ସାନ୍ତାଳୀ ଭାଷା: ଅଷ୍ଟ୍ରୋ-ଏସୀୟ ଭାଷା

ସାନ୍ତାଳୀ ( ᱥᱟᱱᱛᱟᱲ) ଅଷ୍ଟ୍ରୋ-ଏସୀୟ ଭାଷା ସମୂହର ସାନ୍ତାଳ ଉପ-ପରିବାରର ଏକ ଭାଷା । ଏହା ହୋ ଓ ମୁଣ୍ଡାରି ଭାଷାସହିତ କେତେକାଂଶରେ ମିଶିଥାଏ । ଏହା ପାଖାପାଖି ୬୨ ଲକ୍ଷ ଲୋକଙ୍କ ଦେଇ କହାଯାଇଥାଏ । ଏହି ଭାଷା କହୁଥିବା ଅଧିକାଂଶ ଲୋକ ଭାରତର ଆସାମ, ଓଡ଼ିଶା, ଝାଡ଼ଖଣ୍ଡ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରେ ବସବାସ କରିଥାଆନ୍ତି । ଏହି ଭାଷାର ଲିପି ଅଲ ଚିକି (ᱚᱞ ᱪᱤᱠᱤ); ତେବେ ଏହାର ସାକ୍ଷରତା ହାର ଖୁବ କମ (ହାରାହାରି ୧୦-୩୦ %) ।

ସାନ୍ତାଳୀ (ᱥᱟᱱᱛᱟᱲ)
Native toଭାରତ, ବଙ୍ଗଳାଦେଶ, ନେପାଳ, ଭୁଟାନ
ଜାତିସତ୍ତାସାନ୍ତାଳ
ମାତୃଭାଷୀ
୬,୦୫୦,୦୦୦
ଅଷ୍ଟ୍ରୋ-ଏସୀୟ
  • ମୁଣ୍ଡା
    • ଉତ୍ତର ମୁଣ୍ଡା
      • ଖେରବାଡ଼ି
        • ସାନ୍ତାଳୀ (ᱥᱟᱱᱛᱟᱲ)
ଅଲ ଚିକି
ଭାଷା କୋଡ୍
ISO ୬୩୯-୨sat
ISO ୬୩୯-୩sat

ସାନ୍ତାଳୀ ଭାଷା ଆନ୍ଦୋଳନ

ସାନ୍ତାଳୀ ଏକ ଆଦିବାସୀ ଭାଷା ହୋଇଥିବାରୁ ଏହାର କୌଣସି ଲିପି ନଥିଲା । ଭାରତରେ ଇଂରେଜ ଶାସନ ସମୟରେ ଇଂରେଜମାନେ ରୋମାନ ଲିପିରେ ଲେଖା ଆରମ୍ଭ କରିଥିଲେ । ରଘୁନାଥ ମୁର୍ମୁ ସାନ୍ତାଳୀକୁ ଲେଖିବା ପାଇଁ ଅଲ ଚିକିର ଉଦ୍ଭାବନ କରିଥିଲେ । ଫଳରେ ଭାଷାରେ ଏକ ନୂଆ ଜୀବନ ସଂଚାର ହୋଇ ସାହିତ୍ୟ କ୍ଷେତ୍ରରେ କିଛି ମାତ୍ରାରେ ଆଗେଇଥିଲା । କିଛି ଖ୍ରୀଷ୍ଟଧର୍ମୀ ସାନ୍ତାଳ ଅଲ ଚିକି ପରିବର୍ତ୍ତେ ରୋମାନ ଲିପିର ବହୁଳ ପ୍ରସାର କରିବାକୁ ଚେଷ୍ଟା କଲେ । ଶେଷରେ ପଶ୍ଚିମବଙ୍ଗ ସରକାର ଏକ ଭାଷା କମିଟି ଗଠନ କରି ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ପଶ୍ଚିମ ବଙ୍ଗର ପାକୁଡ଼ାଠାରେ ଏକ ସଭା ଆୟୋଜନ ହୋଇ ଆଲଚିକ ଲିପିକୁ ପ୍ରସାର ପାଇଁ ସଂକଳ୍ପ ନିଆଗଲା । ଦୀର୍ଘ ୧୯ ବର୍ଷ ପରେ ସାନ୍ତାଳୀ ଭାଷାର ନେତୃତ୍ୱ ମଣ୍ଡଳୀ ୧୯୯୨ ମସିହାରେ ଝାଡ଼ଗ୍ରାମଠାରେ ମିଳିତ ହୋଇ ଏକ ମୋର୍ଚ୍ଚା ଗଠନ କଲେ । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସାନ୍ତାଳୀ ଭାଷାର ସରକାରୀ ସ୍ୱୀକୃତି ପାଇଁ ଦାବୀ ଜଣାଇବା । ବସ୍ତୁତଃ, ସାନ୍ତାଳୀ ସମ୍ପ୍ରଦାୟର ନବଜାଗରଣ ସୃଷ୍ଟି କରିବାରେ ସାନ୍ତାଳୀ ଭାଷା ପ୍ରମୁଖ ଭୂମିକା ତୁଲାଇଥିଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ରେଳରୋକ, ବିକ୍ଷୋଭ ଆଦି ସରକାରଙ୍କ ଉପରେ ଚାପ ପକାଇଥିଲା । ଶେଷରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୩ମସିହା ଡିସେମ୍ବର ୨୨ ତାରିଖରେ ମୈଥିଳୀ, ବୋଡ଼ୋ, ଡୋଗ୍ରୀ ଓ ସାନ୍ତାଳ ଏପରି ୪ଟି ଭାଷାକୁ ଏକକାଳୀନ ସରକାରୀ ସ୍ୱୀକୃତି ମିଳିଥିଲା ।

