ଅଲ ଚିକି ଲିପି

ଅଲ ଚିକି ଲିପି ଏକ ଲେଖିବା ପ୍ରଣାଳୀ ଯାହାକୁ ସାନ୍ତାଳୀ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଅଲ ଚିକି ବହୁବିଧ ନାମ ଯଥା ଅଲ ଚେମେଦ (ପ୍ରଣାଳୀ), ଅଲ ଓ ବେଳେବେଳେ ସାନ୍ତାଳ ଅକ୍ଷର ବୋଲି ଜଣାଶୁଣା । ଏହି ଲିପି ପଣ୍ଡିତ ରଘୁନାଥ ମୁର୍ମୁଙ୍କଦ୍ୱାରା ୧୯୨୫ ମସିହାରେ ବିକଶିତ ହୋଇଥିଲା ।

ଅଲ ଚିକି
ଅଲ ଚିକି ଲିପି
ପ୍ରକାର
ବର୍ଣ୍ଣମାଳା
ଭାଷାସମୂହସାନ୍ତାଳୀ ଭାଷା
ଦିଗLeft-to-right
ISO 15924Olck, 261
ଇଉନିକୋଡ଼ ଉପନାମ
Ol Chiki
ଇଉନିକୋଡ଼ ସୀମା
U+1C50–U+1C7F

ପୂର୍ବରୁ ସାନ୍ତାଳ ଭାଷାକୁ ଲାଟିନ ଲିପିରେ ଲେଖାଯାଉ ଥିଲା । କିନ୍ତୁ ସାନ୍ତାଳୀ ଭାଷା ଅନ୍ୟ ଆର୍ଯ୍ୟ-ଭାରତୀୟ ଭାଷା ପରି ହୋଇନଥିବାରୁ, ଏହାର ପ୍ରତି ଧ୍ୱନିକୁ ପ୍ରଚଳିତ ଆର୍ଯୀୟ ଲିପିରେ ଲେଖିବା ସମ୍ଭବ ହେଉ ନଥିଲା । ସାନ୍ତାଳୀ ଭାଷାର ପ୍ରତି ଧ୍ୱନି, ବିଶେଷ କରି ଏହାର ସ୍ୱର ବର୍ଣ୍ଣ ଓ କେତେକ ବ୍ୟଞ୍ଜନ ବର୍ଣ୍ଣ ପାଇଁ ଭାରତୀୟ ଲିପି ମାନଙ୍କରେ ଅକ୍ଷର ନଥିଲା । ବ୍ରାହ୍ମୀ ଲିପିରୁ ଆସିଥିବା ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ପରି ଅଲ ଚିକିରେ ମାତ୍ରାର ବ୍ୟବହାର ହୁଏ ନାହିଁ ଏବଂ ବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣର ସମାନ ଗୁରୁତ୍ତ୍ୱ ରହିଥାଏ । ପ୍ରଥମେ ଜଣେ ନରବେର ପାଦ୍ରୀ ପଲ ଅଲାଫ ବୋଡ଼ିଙ୍ଗ ଲାଟିନ ଅକ୍ଷରରେ ସାନ୍ତାଳି ଲେଖିବା ଆରମ୍ଭ କରିଥିଲେ । ଅଲ ଚିକିର ଆରମ୍ଭ ପରେ ଏଥିରେ ଲେଖାଲେଖି ଅଧିକ ସହଜ ହୋଇ ପାରିଛି । ଅଲ ଚିକି ଏକ ସଳଖ ଅକ୍ଷର, ଏହା ଯୁକ୍ତାକ୍ଷର ରହିତ ଓ ସ୍ୱର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ସମାନ ଭାବରେ ବ୍ୟବହାର ହୋଇଥାନ୍ତି । ଆହୁରି ମଧ୍ୟ ଏହା ଧ୍ୱନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳୀ ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ । ଅଲ ଚିକିରେ ସମୁଦାୟ ୩୦ଟି ବର୍ଣ୍ଣ ରହିଛି,ସେଥି ମଧ୍ଯରୁ ୨୪ଟି ବ୍ଯଞ୍ଜନ ବର୍ଣ୍ଣ ୬ଟି ସ୍ୱର ବର୍ଣ୍ଣ । ଏହା ବ୍ୟତୀତ ୫ଟି ପରିବର୍ତ୍ତିତ ବର୍ଣ୍ଣ ଅଛି ଯାହାକୁ ଟୁଡାଃ କୁହାଯାଏ । ଏହି ଲିପିକୁ ବାମରୁ ଡାହାଣକୁ ଲେଖାଯାଏ ।

