ଦମୟନ୍ତୀ ବେଶ୍ରା: ସାନ୍ତାଳୀ ସାହିତ୍ୟିକ

ଦମୟନ୍ତୀ ବେଶ୍ରା‌ (ଜନ୍ମ: ୧୯ ଫେବୃଆରୀ ୧୯୬୨) ଜଣେ ସାନ୍ତାଳୀ ଭାଷା ଲେଖିକା । ୧୯୯୪ରେ ଜିୱି ଝର୍ନା ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ତାଙ୍କର ସାୟ୍ ସାହେଦ୍ କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ । ୨୦୧୧ ମସିହାରୁ ସେ କଦମ ଦାର ନାମକ ସାନ୍ତାଳୀ ପତ୍ରିକା ପ୍ରକାଶ କରିଆସୁଛନ୍ତି । ସେ ସାନ୍ତାଳୀ ଭାଷାରେ ୨୦ଟି ଓ ଓଡ଼ିଆରେ ୮ଟି ବହି ରଚନା କରିଛନ୍ତି । ସାନ୍ତାଳୀରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

ଦମୟନ୍ତୀ ବେଶ୍ରା‌
ଦମୟନ୍ତୀ ବେଶ୍ରା: ପ୍ରାରମ୍ଭିକ ଜୀବନ, ବୃତ୍ତିଗତ ଜୀବନ, ପାରିବାରିକ ଜୀବନ
ଦମୟନ୍ତୀ ବେଶ୍ରା
ଜନ୍ମ
ଦମୟନ୍ତୀ ବେଶ୍ରା‌

(1962-02-19) ୧୯ ଫେବୃଆରୀ ୧୯୬୨ (ବୟସ ୬୨)
ବୃତ୍ତିଅଧ୍ୟାପିକା
ଦମୟନ୍ତୀ ବେଶ୍ରା: ପ୍ରାରମ୍ଭିକ ଜୀବନ, ବୃତ୍ତିଗତ ଜୀବନ, ପାରିବାରିକ ଜୀବନ
ଦମୟନ୍ତୀ ବେଶ୍ରା‌ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ

ପ୍ରାରମ୍ଭିକ ଜୀବନ

ଦମୟନ୍ତୀ ବେଶ୍ରା‌ ୧୯୬୨ ଫେବୃଆରୀ ୧୯ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବବେଇଯୋଡ଼ା ଗାଁରେ ମାତା ପୁଙ୍ଗି ମାଝୀ ଓ ପିତା ରାଜମଲଙ୍କ ଜୈଷ୍ଠ୍ୟ କନ୍ୟା ଭାବେ ଜନ୍ମ ନେଇଥିଲେ । ତାଙ୍କ ଡାକ ନାଁ ଥିଲା ଧିଙ୍ଗିଜ । ସାନ୍ତାଳୀ ପରମ୍ପରା ଅନୁସାରେ ଏହି ନାମ ତାଙ୍କ ଜେଜେମାଙ୍କ ନାମ ଅନୁସାରେ ଦିଆଯାଇଥିଲା । ତାଙ୍କ ଗାଁ ବବେଇଯୋଡ଼ାରେ କୌଣସି ସ୍କୁଲ ନଥିବା ସତ୍ତ୍ୱେ ଜଣେ ସ୍ଥାନୀୟ ବାସିନ୍ଦା ଏକ ଛୋଟ ଚାଳିଆରେ ପିଲାଙ୍କୁ ପଢ଼ାଉଥିଲେ ଓ ସେଠାରେ ସେ ପ୍ରାଥମିକ ଶିକ୍ଷା ପାଇଥିଲେ । ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସହ ସେ ମଧ୍ୟ ଭୂମିରେ ଖଡ଼ିରେ ଲେଖି ଅକ୍ଷର ଶିଖିଥିଲେ । ତାଙ୍କ ବଡ଼ବାପାଙ୍କ କୌଣସି ସନ୍ତାନ ନଥିବାରୁ ସେ ତାଙ୍କୁ ନିଜ ଝିଅ ଭଳି ପାଳନ କରି ନିଜେ ରହୁଥିବା ଦେଉଳି ଗ୍ରାମରେ ଏକ ସ୍କୁଲରେ ଦମୟନ୍ତୀଙ୍କ ନାମ ଲେଖାଇଥିଲେ । ସେଠାରେ ସେ ତୃତୀୟ ଶ୍ରେଣୀଯାଏ ପଢ଼ିଥିଲେ । ତାହା ପରେ ନିଜ ଗାଁରୁ ୨ କିମି ଦୂର ଚଣ୍ଡୀଦା ସ୍କୁଲରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଥିଲେ । ଷଷ୍ଠରୁ ଏକାଦଶ ଶ୍ରେଣୀ ଯାଏ ସେ ରାଇରଙ୍ଗପୁର କନ୍ୟାଶ୍ରମରେ ପଢ଼ିଥିଲେ । ୧୯୭୭ ମସିହାରେ ସେ ସେଠାରୁ ମ୍ୟାଟ୍ରିକ ପାସ କରିଥିଲେ । ରାଇରଙ୍ଗପୁର ପାଖାପାଖି କୌଣସି କଲେଜ ନଥିବାରୁ ସେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଇ.ଏ.ରେ ନାମ ଲେଖାଇ ୧୯୭୯ରେ ସେଥିରୁ ଉତ୍ତୀର୍ଣ୍ଣ ହୋଇ ପରେ ଓଡ଼ିଆ ସମ୍ମାନ ସହ ୧୯୮୧ରେ ସ୍ନାତକରୁ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୩ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭାଷାବିଜ୍ଞାନରେ ବିଶେଷ ପେପର ଥାଇ ସ୍ନାତକୋତ୍ତର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଚାକିରି କରୁଥିବା ସମୟରେ ୧୯୯୩ ମସିହାରେ ସେ ଓଡ଼ିଆରେ ଏମ. ଫିଲ. ଲାଭ କରିଥିଲେ । ୨୦୦୫ ମସିହାରେ ସେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ "ମୟୂରଭଞ୍ଜର ସାନ୍ତାଳ: ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ" ବିଷୟରେ ଡକ୍ଟରେଟ ଲାଭ କରିଥିଲେ ।