ସାନ୍ତାଳୀ ଭାଷା ଦିବସ

ପ୍ରତିବର୍ଷ ଡିସେମ୍ବର ୨୨ ତାରିଖରେ ସାନ୍ତାଳୀ ଭାଷା ଦିବସ ପାଳନ ହୁଏ । ପ୍ରଥମ ଥର ପାଇଁ ଦୁଇଟି ଆଦିବାସୀ ଭାଷା ଭାବେ ସାନ୍ତାଳୀ ଓ ବୋଡ଼ୋ ଭାଷା ୨୦୦୩ ମସିହା ଡିସେମ୍ବର ୨୨ତାରିଖରେ ଭାରତ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ।

ଆହୁରି ଦେଖନ୍ତୁ

  • ଭାରତର ଭାଷା ସମୂହ
  • ଭାରତର ସରକାରୀ ଅନୁମୋଦନ ପ୍ରାପ୍ତ ଭାଷା
  • କହୁଥିବା ଲୋକଙ୍କ ସଙ୍ଖ୍ୟା ଅନୁସାରେ ଭାରତୀୟ ଭାଷାର ତାଲିକା

ପଠନ ତାଲିକା

  • Hembram, P. C. (2002). Santhali, a natural language. New Delhi: U. Hembram.
  • Minegishi, M., & Murmu, G. (2001). Santhali basic lexicon with grammatical notes. Tōkyō: Institute for the Languages and Cultures of Asia and Africa, Tokyo University of Foreign Studies. ISBN 4-87297-791-2
  • Newberry, J. (2000). North Munda dialects: Mundari, Santhali, Bhumia. Victoria, B.C.: J. Newberry. ISBN 0-921599-68-4
  • Murmu, G., & Das, A. K. (1998). Bibliography, Santhali literature. Calcutta: Biswajnan. ISBN 81-7525-080-1
  • Muscat, George, Santhali: A New Approach. Sahibganj, Bihar.
  • Ghosh, A. (1994). Santhali: a look into Santal morphology. New Delhi: Gyan Pub. House. ISBN 81-212-0451-8
  • Chakrabarti, B. (1992). A comparative study of Santhali and Bengali. Calcutta: K.P. Bagchi & Co. ISBN 81-7074-128-9
  • Mitra, P. C. (1988). Santhali, the base of world languages. Calcutta: Firma KLM.
  • Paul Olaf Bodding (1929). A Santal dictionary. Oslo: J. Dybwad.
  • Зограф Г. А. 1960/1990. Языки Южной Азии. М.: Наука (1-е изд., 1960).
  • Лекомцев, Ю. K. 1968. Некоторые характерные черты сантальского предложения // Языки Индии, Пакистана, Непала и Цейлона: материалы научной конференции. М: Наука, 311—321.
  • Bodding, Paul O. 1929/1952. A Santal Grammar for the Beginners, Benagaria: Santal Mission of the Northern Churches (1st edition, 1929).
  • Grierson, Sir George A. (ed.) 1906 (reprinted 1967). The Linguistic Survey of India. Vol.IV. Delhi-Varanasi-Patna.
  • Macphail, R. M. 1964. An Introduction to Santhali, Parts I & II. Benagaria: The Santhali Literature Board, Santhali Christian Council.
  • Maspero, Henri. 1952. Les langues mounda. Meillet A., Cohen M. (dir.), Les langues du monde, P.: CNRS.
  • Neukom, Lukas. 2001. Santhali. München: LINCOM Europa.
  • Pinnow, Heinz-Jürgen. 1966. A comparative study of the verb in the Munda languages. Zide, Norman H. (ed.) Studies in comparative Austroasiatic linguistics. London—The Hague—Paris: Mouton, 96-193.
  • Santhali Folk Tales: Ed. by Rev. P.O. Bodding. Oslo: Institutet for sammenlingenden kulturforskning, Publikationen. Vol. I—III. 1923—1929
  • Skrefsrud, L.O. 1873. The Grammar of Santhali Language. Benares: Medical Hall Press.
  • Vermeer, Hans J. 1969. Untersuchungen zum Bau zentral-süd-asiatischer Sprachen (ein Beitrag zur Sprachbundfrage). Heidelberg: J. Groos.

