୧ମ ଓଡ଼ିଶା ବିଧାନ ସଭା

ଓଡ଼ିଶା ବିଧାନ ସଭାର ପ୍ରଥମ ବିଧାନ ସଭା ୨୦ ଫେବୃଆରୀ ୧୯୫୨ରୁ ଆରମ୍ଭ ହୋଇ ୪ ମଇ ୧୯୫୭ଯାଏଁ ଚାଲିଥିଲା । ଏହି ବିଧାନ ସଭାର ବାଚସ୍ପତି ଥିଲେ ନନ୍ଦ କିଶୋର ଦାସ । ସେ ୦୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ଯାଏଁ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଏହି ବିଧାନ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ନବକୃଷ୍ଣ ଚୌଧୁରୀ ଏହି ବିଧାନ ସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗଣତନ୍ତ୍ର ପରିଷଦର ନେତା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳର ନେତା ଭାବରେ ଏହି ବିଧାନ ସଭାରେ କାର୍ଯ୍ୟ କରିଥିଲେ ।

ପ୍ରଥମ ବିଧାନ ସଭା
Coat of arms or logo
ପ୍ରକାର
ପ୍ରକାରନିମ୍ନ ସଦନ
ନେତୃତ୍ୱ
ବାଚସ୍ପ‌ତିନନ୍ଦକିଶୋର ଦାସ, କଂଗ୍ରେସ
ଉପ-ବାଚସ୍ପ‌ତିମୌଲବୀ ମହମ୍ମଦ ହନିଫ୍‍ , କଂଗ୍ରେସ
ମୁଖ୍ୟମନ୍ତ୍ରୀନବକୃଷ୍ଣ ଚୌଧୁରୀ, କଂଗ୍ରେସ
ବିରୋଧୀ ଦଳର ମୁଖ୍ୟଶ୍ରଦ୍ଧାକର ସୂପକାର, ଗଣତନ୍ତ୍ର ପରିଷଦ
ଆସନ ସଂଖ୍ୟା୧୪୦
ସାକ୍ଷାତକକ୍ଷ
ORISSA SECRETARIAT.jpg
ବିଧାନ ସଭା
Website
http://ws.ori.nic.in/ola/

ନୂତନ ଭୋଟଦାନ ବ୍ୟବସ୍ଥା

ପୂର୍ବରୁ ୧୯୩୭ ଓ ୧୯୪୬ରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ଚୌକିଦାରୀ ଟିକସ ପ୍ରଦାନକାରୀ ବ୍ୟକ୍ତିମାନେ ହିିଁ କେବଳ ଭୋଟ ଦେବାର ଅଧିକାର ପାଇଥିଲେ, ମାତ୍ର ଏହି ନିର୍ବାଚନରେ ୨୧ବର୍ଷ ଓ ତହିିଁରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାମାନେ ଭୋଟଦେବାର ଅଧିକାର ପାଇଥିଲେ ।

ଆସନ ବୃଦ୍ଧି

ଦେଶ ସ୍ୱାଧୀନ ହେବାପରେ ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବା ପରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସ୍ୱାଧୀନତା ପରେ ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା, ଫଳରେ ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନ ସଭା ପାଇଁ ଆସନ ସଂଖ୍ୟା ୬୦ରୁ ୧୪୦କୁ ବୃଦ୍ଧି କରାଇଥିଲେ । ୧୪୦ଟି ବିଧାନ ସଭା ଆସନରୁ ୭୬ଟି ଜଣିକିଆ ଓ ୩୨ଟି ଯୁଗ୍ମ ନିର୍ବାଚନ ମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଥିଲା । ଏହି ୩୨ଟି ଯୁଗ୍ମ ନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଜଣେ ଆଦିବାସୀ/ହରିଜନ (ସେମାନଙ୍କର ଜନସଂଖ୍ୟା ଅନୁପାତରେ) ନିର୍ବାଚିତ ହେବାର ସୁବିଧା ରଖାଯାଇଥିଲା ।