ତାଙ୍କର ପଢ଼ା ଓ ବିଶେଷ କରି ସ୍ନାତକୋତ୍ତର ସମୟରେ ସେ ପ୍ରଥମେ ଲେଖାଲେଖି ଆରମ୍ଭ କରିଥିଲେ । ୧୯୮୭ ମସିହାରେ ଫାଗୁନ ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା । ୧୯୯୦ ମସିହାରେ ରଘୁନାଥ ମୁର୍ମୁଙ୍କ ଉପରେ ଆଧାରିକ ତାଙ୍କର କବିତା "ଅନଲିଆ" ପ୍ରଥମେ "ଫାଗୁନ କୋଏଲ" ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୯୪ ମସିହାରେ ତାଙ୍କର କବିତା ସଂକଳନ "ଜିୱି ଝର୍ନା" ପ୍ରକାଶିତ ହୋଇଥିଲା । ଏହା ଥିଲା ସାନ୍ତାଳୀ ଭାଷାରେ ଜଣେ ଲେଖିକାଙ୍କଦ୍ୱାରା ପ୍ରକାଶିତ ପ୍ରଥମ ପୁସ୍ତକ । ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ ତାଙ୍କୁ ଏଥି ପାଇଁ "ବର୍ଷର ଶ୍ରେଷ୍ଠ ଲେଖକ/ଲେଖିକା" ସମ୍ମାନରେ ସମ୍ମାନୀତ କରିଥିଲା । ସାନ୍ତାଳୀ ଭାଷା କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସ୍ୱୀକୃତ ପ୍ରାପ୍ତ ହେବା ପରେ ସେ ପ୍ରଥମ କନଭେନର ଭାବେ ଯୋଗଦେଇଥିଲେ ।

ବୃତ୍ତିଗତ ଜୀବନ

୧୯୮୫ରେ ସେ ଜୁନିଅର ଏମ୍ପ୍ଲୋଏମେଣ୍ଟ ଅଫିସର ଭାବେ ଯୋଗଦେଇଥିଲେ । ପରେ ଏଜି ଅଫିସରେ କ୍ଲର୍କ-କମ-ଟାଇପିଷ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପାଇଥିଲେ । ତାହା ପରେ ସେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ, ବାରିପଦାଠାରେ ଅଧ୍ୟାପିକା ଭାବେ ୧୯୮୭ ମସିହାରେ ଯୋଗଦେଇଥିଲେ । ତାଙ୍କର "ସାୟ୍ ସାହେଦ୍" କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ପାରିବାରିକ ଜୀବନ

