ଆମ୍ବେଦକର ଜୟନ୍ତୀ

ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଏକ ବାର୍ଷିକ ଉତ୍ସବ ଯାହା ୧୪ ଅପ୍ରେଲ ତାରିଖ ଦିନ ସାମାଜିକ କର୍ମୀ ଓ ବ‌ହୁଗୁଣ ସମ୍ପନ୍ନ ବି ଆର ଆମ୍ବେଦକରଙ୍କ ସ୍ମୃତିରେ ପାଳନ କରାଯାଏ । ଅପ୍ରେଲ ୧୪ ତାରିଖ ୧୮୯୧ ମସିହା ଦିନ ଡ.

ବାବାସାହେବ ଆମ୍ବେଦକର ଜନ୍ମଗ୍ରହଣ କରିଥିବା ଯୋଗୁ ଏହି ଦିନ ପାଳନ କରାଯାଏ । ଏହି ଦିନଟି ୨୦୧୫ ମସିହାରୁ ଏକ ଜନ ସାଧାରଣ ଛୁଟି ଭାବରେ ପାଳନ କରାଯାଉଛି । ଏହି ଦିବସଟି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପାଳିତ ହେଉଛି । ସାରା ଜୀବନ ଆମ୍ବେଦକର ସମତା ନିମନ୍ତେ ଲଢେଇ କରିଥିବାରୁ ତାଙ୍କର ଏହି ଜନ୍ମଦିନକୁ ସମତା ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି, ଓ ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ରୂପେ ପାଳନ କରିବାକୁ ମିଳିତ ଜାତିସଂଘ ଆଗରେ ଦାବି ହେଉଛି ।

ଆମ୍ବେଦକର ଜୟନ୍ତୀ
ଆମ୍ବେଦକର ଜୟନ୍ତୀ
Ambedkar Jayanti Procession at Chaitya Bhoomi
ନାମDr. Babasaheb Ambedkar Jayanti
ଅନ୍ୟ ନାମଭୀମ ଜୟନ୍ତୀ
ପାଳନକାରୀଭାରତ
ପ୍ରକାରଧର୍ମନିରପେକ୍ଷ; ଆମ୍ବେଦକରଙ୍କ Dr.B.R.Ambedkar ଜନ୍ମ ବାର୍ଷିକୀ
ପାଳନଆମ୍ବେଦକର ଜୟନ୍ତୀ
ପର୍ବ ପାଳନCommunity, historical celebrations
ତାରିଖ୧୪ ଅପ୍ରେଲ
ପୁନଃପୌନିକତାAnnual
ସମ୍ପର୍କିତAshok Vijaya Dashmi
Constitution Day (India)

ପୃଷ୍ଠଭୂମି

ଆମ୍ବେଦକର ଜୟନ୍ତୀ 
ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ନୂଆ ଦିଲ୍ଲୀର ପାର୍ଲିଆମେଣ୍ଟ ଭାବନଠାରେ ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି

ମୁମ୍ବାଇର ଚୈତ୍ୟଭୂମି ଓ ନାଗପୁରର ଦିକ୍ଷାଭୂମିରୁ ତାଙ୍କର ଅନୁଗାମୀମାନେ ଏକ ଶୋଭାଯାତ୍ରାରେ ବାହାରନ୍ତି । ପରମ୍ପରାକ୍ରମେ ନୂଆ ଦିଲ୍ଲୀର ପାର୍ଲିଆମେଣ୍ଟ ଭବନରେସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଭାରତର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଓ ଅନ୍ୟାନ୍ୟ ରାଜନୈତିକ ପାର୍ଟିର ନେତାମାନେ ଶ୍ରଦ୍ଧାଞ୍ଜଳୀ ଦେଇ ସମ୍ମାନିତ କରନ୍ତି । ସାରା ପୃଥିବୀର ଦଳିତ, ଆଦିବାସୀ, ଶ୍ରମିକ, ତାଙ୍କ ପଦାଙ୍କ ଅନୁସରଣ କରୁଥିବା ବୌଦ୍ଧ ମହିଳାମାନେ ଏହି ଦିବସଟି ପାଳନ କରନ୍ତି । ଆମ୍ବେଦକର ଜୟନ୍ତୀ ଅନଲାଇନରେ ୨୦୨୦ ମସିହାରୁ ପାଳନ କରାଯାଉଛି ।

ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ ଭାରତର ୨୫ଟି ରାଜ୍ୟ ଓ ଯୁନିଅନ ଟେରିଟରିରେ ପାଳନ କରାଯାଉଛି, ଯଥା:- ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡୀଗଡ଼, ଛତିଶଗଡ଼, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜାମୁ ଓ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଣ୍ଡିଚେରୀ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଇତ୍ୟାଦି ।

ଶ୍ରଦ୍ଧାଞ୍ଜଳୀ

ଭାରତୀୟ ପୋଷ୍ଟ ୧୯୬୬, ୧୯୭୩, ୧୯୯୧, ଓ ୨୦୧୩ରେ ଆମ୍ବେଦକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ପ୍ରଚଳନ କରିଥିଲେ ଓ ଟିକେଟ ଉପରେ ତାଙ୍କର ଛବି ୨୦୦୯, ୨୦୧୫, ୨୦୧୭ ଓ ୨୦୨୦ ମସିହାରେ ସ୍ଥାପନ କରିଥିଲେ ।

ଅପ୍ରେଲ ୧୪ ତାରିଖ ୧୯୯୦ ମସିହାରେ ଆମ୍ବେଦକରଙ୍କୁ ଭାରତରତ୍ନ ପୁରସ୍କାର ଦିଆଯାଇଥିଲା । ସେହି ବର୍ଷ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କର ଏକ ପୂର୍ଣ୍ଣାବୟବ ଛବି ସ୍ଥାପନ କରାଯାଇଥିଲା । ତାଙ୍କ ସ୍ମୃତିରେ ୧୪ ଅପ୍ରେଲ ୧୯୯୦ରୁ ୧୪ ଅପ୍ରେଲ ୧୯୯୯୧ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଇଥିଲା ।

ଭାରତ ସରକାର ଆମ୍ବେଦକରଙ୍କ ୧୨୫ ତମ ଜନ୍ମ ଦିବସରେ ତାଙ୍କ ସମ୍ମାନାର୍ଥେ ୨୫ ଓ ୧୨୫ ଟଙ୍କିଆ ମୁଦ୍ରା ପ୍ରଚଳନ କରିଥିଲେ ।

ଅପ୍ରେଲ ୧୪ ତାରିଖ ୨୦୧୫ ମସିହାରେ ଆମ୍ବେଦକରଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ ଗୁଗୁଲ ଡୁଡୁଲ ଛପା ହୋଇଥିଲା । ଏହି ଡୁଡୁଲ ଭାରତ, ଆର୍ଜେଣ୍ଟିନା, ଚିଲି, ଆୟାରଲାଣ୍ଡ, ପେରୁ, ପୋଲାଣ୍ଡ ସୁଇଡେନ ଓ ଇଂଲଣ୍ଡରେ ସ୍ଥାନ ପାଇଥିଲା ।

ମିଳିତ ଜାତିସଂଘ ୨୦୧୬, ୨୦୧୭ ଓ ୨୦୧୮ ମସିହାରେ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲା ।

ଆମ୍ବେଦକରଙ୍କ ସ୍ମୃତିରେ ମହାରାଷ୍ଟ୍ର ସରକାର ୧୪ ଅପ୍ରେଲ ତାରିଖକୁ ଜ୍ଞାନ ଦିବସ ରୂପେ ପାଳନ କରୁଛନ୍ତି ।.