ସାଧାରଣ ନିର୍ବାଚନ

୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର କରାଯାଇଥିଲା । ଓଡ଼ିଶାର ବିଧାନ ସଭା ଓ ଲୋକ ସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରୀ ୨୪ ତାରିଖ ଯାଏଁ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ଥିଲା ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ସମୁଦାୟ ୩୪.୧୯% ମତଦାନ ହୋଇଥିଲା ।

ଫଳାଫଳ

ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୬୭ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଥିଲା । ଗଣତନ୍ତ୍ର ପରିଷଦ ୩୧ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ସୋସାଲିଷ୍ଟ ପାର୍ଟି ୧୦ଟି, କମ୍ୟୁନିଷ୍ଟ ପାର୍ଟି ୭ଟି, ଫରଓ୍ୱାର୍ଡ ବ୍ଲକ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀମାନେ ୨୪ଟି ଆସନରେ ବିଜୟୀ ହୋଇଥିଲେ ।

ଶପଥ ଗ୍ରହଣ ଏବଂ ସଭା ଆରମ୍ଭ

ନବକୃଷ୍ଣ ଚୌଧୁରୀ ସଂଖ୍ୟାଗରିଷ୍ଠ ଦଳର ନେତା ନିର୍ବାଚିତ ହୋଇ ୭ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ ୧୯୫୨ ମସିହା ଫେବୃଆରୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ପରେ ୧୯୫୨ ମସିହା ମାର୍ଚ୍ଚ ୪ତାରିଖରେ ପ୍ରଥମ ବିଧାନ ସଭାର ଅନ୍ୟ ସଭ୍ୟମାନେ ଶପଥ ଗ୍ରହଣ କରିଥିଲେ । ବିଧାନ ସଭା ସଦସ୍ୟ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଭ୍ୟମାନଙ୍କୁ ଶପଥପାଠ କରାଇଥିଲେ । ସେହିଦିନ ନବଗଠିତ ବିଧାନ ସଭାର ପ୍ରଥମ ବୈଠକ ନୂଆ ରାଜଧାନୀ ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ଅନୁଷ୍ଠିତ ହୋଇଥିଲା ।

ଶ୍ରଦ୍ଧାକର ସୂପକାର ବିରୋଧିଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ନନ୍ଦକିଶୋର ଦାସ ବାଚସ୍ପତି ଓ ମୌଲବୀ ମହମ୍ମଦ ହନିଫ୍‍ ଉପବାଚସ୍ପତି ଭାବରେ ୧୯୫୨ ମସିହା ମାର୍ଚ୍ଚ ୮ ତାରିଖରେ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସମୁଦାୟ ୩ଜଣ ମହିଳା ସଭ୍ୟ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ; ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର କୁମାରୀ ରାମ ରାଜ (ସ୍ୱାଧୀନ); ରାଜନଗରରୁ ସରସ୍ୱତୀ ଦେବୀ (କଂଗ୍ରେସ) ଓ ରଣପୁରରୁ ବସନ୍ତମଞ୍ଜରୀ ଦେବୀ (କଂଗ୍ରେସ) ।

ନିର୍ବାଚିତ ସଦସ୍ୟବୃନ୍ଦ

ପ୍ରଥମ ବିଧାନ ସଭା ନିର୍ବାଚନରେ ନିର୍ବାଚିତ ସଦସ୍ୟଙ୍କର ତାଲିକା:

ନିର୍ବାଚନ ମଣ୍ଡଳୀ ନିର୍ବାଚିତ ସଦସ୍ୟ ରାଜନୈତିକ ଦଳ
ମାଲକାନଗିରି ଲକ୍ଷ୍ମଣ ଗୌଡ ଗଣତନ୍ତ୍ର ପରିଷଦ
ପଣ୍ଡୁଆ ଗଣେଶ୍ୱର ମହାପାତ୍ର ଗଣତନ୍ତ୍ର ପରିଷଦ
ନବରଂଗପୁର (ଯୁଗ୍ମ) ସଦାଶିବ ତ୍ରିପାଠୀ କଂଗ୍ରେସ
ମୁଦି ନାଇକୋ କଂଗ୍ରେସ
ଜୟପୁର (ଯୁଗ୍ମ) ହରିହର ମିଶ୍ର ଗଣତନ୍ତ୍ର ପରିଷଦ
ଲଇଚନ ନାଇକୋ ଗଣତନ୍ତ୍ର ପରିଷଦ
କୋରାପୁଟ ଗଙ୍ଗାମୁଦୁଲି ଗଣତନ୍ତ୍ର ପରିଷଦ
ନନ୍ଦପୁର ଭଗବାନ ଖେମୁଣ୍ଡୁ ନାଏକ କଂଗ୍ରେସ
ରାୟଗଡ଼ା ମଦାଙ୍ଗି କାମାୟା କଂଗ୍ରେସ
ବିଷମକଟକ ଉଲାକା ଶ୍ୟାମଘନ ଗଣତନ୍ତ୍ର ପରିଷଦ
ଗୁଣୁପୁର ଶବର ଡୁମ୍ବା ଗଣତନ୍ତ୍ର ପରିଷଦ
ବାଲିଗୁଡ଼ା ଯାଦବ ପାତ୍ର କଂଗ୍ରେସ
ଫୁଲବାଣୀ-ଉଦୟଗିରି (ଯୁଗ୍ମ) ବାଳକକୃଷ୍ଣ ମଲ୍ଲିକ ସ୍ୱାଧୀନ
ସଦାନନ୍ଦ ସାହୁ (ମୃତ୍ୟୁ ପରେ) ସ୍ୱାଧୀନ
ସାରଙ୍ଗଧର ପ୍ରଧାନ କଂଗ୍ରେସ
ବଉଦ ହିମାଂଶୁ ଶେଖର ପାଢ଼ୀ ସ୍ୱାଧୀନ
ଆଠମଲ୍ଲିକ ଦୁତୀୟା ରାଉଳ ସ୍ୱାଧୀନ
ରାଜା କିଶୋର ଚନ୍ଦ୍ର ଦେବ କଂଗ୍ରେସ
ଅନୁଗୁଳ-ହିନ୍ଦୋଳ (ଯୁଗ୍ମ) ହୃଷୀକେଶ ତ୍ରିପାଠୀ କଂଗ୍ରେସ
ଅରକ୍ଷିତ ନାୟକ କଂଗ୍ରେସ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
ପାଲଲହଡା-କିଶୋର ନଗର (ଯୁଗ୍ମ) ମହେଶ ଚନ୍ଦ୍ର ସୁବାହୁ ସିଂହ କଂଗ୍ରେସ
ବାଇଧର ନାୟକ କଂଗ୍ରେସ
ଢେଙ୍କାନାଳ (ଯୁଗ୍ମ) ବୈଷ୍ଣବ ଚରଣ ପଟ୍ଟନାୟକ କମ୍ୟୁନିଷ୍ଟ
ମଦନ ଦେହୁରୀ କମ୍ୟୁନିଷ୍ଟ
ଭବାନୀପାଟଣା (ଯୁଗ୍ମ) ଜନାର୍ଦ୍ଦନ ମାଝି ଗଣତନ୍ତ୍ର ପରିଷଦ
ଜେ.ସି. ସିଂହଦେଓ ଗଣତନ୍ତ୍ର ପରିଷଦ
ଜୟପାଟଣା-କାଶୀପୁର ଝାଝୁର ଝୁରିଆ କଂଗ୍ରେସ
ଜୁନାଗଡ଼- (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
ଦୟାନିଧି ନାଏକ ଗଣତନ୍ତ୍ର ପରିଷଦ
ନୂଆପଡ଼ା- (ଯୁଗ୍ମ) ଅନୁପ୍‍ ସିଂହଦେଓ କଂଗ୍ରେସ
ଚୈତନ୍ୟ ମାଝି କଂଗ୍ରେସ