୧୯୮୮ ମସିହାରେ ସେ ଲେଖକ ଓ ବ୍ୟାଙ୍କ ଅଧିକାରୀ ଗଙ୍ଗାଧର ହାଁସଦାଙ୍କୁ ବିବାହ କରିଥିଲେ ।

ସମ୍ମାନ

  • ପଦ୍ମଶ୍ରୀ, ୨୦୨୦
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ ମସିହାରେ 'ସାୟ୍ ସାହେଦ୍' କବିତା ସଂକଳନ ପାଇଁ

ଆଧାର

Tags:

ଦମୟନ୍ତୀ ବେଶ୍ରା ପ୍ରାରମ୍ଭିକ ଜୀବନଦମୟନ୍ତୀ ବେଶ୍ରା ବୃତ୍ତିଗତ ଜୀବନଦମୟନ୍ତୀ ବେଶ୍ରା ପାରିବାରିକ ଜୀବନଦମୟନ୍ତୀ ବେଶ୍ରା ସମ୍ମାନଦମୟନ୍ତୀ ବେଶ୍ରା ଆଧାରଦମୟନ୍ତୀ ବେଶ୍ରାପଦ୍ମଶ୍ରୀସାନ୍ତାଳୀ ଭାଷା

🔥 Trending searches on Wiki ଓଡ଼ିଆ:

ସିପାହୀ ବିଦ୍ରୋହଜାଭା (ପ୍ରୋଗ୍ରାମିଂ ଭାଷା)ବୈଶାଖଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀ ଅରବିନ୍ଦବରଗଛଭାତଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ରାମାୟଣଭାରତୀୟ ଜାତୀୟ କଂଗ୍ରେସଗୋପବନ୍ଧୁ ଦାସନବକୃଷ୍ଣ ଚୌଧୁରୀ୩୦ ଅପ୍ରେଲଭାରତର ଜାତୀୟ ପତାକାହୋଲିରାଶି ଓ ନକ୍ଷତ୍ରପଦାର୍ଥଓଡ଼ିଆକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସୁଗ୍ରୀବଚୈତ୍ରକଟକ ଜିଲ୍ଲାପ୍ରସନ୍ନ କୁମାର ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ତୁଳସୀ ଗଛ୨୦ ଅପ୍ରେଲସିକ୍ଲ ସେଲ୍ ରୋଗକିରଣ ବେଦୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଯୋଗଜାତୀୟ ସଙ୍ଗୀତବିବାହକାମଦା ଏକାଦଶୀକ୍ଷୀରଝୁମରଗୋମୁହାଁ କୁମ୍ଭୀରବିଶ୍ୱ ମ୍ୟାଲେରିଆ ଦିବସଦୁର୍ଗାଷ୍ଟମୀଓଡ଼ିଆ ନବବର୍ଷଅନନ୍ତ ପଟ୍ଟନାୟକପ୍ରତୀକ୍ଷାରଣଜିତ ପଟ୍ଟନାୟକପଞ୍ଚସଖାମସ୍କୋଦି ଟାଇମସ୍ ଅଫ୍ ଇଣ୍ଡିଆପଣାଦୁର୍ଗା ପୂଜା୧୯୮୪ଅନ୍ନପୂର୍ଣ୍ଣା ମହାରଣାରାମଚନ୍ଦ୍ର ବେହେରାଚାନ୍ଦବାଲିନକ୍ଷତ୍ରମାତଙ୍ଗୀହନୁମାନପ୍ରଶାନ୍ତ ନନ୍ଦଉଇକିପିଡ଼ିଆ ସମୂହର ତାଲିକାଦଶରଥସମ୍ବାଦ (ଖବରକାଗଜ)ସୀତାକାନ୍ତ ମହାପାତ୍ରଓଡ଼ିଶାର ଇତିହାସଅହଲ୍ୟା (ଓଡ଼ିଆ କଥାଚିତ୍ର)ଗୌରୀଶଙ୍କର ରାୟତାରାପ୍ରସାଦ ଦାସଅଗ୍ନ୍ୟାଶୟ ଅକ୍ଷମତାରଜିୟା ସୁଲତାନଭଗବତ ଗୀତାନଦୀସଞ୍ଚିତା ମହାନ୍ତି🡆 More