ଆଧାର

ବାହାର ଲିଙ୍କ

Tags:

ସାନ୍ତାଳୀ ଭାଷା ଆନ୍ଦୋଳନସାନ୍ତାଳୀ ଭାଷା ଦିବସସାନ୍ତାଳୀ ଭାଷା ଆହୁରି ଦେଖନ୍ତୁସାନ୍ତାଳୀ ଭାଷା ପଠନ ତାଲିକାସାନ୍ତାଳୀ ଭାଷା ଆଧାରସାନ୍ତାଳୀ ଭାଷା ବାହାର ଲିଙ୍କସାନ୍ତାଳୀ ଭାଷାଅଲ ଚିକିଆସାମଓଡ଼ିଶାଝାଡ଼ଖଣ୍ଡତ୍ରିପୁରାପଶ୍ଚିମବଙ୍ଗବିହାରଭାରତହୋ ଭାଷା

🔥 Trending searches on Wiki ଓଡ଼ିଆ:

ପଣା ସଂକ୍ରାନ୍ତିକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୨ ଫେବୃଆରୀଡାଲିଚୈତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭୀମ ପୃଷ୍ଟି୧୨ ଅପ୍ରେଲସେପ୍ଟେମ୍ବରକାଳୀଚରଣ ପଟ୍ଟନାୟକମିନତି ମିଶ୍ରରାଣୀ ଲକ୍ଷ୍ମୀବାଈଗଜଲବାଜି ରାଉତପୁରୀଓଡ଼ିଶା ଆଦର୍ଶ ବିଦ୍ୟାଳୟପରିବେଶରତ୍ନାକର ଚଇନିଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଭାଷ ଚନ୍ଦ୍ର ବୋଷଚେରୋ ଜାତିଇବାଣ୍ଡ୍ରୋନିକ ଏସିଡଓଡ଼ିଶାର ସଂସ୍କୃତିକିଶୋରୀ ଚରଣ ଦାସସମ୍ବଲପୁର ଜିଲ୍ଲାବିଭୂତି ପଟ୍ଟନାୟକଶାନ୍ତନୁ କୁମାର ଆଚାର୍ଯ୍ୟଗାଲୁଆଗୋଦାବରୀଶ ମିଶ୍ରକଳିଙ୍ଗ ଯୁଦ୍ଧଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଖିଳ ନାୟକବୈଶାଖଭାରତୀୟ ସମ୍ବିଧାନଯାଜପୁରଭୂମିକା ଦାଶମରିସସପୃଥିବୀଭାରତ ସରକାରଯୁକ୍ତରାଷ୍ଟ୍ର ଆମେରିକାସ୍ୱିଡେନଓଡ଼ିଶାର ଲୋକନୃତ୍ୟନୀଳକଣ୍ଠ ଦାସପୂର୍ଣ୍ଣାନନ୍ଦ ଦାନୀମଧୁମେହଭାରତୀୟ ଜନତା ପାର୍ଟିଅଚ୍ୟୁତାନନ୍ଦ ଦାସ୨୬ ଅପ୍ରେଲଭୀମ ଭୋଇବନ୍ଧୁ ମହାନ୍ତିଗୁଗଲଗୋପାଳ ଛୋଟରାୟଅନ୍ନଦା ଶଙ୍କର ରାୟସଞ୍ଜୀବ କୁମାର ମଲ୍ଲିକଓଡ଼ିଆ ଭ୍ରମଣ ସାହିତ୍ୟଗଣନ ସଂଖ୍ୟାହରେକୃଷ୍ଣ ମହତାବ୨୫ ମାର୍ଚ୍ଚବୁଧବାରକଟକଉପେନ୍ଦ୍ର କିଶୋର ଦାସଚନ୍ଦନ ବୋଡ଼ାଗଙ୍ଗାଧର ମେହେରରଥଯାତ୍ରାକଳମଶାଗ🡆 More