ଟିଟିଲାଗଡ-଼ (ଯୁଗ୍ମ) ରମେଶ ଚନ୍ଦ୍ର ଭୋଇ ଗଣତନ୍ତ୍ର ପରିଷଦ
ମୁରଲୀଧର ପଣ୍ଡା ଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ) ଅର୍ଜୁନ ଦାସ ଗଣତନ୍ତ୍ର ପରିଷଦ
ଗଣେଶ ରାମ ବରିହା ଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ) ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ସୋନପୁର ଅନନ୍ତରାମ ନନ୍ଦ ଗଣତନ୍ତ୍ର ପରିଷଦ
ବିନ୍‍କା ବୈକୁଣ୍ଠନାଥ ନେପାକ ଗଣତନ୍ତ୍ର ପରିଷଦ
ବୀରମହାରାଜପୁର ଅଚ୍ୟୁତାନନ୍ଦ ମହାକୁଡ ଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ) ଲାଲ ରଣଜିତ ସିଂହ ବରିହା କଂଗ୍ରେସ
ଅନିରୁଦ୍ଧ ମିଶ୍ର ସ୍ୱାଧୀନ
ବରଗଡ଼ ତୀର୍ଥବାସୀ ପ୍ରଧାନ କଂଗ୍ରେସ
ଅତାବିରା- ବିପିନ ବିହାରୀ ଦାସ କଂଗ୍ରେସ
ସୋହେଲା (ଯୁଗ୍ମ) ଭିକାରି ସାହୁ କଂଗ୍ରେସ
ବିଶି ବିଭରା କଂଗ୍ରେସ
ମୁର୍‍ଆମ୍ବାଭୋନା ମକରଧ୍ୱଜ ପ୍ରଧାନ ସୋସାଲିଷ୍ଟ
ସମ୍ବଲପୁର-ରେଢ଼ାଖୋଲ (ଯୁଗ୍ମ) ଭିକାରି ଘାସି ଗଣତନ୍ତ୍ର ପରିଷଦ
ଶ୍ରଦ୍ଧାକର ସୂପକାର ଗଣତନ୍ତ୍ର ପରିଷଦ
ବାମଣ୍ଡା (ଯୁଗ୍ମ) ହରପ୍ରସାଦ ଦେବ (ଇସ୍ତଫା) ଗଣତନ୍ତ୍ର ପରିଷଦ
ଇନ୍ଦୁଭୂଷଣ ମହାନ୍ତି (ଉପ ନିର୍ବାଚନ)
ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା-ରମ୍ପେଲା (ଯୁଗ୍ମ) ବିଜୟ କୁମାର ପାଣି କଂଗ୍ରେସ
ମନୋହର ନାୟକ ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ (ଯୁଗ୍ମ) କୃପାନିଧି ନାୟକ କଂଗ୍ରେସ
ହରିହର ପଟେଲ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ଆଗାପିଲ୍‍ ଲାକ୍ରା କଂଗ୍ରେସ
ବିଶ୍ରା ମଦନ ମୋହନ ଅମାତ କଂଗ୍ରେସ
ବଣେଇ ନୀଳମଣି ସିଂହ ଦଣ୍ଡପାଟ ଗଣତନ୍ତ୍ର ପରିଷଦ
