ଗଙ୍ଗାଧର ମେହେର

ସ୍ୱଭାବ କବି ଗଙ୍ଗାଧର ମେହେର ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ - ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା, ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା। କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ। .

"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି[୨] ଓ ସ୍ୱଭାବ କବି ଭାବେ ପରିଚିତ ।[୩] ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -" ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା,ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।"କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ।

ସ୍ୱଭାବ କବି

ଗଙ୍ଗାଧର ମେହେର
Gangadhar Meher.png
ଜନ୍ମ ଓ ଜନ୍ମସ୍ଥାନ(1862-08-09)୯ ଅଗଷ୍ଟ ୧୮୬୨ (ଶ୍ରାବଣ ପୂର୍ଣ୍ଣିମା)
ବରପାଲି, ବରଗଡ଼ ଜିଲ୍ଲା
ମୃତ୍ୟୁ୪ ଅପ୍ରେଲ ୧୯୨୪(1924-04-04) (ବୟସ ୬୧) (ଚୈତ୍ର ଅମାବାସ୍ୟା)
ବୃତ୍ତିକଚେରୀ ମୋହରିର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷା୫ମ[୧]
ଶୈଳୀକବି
ବିଷୟଆଧୁନିକ କାବ୍ୟ କବିତା
ସାହିତ୍ୟ କୃତିତପସ୍ୱିନୀ, କୀଚକ ବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ (କବିତା ସଂକଳନ),ମହିମା, ଅଯୋଧ୍ୟା ଦୃଶ୍ୟ ଇତ୍ୟାଦି
ଜୀବନ ସାଥିଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ)
ସନ୍ତାନଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାମରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର
ୱେବସାଇଟ
gangadharmeher.org

ଜୀବନୀ

ପ୍ରାରମ୍ଭିକ ଜୀବନ

ଗଙ୍ଗାଧର ମେହେର ୧୮୬୨ ଅଗଷ୍ଟ ୯ ତାରିଖରେ (ଶ୍ରାବଣ ପୂର୍ଣ୍ଣିମା ତିଥି) ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାସ୍ଥିତ ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[୪] ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ।[୫][୬] ସେ ଶାନ୍ତା ଦେବୀଙ୍କୁ ବିବାହ କରିଥିଲେ ଓ ଶାନ୍ତାଙ୍କ ମୃତ୍ୟୁ ପରେ ଚମ୍ପା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ଜଣ ସନ୍ତାନସନ୍ତତି ଥିଲେ । ତାଙ୍କର ଦୁଇ କନ୍ୟା ବସୁମତୀ ଓ ଲକ୍ଷ୍ମୀ ଏବଂ ଦୁଇ ପୁତ୍ର ଅର୍ଜୁନ ଓ ଭଗବାନ ।

ବୃତ୍ତି

ସେ ୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ ରଚନା

ବାଲ୍ୟକାଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କ ଶୈଳୀ ଅନୁସରଣରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ "ରସ ରତ୍ନାକର" ଓ "ଅହଲ୍ୟା ସ୍ତବ" ଆଦି ଅନ୍ୟତମ । ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚିତ । ପରେ ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ "ଇନ୍ଦୁମତୀ" ନାମକ କାବ୍ୟ ରଚନା କରିଥିଲେ ।[୭] ତାଙ୍କ ରଚନାରେ ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା ତଥା ମାନବତାର ଉଲ୍ଲେଖ ରହିଛି । ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ମଧ୍ୟ ସେ ଓଡ଼ିଆ କବିତା ରଚନା କରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ତାଙ୍କ ରଚିତ ଗୀତିକବିତାମାନଙ୍କ ମଧ୍ୟରୁ ଅନ୍ୟତମ ।

କାବ୍ୟ

  • ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
  • ମଧୁମୟ
  • ଉତ୍କଳ ଲକ୍ଷ୍ମୀ (୧୮୯୪)
  • କୀଚକ ବଧ (୧୯୦୩)
  • ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
  • ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
  • ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
  • ମହିମା
  • କବିତା କଲ୍ଲୋଳ
  • ଅଯୋଧ୍ୟା ଦୃଶ୍ୟ
  • ବଳରାମଦେବ
  • ପଦ୍ମିନୀ (ଶେଷ କୃତି)

କବିତା

  • ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
  • ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
    • ଭକ୍ତି
    • ଅମୃତମୟ
    • ମଧୁମୟ
  • ମାତୃଭୂମି
  • ଅର୍ପଣ
  • ଆଶ୍ରମେ ପ୍ରଭାତ
  • ଉତ୍କଳ-ଲକ୍ଷ୍ମୀ
  • [ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ]
  • ଭାରତୀ ଭାବନା
  • ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
  • ମହାଜନ
  • ସୁଭାବ ଓ ସ୍ୱଭାବ
  • ଉତ୍କଳ ଭାରତୀଙ୍କ ଉକ୍ତି
  • ନର ଓ ମୟୂର
  • ଭରସା
  • ମଧୁପର ମଧୁଭିକ୍ଷା
  • ଧନପ୍ରତି
  • ବସନ୍ତ ବ୍ରତ

ମୃତ୍ୟୁ

୧୯୨୪ ଅପ୍ରେଲ ୪ ତାରିଖରେ (ଚୈତ୍ର ଅମାବାସ୍ୟା ତିଥି) ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର

This article uses material from the Wikipedia ଓଡ଼ିଆ article ଗଙ୍ଗାଧର ମେହେର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଏଲଓସି କାର୍ଗିଲନେପାଳରିଭାରୋକ୍ସାବାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜଗନ୍ନାଥଫକୀର ମୋହନ ସେନାପତିରଥଯାତ୍ରାଓଡ଼ିଶାଅଣସରସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଏ. ପି. ଜେ. ଅବଦୁଲ କଲାମଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଭାବନା କାନ୍ତଜଗନ୍ନାଥ ମନ୍ଦିରକଟକସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମନୋଜ ଦାସପରି ମଣିଓଡ଼ିଶାର ଲୋକନୃତ୍ୟବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଭାରତସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତରଜଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟମେଘା ବର୍ମନଓଡ଼ିଆ ସାହିତ୍ୟର ଇତିହାସବନ୍ଦେ ଉତ୍କଳ ଜନନୀଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀଜଗନ୍ନାଥ ଦାସନବକଳେବରଗାନ୍ଧାରୀ (ମହାଭାରତ)ଭଗବତ ଗୀତାମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀନିଜାମୀ ବନ୍ଧୁଉପେନ୍ଦ୍ର ଭଞ୍ଜକନକ ମଞ୍ଜରୀ ମହାପାତ୍ରଗିଢାଗୋଦାବରୀଶ ମହାପାତ୍ରଫତୁରାନନ୍ଦମଧୁସୂଦନ ରାଓବିଜ୍ଞାନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଓଡ଼ିଶାର ଇତିହାସଜ୍ଞାନପୀଠ ପୁରସ୍କାର🡆 More