପ୍ରଥମ ନାଟକ ‘କାଞ୍ଚିକାବେରୀ’ । ଏହି ନାଟକକୁ ସେ ମଞ୍ଚସ୍ଥ ମଧ୍ୟ କରାଇଥିଲେ । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବଡ଼ ଭାଇ ଗୌରୀଶଙ୍କର ରାୟ । ରାମାଭିଷେକ ତାଙ୍କର ଶେଷ ନାଟକ ଥିଲା ।

  • କାଞ୍ଚିକାବେରୀ, ୧୮୮୦ (କାଞ୍ଚି ଅଭିଯାନ ପ୍ରସଙ୍ଗ ଆଧାରିତ ନାଟକ)
  • ବନବାଳା, ୧୮୮୧ (ୱିଲିଅମ ସେକ୍ସପିଅରଙ୍କ 'The Tempest' ଆଧାରିତ ନାଟକ)
  • କଳିକାଳ, ୧୮୮୩ (ନାଟକ)
  • ରାମ ବନବାସ, ୧୮୯୧ (ନାଟକ)
  • ବୁଢ଼ାବର, ୧୮୯୨ (ନାଟକ)
  • କଂସବଧ, ୧୮୯୬ (ନାଟକ)
  • ବିଷମୋଦକ, ୧୯୦୦ (ନାଟକ)
  • ଚୈତନ୍ୟ ଲୀଳା, ୧୯୦୬ (ନାଟକ)
  • ଯୁଗଧର୍ମ, ୧୯୧୨ (ଧାର୍ମିକ ସହିଷ୍ଣୁତା ସମ୍ବନ୍ଧୀୟ ନାଟକ)
  • ଲୀଳାବତୀ, ୧୯୧୨ (ବିଧବା ବିବାହ ସମ୍ବନ୍ଧୀୟ ନାଟକ)
  • କାଞ୍ଚନ ମାଳି, ୧୯୧୪ (ନାରୀଶିକ୍ଷା ସମ୍ବନ୍ଧୀୟ ନାଟକ)
  • ବିଶ୍ୱଯଜ୍ଞ, ୧୯୧୬ (ନାଟକ)
  • ରାମାଭିଷେକ, ୧୯୧୭ (ରାମାୟଣ ଉପରେ ଆଧାରିତ ନାଟକ)
  • ପ୍ରେମତରୀ ଗାଥା (କାବ୍ୟ)
  • ସୌଦାମିନୀ, ୧୮୭୮ ('ଉତ୍କଳ ମଧୁପ'ରେ ଧାରାବାହିକ ଭାବେ ପ୍ରକାଶିତ, ପତ୍ରିକା ବନ୍ଦ ହେବାରୁ ଅସମ୍ପୂର୍ଣ୍ଣ ଉପନ୍ୟାସ)
  • ବିବସନୀ, ୧୮୯୧, (ମୟୂରଭଞ୍ଜରୁ ପ୍ରକାଶିତ 'ଉତ୍କଳପ୍ରଭା' ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ଉପନ୍ୟାସ । )
  • ଉନ୍ମାଦିନୀ, ୧୮୯୩ (ଇନ୍ଦ୍ରଧନୁ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ, ପତ୍ରିକା ବନ୍ଦ ହେବାରୁ ଅସମ୍ପୂର୍ଣ୍ଣ ଉପନ୍ୟାସ)
  • ଭାଗବତ ଗୀତା, ୧୮୯୩ (ଅନୁବାଦ)
  • ଇଶୋପନିଷଦ (ଅନୁବାଦ)
  • କେନୋପନିଷଦ (ଅନୁବାଦ)
  • ଯଜୁର୍ବେଦ (ଅନୁବାଦ)
  • ଋକବେଦ (ଅନୁବାଦ), ୧୯୧୧
  • ମନୁସଂହିତା, ୧୯୨୭
  • ଶ୍ୱେତାଶ୍ୱତର ଉପନିଷଦ, ୧୯୨୮
  • ରାମଶଙ୍କର ଗ୍ରନ୍ଥାବଳୀ, ୧୯୩୦