ଚମ୍ପୂଆ ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ) ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ସ୍ୱାଧୀନ
ଗୋବିନ୍ଦ ମୁଣ୍ଡା ଗଣତନ୍ତ୍ର ପରିଷଦ
ଆନନ୍ଦପୁର (ଯୁଗ୍ମ) ଜନାର୍ଦ୍ଦନ ଭଞ୍ଜଦେଓ ସ୍ୱାଧୀନ
ଭାଇଗ ସେଠୀ ସ୍ୱାଧୀନ
ପଞ୍ଚପୀଢ଼ (ଯୁଗ୍ମ) ବିଶ୍ୱନାଥ ସାହୁ ଗଣତନ୍ତ୍ର ପରିଷଦ
ଘାସିରାମ ସାଣ୍ଡିଲ ସ୍ୱାଧୀନ
କପ୍ତିପଦା ହାରାଚାନ୍ଦ ହାଁସଦା ସୋସାଲିଷ୍ଟ
ଖୁଣ୍ଟା ସାକିଳା ସୋରେନ୍‍ ସୋସାଲିଷ୍ଟ
ବାରିପଦା (ଯୁଗ୍ମ) ଗିରୀଶ ଚନ୍ଦ୍ର ରାୟ ସୋସାଲିଷ୍ଟ
ସୁରେନ୍ଦ୍ର ସିଂହ କଂଗ୍ରେସ
ବାହଲଦା ସୋନାରାମ ସୋରେନ କଂଗ୍ରେସ
ରାଇରଂଗପୁର ହରଦେବ ତିରିଆ କଂଗ୍ରେସ
ବାଙ୍ଗିରିପୋଷି ଜୟଦେବ ମାଝି କଂଗ୍ରେସ
ମୁରୁଡ଼ା ପ୍ରସନ୍ନ କୁମାର ଦାସ ସୋସାଲିଷ୍ଟ
ଜଳେଶ୍ୱର କରୁଣାକର ପାଣିଗ୍ରାହୀ କଂଗ୍ରେସ
ଭୋଗରାଇ ଶଶିକାନ୍ତ ଭଞ୍ଜ ସ୍ୱାଧୀନ
ବସ୍ତା ତ୍ରିଲୋଚନ ସେନାପତି କଂଗ୍ରେସ
ସୋରୋ ନନ୍ଦ କିଶୋର ଦାସ କଂଗ୍ରେସ
ବାଲେଶ୍ୱର ସୁରେନ୍ଦ୍ର ନାଥ ଦାସ କଂଗ୍ରେସ
ନୀଳଗିରି (ଯୁଗ୍ମ) ନୀଳାମ୍ବର ଦାସ କଂଗ୍ରେସ
ଚୈତନ୍ୟ ସେଠି କଂଗ୍ରେସ
ଭଦ୍ରକ ମହମ୍ମଦ ହନିଫ୍‍ କଂଗ୍ରେସ
ବନ୍ତ ଗୋକୁଳାନନ୍ଦ ମହାନ୍ତି କଂଗ୍ରେସ
ଧାମନଗର ନୀଳମଣି ରାଉତରାୟ କଂଗ୍ରେସ
ଚାନ୍ଦବାଲି (ଯୁଗ୍ମ) ବୃନ୍ଦାବନ ଦାସ କଂଗ୍ରେସ
ଚକ୍ରଧର ବେହେରା କଂଗ୍ରେସ
ସୁକିନ୍ଦା (ଯୁଗ୍ମ) ପୀତାମ୍ବର ଭୂପତି ସ୍ୱାଧୀନ
ହରିଚନ୍ଦନ ମହାପାତ୍ର ସ୍ୱାଧୀନ
ଯାଜପୁର (ଯୁଗ୍ମ) ଗଦାଧର ଦତ୍ତ କଂଗ୍ରେସ
ଶାନ୍ତନୁ କୁମାର ଦାସ କଂଗ୍ରେସ
ଧର୍ମଶାଳା ପରମାନନ୍ଦ ମହାନ୍ତି ସୋସାଲିଷ୍ଟ
ବିଂଝାରପୁର (ଯୁଗ୍ମ) ନବକିଶୋର ମଲ୍ଲିକ କଂଗ୍ରେସ
ପଦ୍ମନାଭ ରାୟ କଂଗ୍ରେସ
ବଡ଼ଚଣା ନବକୃଷ୍ଣ ଚୌଧୁରୀ କଂଗ୍ରେସ
ଆଳି ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସ୍ୱାଧୀନ
ପଟ୍ଟାମୁଣ୍ଡାଇ କୁମାରୀ ରାମରାଜ ସ୍ୱାଧୀନ