ଆମ୍ବେଦକରଙ୍କ ଜନ୍ମଦିନରେ ତାଙ୍କ ସମ୍ମାନ ଉପଲକ୍ଷେ ୨୦୧୭ ମସିହାରେ ଟୁଇଟର ଏକ ଇମୋଜି ପ୍ରଚାଳନ କରିଛନ୍ତି ।

୬ ଅପ୍ରେଲ ୨୦୨୦ରେ କାନାଡାରେ ଡ. ଆମ୍ବେଦକର ସମତା ଦିବସ ପାଳନ କରିବାକୁ ଫଇସଲା କଲେ । କାନାଡାସ୍ଥିତ ବର୍ଣ୍ଣାବିର ସିଟି କାଉନସିଲ ଏହି ଫଇସଲା କରିଥିଲେ ।

କାନାଡାର ବ୍ରିଟିଶ କଲମ୍ବିଆ ସରକାର ୧୪ ଅପ୍ରେଲ ଦିନଟିକୁ ଡ. ଆମ୍ବେଦକର ସମତା ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି ।

ଆଧାର

Tags:

ଭୀମରାଓ ରାମଜୀ ଆମ୍ବେଦକରମିଳିତ ଜାତିସଂଘ

🔥 Trending searches on Wiki ଓଡ଼ିଆ:

ଭାଷା୬୩୩ମେସିନ ଟ୍ରାନ୍ସଲେସନଓଡ଼ିଶୀରାଷ୍ଟ୍ରପତି ଭବନଶ୍ରୀନିବାସ ରାମାନୁଜନୱାଟରଲୁ ଯୁଦ୍ଧପକ୍ଷୀଅଣସରଶାରଳା ପୁରସ୍କାରସୌର ଜଗତଓଡ଼ିଶାଭାରତୀୟ ସମ୍ବିଧାନଅନୁପମ ଭାରତମାୟାଧର ମାନସିଂହଧର୍ମେନ୍ଦ୍ର ପ୍ରଧାନଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଚଉତିଶାଛବିଳ ମଧୁ ବର୍ଣ୍ଣବୋଧବୈକୁଣ୍ଠନାଥ ପଟ୍ଟନାୟକଚନ୍ଦନଅଚ୍ୟୁତାନନ୍ଦ ପ‌ତିଆମ୍ବମୋରୋକ୍କୋରାଜା ରାମମୋହନ ରାୟବିଶ୍ୱତାପନଓଡ଼ିଶା ବିଧାନ ସଭାଦଶାବତାରଗ୍ରହବ୍ୟଞ୍ଜନ ବର୍ଣ୍ଣପ୍ରେମୱିଲିଅମ ସେକ୍ସପିଅରଭଦଭଦଳିଆପୃଥିବୀଲକ୍ଷ୍ମଣ ନାୟକପ୍ରଥମାଷ୍ଟମୀଜଣ୍ଡିସ୍ମନୋଜ ପଟ୍ଟନାୟକ (ଗୀତିକାର)କୃଷ୍ଣସଚ୍ଚିଦାନନ୍ଦ ରାଉତରାୟରାମଚନ୍ଦ୍ର ମିଶ୍ରଓଡ଼ିଆ ଭାଷାଶିମିଳିପାଳ ଜାତୀୟ ଉଦ୍ୟାନହନୁମାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଗଜଲଅମରକଣ୍ଟକ ଏକ୍ସପ୍ରେସଉତ୍କଳ ଦିବସଅଜନ୍ତା ଗୁମ୍ଫାଦ୍ୱିତୀୟ ବିଶ୍ୱଯୁଦ୍ଧଅଶୋକାଷ୍ଟମୀଅପରେଟିଙ୍ଗ ସିଷ୍ଟମଗାଲୁଆସାରଳା ସମ୍ମାନପୂର୍ଣ୍ଣାନନ୍ଦ ଦାନୀଚିନ୍ତାମଣି ବେହେରାଯୋଗମି ଠୁ (ହ୍ୟାସଟ୍ୟାଗ)ପଖାଳଶ୍ରୀ ଅରବିନ୍ଦବୁଧବାରମହାଦେଶଅଲାରନାଥ ମନ୍ଦିର🡆 More