ଇଉନିକୋଡ ଚାର୍ଟ

ଇଉନିକୋଡ଼ ମାନକରେ ଅଲ ଚିକି ଏପ୍ରିଲ, ୨୦୦୮ରେ ଯୋଡ଼ାଯାଇଥିଲା ଯାହା ୫.୧ ସଙ୍କଳନରେ ଆସିଅଛି ।

ଅଲ ଚିକି ପାଇଁ ଇଉନିକୋଡ଼ ବ୍ଲକ ହେଲା U+1C50–U+1C7F:

ଅଲ ଚିକି[1]
Unicode.org chart (PDF)
  0 1 2 3 4 5 6 7 8 9 A B C D E F
U+1C5x
U+1C6x
U+1C7x ᱿
ଟୀକା
    1.^ As of Unicode version 6.0

ଆହୁରି ଦେଖନ୍ତୁ

ପଣ୍ଡିତ ରଘୁନାଥ ମୁର୍ମୁ

ସାନ୍ତାଳୀ ଭାଷା

ଆଧାର

ବାହାର ଲିଙ୍କ

Tags:

ଅଲ ଚିକି ଲିପି ଇଉନିକୋଡ ଚାର୍ଟଅଲ ଚିକି ଲିପି ଆହୁରି ଦେଖନ୍ତୁଅଲ ଚିକି ଲିପି ଆଧାରଅଲ ଚିକି ଲିପି ବାହାର ଲିଙ୍କଅଲ ଚିକି ଲିପିସାନ୍ତାଳୀ ଭାଷା

🔥 Trending searches on Wiki ଓଡ଼ିଆ:

ସତ୍ରାଜିତ୍‌ଗରୁଡ଼ପଠାଣି ସାମନ୍ତମାନସିକ ସ୍ୱାସ୍ଥ୍ୟଶ୍ରୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାରତୀୟ ଭୋଜନଖେଚେଡ଼ିଗ୍ରୀନଲାଣ୍ଡପ୍ରତିଭା ପାଟିଲବିନୋବା ଭାବେବୀର ସୁରେନ୍ଦ୍ର ସାଏଛବିଳ ମଧୁ ବର୍ଣ୍ଣବୋଧଅର୍ଚ୍ଚନା (କବିତା ସଙ୍କଳନ)ଦୁର୍ଗାଭାରତୀୟ ଦଣ୍ଡବିଧି ସଂହିତା ଦଫା ୩୦୯ଓଡ଼ିଶାର ସଂସ୍କୃତିଧର୍ମଓଡ଼ିଆ କାବ୍ୟ କବିତାକାଳୀୟଦଳନ ବେଶନଟବର ଶତପଥୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପିଠାଇଉକାଲିପଟାସ୍୨୦୦୬ଗୁରୁ ପ୍ରସାଦ ମହାନ୍ତି୨୯ ଅପ୍ରେଲହନୁମାନ ଚାଳିଶାଗୋଦାବରୀଶ ମିଶ୍ର୧ ଅପ୍ରେଲକଳିଙ୍ଗ ଯୁଦ୍ଧଆମ୍ବେଦକର ଜୟନ୍ତୀଓଡ଼ିଆ ସାହିତ୍ୟର ଇତିହାସଅଚ୍ୟୁତ ସାମନ୍ତଭାଜିନିସମସମହାତ୍ମା ଗାନ୍ଧୀବୃହସ୍ପତି (ଜ୍ୟୋତିଷ)ଓଡ଼ିଆ କବି ମାନଙ୍କର ତାଲିକାରାମେଶ୍ୱର ମନ୍ଦିରଯୋରନ୍ଦା ମେଳାଭୁବନେଶ୍ୱର ବେହେରାଦୁଦୁରାଜନ ଗଣ ମନତାକଲାମାକାନ ମରୁଭୂମିମେଦ ବହୁଳତାକବାଟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶାରଳା ପୁରସ୍କାରମଘା (ନକ୍ଷତ୍ର)ଚାର୍ମି କୌରହିନ୍ଦୁଡାଲମାମଧୁସୂଦନ ଦାସବୈଶାଖଭାରତଆନ୍ଧ୍ର ପ୍ରଦେଶନନ୍ଦିନୀ ଶତପଥୀଜନ ବୀମସଗଣିତଲଘିଷ୍ଠ ସାଧାରଣ ଗୁଣିତକଭାଷାଅମରପୋଇଠିଆକିଆ ବେଶସଂଖ୍ୟା ରେଖା୯୨୪ସିପ୍ରା ମଲ୍ଲିକଦାଶରଥୀ ଜେନାଯୋଗଶିରିଡ଼ିଓଡ଼ିଆ ଭାଷାଜ୍ୟାମିତିଓଡ଼ିଶାର ଇତିହାସସାହିତ୍ୟ ଭାରତୀ ସମ୍ମାନ🡆 More