ରାଜନଗର ସରସ୍ୱତୀ ଦେବୀ କଂଗ୍ରେସ
କେନ୍ଦ୍ରାପଡ଼ା ଦୀନବନ୍ଧୁ ସାହୁ କଂଗ୍ରେସ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ସୋସାଲିଷ୍ଟ
ଏରସମା ଗୌରୀଶ୍ୟାମ ନାୟକ କଂଗ୍ରେସ
ବାଲିକୁଦା ପ୍ରାଣକୃଷ୍ଣ ପରିଜା ସ୍ୱାଧୀନ
ଜଗତସିଂହପୁର ନୀଳମଣି ପ୍ରଧାନ କଂଗ୍ରେସ
କିଶନନଗର ରାଜକୃଷ୍ଣ ବୋଷ କଂଗ୍ରେସ
ସାଲେପୁର (ଯୁଗ୍ମ) ସୁରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ
ମାହାଙ୍ଗା ମହମ୍ମଦ ଅତାହାର କଂଗ୍ରେସ
କଟକ ସହର ବୀରେନ୍‍ ମିତ୍ର କଂଗ୍ରେସ
କଟକ (ଗ୍ରାମ) (ଯୁଗ୍ମ) ଲକ୍ଷ୍ମଣ ମଳିକ କଂଗ୍ରେସ
ଭୈରବ ଚନ୍ଦ୍ର ମହାନ୍ତି କଂଗ୍ରେସ
ବାଙ୍କୀ ଗୋକୁଳାନନ୍ଦ ପ୍ରହରାଜ ସୋସାଲିଷ୍ଟ
ନରସିଂହପୁର ବୃନ୍ଦାବନ ସାହୁ ଗଣତନ୍ତ୍ର ପରିଷଦ
ଆଠଗଡ଼ ରାଧାନାଥ ରଥ କଂଗ୍ରେସ
କାକଟପୁର ନିମାପଡ଼ା (ଯୁଗ୍ମ) ଉପେନ୍ଦ୍ର ମହାନ୍ତି କଂଗ୍ରେସ
ଗୋବିନ୍ଦ ଚନ୍ଦ୍ର ସେଠି କଂଗ୍ରେସ
ସତ୍ୟବାଦୀ ନୀଳକଣ୍ଠ ଦାସ ସ୍ୱାଧୀନ
ପିପିଲି ଜୟକୃଷ୍ଣ ମହାନ୍ତି ସ୍ୱାଧୀନ
ପୁରୀ ଫକୀର ଚରଣ ଦାସ ସୋସାଲିଷ୍ଟ
ବ୍ରହ୍ମଗିରି ବିଶ୍ୱନାଥ ପରିଡ଼ା ସ୍ୱାଧୀନ
ବାଣପୁର ଗୋଦାବରୀଶ ମିଶ୍ର ସ୍ୱାଧୀନ
ଭୁବନେଶ୍ୱର (ଯୁଗ୍ମ) ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
କାହ୍ନୁ ମଳିକ କଂଗ୍ରେସ
ଖୋର୍ଦ୍ଧା ମାଧବ ଚନ୍ଦ୍ର ରାଉତରାୟ କଂଗ୍ରେସ
ରଣପୁର ବସନ୍ତ ମଞ୍ଜରୀ ଦେବୀ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ନୟାଗଡ଼ କେ.ସି ସିଂହମାନ୍ଧାତା ସ୍ୱାଧୀନ
ଖଣ୍ଡପଡ଼ା ହରିହର ସିଂହ ମର୍ଦ୍ଦରାଜ ସ୍ୱାଧୀନ
ଦଶପଲ୍ଲା କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ କଂଗ୍ରେସ
ଜଗନ୍ନାଥପ୍ରସାଦ ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