ଆଧାର

ଅଧିକ ତଥ୍ୟ

Tags:

ରାମଶଙ୍କର ରାୟ ପ୍ରଥମ ଓଡ଼ିଆ ଔପନ୍ୟାସିକରାମଶଙ୍କର ରାୟ ରଚନାବଳୀରାମଶଙ୍କର ରାୟ ଆଧାରରାମଶଙ୍କର ରାୟ ଅଧିକ ତଥ୍ୟରାମଶଙ୍କର ରାୟ

🔥 Trending searches on Wiki ଓଡ଼ିଆ:

ମମତା ଦାଶପୂର୍ଣ୍ଣିମାବିଲଙ୍କା ରାମାୟଣମଧୁସୂଦନ ଦାସଓଡ଼ିଆ ବିଶ୍ୱବିଦ୍ୟାଳୟବିଷ୍ଣୁ ପୁରାଣଲିଙ୍ଗରାଜ ମନ୍ଦିରଗଜପତି ମହାରାଜାଶୁକଦେବବ୍ରାହ୍ମଣୀ ନଦୀସଂକ୍ରାନ୍ତିଓଡ଼ିଶାର ଭୂଗୋଳପର୍ଯ୍ୟାୟ ସାରଣୀଯୁକ୍ତରାଷ୍ଟ୍ର ଆମେରିକାଭାରତୀୟ ସଂଖ୍ୟା ପ୍ରଣାଳିସୂଚନା ଅଧିକାର ଆଇନ ୨୦୦୫ଫ୍ଲୁଭାଷ୍ଟାଟିନଗୀତଗୋବିନ୍ଦଓଡ଼ିଆ କବି ମାନଙ୍କର ତାଲିକାଶେଷ ବସନ୍ତର ଚିଠିବଉଳ ଅମାବାସ୍ୟାବଣଭୋଜି ବେଶବଳରାମ ଦାସଗୋଦାବରୀଶ ମହାପାତ୍ରଯବକ୍ଷାରଜାନନୃସିଂହ ଚରଣ ପଣ୍ଡା୨ (ସଂଖ୍ୟା)ନବମୀହେମନ୍ତ ଦାସମାସପ୍ରାଣୀଦଣ୍ଡ ନାଚମଧ୍ୟ ପ୍ରଦେଶଛବିଳ ମଧୁ ବର୍ଣ୍ଣବୋଧରାଜ୍ୟ ସଭାହିଲାରୀ କ୍ଲିଣ୍ଟନମଙ୍ଗଳା ମନ୍ଦିରସମାଜ (ଖବରକାଗଜ)ହରେକୃଷ୍ଣ ମହତାବପ୍ରଶାନ୍ତ ମହାସାଗରହାତୀଛଉ ନାଚସୁଭଦ୍ରାକୋଳିଆହେ ଦୟାମୟ ବିଶ୍ୱ ବିହାରୀଭାସ୍କର ଚନ୍ଦ୍ର ମହାପାତ୍ରଜଣ୍ଡିସ୍ଯୌନ ସମ୍ଭୋଗଓଡ଼ିଆ ବାହାଘରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାରାମଶଙ୍କର ରାୟଚୈତ୍ର ମଙ୍ଗଳବାର ଓଷାନାରାୟଣ ସାହୁବିଦୁସ୍ମିତାଓଡ଼ିଆ ଭାଷାବଂଶୀ୧୯୩୬ଅନନ୍ତ ପଟ୍ଟନାୟକହନୁମାନ ଜୟନ୍ତୀଅମର ସିଂହ ଚମକିଲାଧର୍ମେନ୍ଦ୍ର ପ୍ରଧାନପାର୍ବତୀଅଣଧର୍ମବାଦମେଲାଟୋନିନପ୍ରେମବିଜୁ ଜନତା ଦଳବାଣପୁରପୁଷ୍ଟିସାର🡆 More