ରସୁଲକୁଣ୍ଡା ଦୀନବନ୍ଧୁ ବେହେରା କଂଗ୍ରେସ
ଆସ୍କା (ଯୁଗ୍ମ) ହରିହର ଦାସ କମ୍ୟୁନିଷ୍ଟ
ମୋହନ୍ ନାୟକ କମ୍ୟୁନିଷ୍ଟ
ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସ୍ୱାଧୀନ
କୋଦଳା ବନମାଳୀ ମହାରଣା ସୋସାଲିଷ୍ଟ
ପୁରୁଷୋତ୍ତମପୁର ହରିହର ଦାସ କଂଗ୍ରେସ
ଛତ୍ରପୁର ଭି.ସୀତାରାମାୟା ସ୍ୱାଧୀନ
ପାଟପୁର ଗୋବିନ୍ଦ ପ୍ରଧାନ କମ୍ୟୁନିଷ୍ଟ
ବ୍ରହ୍ମପୁର (ଯୁଗ୍ମ) ଦଣ୍ଡପାଣି ଦାସ ସ୍ୱାଧୀନ
ରାମଚନ୍ଦ୍ର ମିଶ୍ର ସ୍ୱାଧୀନ
ପାରଳାଖେମୁଣ୍ଡି (ଯୁଗ୍ମ) ଜଗନ୍ନାଥ ମିଶ୍ର କମ୍ୟୁନିଷ୍ଟ
ଅପନା ଦୋରା ବିଶ୍ୱାସ ରାୟ ସ୍ୱାଧୀନ
ପାତ୍ରପୁର ଦିବାକର ପଟ୍ଟନାୟକ ଫରଓ୍ୱାର୍ଡ଼ ବ୍ଲକ
ଉଦୟଗିରି-ମୋହନା ମାଲିକ ପାଟୁ କଂଗ୍ରେସ
ମୟୂରଭଞ୍ଜ ରାମଚନ୍ଦ୍ର ମାଝି କଂଗ୍ରେସ
ବାଲେଶ୍ୱର କାହ୍ନୁଚରଣ ଜେନା କଂଗ୍ରେସ
କେନ୍ଦ୍ରାପଡ଼ା ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
କଟକ ହରେକୃଷ୍ଣ ମହତାବ କଂଗ୍ରେସ
ପୁରୀ ଲୋକନାଥ ମିଶ୍ର କଂଗ୍ରେସ
ଖୋର୍ଦ୍ଧା ଲିଙ୍ଗରାଜ ମିଶ୍ର କଂଗ୍ରେସ
ଘୁମୁସର ଉମାଚରଣ ପଟ୍ଟନାୟକ ସ୍ୱାଧୀନ
ଗଞ୍ଜାମ ବିଜୟ ଚନ୍ଦ୍ର ଦାସ କମ୍ୟୁନିଷ୍ଟ
ନବରଙ୍ଗପୁର ବି.ସୁବାରାଓ ଗଣତନ୍ତ୍ର ପରିଷଦ
କଳାହାଣ୍ଡି- ବଲାଙ୍ଗୀର (ଯୁଗ୍ମ) ଗିରିଧାରୀ ଭୋଇ ଗଣତନ୍ତ୍ର ପରିଷଦ
ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ସମ୍ବଲପୁର ନଟବର ପାଣ୍ଡେ ଗଣତନ୍ତ୍ର ପରିଷଦ
ବରଗଡ ଜି. ଦାସ ଥିରାନୀ ସ୍ୱାଧୀନ
ଢେଙ୍କାନାଳ-ପଶ୍ଚିମ କଟକ (ଯୁଗ୍ମ) ନିରଞ୍ଜନ ଜେନା କଂଗ୍ରେସ
ସାରଙ୍ଗଧର ଦାସ ସୋସାଲିଷ୍ଟ
ସୁନ୍ଦରଗଡ ଶିବନାରାୟଣ ସିଂହ କଂଗ୍ରେସ
ଯାଜପୁର-କେଉଁଝର (ଯୁଗ୍ମ) ଭୁବନାନନ୍ଦ ଦାସ କଂଗ୍ରେସ
ଲକ୍ଷ୍ମୀଧର ଜେନା ଗଣତନ୍ତ୍ର ପରିଷଦ
ରାୟଗଡ଼ା-ଫୁଲବଣୀ ଟି. ସାଙ୍ଗ୍‍ନା କଂଗ୍ରେସ

ଆଧାର

ବାହାର ଆଧାର

Tags:

୧ମ ଓଡ଼ିଶା ବିଧାନ ସଭା ନୂତନ ଭୋଟଦାନ ବ୍ୟବସ୍ଥା୧ମ ଓଡ଼ିଶା ବିଧାନ ସଭା ଆସନ ବୃଦ୍ଧି୧ମ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ୧ମ ଓଡ଼ିଶା ବିଧାନ ସଭା ଫଳାଫଳ୧ମ ଓଡ଼ିଶା ବିଧାନ ସଭା ଶପଥ ଗ୍ରହଣ ଏବଂ ସଭା ଆରମ୍ଭ୧ମ ଓଡ଼ିଶା ବିଧାନ ସଭା ନିର୍ବାଚିତ ସଦସ୍ୟବୃନ୍ଦ୧ମ ଓଡ଼ିଶା ବିଧାନ ସଭା ଆଧାର୧ମ ଓଡ଼ିଶା ବିଧାନ ସଭା ବାହାର ଆଧାର୧ମ ଓଡ଼ିଶା ବିଧାନ ସଭାଓଡ଼ିଶା ବିଧାନ ସଭାନନ୍ଦ କିଶୋର ଦାସନବକୃଷ୍ଣ ଚୌଧୁରୀଭାରତୀୟ ଜାତୀୟ କଂଗ୍ରେସଶ୍ରଦ୍ଧାକର ସୂପକାର

🔥 Trending searches on Wiki ଓଡ଼ିଆ:

ଦଣ୍ଡ ନାଟଲିଙ୍ଗରାଜ ମନ୍ଦିରଉପେନ୍ଦ୍ର କିଶୋର ଦାସବେଲ ପଣାମହାତ୍ମା ଗାନ୍ଧୀଙ୍କ ପରିବାର୨୧ ମାର୍ଚ୍ଚଧୋତି୩ (ସଂଖ୍ୟା)ଶଶି ଭୂଷଣ ରଥଦାଶରଥୀ ଜେନାସପ୍ତମାତୃକା ମନ୍ଦିର, ଯାଜପୁରବିଦ୍ୟାଳୟଇଣ୍ଡୋନେସିଆମଥୁରା ମଙ୍ଗଳଭି. କାର୍ତ୍ତିକେୟ ପାଣ୍ଡିଆନଚମ୍ପୂକାଜଲ୨୭ ଅପ୍ରେଲଦରବାର (କବିତା)ଦୁଃଶୀଳାରଣଜିତ ପଟ୍ଟନାୟକନଟବର ଶତପଥୀସମ୍ବାଦ (ଖବରକାଗଜ)ବଡ଼ଦିନରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାନଅଙ୍କ ଦୁର୍ଭିକ୍ଷ୨୮ ଅପ୍ରେଲwiki.phtmlଦି ଟାଇମସ୍ ଅଫ୍ ଇଣ୍ଡିଆବିଶ୍ୱ ମ୍ୟାଲେରିଆ ଦିବସକୃଷ୍ଣସାରଳା ମନ୍ଦିରଲଳିତ ମାନସିଂହ୬୧୬ଅଚ୍ୟୁତାନନ୍ଦ ଦାସଦଳିତଓଡ଼ିଆ ଭାଷା ଆନ୍ଦୋଳନଗୀତଗୋବିନ୍ଦଭାରତୀୟ ଦଣ୍ଡ ସଂହିତା, ୧୮୬୦ଲକ୍ଷ୍ମୀକାନ୍ତ ମହାପାତ୍ରଜାତୀୟ ସାହସିକତା ପୁରସ୍କାରଦଗ୍ଧଜୟଦେବ ଜେନାଜନ ବୀମସକଟକ୧୯ ଅପ୍ରେଲବ୍ରଜ କିଶୋର ପ୍ରଧାନନବକୃଷ୍ଣ ଚୌଧୁରୀପିତ୍ତକୋଷ୧୮ ଅପ୍ରେଲନଟବର ସାମନ୍ତରାୟଅକ୍ଷୟ ମହାନ୍ତିବିନୋଦ ଚନ୍ଦ୍ର ନାୟକଆତ୍ମହତ୍ୟାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାହେମନ୍ତ ଦାସଧରଣୀଧର ଭୂୟାଁଭଗବତୀ ଚରଣ ପାଣିଗ୍ରାହୀଅମନାତ୍ୟ ଜନଜାତିମନୋଜ ଦାସ🡆 More